ଗଜା ହୋଇଥିବା ମୁଗ, ବୁଟ ଇତ୍ୟାଦି ଆମେ ଖାଇଥାଉ। ଏହା ପାଟିକୁ ଭଲ ଲାଗିବା ସହ ଆମ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ। ତେବେ ଆପଣ ଗଜା ଗହମ ଖାଇଛନ୍ତି କି? ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ। ଗଜା ଗହମର ଉପକାରିତା ନେଇ ଏବେ ମଧ୍ୟ ଗବେଷଣା ଜାରି ରହିଛି। ଗଜା ଗହମ ଖାଇବାର ଲାଭ ୧. ଗଜା ଗହମରେ ପ୍ରଚୁର ମାତ୍ରାରେ ଭିଟାମିନ୍ E ରହିଥାଏ। ଏହା […]
କୋରାପୁଟ: ଜୟପୁର ରାଜନଅର ଛକରେ ସଂଘବଦ୍ଧ ଭାବେ ବାପ, ପୁଅଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିରେ ଆହତ ହୋଇଥିବା ଯୁବକ ଜଣକ ହେଲେ ସନ୍ତୋଷ ନାୟକ। ତାଙ୍କ ଅଣ୍ଟା ଏବଂ ପିଠିରେ ଗୁଳି ବାଜିଥିବା ବେଳେ ତାଙ୍କ ବାପାଙ୍କୁ ମଧ୍ୟ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟ ବାପ,ପୁଅଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିକାଶ ପାତ୍ର ନାମକ ଜଣେ ଯୁବକ ଗୁଳିମାଡ଼ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍ ସିଜ୍ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ସଚେତନ ନାଗରିକମାନେ ଆଳି ଡାକବଙ୍ଗଳା ନିକଟରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ବୈଜୟନ୍ତଙ୍କୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବାରମ୍ବାର ହଇରାଣ କରାଯିବାକୁ ସେମାନେ ବିରୋଧ କରିଛନ୍ତି। ତେବେ ଏ ନେଇ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
କଟକ: କଟକରେ ଓକିଲଙ୍କୁ ପୁଲିସ୍ର ଆକ୍ରମଣ ଅଭିଯୋଗ ମାମଲାରେ ଆନ୍ଦୋଳନ ତୀବ୍ର ହୋଇଛି। କଟକର ସବୁ ସରକାରୀ ଅଫିସ ଆଗରେ ଓକିଲମାନେ ଧାରଣା ଦେବା ସହ ପିକେଟିଂ କରି କାହାକୁ ଅଫିସ ଭିତରକୁ ଛାଡୁ ନାହାନ୍ତି। କଟକର ସବୁ ଅଦାଲତରେ କାମ ଠପ୍ ହୋଇଯାଇଛି। ଏହା ସହିତ ଆର୍ଡିସି, ଜିଲ୍ଲାପାଳ, ଡିଆରଡିଏ ସହିତ ବିଭିନ୍ନ ଅଫିସରେ କାମ ପୂରାପୁରି ବନ୍ଦ ରହିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ […]
ଭୁବନେଶ୍ୱର: ଉପାସରେ ଛାତ୍ରଛାତ୍ରୀ। ଭୁବନେଶ୍ୱର ଘାଟିକିଆ କଳିଙ୍ଗନଗରରେ ଥିବା ଅର୍ବାନ ହଷ୍ଟେଲର ୩୦୦ଜଣ ଛାତ୍ର। ଗତକାଲି ରାତିରୁ ଖାଡ଼ା ଉପାସ ରହିଛନ୍ତି ଏହି ଛାତ୍ରମାନେ। କାଲିଠାରୁ କ୍ୟାଣ୍ଟିନ ବନ୍ଦ ଥିବାରୁ କିଛି ନ ଖାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଏହି ଛାତ୍ର। କ୍ୟାଣ୍ଟିନ୍ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବା ପରେ ପିଲାଙ୍କୁ ଏପରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ହଷ୍ଟେଲରେ ୩୦୦ ଆଦିବାସୀ ଛାତ୍ର ରହି ବିଜେବି, ମହର୍ଷି ଓ ରାଜଧାନୀ କଲେଜରେ ପାଠ […]
ଗଞ୍ଜାମ: ଘର କାମଠାରୁ ଆରମ୍ଭ କରି ବିମାନ ଉଡାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳା ବି ପୁରୁଷଙ୍କ ଭଳି ସମସ୍ତ କାର୍ଯ୍ୟ କରିପାରନ୍ତି। ଏହି କଥାକୁ ଗଞ୍ଜାମ ଆସିକା ଅଞ୍ଚଳର ଝିଲ୍ଲୀ ସ୍ୱାଇଁ ପ୍ରମାଣ କରି ଦେଖାଇଛନ୍ତି। ସେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ବ୍ୟବହାର ପାଇଁ ସମସ୍ତ ଯାତ୍ରୀ ତାଙ୍କ ଅଟୋକୁ ହିଁ ଅପେକ୍ଷା କରି ରହିଥାନ୍ତି। ନାଁ ତାଙ୍କର ଝିଲ୍ଲୀ ସ୍ୱାଇଁ। ମହିଳା ହେଲେ ବି ସେ ଅଟୋ ଚଳାଇବାରେ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶ୍ରୀରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୫ଟି ପରିବାରର ୫ବଖରାରୁ ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ଫୋନ୍ କରାଯାଇଥିଲେ ମଧ୍ୟ ଦମକଳ ଗାଡ଼ି ଆସି ନ ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବାରୁ ସେମାନେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। […]
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ର ହାତାହାତି ହୋଇଛନ୍ତି। ରାଜନୀତି ବିଜ୍ଞାନ ବିଭାଗର ଜଣେ ପ୍ରଫେସର ଓ ଜଣେ ଏମ୍ଫିଲ୍ ଛାତ୍ରଙ୍କ ମଧ୍ୟରେ ମାର୍ପିଟ୍ ଓ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। କ୍ୟାମ୍ପସ୍ରେ ପୁଲିସ୍ ମୁତୟନ କରାଯାଇଛି। ଛାତ୍ର ଜଣଙ୍କ କହିଛନ୍ତି,“ମୁଁ ଛିଡ଼ା ହୋଇଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର କୁଜୁର ମୋତେ ନିଜ ପ୍ରକୋଷ୍ଠକୁ […]
ଭୁବନେଶ୍ୱର: ପୁଣି ବାଣୀବିହାର ଅଶାନ୍ତ। ଦୀର୍ଘ ଦିନ ଧରି ଶାନ୍ତ ରହିଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଉତ୍ତେଜନା ଦେଖାଦେଇଛି। ଦୁଇ ଛାତ୍ର ଗୋଷ୍ଠୀ ଓ ପୁଲିସ୍ ମଧ୍ୟରେ ମାରପିଟ୍ ଏବଂ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ପୁଲିସ୍ ୨ଜଣ ଅଣଛାତ୍ରଙ୍କୁ ଅଟକ ରଖିବା ସହ କ୍ୟାମ୍ପସରେ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ, ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଫାର୍ମାସି ବିଭାଗର ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ […]
ପୁରୀ: ନାଳକୁ ଖସି ପଡ଼ିଲା ବୋଲେରୋ। ପୁରୀ ଜଗନ୍ନାଥ ସଡ଼କରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୁକଳ ନିକଟସ୍ଥ ଭାଇଲିପୁର ଠାରେ ବୋଲେରୋ ନାଳକୁ ଖସି ପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଜରଡ଼ା ଥାନା ଲାଲକମଙ୍ଗ ଗାଁର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ କେ. କ୍ରିଷ୍ଣା(୫୦), ଜଗଦୀଶ୍(୪୦), […]
ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଅଗ୍ନିଶମ କର୍ମଚାରୀ ସଂଘ। ଓଡ଼ିଶା ପୁଲିସ୍ କର୍ମଚାରୀଙ୍କ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ନେଇଥିବା କର୍ମଚାରୀଙ୍କୁ ତୁରନ୍ତ ପେନ୍ସନ୍ ପ୍ରଦାନ ଓ ଫାୟାର୍ ମ୍ୟାନ୍ ହାବିଲ୍ଦାର ସଂଘର ପଞ୍ଜିକରଣ ଆଦି ଦାବି କରି ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏଥିରେ ରାଜ୍ୟର ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହୋଇଛନ୍ତି। ଅନ୍ୟପଟେ ଆନ୍ଦୋଳନରୁ ଓହରିବାକୁ କଟକ ଫାୟାର୍ […]
ବଲାଙ୍ଗିର: ଫେରିଲା ଚକଡ଼ା ପୋକ। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍ର କେତେକ ଅଞ୍ଚଳରେ ପୁଣି ଦାଉ ସାଧୁଛି ଚକଡ଼ା ପୋକ। ଫଳରେ କ୍ଷତିଗ୍ରସ୍ତ ଧାନଗଛକୁ ଧରି ଚାଷୀମାନେ ପ୍ରତିକାର ପାଇଁ କୃଷି ଅଧିକାରୀଙ୍କୁ ଗୁହାରି କରିଛନ୍ତି। ତେବେ କେବଳ ଔଷଧ ଲେଖିଦେଇ ତୁନି ପଡ଼ିଛି ବିଭାଗ। ପଢ଼ନ୍ତୁ ବଲାଙ୍ଗିର ଜିଲ୍ଳାରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। ଏଥର ଭଲ ବର୍ଷା ହୋଇଥିବାରୁ ଫସଲ ଭଲ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। କିନ୍ତୁ ଧାନ କ୍ଷେତ ପାଖକୁ ଯାଇ […]
ଭୁବନେଶ୍ୱର: ଚିଲିକାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗରେ ଦିଲ୍ଲୀ DGCAକୁ ଯାଇ ତଥ୍ୟ ପ୍ରଦାନ କରିଛନ୍ତି ବୈଜୟନ୍ତ। DGCAରୁ ବାହାରିବା ପରେ ବୈଜୟନ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି, DGCA ଯାହା ତଥ୍ୟ ମାଗିଲେ ତାଙ୍କୁ ପ୍ରଦାନ କରିଛି। ମୋ ପ୍ରତି ଅାସିଥିବା ଅଭିଯୋଗ ମିଥ୍ୟା, ଯାହାକୁ ୫ଥର ବଦଳାଯାଇଛି ବୋଲି କହିଛନ୍ତି ବୈଜୟନ୍ତ। ମୁଁ ଲୋକମାନଙ୍କ ସହ ଜଡ଼ିତ ରହି ବିିଭିନ୍ନ ସ୍ଥାନ ବୁଲୁଥିବାରୁ ଏପରି ଅଭିଯୋଗ ଅଣାଯାଇଛି ବୋଲି […]