• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଚୋରାଚାଲାଣ ଧରାପଡ଼ିଛି। ୬୯୦ ଗ୍ରାମରୁ ଅଧିକ ଓଜନର ସୁନାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଜବତ କରିଛନ୍ତି। କ୍ୱାଲାଲାମ୍ପୁରରୁ ଆସିଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ଏହି ସୁନା ଜବତ ହୋଇଥିବା ସୂଚନା ମିଳିଛି। ଏକ ଟ୍ରଲି ବ୍ୟାଗ୍‌ରେ ଆଲୁମିନିୟମ୍ ଲାଇନିଙ୍ଗ୍‌ରେ ସେ କ୍ୱାଲାଲାମ୍ପୁରରୁ ସୁନା ଲୁଚାଇ ଆଣୁଥିଲେ ବୋଲି କୁହାଯାଉଛି। ଚେନ୍ନାଇରୁ ଏୟାର ଏସିଆ ବିମାନ ଯୋଗେ ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସଂପୃକ୍ତ ବ୍ୟକ୍ତି ଜଣକ ଧରାପଡ଼ିଛନ୍ତି।

  • Friday, 02 July 2021
ଢେଙ୍କାନାଳ ହିନ୍ଦୋଳରେ ‘ହେଇଯାଉ’ କାର୍ଯ୍ୟକ୍ରମ

ଢ଼େଙ୍କାନାଳ: ଭୁବନେଶ୍ୱର, କଟକ ଓ ଦିଲ୍ଲୀ ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ହୋଇଛି। ହିନ୍ଦୋଳ ବ୍ଲକ ସାତ ମାଇଲ୍ ଛକରେ ଅାୟୋଜିତ ଏହି ଚା ଖଟି କାର୍ଯ୍ୟକ୍ରମରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବହୁ ବାସିନ୍ଦା ଯୋଗ ଦେଇଥିଲେ। ବିଶେଷ କରି ବହୁ ସଂଖ୍ୟାରେ ଯୁବକଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥଲା। ବୈଜୟନ୍ତ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଅାଲୋଚନା କରିଥିଲେ। ଓଡ଼ିଶାରେ ଶିକ୍ଷା ଓ ବେକାରୀ ସମସ୍ୟା […]

  • Friday, 02 July 2021
ସେନା ଉପରକୁ ପୁଣି ଥରେ ଅାକ୍ରମଣ
ସେନା ଉପରକୁ ପୁଣି ଥରେ ଅାକ୍ରମଣ

ଜମ୍ମୁ-କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ସେନା ଉପରକୁ ପୁଣି ଥରେ ଅାକ୍ରମଣ। ଉଦ୍ଧମପୁର ହାଇୱେରେ ପେଟ୍ରୋଲିଂ ପାର୍ଟି ଉପରେ ଅତର୍କିତ ଅାକ୍ରମଣ କରିଛନ୍ତି ଅାତଙ୍କବାଦୀ। ତେବେ ଏହି ଅାକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଅାଜି ସକାଳୁ ସର୍ଚ୍ଚ ଅପରେସନ୍‌ରେ ବାହାରିଥିଲେ ସୁରକ୍ଷାବାହିନୀ। ଉଦ୍ଧମପୁର ହାଇୱେ ନିକଟ ଝାଜର୍ କୋଟଲି ପୁଲିସ ଷ୍ଟେସନ୍ ନିକଟରେ ମୋର୍ଟାର ଏବଂ ଗୁଳିମାଡ଼ ହୋଇଛି। ହେଲେ ସଜାଗ ଥିବା ଯବାନ ଏହାର କଡ଼ା ଜବାବ ଦେଇଥିଲେ। ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ […]

  • Friday, 02 July 2021
ପାରିବାରିକ କଳହରୁ ହତ୍ୟା ସନ୍ଦେହ
ପାରିବାରିକ କଳହରୁ ହତ୍ୟା ସନ୍ଦେହ

ବାଲେଶ୍ୱର : ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସାହାଦା ଗୁଣ୍ଠୁଣାପଦା ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ହେଲେ ସୁମିତ୍ରା କମିଳା। ଅାଜି ସକାଳେ ଅଜୟ କମିଳା ସ୍ତ୍ରୀ ସୁମିତ୍ରାଙ୍କୁ ଠେଙ୍ଗାରେ ପିଟି ମାରି ଦେଇଥିଲା। ଏହା ପରେ ପଡିଶା ଲୋକେ ଅଜୟକୁ ନିର୍ଧୁମ ଛେଚିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଜୟକୁ ଉଦ୍ଧାର କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ପରେ […]

  • Friday, 02 July 2021
ନରମିଲେ ଦାମ
ନରମିଲେ ଦାମ

  • Friday, 02 July 2021
ନରମିଲେ ଦାମ, କହିଲେ- ମୁଖ୍ୟମନ୍ତ୍ରୀଙ୍କର କିଛି ଦୋଷ ନାହିଁ, ଅଧସ୍ତନ ହିଁ ହେରାଫେରି କରୁଛନ୍ତି

ଭୁବନେଶ୍ୱର: ନରମିଲା ଦାମଙ୍କ ସ୍ୱର। ଗତ କିଛି ଦିନ ଧରି ଲଗାତାର ସରକାରଙ୍କ ଉପରେ ଆକ୍ରମଣ କରି ଆସୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଆଜି ତାଙ୍କ ସ୍ୱରକୁ ନରମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଦାମ। ସେ କହିଛନ୍ତି- ‘ଦୁର୍ନୀତି ଭ୍ରଷ୍ଟାଚାର ଯଦି ଶାସନରେ ହୁଏ, ଲୋକ ସ୍ୱାର୍ଥ ବିରୋଧରେ ଯାଏ, ତାକୁ ପ୍ରକାଶ କରିବା ଉଚିତ୍‌ ନୁହେଁ କି? ଯୋଉଟା ବିରୋଧୀ ଦଳ କରିବା କଥା। ବିରୋଧୀ ଦଳର […]

  • Friday, 02 July 2021
ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ

ବଲାଙ୍ଗିର: ବନ୍ଧୁକ ମୁନରେ ୧୯ ଲକ୍ଷ ଲୁଟ। ବଲାଙ୍ଗିର ଦେଓଗାଁର ବଙ୍ଗଯଳା ଛକ ନିକଟରେ ଗୁଳି ଫୁଟାଇ ୧୯ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅଭିଯୋଗ ଅନୁଯାୟୀ ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧ ପଡ଼ା ବ୍ୟାଙ୍କକୁ କ୍ୟାସିୟର ଓ ପିଅନ ମାରୁତିରେ ଟଙ୍କା ନେଇ ଯାଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳି ଫୁଟାଇ ସେମାନଙ୍କୁ ମାଡ଼ ମାରି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

  • Friday, 02 July 2021
‘ଜଣେ ଅଫିସର୍‌ ଓ ୩ ଜଣ ବିଧାୟକଙ୍କ ଦ୍ୱାରା ବିଜେଡି ଚାଲିଛି’

ଭୁବନେଶ୍ୱର: ବେଶ୍ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିରୋଧରେ ଦଳ ବିରୋଧୀ କାମର ଅଭିଯୋଗ ଆଣିଛନ୍ତି ତାଙ୍କ ଅଞ୍ଚଳର ନେତା ଓ କର୍ମୀ। ଆଜି  ନବୀନ ନିବାସ ଆସି ଦାମୋଦର ରାଉତଙ୍କ ବିରୋଧରେ ବାଲିକୁଦା ଏରସମା ଅଞ୍ଚଳର ବହୁ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ […]

  • Friday, 02 July 2021
ଦାମଙ୍କ ପାଇଁ ଜନ୍ତା ବସିଲା

ଭୁବନେଶ୍ୱର: ବେଶ୍ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରୁଥିବା ଦାମଙ୍କ ମୁହଁରେ ଲଗାମ୍‌ ଦେବାକୁ ବିଜେଡିର ପ୍ରୟାସ। ଦାମଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନଙ୍କ ପାଖରେ ଫେରାଦ ହୋଇ ଲିଖିତ ଅଭିଯୋଗ କରିଛନ୍ତି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଏରସମାର ଏକ ମିଟିଂରେ ଦାମ, କଂଗ୍ରେସ ଓ ବିଜେପି ନେତାଙ୍କ ସହ ମିଶି ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ […]

  • Friday, 02 July 2021
ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ବାପା, ମାଅାଙ୍କ ପ୍ରେସମିଟ୍

ଫୁଲବାଣୀ: ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଭାଇରାଲ ଭିଡିଓ ଘଟଣାରେ ମୁହଁ ଖୋଲିଛନ୍ତି ଦେବେନ୍ଦ୍ରଙ୍କ ବାପା ମାଆ। ପୁଅର ରାଜନୈତିକ ଭବିଷ୍ୟତ ନଷ୍ଟ ପାଇଁ ଉଦ୍ୟମ କରାଯାଉଥିବା ନେଇ ଏକ ପ୍ରେସ୍‌ମିଟ୍‌ରେ ଉଭୟ ଅଭିଯୋଗ କରିଛନ୍ତି। ଭିଡିଓ ଡୁପ୍ଲିକେଟ କରାଯାଇ ଥାଇପାରେ, ତା’ସହ କିଛି ତୁଙ୍ଗ ବିଜେଡି ନେତାଙ୍କ ଏସବୁ ପ୍ରାୟୋଜିତ ଚାଲ୍ ବୋଲି ସେମାନେ କହିଛନ୍ତି। ଏହି ଭିଡିଓ ପାଇଁ ପରିବାରର ମାନହାନୀ ହୋଇଛି, ତେଣୁ ମାନବାଧିକାର କମିଶନକୁ ଯିବୁ ବୋଲି ସେମାନେ କହିଛନ୍ତି।  […]

  • Friday, 02 July 2021
ନିଲମ୍ବିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କ୍ଷୋଭ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କ୍ଷୋଭ। ତାଙ୍କ ଉପରୁ ନିଲମ୍ବନ ଅାଦେଶ ଉଠୁ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ହାଁସଦା। ସେ ଅାଦିବାସୀ ଅଞ୍ଚଳର ନେତା ହୋଇଥିବାରୁ ନିଲମ୍ବନ ଉଠୁନି। ତାଙ୍କ ପାଇଁ କେହି ନେତା ଲବି କରୁ ନାହାନ୍ତି। ତେବେ ଉପକୂଳିଅା ନେତା ହୋଇଥିଲେ ପରିସ୍ଥିତି ଅଲଗା ହୋଇଥାନ୍ତା ବୋଲି ଅଭିଯୋଗ ଅାଣିଛନ୍ତି ହାଁସଦା। ତାଙ୍କୁ ନିଲମ୍ବିତ କରାଯାଇଥିଲେ ବି କିଛି ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ନିଲମ୍ବନ କରାଯାଇ ନଥିବା କ୍ଷୋଭର ସହ କହିଛନ୍ତି […]

  • Friday, 02 July 2021
ବ୍ୟବଚ୍ଛେଦ ପାଇଁ ଟ୍ରଲିରେ ନିଅାଗଲା ମୃତଦେହ

କଳାହାଣ୍ଡି: ପୁଣି ମୃତଦେହକୁ ଅସମ୍ମାନ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଉଫେର ଗାଁରେ ଏଭଳି ଘଟଣା ନଜରକୁ ଅାସିଛି। ନଦୀରେ ଗାଧୋଉଥିବା ବେଳେ ମକରନ୍ଦ ମାଝି ନିଖୋଜ ହୋଇ ଯାଇଥିଲେ। ପରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକମାନେ ବହୁତ ଖୋଜାଖୋଜି ପରେ ମକରନ୍ଦଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ମୃତଦେହକୁ ଜବତ କରିଥିଲା। ହେଲେ ବ୍ୟବଚ୍ଛେଦ କେନ୍ଦ୍ରକୁ ନେବାକୁ କୌଣସି ବ୍ୟବସ୍ଥା କରି ନଥିଲା। ତେଣୁ ମକରନ୍ଦଙ୍କ ପୁଅ ଶ୍ରମିକମାନଙ୍କ ସହାୟତାରେ ଟ୍ରଲିରେ ୮କିଲୋମିଟର ଦୂରରେ […]

  • Friday, 02 July 2021
ବନ୍ୟା ସମୀକ୍ଷା ପରେ ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅାଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ନେଇ ଅାଲୋଚନା କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ବାବଦରେ ପ୍ରୌଢ଼ମାନଙ୍କୁ ଦୈନିକ ୬୦ଟଙ୍କା ଏବଂ ୧୨ ବର୍ଷରୁ କମ୍ ପିଲାଙ୍କୁ ଦୈନିକ ୪୫ ଟଙ୍କା ହିସାବରେ ରିଲିଫ୍ ମିଳିବ। ଗୃହପାଳିତ […]

  • Friday, 02 July 2021