• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ
ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ

ଗଞ୍ଜାମ: ରାସ୍ତା ନଥିବାରୁ ପୁଣି ଖଟରେ ବୁହାହେଲେ ଗର୍ଭବତୀ। ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତର ଜଣେ ଗର୍ଭବତୀ ପ୍ରସବ କଷ୍ଟ ହେବା ପରେ ପରିବାର ପକ୍ଷରୁ ୧୦୨ଅାମ୍ବୁଲାନସକୁ ଖବର ଦେଇଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ଅାମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରିବାରୁ ଗର୍ଭବତୀଙ୍କୁ ଖଟରେ ବୋହି ଅାମ୍ବୁଲାନ୍ସ ନିକଟକୁ ନିଅାଯାଇଥିଲା। ପରେ ଗର୍ଭବତୀଙ୍କୁ ଭଂଜନଗର ମେଡିକାଲକୁ ନିଅାଯାଇଥିଲା। ସେଠାରେ ସେ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ମା ଓ ଦୁଇ ଶିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ […]

  • Friday, 02 July 2021
ମାଛ ମାରିବାକୁ ଯାଇଥିଲେ; ଆଉ ଫେରିଲେନି, ମିଳିଲା ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବଣିଆହୁଡ଼ି ଗାଁରେ ଦୁଇଜଣ ଯୁବକ ଗତକାଲି କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ସଞ୍ଜୟ ଜେନା ଓ ସରୋଜ ଜେନା। ସେମାନେ ଦୁଇ ଭାଇ ବୋଲି ଜଣାପଡ଼ିଛି। ଗତକାଲି ସଞ୍ଜୟ ଓ ସରୋଜ ଏକ କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳି ନ […]

  • Friday, 02 July 2021
ଇଡ୍‌ଲିରେ ପ୍ରସ୍ତୁତ କରନ୍ତୁ ଏହି ନୂଆ ସ୍ୱାଦିଷ୍ଟ ବ୍ୟଞ୍ଜନ

ଭେଜ୍‌ ମଞ୍ଚୁରିଆନ୍‌, କୋବି ମଞ୍ଚୁରିଆନ୍‌ ତ ଆମେ ସବୁବେଳେ ଖାଇଥାଉ। କିନ୍ତୁ କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି? ସାଧାରଣତଃ ଇଡ୍‌ଲି ସହ ଆମେ କିଛି ତରକାରୀ ଖାଇଥାଉ। ନ ହେଲେ ଏହା ଖାଇବାକୁ ଭଲ ଲାଗିନଥାଏ। ଯଦି ଆପଣ ଘରେ ଇଡ୍‌ଲି ପ୍ରସ୍ତୁତ କରିଛନ୍ତି ଓ ଖାଇସାରିବା ପରେ କିଛି ବଳି ପଡ଼ିଛି ତା ହେଲେ ସେଥିରେ ଇଡ୍‌ଲିର ଏକ ନୂଆ ଆଇଟମ୍‌ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରନ୍ତୁ। ଜାଣନ୍ତୁ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରିବା […]

  • Friday, 02 July 2021
ଛିଣ୍ଡି ପଡ଼ିଲା ବିଦ୍ୟୁତ୍ ତାର; ଅଟକିଲା ଟ୍ରେନ୍‌

ରାୟଗଡ଼ା: କୋରାପୁଟର ଭାଲୁମୁସ୍କା-ଲିଲିଗୁମା ମଧ୍ୟରେ ଥିବାର ରେଲୱେ ଲାଇନ୍‌ ଉପରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଏଥିଯୋଗୁଁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି। ଟିକିରିରେ ବିଶାଖାପାଟଣା-କୋରାପୁଟ ଡିଏମ୍‌ୟୁ ଅଟକି ରହିଛି। ସେହିପରି ଭାଲୁମୁସ୍କାରେ ରାଉରକେଲା ଏକ୍ସପ୍ରେସ୍ ଅଟକି ରହିଥିବା ବେଳେ ଶିକରପାଇ ନିକଟରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଅଟକି ରହିଛି। ଟେକ୍ନିସିଆନ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମରାମତି ଜାରି ରଖିଛନ୍ତି।

  • Friday, 02 July 2021
ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ
ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ବାଲେଶ୍ୱର  : ପୋଖରୀରେ ଗାଧୋଉଥିବା ବେଳେ ଦୁଇ ଜଣ ଝିଅ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ନୀଳଗିରି କାହାଳିଆ ଗାଁରେ ଏହି ଅଘଟଣ ଘଟିଛି। ଦୁଇ ମୃତକଙ୍କ ବୟସ ୧୨ ଏବଂ ୧୦ ବର୍ଷ ହେବ ବୋଲି ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ।

  • Friday, 02 July 2021
ଦିଲ୍ଲୀ ଫେରିଗଲେ ଅାମିକସ୍‌କ୍ୟୁରୀ
ଦିଲ୍ଲୀ ଫେରିଗଲେ ଅାମିକସ୍‌କ୍ୟୁରୀ

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାର ଭଲ ହେବା ଜରୁରୀ । ଅାଚାର, ବ୍ୟବହାର ଏବଂ ସମୟାନୁବର୍ତ୍ତିତା ଉପରେ ଧ୍ୟାନ ଦେବାକୁ ପଡ଼ିବ । ଅାଜି ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ସୁପ୍ରିମକୋର୍ଟଙ୍କ ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ । ଦିଲ୍ଲୀ ଫେରିବା ପୂର୍ବରୁ ଭୁବନେଶ୍ୱର ବିମାନ ମନ୍ଦରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ସଂସ୍କାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ମୁଖ୍ୟତଃ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇଛନ୍ତି ଅାମିକସ୍‌କ୍ୟୁରୀ […]

  • Friday, 02 July 2021
ଶ୍ରୀମନ୍ଦିର ସୁରକ୍ଷାର ହେବ ଯାଞ୍ଚ
ଶ୍ରୀମନ୍ଦିର ସୁରକ୍ଷାର ହେବ ଯାଞ୍ଚ

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ କରିବେ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ-NSG । ଅାଜି NSGର ତିନି ଜଣିଅା ଟିମ୍ ଏନେଇ ପୁରୀ ଅାସିବେ । କାଲି ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ଏନ୍ଏସ୍‌ଜିଟିମ୍  ଯାଞ୍ଚ କରିବେ । ମିଳିଥିବା ସୂଚନା ମୁତାବକ ମନ୍ଦିର ଭିତର ସୁରକ୍ଷାକୁ ନେଇ ମୁଖତଃ ଯାଞ୍ଚ କରିବେ ଟିମ୍ । ଏନେଇ ଅାଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଅାଯାଇଛି । ୨୦୧୭ ଅଗଷ୍ଟ ମାସରେ ମଧ୍ୟ […]

  • Friday, 02 July 2021
ଜନବସତି ମଧ୍ୟକୁ ପଶି ଅାସିଛନ୍ତି ହାତୀ ପଲ
ଜନବସତି ମଧ୍ୟକୁ ପଶି ଅାସିଛନ୍ତି ହାତୀ ପଲ

କୋରାପୁଟ : ଜନବସତି ମଧ୍ୟକୁ ପଶି ଅାସିଛନ୍ତି ହାତୀ ପଲ । ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ କରିଛନ୍ତି ହାତୀ । ଏପରି କିଛି ଘଟଣା ଏବେ ଦେଖିବାକୁ ମିଳିଛି କୋରାପୁଟ ବନାଞ୍ଚଳ ନାରାୟଣପାଟଣା ଅାଲମଣ୍ଡା ସେକ୍ସନ୍‌ରେ । ଭଦ୍ରାପାଲ୍ଲୀ ନିକଟ ଗାଁରେ ୭ ଜଣିଅା ହାତୀ ପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ପଡ଼ୋଶୀ ରାଜ୍ୟରୁ ହାତୀ ପଲକୁ ଘଉଡ଼ାଇବା ଯୋଗୁଁ ସେମାନେ ଓଡ଼ିଶାରେ ପଶିଥିବା ଅଭିଯୋଗ ହୋଇଛି […]

  • Friday, 02 July 2021
ବ୍ରହ୍ମପୁର MKCGରୁ ଚୋରି ଶିଶୁ କନ୍ୟା ଉଦ୍ଧାର
ବ୍ରହ୍ମପୁର MKCGରୁ ଚୋରି ଶିଶୁ କନ୍ୟା ଉଦ୍ଧାର

ବ୍ରହ୍ମପୁର  : ବ୍ରହ୍ମପୁର MKCGରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ଗୋଳନ୍ଥରା ଥାନା କନିସି ଗାଁରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଛି ପୁଲିସ।  ଶିଶୁ କନ୍ୟା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଗତକାଲି ପ୍ରସବ ପରେ ୱାର୍ଡ ଭିତରୁ ନବଜାତ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଟୀକା ଦେବାକୁ କହି ନବଜାତକକୁ ନେଇ ଜଣେ ମହିଳା […]

  • Friday, 02 July 2021
ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ
ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ

ବଲାଙ୍ଗିର  : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଗଣେଶ ବିସର୍ଜନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅାହତ ହୋଇଛନ୍ତି।  ଅାହତଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟିଟିଲାଗଡ଼ ବଜାରର ଶାସ୍ତ୍ରୀ ଛକରେ ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମୃତକ ହେଲେ ଅାଦିବାସୀ ପଡ଼ାର ବୁଲୁ ହାତୀ ଓ ଅାହତ ଯୁବକ ହେଲେ ରୋହିତ ବାଗ୍। ଏହି ମାମଲାରେ ପୁଲିସ ଜଣେ […]

  • Friday, 02 July 2021
ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ
ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ରେ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପ୍ରତିବାଦ ଜୋର ଧରୁଛି। ଅଭିଯୁକ୍ତକୁ ଫାଶୀ ଓ ସ୍ଥାନୀୟ ଅଞ୍ଚଳରେ ମଦ ଦୋକାନ ବନ୍ଦ ସହ କ୍ଷତିପୂରଣ ଦାବିରେ ଲୋକେ କୋଟଗଡ଼ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ଫଳରେ କନ୍ଧମାଳ ଓ ରାୟଗଡା ଜିଲ୍ଲାକୁ ଯାତାୟତ ବନ୍ଦ ରହିଛି। ସୂଚନା ଅନୁସାରେ ଗତକାଲି ସକାଳେ ସ୍କୁଲରୁ ଫେରି ନାବାଳିକା ଶୌଚ ହେବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକ ଥାନାରେ ଏତଲା […]

  • Friday, 02 July 2021
କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଡେଙ୍ଗୁ ଆତଙ୍କ
କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଡେଙ୍ଗୁ ଆତଙ୍କ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ୧୫ ଦିନ ମଧ୍ୟରେ ଆଲମଣ୍ଡା ଗ୍ରାମର ୧୦ରୁ ଅଧିକ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପିଲାଙ୍କଠୁ ଆରମ୍ଭ କରି ବୁଢ଼ାବୁଢ଼ୀ ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗାଁରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ପରୀକ୍ଷା ପାଇଁ କୌଣସି ସୁବିଧା ନଥିବାରୁ ଓଡ଼ିଶା ଆନ୍ଧ୍ର ସୀମାବର୍ତ୍ତୀ ପାର୍ବତୀପୁରମ୍‌କୁ ଗାଁ ଲୋକେ ଚିକିତ୍ସା ପାଇଁ […]

  • Friday, 02 July 2021
ବାଘୁଣୀ ସହ ମୁହାଁମୁହିଁ ହେଲେ ବନବିଭାଗ ଟିମ୍
ବାଘୁଣୀ ସହ ମୁହାଁମୁହିଁ ହେଲେ ବନବିଭାଗ ଟିମ୍

ଅନୁଗୋଳ  : ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବନଖଣ୍ଡରେ ଏବେ ବାଘୁଣୀ ସୁନ୍ଦରୀ ଥିବା ସୂଚନା।  ବନବିଭାଗ ଟିମ୍ ବାଘୁଣୀକୁ ଘଞ୍ଚ ଜଙ୍ଗଲକୁ ଘଉଡାଇବା ଉଦ୍ଦେଶ୍ୟରେ ମନିଟରିଂ କରୁଥିବା ବେଳେ ବାଘୁଣୀ ସହ ମୁହାଁମୁହିଁ ହୋଇଥିଲେ । କିଛି ଦିନ ପୂର୍ବେ ଅାଠମଲ୍ଲିକ ବନଖଣ୍ଡ ଲେହେଡି ଗାଁରେ ବାଘୁଣୀ ଅାକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା।  ତେଣୁ ବନବିଭାଗ କର୍ମଚାରୀ ଓ ଅଧିକାରୀ କିଭଳି ସୁନ୍ଦରୀକୁ ଘଞ୍ଚ […]

  • Friday, 02 July 2021
ସାମୁଦ୍ରିକ ଝଡ଼ ‘ଡାଏ’ ପ୍ରଭାବରେ ୩ ଜିଲ୍ଲାରେ ବନ୍ୟା ପରିସ୍ଥିତି
ସାମୁଦ୍ରିକ ଝଡ଼ ‘ଡାଏ’ ପ୍ରଭାବରେ ୩ ଜିଲ୍ଲାରେ ବନ୍ୟା ପରିସ୍ଥିତି

ମାଲକାନଗିରି: ସାମୁଦ୍ରିକ ଝଡ଼ ‘ଡାଏ’ ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁ ମାଲକାନଗିରି, ବାଲେଶ୍ୱର ଓ ମୟୂରଭଂଜର ଅନେକ ବ୍ଲକ ପ୍ରଭାବିତ ହୋଇଛି। ମାଲକାନଗିରିରେ ୫ଟି ବ୍ଲକ ପ୍ରଭାବିତ ହୋଇଛି। ମାଲକାନଗିରି, କାଲିମେଳା, କୋରକୋଣ୍ଡା, ପଡ଼ିଆ ଏବଂ ଚିତ୍ରକୋଣ୍ଡା ବ୍ଲକର ୧୩ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ୪୪ଟି ଗାଁର ପ୍ରାୟ ୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ବନ୍ୟା ପାଣିରେ ୪୧୨ଟି ଘର ଭାଙ୍ଗିଛି। ସେହିପରି ବାଲେଶ୍ୱରରେ ନୀଳଗିରି, ବାହାନଗା, […]

  • Friday, 02 July 2021
ଅାନ୍ଦୋଳନ କୋହଳ କଲା ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ
ଅାନ୍ଦୋଳନ କୋହଳ କଲା ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ୱର : ଅାନ୍ଦୋଳନ କୋହଳ କଲା ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ। ଅାସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଅାନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି।  କଳାବ୍ୟାଜ୍ ପିନ୍ଧି ସ୍କୁଲରେ ପାଠ ପଢ଼ାଇବେ ଶିକ୍ଷକ । କିନ୍ତୁ ଭୁବନେଶ୍ୱରରେ ଅାନ୍ଦୋଳନ ଜାରି ରହିବ। ଦୈନିକ ୨ଟି ଜିଲ୍ଲାର ଶିକ୍ଷକ ଅାସି ଅାନ୍ଦୋଳନ କରିବେ। ଗାନ୍ଧି ଜୟନ୍ତୀ ଦିନ ସବୁ ଜିଲ୍ଲାପାଳଙ୍କ ଅଫିସ ଅାଗରେ ଧାରଣା ଦିଅାଯିବ। ଅକ୍ଟୋବର ୯ରେ ଭୁବନେଶ୍ୱରରେ ବିଶାଳ ସମାବେଶ କରିବାକୁ ମଧ୍ୟ ମିଳିତ ମଞ୍ଚ […]

  • Friday, 02 July 2021
ପ୍ରଧାନମନ୍ତ୍ରୀ ଜନ ଅାରୋଗ୍ୟ ଅଭିଯାନର ଅାଜି ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ଜନ ଅାରୋଗ୍ୟ ଅଭିଯାନର ଅାଜି ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଜନ ଅାରୋଗ୍ୟ ଅଭିଯାନର ଅାଜି ଶୁଭାରମ୍।  ଝାଡ଼ଖଣ୍ଡରୁ ଅାଜି ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଅାୟୁଷ୍ମାନ ଭାରତ ଯୋଜନା ଭାବେ ଏହାକୁ ନାମିତ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସହାୟତା ଦେବାକୁ ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ସାରା ଦେଶରେ ପ୍ରାୟ ୧୦ କୋଟି ଗରିବ […]

  • Friday, 02 July 2021