Advertisment

ସୁନାବେଶରେ ଅଘଟଣ; ଖସିଗଲା ମହାପ୍ରଭୁଙ୍କ କିରିଟିର କିଆ

ମହଣ ମହଣ ସୁନାରେ ସଜ୍ଜିତ ହୋଇ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ। ଏପଟେ ଘଟିଲା ଅଘଟଣ। ମହାପ୍ରଭୁଙ୍କ କିରିଟିରୁ ଖସିଗଲା ଗୋଟିଏ କିଆ।

author-image
Minati Mishra
ଅଦ୍ୟତନ ହୋଇଛି
ସୁନାବେଶରେ ଅଘଟଣ; ଖସିଗଲା ମହାପ୍ରଭୁଙ୍କ କିରିଟିର କିଆ

suna vesha at puri

ପୁରୀ: ସରିଲା ସୁନାବେଶ। ମହଣ ମହଣ ସୁନାରେ ସଜ୍ଜିତ ହୋଇ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ। କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳ ଲାଗି ହୋଇ ଅପୂର୍ବ ବେଶରେ ସଜ୍ଜିତ ହୋଇଥିଲେ । ତେବେ ଗତବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହେବ ।ସୁନାବେଶ ପାଇଁ ପୁରୀର କିଛି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି । ସେହି ସ୍ଥାନ ଗୁଡ଼ିକ ହେଲା ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ । କୋଭିଡ କଟକଣା ଯୋଗୁ ଏ ଅପୂର୍ବ ଦୃଶ୍ୟ ଭକ୍ତ ସିନା ଚର୍ମଚକ୍ଷୁରେ ଦେଖି ପାରିଲେନି। ତଥାପି ଟିଭି ପରଦାରେ ଦେଖି ଧନ୍ୟ ହୋଇଛନ୍ତି।  

Advertisment

ସୁନାବେଶ ସମୟରେ ଘଟିଯାଇଛି ଏକ ଅଘଟଣ। ମହାପ୍ରଭୁଙ୍କ କିରିଟିର ବାମପଟୁ ତୃତୀୟ କିଆ ଭାଙ୍ଗିଯାଇଛି ସୁନାବେଶ ସମୟରେ। ଭାଙ୍ଗିଯାଇଥିବା କିଆ ସ୍ଥାନରେ ଫୁୁଲ ଲଗାଇ ଦିଆଯାଇଥିବା ଦେଖିବା ମିଳିଥିଲା। ମହାପ୍ରଭୁଙ୍କ ଏହି କିରିଟିରେ ସାଧାରଣତଃ ୨୧ଟି କିଆ ଥାଏ। ତେବେ ୨୦ଟି ଥିବାବେଳେ ଗୋଟିଏ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା ସୁନାବେଶ ସମୟରେ।

Advertisment

ଶ୍ରୀଜଗନ୍ନାଥଙ୍କ ବାମପଟ ତୃତୀୟ କିଆଟି ନଥିଲା। ତେବେ ଭଣ୍ଡାର ମେକାପ ଲକ୍ଷ୍ମୀନାରାୟଣ ମେକାପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭଣ୍ଡାରରୁ ଆଣିବା ସମୟରେ ଠିକଠାକ୍ ଥିଲା। କିନ୍ତୁ ରଥ ଉପରେ ହାତ ବାଜି ଭାଙ୍ଗିଯାଇଛି। ତାକୁ ସୁରକ୍ଷିତ ଭାବେ ରଖାଯାଇଛି। ଏହାର ମରାମତି ହେବ ବୋଲି କହିଛନ୍ତି। ସେହିପରି ଛତିଶା ନିଯୋଗ ନାୟକ କହିଛନ୍ତି ଏସବୁର ମରାମତି ପାଇଁ ପୂର୍ବରୁ କୁହାଯାଇଥିଲା।

ଏ ସମ୍ପର୍କରେ ଭଣ୍ଡାର ମେକାପ ଲକ୍ଷ୍ମୀ ନାରାୟଣ ମେକାପ କହନ୍ତି, ଭଣ୍ଡାର ଘରୁ ଆଣିବାବେଳେ କିଆ ଠିକ୍‌ ଠାକ୍‌ ଥିଲା। ହେଲେ ରଥ ଉପରେ ଠାକୁରଙ୍କୁ ସଜ କଲାବେଳେ ଦୋଳ ବାଜି ଏହା ଭାଙ୍ଗି ଗଲା। ବହୁତ ପୁରୁଣା ହେଲାଣି। ଏସବୁର ମରାମତି ଆବଶ୍ୟକ । ତା ଛଡ଼ା ଭକ୍ତଙ୍କ ସହାୟତାରେ ମହାପ୍ରଭୁଙ୍କର ନୂଆ ୪ଟି  ପାଦ, ୪ଟି ଭୁଜ, ତିନୋଟି କରିଟି ହେଉ। ନୂଆ ଚନ୍ଦ୍ର, ସୂର୍ଯ୍ୟ, ଧ୍ୱଜ ତିଆରି ସରିଲାଣି। ତେଣୁ ଅନ୍ୟାନ୍ୟ ଜିନିଷ ନୂଆ ହେବା ଦରକାର।

ସେହିପରି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଷୀ ମହାପାତ୍ର କହନ୍ତି କିରିଟିର ସେହି ଅଂଶ ଦୁର୍ବଳ ଥିଲା। ଆମେ ଏହାର ମରାମତି ପାଇଁ କହିଥିଲୁ।  

Suna Besha Puri Ratha Jatra 2021
Advertisment
Advertisment