• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ
ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଜିତୁଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ତାଙ୍କ ବୋହୂ ବିଧାୟକ ଜିତୁ, ତାଙ୍କ ପତ୍ନୀ ଏବଂ ବଡ଼ ପୁଅଙ୍କ ନାଁରେ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ୍‌ ମାମଲା ରୁଜୁ କରିଛି। ଜିତୁ ମିତ୍ରଙ୍କ ବଡ଼ ପୁଅ ବର୍ଷକ ତଳେ ଭଦ୍ରକ ଅଞ୍ଚଳରେ ବିବାହ କରିଥିଲେ। ବିବାହର […]

  • Friday, 02 July 2021
ଓଲଟି ପଡ଼ିଲା ବସ୍‌; ୩୦ରୁ ଉର୍ଦ୍ଧ୍ୱ ଆହତ, ୪ ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ବଲାଣିପାଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପରୁ-ରାଉରକେଲା ଯାଉଥିବା ଏକ ବସ୍‌ର ଚକା ଫାଟି ଯିବାରୁ ତାହା ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ସେମାନଙ୍କୁ ରାଉରକେଲା ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି । […]

  • Friday, 02 July 2021
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ଦୁଇ ଦିନ ଧରି ପ୍ରବଳ ବର୍ଷିବ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ଦୁଇ ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଡିପ୍ରେସନ୍‌ ଏବଂ ପରେ ଡିପ୍‌-ଡିପ୍ରେସନ୍‌ରେ ପରିଣତ ହେବ। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି ।  ଗତକାଲି ରାତିଠୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ […]

  • Friday, 02 July 2021
ଅଭିଜିତ୍‌ଙ୍କ ପୁରୁଣା ଟ୍ୱିଟ୍‌କୁ ନେଇ ବଢ଼ୁଛି ବିବାଦ: ବୈଜୟନ୍ତ ପ୍ରତିକ୍ରିୟା
ଅଭିଜିତ୍‌ଙ୍କ ପୁରୁଣା ଟ୍ୱିଟ୍‌କୁ ନେଇ ବଢ଼ୁଛି ବିବାଦ: ବୈଜୟନ୍ତ ପ୍ରତିକ୍ରିୟା

ଭୁବନେଶ୍ୱର: ଟୁଇଟର୍‌ରେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ୨୦୧୭ ମସିହାରେ ଅଭିଜିତ୍ ଓଡ଼ିଶା, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ। ଏହାକୁ ନେଇ ବିଧାନସଭାର ଶୂନ୍ୟକାଳରେ ଶାସକ ଦଳର ସଦସ୍ୟମାନେ ହୋହଲ୍ଲା କରିଥିଲେ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦଳ ଦାବି କରିଛି। ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

  • Friday, 02 July 2021
ଅଙ୍କରାନ୍ତିପୁର ରାସ୍ତାରୋକ ହଟିଲା

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ୍ ଅଙ୍କରାନ୍ତିପୁରରେ ହୋଇଥିବା ରାସ୍ତାରୋକ ହଟିଛି। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି। ଫଳରେ ଉଭୟ ପଟେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ଅଙ୍କରାନ୍ତିପୁର ଗାଁ ମନ୍ଦିର ପୂଜକଙ୍କୁ ଆଜି ହାତୀ କଚାଡ଼ି ଦେଇଥିଲା। ପୂଜକଙ୍କୁ ଘରୁ ଟାଣି ନେଇ କଚାଡ଼ି ଦେଇଥିଲା ହାତୀ। ଗୁରୁତର ଅବସ୍ଥାରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ଯାହାକୁ ବିରୋଧ କରିବା ସହ କ୍ଷତିପୂରଣ ଦାବି […]

  • Friday, 02 July 2021
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ବାଲେଶ୍ୱର  : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ମଇତାପୁର ପଞ୍ଚାୟତର କୁମ୍ଭାରପାଟଣା ଗ୍ରାମରେ ନିଅାଁରେ ପୋଡ଼ିଯାଇ ଜଣେ ନବବଧୂଙ୍କ ମୃତ୍ୟୁ ହୋଇଛି। ତେବେ ମହିଳାଙ୍କ ପରିବାର ଲୋକ ଏହାକୁ ଯୋଜନାବଦ୍ଧ ଭାବେ ପୋଡି ଦିଅାଯାଇଥିବା ଅଭିଯୋଗ କରିଛନ୍ତି। ସିମୁଳିଅା ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମୁଳିଅା ଥାନା କୁମ୍ଭାରପାଟଣା ଗ୍ରାମର ନରହରି ଶିଅଳ ୫ ମାସ ତଳେ ଉର୍ମିଳା ଶିଅଳଙ୍କୁ ବିବାହ କରିଥିଲେ। ବାହାଘର ବେଳେ ଉର୍ମିଳାଙ୍କ […]

  • Friday, 02 July 2021
ଗଡ଼ଜାତ ଅଞ୍ଚଳରେ ଅାଜି ନୂଆଁଖାଇ
ଗଡ଼ଜାତ ଅଞ୍ଚଳରେ ଅାଜି ନୂଆଁଖାଇ

କଳାହାଣ୍ଡି : ଅାଜି କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଏବଂ ଜମିଦାରି ଅଞ୍ଚଳରେ ପାଳନ ହେଉଛି ନୂଆଁଖାଇ। କଳାହାଣ୍ଡିର ୭ଟି ଗଡ଼ଜାତ ଅଞ୍ଚଳରେ ପାଳନ ହେଉଛି ନୂଆଁଖାଇ ପର୍ବ। ଇଷ୍ଟଦେବୀ ମାଅା ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ନୂଅା ଖାଇବେ ଜିଲ୍ଲାବାସୀ । ଜିଲ୍ଲାର ଭବାନୀପାଟଣା, ମଦନପୁର ରାମପୁର, ଥୁଅାମୁଲ ରାମପୁର, ଜୟପାଟଣା, ଲାଞ୍ଜିଗଡ଼, କର୍ଲାପାଟ ଏବଂ ଦାଦପୁର ଅଞ୍ଚଳରେ ପାଳନ ହେଉଛି । ପରମ୍ପରା ଅନୁସାରେ ଦଶମୀ ତିଥିରେ ଗଡ଼ଜାତରେ ପାଳନ ହୁଏ ନୂଆଁଖାଇ […]

  • Friday, 02 July 2021
ବିଧାନସଭାରେ ଅାରମ୍ଭରୁ ହଙ୍ଗାମା
ବିଧାନସଭାରେ ଅାରମ୍ଭରୁ ହଙ୍ଗାମା

ଭୁବନେଶ୍ୱର : ଅାଜି ମଧ୍ୟ ଧୋଇଗଲା ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ।  ଅାଜି ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ ହଙ୍ଗାମା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ।  ହଟ୍ଟଗୋଳ କାରଣରୁ ଶୂନ୍ୟକାଳରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପ୍ରଥମେ ୧୧ଟା ୩୦ ଏବଂ ପରବର୍ତ୍ତି ସମୟରେ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ରାଜ୍ୟର ଅାଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଲତବୀ ନୋଟିସ ଦେଇଥିଲା କଂଗ୍ରେସ। ବାଚସ୍ପତି କଂଗ୍ରେସର ମୁଲତବୀ ନୋଟିସ୍ […]

  • Friday, 02 July 2021
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବଦଳାଇଲେ ନିଜ କଥା
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବଦଳାଇଲେ ନିଜ କଥା

ଭୁବନେଶ୍ୱର : ଚିଲିକା ଉପରେ ହେଲିକପ୍ଟର ଉଡାଣ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ୟୁ-ଟର୍ଣ୍ଣ । ପୂର୍ବରୁ କହିଥିଲେ ହେଲିକପ୍ଟର ଉଡାଇବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବାର ସ୍କୋପ୍ ନାହିଁ । ଏହି ମନ୍ତବ୍ୟ ଦେବାର କିଛି ସମୟ ପରେ ପୁଣି ଗଣମାଧ୍ୟମକୁ ଡାକି ନିଜର ମତ ବଦଳାଇଛନ୍ତି । ସେ କହିଛନ୍ତି ଯେ, ଏହି ଚପର୍‌ଟି ଲୋ ଲାଇନରେ ଉଡିଥିଲା । ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ବନ୍ୟପ୍ରାଣୀ। ତେବେ କାହିଁକି ଏବଂ […]

  • Friday, 02 July 2021
ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା
ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ବାଲେଶ୍ୱର  : ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ବାଲେଶ୍ୱର ମିତ୍ରପୁର ମଛୁଅା ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଜଣେ ମହିଳା ଜଙ୍ଗଲକୁ ଯାଇଥିବା ବେଳେ ଶିଶୁ କନ୍ୟାଟି ତଳେ ପଡି କୁଆଁ କୁଆଁ ହୋଇ କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ଏହାପରେ ଶିଶୁଟିକୁ ଘରକୁ ଅାଣି ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଦେଇଥିଲେ। ସମ୍ପର୍କୀୟ ମହିଳାଙ୍କର କନ୍ୟା ସନ୍ତାନ ନଥିବାରୁ ସେ ଏହି ଶିଶୁଟିକୁ ପାଇ ବେଶ୍ ଖୁସି ହୋଇଯାଇଥିଲେ। ଏବେ ଉଦ୍ଧାର ଶିଶୁକୁ […]

  • Friday, 02 July 2021
ଗ୍ରାମବାସୀଙ୍କ ଆକ୍ରମଣରେ ୫ ପୁଲିସ୍‌ କର୍ମଚାରୀ ଆହତ
ଗ୍ରାମବାସୀଙ୍କ ଆକ୍ରମଣରେ ୫ ପୁଲିସ୍‌ କର୍ମଚାରୀ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଦନାରେ ଗ୍ରାମବାସୀ-ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ୫ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ଗାଁଲୋକେ ପୁଲିସ୍‌ ଉପରେ ଆକ୍ରମଣ କରି ଆନନ୍ଦପୁର ଏସ୍‌ଡିପିଓଙ୍କ ଉପସ୍ଥିତିରେ ମଧ୍ୟ ଅଭିଯୁକ୍ତକୁ ଜୋରଜବରଦସ୍ତ ପୁଲିସ୍‌ ହାତରୁ ଛଡାଇନେଇଛନ୍ତି। ପୂର୍ବରୁ ସନା ସେନା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ୍‌ ପଦନା ଗାଁକୁ ଯାଇଥିଲା। ଅଭିଯୁକ୍ତ ଜଣକ ବିଜେଡିର ଜଣେ ସମର୍ଥକ ଥିବା ଚର୍ଚ୍ଚା […]

  • Friday, 02 July 2021
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ

ବଲାଙ୍ଗିର  : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉପରଝରା ଗାଁରେ। ୧୧ କେଭି ତାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ ହୋଇଥିବା ସୂଚନା ମିଳିଛି। ଅଞ୍ଚଳରେ ମକା ଚାଷ ହୋଇଥିଲା । ଯାହାକୁ ଖାଇବାକୁ ହାତୀ ଅାସିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଘଟଣା ପରେ ବନ ବିଭାଗକୁ ଖବର ଦିଅାଯାଇଛି ।

  • Friday, 02 July 2021
ଭିଜିଲାନ୍ସ ଜାଲରେ ଗୁଣପୁର ITDAର କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ଗୁଣପୁର ITDAର କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଗୁଣୁପୁର ITDAର କନିଷ୍ଠ ଯନ୍ତ୍ରୀ ।  ଅାୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ଗଗନ ପତିଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଗଗନଙ୍କ ୫ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଛି । ବ୍ରହ୍ମପୁରର ତିନୋଟି ଘରେ ଯାଞ୍ଚ କରିଛି ଭିଜିଲାନ୍ସ । ଗଗନଙ୍କ ସିର୍ଦ୍ଧାଥ ନଗରର ତ୍ରିତାଳ ପ୍ରାସାଦ, ପୌତୃକ ଘର ଏବଂ ଶ୍ୱଶୂର ଘରେ ଛାନଭିନ୍ କରିଛି ଟିମ୍ । ସିର୍ଦ୍ଧାଥ ନଗରର ଘରୁ ଭିଜିଲାନ୍ସକୁ […]

  • Friday, 02 July 2021
ପୌର ସଂଶୋଧନ ବିଲ୍ ପାରିତ
ପୌର ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର: ଏଣିକି ମହାନଗର ନିଗରର ମେୟର, ମୁନସିପାଲଟି ଓ ଏନ୍ଏସିର ଅଧ୍ୟକ୍ଷ ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହେବେ। ସେମାନଙ୍କୁ ସାଧାରଣ ଭୋଟର ଭୋଟ ଦେଇ ସିଧାସଳଖ ଭାବେ ବାଛିବେ। ଏ ସଂପର୍କିତ ଆଇନ ବିଧାନସଭାରେ ଅନୁମୋଦନ ଲାଭ କରିଛି। ଗୃହରେ ପାରିତ ହୋଇଛି ଓଡ଼ିଶା ପୌର ସଂଶୋଧନ ବିଲ୍-୨୦୧୮ ଏବଂ ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍  ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଏହି ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ଆଇନ ଅନୁସାରେ କୁଷ୍ଠରୋଗୀ ମଧ୍ୟ ପୌର […]

  • Friday, 02 July 2021
ଗାଈକୁ ‘ସୁନ୍ଦରୀ’ ମାରିଥିବା ଅଭିଯୋଗ, ଗାଁରେ ଉତ୍ତେଜନା

ଅନୁଗୁଳ: ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଏକ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଅନୁଗୁଳ ଆଠମଲ୍ଲିକ ବନଖଣ୍ଡ ଲେହେଡ଼ି ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଈ ମାଲିକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ବୋଲି ଆଠମଲ୍ଲିକ ଡିଏଫ୍ଓ ସମ୍ୟକ ସାମନ୍ତରାୟ ସୂଚନା ଦେଇଛନ୍ତି। ତେବେ ଗାଈ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

  • Friday, 02 July 2021
କୋର୍ଟ ପରିସରରୁ ମାଓବାଦୀ ଚମ୍ପଟ୍ ମାରିବା ଘଟଣା: ୭ ପୁଲିସ୍ କର୍ମଚାରୀ ସସ୍‌ପେଣ୍ଡ୍‌
କୋର୍ଟ ପରିସରରୁ ମାଓବାଦୀ ଚମ୍ପଟ୍ ମାରିବା ଘଟଣା: ୭ ପୁଲିସ୍ କର୍ମଚାରୀ ସସ୍‌ପେଣ୍ଡ୍‌

ନୂଆପଡ଼ା: ନୂଆପଡ଼ା SDJM କୋର୍ଟ ପରିସରରୁ ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇ ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ମାଡ଼କାମୀ ଚମ୍ପଟ୍ ମାରିବା ଘଟଣାରେ ୭ ଜଣ ପୁଲିସ୍‌ କର୍ମଚାରୀ ସସ୍‌ପେଣ୍ଡ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ଏଏସ୍‌ଆଇ ଅଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନୂଆପଡ଼ା ଏସ୍‌ପି ସେମାନଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ପୁଲିସ୍‌ କର୍ମଚାରୀମାନେ ହେଲେ ପଙ୍କଜ ତାଣ୍ଡି, ପୁଷ୍ପଲତା ସୁନାନି, ଭୋଳାନାଥ ମାଝୀ, ପାନ୍ତବାଇ ନାଏକ, ହରିଶଙ୍କର ଶବର, ଲକ୍ଷ୍ମଣ ଶବର ଓ ମଧୁସୂଦନ ମାଝୀ। ସୂଚନାଯୋଗ୍ୟ, ଗତକାଲି […]

  • Friday, 02 July 2021