• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ରୋଡ୍‌ ରୋମିଓକୁ ପିଟିଲେ ଯୁବତୀ

ଭୁବନେଶ୍ୱର: ମହଙ୍ଗା ପଡିଲା କମେଣ୍ଟ ମରା। ରୋଡ୍‌ ରୋମିଓକୁ ପିଟିଲେ ଯୁବତୀ। ଖବର ମୁତାବକ, ଖଣ୍ଡଗିରି ଜୟଦେବବାଟିକାରୁ ଘାଟିକିଅା ଅଭିମୁଖେ ଯୁବତୀ ଜଣଙ୍କ ଅାସୁଥିଲେ। ଏହି ସମୟରେ ଯୁବକ ଜଣଙ୍କ ତାଙ୍କୁ ପିଛା କରିବା ସହିତ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏମିତିକି ପିଛା କରି ଯୁବତୀଙ୍କ ଘର ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ହଇରାଣ ହରକତ କରୁଥିବାରୁ ଯୁବତୀ ଜଣଙ୍କ କିଛି ସ୍ଥାନୀୟ ଲୋକ ଓ ପଡୋଶୀଙ୍କୁ ଡାକି ଉକ୍ତ ଯୁବକକୁ ନିର୍ଧୁମ ପିଟିଥିଲେ। ତେବେ ଏନେଇ ଥାନାରେ […]

  • Friday, 02 July 2021
ଏଲ୍‌ପିଜି ଟ୍ୟାଙ୍କର୍‌ରୁ ଗ୍ୟାସ୍ ଲିକ୍‌, ଲୋକେ ଆତଙ୍କିତ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହାଳ ନିକଟରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍‌। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅାଖପାଖ ଅଂଚଳର ଲୋକେ ବି ଏହାକୁ ନେଇ ଭୟଭୀତ ହେବା ସହ ରାସ୍ତାର ଉଭୟ ପାଖରେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଗ୍ୟାସ୍ ଲିକେଜ୍‌କୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଗାଡ଼ି ନିକଟକୁ ନ ଯିବା ପାଇଁ […]

  • Friday, 02 July 2021
ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଶିକ୍ଷକଙ୍କ ଅାନ୍ଦୋଳନ ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ମଧ୍ୟ ସେ ଚିନ୍ତାପ୍ରକାଶ କରିଛନ୍ତି। ୨୩ ଦିନ ଧରି ଜାରି ରହିଛି ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ ସଂଘର ଅାନ୍ଦୋଳନ। ଏହି କାରଣରୁ ରାଜ୍ୟର ସବୁ ବ୍ଲକ୍‌ଗ୍ରାଣ୍ଟ୍ ସ୍କୁଲ, କଲେଜ ସହ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ ଠପ୍ ହୋଇପଡ଼ିଛି। […]

  • Friday, 02 July 2021
ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ
ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ

ଭୁବନେଶ୍ୱର : ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଥିବାରୁ କମିଶନ ନିଜେ କାର୍ଯ୍ୟକାଳ ବଢାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଥିବା କହିଥିଲେ ବିଜେପି ବିଧାୟକ ଦଳ ନେତା କେ.ଭି ସିଂଦେଓ। ଅନ୍ୟପଟେ ତଦନ୍ତ କମିଶନଙ୍କ ରିପୋର୍ଟ ମିଳିବା ପରେ ଏ ନେଇ ଅନୁଧ୍ୟାନ କରାଯିବ ବୋଲି କହିଥିଲେ ଅାଇନ ମନ୍ତ୍ରୀ ପ୍ରତାପ ଜେନା। ଏଥିସହ ରତ୍ନଭଣ୍ଡାର ସଂପତ୍ତି ଅନୁଧ୍ୟାନ କରାଯାଇ ୧୯୭୮ ମସିହାରେ ଗଚ୍ଛିତ ଅଳଙ୍କାର […]

  • Friday, 02 July 2021
ମେଡିକାଲରୁ ଡିସ୍‌ଚାର୍ଜ ହେଲା ଲୋମଶ ଶିଶୁ କାହ୍ନା
ମେଡିକାଲରୁ ଡିସ୍‌ଚାର୍ଜ ହେଲା ଲୋମଶ ଶିଶୁ କାହ୍ନା

ଗଞ୍ଜାମ : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୟାଗଣ୍ଡା ଗ୍ରାମର ଲୋମଶ ଶିଶୁ କାହ୍ନା ଏମ୍‌କେସିଜି ମେଡିକାଲରୁ ଡିସ୍‌ଚାର୍ଜ ହୋଇଛି। ପ୍ରଥମ ପର୍ଯ୍ୟାୟ ପ୍ଲାଷ୍ଟିକ୍ ସର୍ଜରୀର ମାସେ ପରେ ତାକୁ ଡିସ୍‌ଚାର୍ଜ କରାଯାଇଛି। କାହ୍ନା ମୁହଁର ବାମ ପାର୍ଶ୍ୱରେ ରହିଥିବା ଲୋମଶ ଚମଡ଼ା ଓ ଝୁଲି ରହିଥିବା ମାଂସ ପିଣ୍ଡୁଳାକୁ ଗତ ଜୁଲାଇ ୨୬ରେ ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ବାହାର କରାଯାଇଥିଲା। କିନ୍ତୁ ଏବେବି କାହ୍ନାର ଛାତିରେ ମାଂସ ପିଣ୍ଡୁଳା ରହିଛି। ଡିସ୍‌ଚାର୍ଜର ୧୫ ଦିନ ପରେ ଚେକ୍ଅପ୍ […]

  • Friday, 02 July 2021
ଓମ୍‌ଫେଡ୍ ମିଲ୍‌କ ପାଉଚ୍ ପଲିଥିନ କିଣାରେ ଦୁର୍ନୀତି ଅଭିଯୋଗ
ଓମ୍‌ଫେଡ୍ ମିଲ୍‌କ ପାଉଚ୍ ପଲିଥିନ କିଣାରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର : ଚାରା ପରେ ଅାଜି ଅାଉ ଏକ ଦୁର୍ନୀତି ଅଭିଯୋଗ ଅାଣିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଓମ୍‌ଫେଡ୍ ମିଲ୍‌କ ପାଉଚ୍ ପଲିଥିନ କିଣାରେ ୩୦ କୋଟିର ଦୁର୍ନୀତି ଅଭିଯୋଗ ଅାଣିଛନ୍ତି। ତତ୍କାଳୀନ ଓମ୍‌ଫେଡ୍‌ ଏମ୍‌ଡି ଭିଜିଲାନ୍ସ ତଦନ୍ତ ପାଇଁ ଲେଖିଥିଲେ। କିନ୍ତୁ ସରକାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ କହିଛନ୍ତି। ସେହିପରି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ଅାଣି ମନ୍ତ୍ରୀପଦ ଯିବାରେ ମହାରଥୀ ଅନ୍ୟତମ […]

  • Friday, 02 July 2021
ବିନା ଅନୁମତିରେ ଅନୁପସ୍ଥିତ ରହିଲେ ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ସେପଟେ ଶିକ୍ଷକଙ୍କୁ ସରକାର ନାଲିଆଖି ଦେଖାଇଛନ୍ତି । ବିନା ଅନୁମତିରେ ଅନୁପସ୍ଥିତ ଥିବା ଶିକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚୁକ୍ତି ନବୀକରଣ ନ କରିବାକୁ ମଧ୍ୟ ନର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀ ଏବଂ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ […]

  • Friday, 02 July 2021
ଲଗାଣ ବର୍ଷାକୁ ନେଇ ବିଏମ୍‌ସିର ତତ୍ପରତା

ଭୁବନେଶ୍ୱର: ଲଗାଣ ବର୍ଷାକୁ ନେଇ ବିଏମ୍‌ସିର ତତ୍ପରତା। ସ୍ଥିତି ଅନୁଧ୍ୟାନ ପାଇଁ ୬୭ଟି ଓ୍ୱାର୍ଡରେ ବିଏମ୍‌ସିର ୧୩ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ୪୦ ଇଞ୍ଜିନିୟରଙ୍କୁ ବିଏମ୍‌ସି ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ସହ ସ୍ୱତନ୍ତ୍ର ଅପରେସନ୍‌ ସେଣ୍ଟର ମଧ୍ୟ ଖୋଲାଯାଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‌ସିର କଣ୍ଟ୍ରୋଲ୍ ରୁମ୍ ନମ୍ବର ରହିଛି ୦୬୭୪ ୨୪୩୨୨୮୧। ସେହିପରି ବିଏମ୍‌ସି ଅପରେସନ୍‌ ସେଣ୍ଟର ନମ୍ବର ହେଉଛି ୧୮୦୦ ୩୪୫୦୦୬।

  • Friday, 02 July 2021
ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ପ୍ରେମ୍‌କୁମାର’

ଭୁବନେଶ୍ୱର: ଚଳିତ ବର୍ଷ ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ପ୍ରେମ୍‌କୁମାର-ସେଲ୍‌ସ୍‌ ମ୍ୟାନ ଅଫ୍ ଦ ଇୟର’। ଏହି ଫିଲ୍ମଟି ତରଙ୍ଗ ସିନେ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ହୋଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଏହାର ଅଡିଓ ରିଲିଜ୍‌ କରାଯାଇଛି। ଗତକାଲି ସଂଧ୍ୟାରେ ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହାର ଅଡିଓ ରିଲିଜ୍‌ କରାଯାଇଛି। ଅଡିଓ ରିଲିଜ୍‌ ବେଳେ ଫିଲ୍ମର ପୂରା ୟୁନିଟ୍‌ ଉପସ୍ଥିତ ଥିଲେ। ପ୍ରେମ୍ ଆନନ୍ଦ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା […]

  • Friday, 02 July 2021
ଗାନ୍ଧି ଜୟନ୍ତୀରୁ ନିଷେଧ ହେବ ପ୍ଲାଷ୍ଟିକ୍

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ୫ଟି ସହରରେ ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟାଗର ବ୍ୟବହାର ନିଷେଧ ହେବ। ଏହି କଟକଣା ଜାରି କରାଯିବା ପୂର୍ବରୁ ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଡ୍ରାଫ୍ଟ ରିପୋର୍ଟ ପ୍ରକାଶ ପାଇଛି । ସାଧାରଣ ଲୋକଙ୍କ ପାଇଁ ନିୟମାବଳୀ କ’ଣ ରହିବ, ସେ ନେଇ ଡ୍ରାଫ୍ଟ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଏହି ନୂଆ କଟକଣା ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ଦ୍ରବ୍ୟ ବିକ୍ରି, […]

  • Friday, 02 July 2021
ପ୍ରବଳ ଜୁଅାର ମାଡ଼ରେ ଅବକ୍ଷୟ ହେଉଛି ପୁରୀ ବେଳାଭୂମି

ପୁରୀ: ସମୁଦ୍ର ଜୁଆର ମାଡ଼ରେ କୂଳ ଲଙ୍ଘୁଛି, ଖିନ ଭିନ୍‌ ହୋଇଗଲାଣି ପୁରୀ ବେଳାଭୂମି। ସ୍ୱର୍ଗଦ୍ୱାର ବେଳାଭୂମିର ବି ସମଦଶା। ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଭୟଭୀତ କରିଛି ସମୁଦ୍ରର ଏଭଳି ଉଗ୍ରରୂପ। କାହିଁକି ସମୁଦ୍ରର ଏଭଳି ରୂପ, ଏହାର ଅନୁଧ୍ୟାନ କରିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଓସନ୍‌ ଟେକ୍ନୋଲୋଜିର ୨ଜଣ ବିଶେଷଜ୍ଞ। ଏମାନଙ୍କ ସହ ଆଇସିଜେଡଏମ୍‌ର ବୈଜ୍ଞାନିକ ଓ ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ମିଶାଇ ୪ଜଣିଆ ଟିମ ମଙ୍ଗଳାନଦୀ ମୁହାଣଠାରୁ ଲାଇଟହାଉସ ବେଳାଭୂମି ଓ ସ୍ୱର୍ଗଦ୍ୱାର […]

  • Friday, 02 July 2021
ବଦଳିବ କମିଶନ୍‌ରେଟ୍‌ ପୁଲିସର ଅଭ୍ୟର୍ଥନା ଡେସ୍କ୍‌ର କାର୍ଯ୍ୟଧାରା

ଭୁବନେଶ୍ୱର: ବଦଳିବ କମିଶନରେଟ ପୁଲିସର ଅଭ୍ୟର୍ଥନା ଡେସ୍କର କାର୍ଯଧାରା। ଥାନାକୁ ଗଲେ ଅଭ୍ୟର୍ଥନା ପାଇଁ କଫି ମିଳୁକି ନମିଳୁ ଥାନାରେ ରିପୋର୍ଟ କିନ୍ତୁ ଶୀଘ୍ର ରଖାଯିବ। ନା ଭାୟା ମିଡିଆର ଅାବଶ୍ୟକତା, ନା ରିପୋର୍ଟ ରଖିବାପାଇଁ କୌଣସି ଉପରିସ୍ଥ ବ୍ୟକ୍ତିଙ୍କ ସୁପାରିଶ, କିଛି ବି ଅାବଶ୍ୟକ ନାହିଁ। ଏଣିକି ଥାନାକୁ ରିପୋର୍ଟ ଦେବାକୁ ଅାସୁଥିବା ବ୍ୟକ୍ତିଙ୍କୁ ଅାଉ ବାରମ୍ବାର ଥାନା ଦୁଅାରକୁ ଦଉଡିବାକୁ ପଡିବନି। କେବଳ ନାଁ ଓ ଠିକଣା ରଖି ଦାୟିତ୍ୱ ସାରିଦେଉଥିବା ଅଭ୍ୟର୍ଥନା ଡେସ୍କ […]

  • Friday, 02 July 2021
ବାହାବା ନେବାକୁ ଯାଇ ସ୍କୁଲରେ ଭାଣ୍ଡିଆ ହେଲେ ତହସିଲଦାର

ନୀଳଗିରି: ବାହାବା ନେବାକୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ନୀଳଗିରି ତହସିଲଦାର। ହେଲେ ଠିକ୍ ସନ୍ଧିବିଛେଦକୁ ଭୁଲ ଦର୍ଶାଇ ଭାଣ୍ଡିଆ ହେଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଅାରେ ଭାଇରାଲ ହୋଇଛି। ଗତ ଅଗଷ୍ଟ ମାସ ୨୭ ତାରିଖ ଦିନ ନୀଳଗିରିର ଜାମୁନା ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ତହସିଲଦାର। ସେଠାରେ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢାଉଥିବା ବେଳେ ଅଞ୍ଚଳ ଶବ୍ଦର “ଞ୍ଚ “ର ସନ୍ଧିବିଚ୍ଛେଦ ନେଇ ଜଣେ ଛାତ୍ରୀଙ୍କୁ ପଚାରିଥିଲେ। ଛାତ୍ରୀ ଜଣଙ୍କ ଞ […]

  • Friday, 02 July 2021
ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା
ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା

ବାଲେଶ୍ୱର : ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା ବା ଅଶ୍ୱଖୁରାକୃତ୍ତି କଙ୍କଡା। ବାଲେଶ୍ୱରର ସମୁଦ୍ର ବେଳାଭୂମି ଓ ଖଣ୍ଡିଅା ନଦୀ ମୁହାଣରେ ଦେଖିବାକୁ ମିଳୁଥିବା ଏହି ବିରଳ ନୀଳରକ୍ତ କଙ୍କଡା ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଏହାର ପ୍ରମୁଖ କାରଣ ସଚେତନତାର ଅଭାବ ସହ ସମୁଦ୍ର ବେଳାଭୂମିର ପରିବର୍ତ୍ତନ ଏବଂ ମାଛମରା ଟ୍ରଲର । ଏହାବାଦ୍ ମାଛମରା ଜାଲରେ ପଡି ପ୍ରତ୍ୟେକ ଦିନ ଅନେକ କଙ୍କଡା ମରି ପଡୁଛନ୍ତି। ଯାହାକୁ ନେଇ ଚିନ୍ତା […]

  • Friday, 02 July 2021
ମାସ ମାସ ହେଲା ଜଳବନ୍ଦୀ ଜୀବନ
ମାସ ମାସ ହେଲା ଜଳବନ୍ଦୀ ଜୀବନ

ପୁରୀ : ରଥଯାତ୍ରା ଠାରୁ ଦୁଃଖ ଜର୍ଜରିତ ଅବସ୍ଥାରେ ଦିନ କାଟୁଛନ୍ତି ପୁରୀ ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡର ସୁଜାତାନଗର ଓ ମାଟିତୋଟା  ନମ୍ବର ଲେନ୍‌ର ଶହ ଶହ ପରିବାର। ଗତ ଶନିବାର ଦିନ ଓଟିଭି ଟିମ୍ ନିଜକୁ ସାମିଲ କରି ବାରମ୍ବାର ପ୍ରସାରଣ କରିବା ପରେ ପ୍ରଶାସନ ସୋମବାର ସାହାଯ୍ୟ ସହଯୋଗ ପାଇଁ ଅାଗେଇ ଅାସିଥିଲା। ପୁରା ସ୍ଥିତିକୁ ଅନୁଧ୍ୟାନ ପରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ନିଜେ ସିଡିଏମ୍ଓ ପାଣି ଭିତରେ […]

  • Friday, 02 July 2021
ମେଡିକାଲ ପରିସରରେ ଝଡ଼ା ଫୁଙ୍କା
ମେଡିକାଲ ପରିସରରେ ଝଡ଼ା ଫୁଙ୍କା

ଢେଙ୍କାନାଳ  : ଅାଧୁନିକ ଯୁଗରେ ବି ଚାଲିଛି ଝଡ଼ା ଫୁଙ୍କା ଚିକିତ୍ସା। ଡାକ୍ତର ଠାରୁ ଝଡ଼ା ଫୁଙ୍କା ଉପରେ ଲୋକଙ୍କ ଅଧିକ ବିଶ୍ୱାସ। ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ। ବାଇସିଙ୍ଗା ଗାଁର ସଂଜୟ ଦାସଙ୍କୁ ଗତକାଲି ସଂଧ୍ୟାରେ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରିଥିଲେ ମଧ୍ୟ ପରିବାର ଲୋକେ ପାଖ ଗାଁର ଜଣେ ଗୁଣିଅାଙ୍କୁ ଡାକି ଝଡ଼ା […]

  • Friday, 02 July 2021
ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର
ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର

ପୁରୀ  : ପୁରୀ ସହରର ବଡ଼ଡାକ୍ତରଖାନା ଛକ ନିକଟ ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର। ସଂପୃକ୍ତ ଯୁବକ ଜଣକ ମୂଷାନଈ ଅାଡକୁ ଯାଉଥିବାବେଳେ ଖସିପଡ଼ି ଡ୍ରେନ ଭିତରକୁ ଚାଲିଯାଇଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ । ଅାଉ ଦୀର୍ଘ ସମୟ ଧରି ଜାରି ରଖିଥିଲେ ଅପରେସନ୍। ଅକ୍ସିଜେନ୍ ସହ ଜଣେ ଅଗ୍ନିଶମ କର୍ମଚାରୀ ଡ୍ରେନ୍ ଭିତରକୁ ଯାଇ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଶରୀରରେ ଗଭୀର କ୍ଷତ ହୋଇଛି […]

  • Friday, 02 July 2021
ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ
ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ

ଭୁବନେଶ୍ୱର : ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ।  ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିବେ।  ୧୨ ହଜାର ୭୬୮ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ରହିଛି । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ, ଶିଳ୍ପ, କୃଷି ଅାଦି ଉପରେ ଗୁରୁତ୍ୱ ଦିଅାଯାଇପାରେ। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ଘୋଷଣା କରିଥିଲେ ମଧ୍ୟ ଏଥିପାଇଁ ବ୍ୟୟବରାଦ ହୋଇନଥିଲା। ଅାଜିର ଅତିରିକ୍ତ ବଜେଟରେ ଏନେଇ […]

  • Friday, 02 July 2021
ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି
ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ସମ୍ବଲପୁର : ଜୋରଧରିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି। ଅାଜିଠାରୁ ସମ୍ବଲପୁର ଓକିଲ ସଂଘ ପୁଣି ଥରେ ଅାନ୍ଦୋଳନକୁ ଓହ୍ଲାଉଛି। ବିଧାନସଭା ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି ନିଅାଯାଇଛି। ସମ୍ବଲପୁର ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଅାଯାଇଛି। ଅାସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ ରାଜସ୍ୱ ଅଫିସ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଅାଯାଇଥିବା ବେଳେ ଅାଜିଠାରୁ କୋର୍ଟ ବନ୍ଦ କରାଯାଉଛି। ସେହିପରି ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ନେଲସନ […]

  • Friday, 02 July 2021
ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ
ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ

ଭୁବନେଶ୍ୱର : ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ତାସହ ଅାସନ୍ତାକାଲିଠାରୁ ଏକକାଳୀନ ସବୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ ଦାବିରେ ରାଜଧାନୀର ରାଜରାସ୍ତାରେ ଅାଜିକୁ ୨୧ ଦିନ ହେଲା ଅହୋରାତ୍ର ଅାନ୍ଦୋଳନ ଚାଲିଛି। ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଶିକ୍ଷକ-କର୍ମଚାରୀ ମିଳିତ […]

  • Friday, 02 July 2021
କୋଲକାତାରେ ଭୁଶୁଡ଼ିଲା ପୁରୁଣା ଫ୍ଲାଏ ଓଭର
କୋଲକାତାରେ ଭୁଶୁଡ଼ିଲା ପୁରୁଣା ଫ୍ଲାଏ ଓଭର

କୋଲକାତା : କୋଲକାତାରେ ଭୁଶୁଡ଼ି ପଡ଼ିଲା ପୁରୁଣା ଫ୍ଲାଏ ଓଭର। ଦକ୍ଷିଣ କୋଲକାତାର ଅାଲିପୁର ମାଜରହାଟ ଅଞ୍ଚଳରେ ଥିବା ୪୦ ବର୍ଷର ଏକ ପୁରୁଣା ପୋଲ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳରୁ ୯ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଅାଉ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ରହିଥିବା ଅାଶଙ୍କା କରାଯାଉଛି। ବ୍ରିଜର ଏକ ବିରାଟ ଅଂଶ ତଳେ ଥିବା ରେଳ ଧାରଣା ଉପରେ ଖସି ପଡ଼ିଥିଲା। ଫଳରେ ସେହି […]

  • Friday, 02 July 2021
ଅାଇନକୁ ଅଣଦେଖା କରୁଛନ୍ତି ଅାଇନ ପ୍ରଣେତା
ଅାଇନକୁ ଅଣଦେଖା କରୁଛନ୍ତି ଅାଇନ ପ୍ରଣେତା

ଭୁବନେଶ୍ୱର : ଅାଇନ ତିଅାରି କରୁଥିବା ଜନ ପ୍ରତିନିଧିଙ୍କର ଅାଇନ ପ୍ରତି ଅବଜ୍ଞା। ସମ୍ପତ୍ତି ତାଲିକା ଘୋଷଣା କରୁ ନାହାନ୍ତି ସାଂସଦ। ସୂଚନା ଅଧିକାର ଅାଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଷୋଡ଼ଶ ଲୋକସଭାରେ ୬୧ ଜଣ ସାଂସଦ ଏ ଯାଏଁ ବାଚସ୍ପତିଙ୍କ ନିକଟରେ ନିଜ ସଂପତ୍ତି ତାଲିକା ଦାଖଲ କରି ନାହାନ୍ତି। ସେହିଭଳି ରାଜ୍ୟସଭାର ବି ୨୯ ସାଂସଦଙ୍କର ନାଁ ରହିଛି ଏହି ଖିଲାପୀ ତାଲିକାରେ। ଡିକ୍ଲାରେସନ ଅଫ୍ ଅାସେଟ୍ସ ଅାଣ୍ଡ୍ ଲ୍ୟାବିଲିଟିଜ୍ ରୁଲ୍‌ସ୍ ୨୦୦୪ […]

  • Friday, 02 July 2021
ହାତୀଙ୍କ ଅାତଙ୍କରାଜ
ହାତୀଙ୍କ ଅାତଙ୍କରାଜ

କେନ୍ଦୁଝର  : କେନ୍ଦୁଝର ବନଖଣ୍ଡରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଷଣରେ ୧୬୦ରୁ ଉର୍ଦ୍ଧ୍ୱ ହାତୀ ଅାସି କେନ୍ଦୁଝର ବନଖଣ୍ଡରେ ଅାତଙ୍କରାଜ ଚଳାଇଛନ୍ତି। ସେ ମଧ୍ୟରୁ ଚମ୍ପୁଅା ରେଞ୍ଜରେ ୬୮ଟି ହାତୀ ଅଛନ୍ତି । ମାଲଦା, ଦୁବୁନା, ମିରିଗିସିଂଗା, ଟୁନଟୁନା ଅାଦି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଜନବସତି ଅାଡକୁ ମାଡ଼ି ଅାସୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ସେପଟେ ହାତୀ ଘଉଡ଼ାଇବା ଲାଗି ବନ ବିଭାଗ ପକ୍ଷରୁ ୧୬ଟି ସ୍କ୍ୱାଡ […]

  • Friday, 02 July 2021
ପୁଣି ଖୋଲିଲା JK ପେପର ମିଲ୍
ପୁଣି ଖୋଲିଲା JK ପେପର ମିଲ୍

ରାୟଗଡ଼ା  : ଖୋଲିଲା ରାୟଗଡ଼ା ଜିଲ୍ଲାର JK ପେପର ମିଲ୍ । କିଛି ସମୟ ତଳେ କମ୍ପାନୀ କର୍ତ୍ତୃପକ୍ଷ କାରଖାନାର ତାଲା ଖୋଲିଛନ୍ତି।  ଅାନ୍ଦୋଳନ ପ୍ରତ୍ୟାହାର ପାଇଁ ଶ୍ରମିକ ସଂଘର ନିଷ୍ପତ୍ତି ପରେ କାରଖାନାର ତାଲା ଖୋଲିଛି। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ତ୍ରିପାକ୍ଷିକ ଅାଲୋଚନା ପରେ ସାମାଧାନର ବାଟ ଫିଟିଥିଲା। ଜିଲ୍ଳାପାଳ ଗୁହା ପୁନମ ତାପସ କୁମାର, ଏସପି ରାହୁଲ ପିଅାର, ଏଡିଏମ, ଡେପୁଟି ଶ୍ରମ କମିଶନର ଠିକା କର୍ମଚାରୀ ସଂଘ ଓ […]

  • Friday, 02 July 2021
କଟକ ଓକିଲ-ପୁଲିସ୍ ଗଣ୍ଡଗୋଳ
କଟକ ଓକିଲ-ପୁଲିସ୍ ଗଣ୍ଡଗୋଳ

କଟକ : କଟକର ଅାଇନଜୀବୀ-ପୁଲିସ ଗଣ୍ଡଗୋଳର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଡିଏସ୍‌ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ। କଟକ ହାଇକୋର୍ଟର ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗ ପରେ ଲଙ୍କାକାଣ୍ଡ ହୋଇଥିଲା। ଏକ ଭ୍ୟାନକୁ ମଧ୍ୟ ପୋଡ଼ି ଦିଅାଯାଇଥିଲା। ସେହି ଘଟଣା ପରଠାରୁ ଓକିଲ ସଂଘର କାର୍ଯ୍ୟବନ୍ଦ ଅାନ୍ଦୋଳନ ଜାରି ରହିଛି।  ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ଗିରଫ ଦାବି କରାଯାଇଛି। ଏହି ଘଟଣାରେ ୩ ଜଣ […]

  • Friday, 02 July 2021