• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଭଡ଼ା ଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର
ଭଡ଼ା ଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭଡ଼ାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର। ପଟିଆ ସ୍ଥିତ ଶ୍ରୀବିହାର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ସନ୍ଦେହଜନକ ଭାବେ ପୁଲିସ୍‌ ଆଜି ଉଦ୍ଧାର କରିଛି। ସେ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ମନସ୍ୱିନୀ ବାରିକ। ସୂଚନା ଅନୁସାରେ, ଘର ଭିତରୁ କବାଟ ଭାଙ୍ଗି ତାଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ମୁର୍ମୂଷ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମନସ୍ୱିନୀଙ୍କ ଘର ପଶ୍ଚିମ […]

  • Friday, 02 July 2021
ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଚୋରାଚାଲାଣ ଧରାପଡ଼ିଛି। ୬୯୦ ଗ୍ରାମରୁ ଅଧିକ ଓଜନର ସୁନାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଜବତ କରିଛନ୍ତି। କ୍ୱାଲାଲାମ୍ପୁରରୁ ଆସିଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ଏହି ସୁନା ଜବତ ହୋଇଥିବା ସୂଚନା ମିଳିଛି। ଏକ ଟ୍ରଲି ବ୍ୟାଗ୍‌ରେ ଆଲୁମିନିୟମ୍ ଲାଇନିଙ୍ଗ୍‌ରେ ସେ କ୍ୱାଲାଲାମ୍ପୁରରୁ ସୁନା ଲୁଚାଇ ଆଣୁଥିଲେ ବୋଲି କୁହାଯାଉଛି। ଚେନ୍ନାଇରୁ ଏୟାର ଏସିଆ ବିମାନ ଯୋଗେ ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସଂପୃକ୍ତ ବ୍ୟକ୍ତି ଜଣକ ଧରାପଡ଼ିଛନ୍ତି।

  • Friday, 02 July 2021
ଢେଙ୍କାନାଳ ହିନ୍ଦୋଳରେ ‘ହେଇଯାଉ’ କାର୍ଯ୍ୟକ୍ରମ

ଢ଼େଙ୍କାନାଳ: ଭୁବନେଶ୍ୱର, କଟକ ଓ ଦିଲ୍ଲୀ ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ହୋଇଛି। ହିନ୍ଦୋଳ ବ୍ଲକ ସାତ ମାଇଲ୍ ଛକରେ ଅାୟୋଜିତ ଏହି ଚା ଖଟି କାର୍ଯ୍ୟକ୍ରମରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବହୁ ବାସିନ୍ଦା ଯୋଗ ଦେଇଥିଲେ। ବିଶେଷ କରି ବହୁ ସଂଖ୍ୟାରେ ଯୁବକଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥଲା। ବୈଜୟନ୍ତ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଅାଲୋଚନା କରିଥିଲେ। ଓଡ଼ିଶାରେ ଶିକ୍ଷା ଓ ବେକାରୀ ସମସ୍ୟା […]

  • Friday, 02 July 2021
ସେନା ଉପରକୁ ପୁଣି ଥରେ ଅାକ୍ରମଣ
ସେନା ଉପରକୁ ପୁଣି ଥରେ ଅାକ୍ରମଣ

ଜମ୍ମୁ-କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ସେନା ଉପରକୁ ପୁଣି ଥରେ ଅାକ୍ରମଣ। ଉଦ୍ଧମପୁର ହାଇୱେରେ ପେଟ୍ରୋଲିଂ ପାର୍ଟି ଉପରେ ଅତର୍କିତ ଅାକ୍ରମଣ କରିଛନ୍ତି ଅାତଙ୍କବାଦୀ। ତେବେ ଏହି ଅାକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଅାଜି ସକାଳୁ ସର୍ଚ୍ଚ ଅପରେସନ୍‌ରେ ବାହାରିଥିଲେ ସୁରକ୍ଷାବାହିନୀ। ଉଦ୍ଧମପୁର ହାଇୱେ ନିକଟ ଝାଜର୍ କୋଟଲି ପୁଲିସ ଷ୍ଟେସନ୍ ନିକଟରେ ମୋର୍ଟାର ଏବଂ ଗୁଳିମାଡ଼ ହୋଇଛି। ହେଲେ ସଜାଗ ଥିବା ଯବାନ ଏହାର କଡ଼ା ଜବାବ ଦେଇଥିଲେ। ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ […]

  • Friday, 02 July 2021
ପାରିବାରିକ କଳହରୁ ହତ୍ୟା ସନ୍ଦେହ
ପାରିବାରିକ କଳହରୁ ହତ୍ୟା ସନ୍ଦେହ

ବାଲେଶ୍ୱର : ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସାହାଦା ଗୁଣ୍ଠୁଣାପଦା ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ହେଲେ ସୁମିତ୍ରା କମିଳା। ଅାଜି ସକାଳେ ଅଜୟ କମିଳା ସ୍ତ୍ରୀ ସୁମିତ୍ରାଙ୍କୁ ଠେଙ୍ଗାରେ ପିଟି ମାରି ଦେଇଥିଲା। ଏହା ପରେ ପଡିଶା ଲୋକେ ଅଜୟକୁ ନିର୍ଧୁମ ଛେଚିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଜୟକୁ ଉଦ୍ଧାର କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ପରେ […]

  • Friday, 02 July 2021
ନରମିଲେ ଦାମ
ନରମିଲେ ଦାମ

  • Friday, 02 July 2021
ନରମିଲେ ଦାମ, କହିଲେ- ମୁଖ୍ୟମନ୍ତ୍ରୀଙ୍କର କିଛି ଦୋଷ ନାହିଁ, ଅଧସ୍ତନ ହିଁ ହେରାଫେରି କରୁଛନ୍ତି

ଭୁବନେଶ୍ୱର: ନରମିଲା ଦାମଙ୍କ ସ୍ୱର। ଗତ କିଛି ଦିନ ଧରି ଲଗାତାର ସରକାରଙ୍କ ଉପରେ ଆକ୍ରମଣ କରି ଆସୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଆଜି ତାଙ୍କ ସ୍ୱରକୁ ନରମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଦାମ। ସେ କହିଛନ୍ତି- ‘ଦୁର୍ନୀତି ଭ୍ରଷ୍ଟାଚାର ଯଦି ଶାସନରେ ହୁଏ, ଲୋକ ସ୍ୱାର୍ଥ ବିରୋଧରେ ଯାଏ, ତାକୁ ପ୍ରକାଶ କରିବା ଉଚିତ୍‌ ନୁହେଁ କି? ଯୋଉଟା ବିରୋଧୀ ଦଳ କରିବା କଥା। ବିରୋଧୀ ଦଳର […]

  • Friday, 02 July 2021
ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ

ବଲାଙ୍ଗିର: ବନ୍ଧୁକ ମୁନରେ ୧୯ ଲକ୍ଷ ଲୁଟ। ବଲାଙ୍ଗିର ଦେଓଗାଁର ବଙ୍ଗଯଳା ଛକ ନିକଟରେ ଗୁଳି ଫୁଟାଇ ୧୯ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅଭିଯୋଗ ଅନୁଯାୟୀ ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧ ପଡ଼ା ବ୍ୟାଙ୍କକୁ କ୍ୟାସିୟର ଓ ପିଅନ ମାରୁତିରେ ଟଙ୍କା ନେଇ ଯାଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳି ଫୁଟାଇ ସେମାନଙ୍କୁ ମାଡ଼ ମାରି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

  • Friday, 02 July 2021