• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବେଲଗାମ ତେଲ ଦର
ବେଲଗାମ ତେଲ ଦର

ଭୁବନେଶ୍ୱର : ବେଲଗାମ ତେଲ ଦର । ଗତ ୧୦ ଦିନ ଧରି ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର । ଅାଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଦାମ୍ ।  ମୁମ୍ବାଇରେ ୮୬ ଟଙ୍କା ପାର କରିଛି ପେଟ୍ରୋଲ । ଅାଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ୍ ଲିଟର୍ ପିଛା ୭୫ ଟଙ୍କାରେ ପହଞ୍ଚିଛି । ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ […]

  • Friday, 02 July 2021
ବିଜେଡିକୁ ଦାମଙ୍କ ନୂଅା ବାଣ
ବିଜେଡିକୁ ଦାମଙ୍କ ନୂଅା ବାଣ

ଭୁବନେଶ୍ୱର: ଦାମଙ୍କ ନିଶାନାରେ ମେ ୨୯ର ଖଳନାୟକ। କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ମାନଙ୍କୁ ଲକ୍ଷ୍ୟ କରି ଦାମ ଛାଡିଛନ୍ତି ଶଦ୍ଦ ବାଣ। ନାଁ ନେଇ ନଥିଲେ ବି ଏହି ଖଳନାୟକ କରୁଥିବା ଦୋଷ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟଶ୍ଚିତ କରିବାକୁ ପଡିବ ବୋଲି କହିଛନ୍ତି ଦାମ। ସପ୍ତାହରେ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଗୁଇନ୍ଦା ରିପୋର୍ଟ ଦେବାର ବ୍ୟବସ୍ଥା ଥିଲେ ବି ଏହା ଦିଅାଯାଉନାହିଁ ବୋଲି ଅଭିଯୋଗ ବି ଅାଣିଛନ୍ତି ଦାମ। ବିଜୁଙ୍କ […]

  • Friday, 02 July 2021
ନିର୍ବାଚନୀ ବର୍ଷରେ ବିଜେଡିର ନୂଆଁଖାଇ କାର୍ଡ
ନିର୍ବାଚନୀ ବର୍ଷରେ ବିଜେଡିର ନୂଆଁଖାଇ କାର୍ଡ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ପାଇଁ ବାହାରିଲା ଲଗ୍ନ । ଅାଉ ଏପଟେ ଲଗ୍ନ ବାହାରୁ ବାହାରୁ  ଗ୍ରାଣ୍ଡ୍ ସେଲିବ୍ରେସନ୍ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ନୂଆଁଖାଇରେ ହେବ ଜୁହାର ଭେଟ୍‌ଘାଟ୍। ପିଠାପଣା ବାସ୍ନାରେ ମହକିବ ପରିବେଶ, ଅାଉ ପାରମ୍ପରିକ ବାଦ୍ୟରେ ଦୁଲୁକିବ ପଶ୍ଚିମ ଓଡିଶାର ସବୁ ନିର୍ବାଚନ ମଣ୍ଡଳୀ। ଅାଉ ଏଇ ପରିବେଶରୁ ଫାଇଦା ଉଠାଇବା ଚକ୍କରରେ ପ୍ରଥମ ଥର ପାଇଁ ବିଜେଡି ଅାୟୋଜନ କରୁଛି ନୂଆଁଖାଇ ଜୁହାର […]

  • Friday, 02 July 2021
ପୁଣି ଖଟିଅାରେ ବୁହା ହେଲେ ରୋଗୀ
ପୁଣି ଖଟିଅାରେ ବୁହା ହେଲେ ରୋଗୀ

କେନ୍ଦୁଝର  : ପୁଣି ଖଟିଅାରେ ବୁହା ହେଲେ ରୋଗୀ । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୂଅାଡିହ ଗାଁରେ । କାଦୁଅ ରାସ୍ତା ଯୋଗୁଁ ୧୦୮ ଅାମ୍ବୁଲାନସ ଗାଁକୁ ଯାଇପାରି ନଥିଲ। ସେଥିପାଇଁ ରୋଗୀଙ୍କୁ ଖଟିଅାରେ ବୁହା ହୋଇ ଅାମ୍ବୁଲାନସ ପାଖକୁ ଅଣାଯାଇଥିଲା । ନୂଅାଡିହ ଗାଁର ଉର୍ମିଳା ମହାନ୍ତିଙ୍କୁ ଜ୍ୱର ହେଉଥିବାରୁ ଅାମ୍ବୁଲାନସ ଡକାଯାଇଥିଲା। ଉର୍ମିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତେଲାକୋଇ ଚିକିତ୍ସାଳୟରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।

  • Friday, 02 July 2021
ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା
ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା

କଟକ  : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ବ୍ରାହ୍ମଣମଣିଯୋରୀ ଗାଁର ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସସ୍ମିତା ଗତ ୨୯ ତାରିଖରେ ଗାଁ ପାଖ ଗୋବରୀ ନଦୀରେ ଭାସି ଯାଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଅାଜି ବୈଜୟନ୍ତ ଗାଁକୁ ଅାସି ସସ୍ମିତାଙ୍କୁ ଭେଟି ତାର ସାହସିକ କାମ ପାଇଁ ପ୍ରଶଂସା କରିଥିଲେ।  ସସ୍ମିତାଙ୍କ ସାହସିକତା ପାଇଁ ସରକାରଙ୍କୁ ଲେଖି ଜଣାଇବେ ବୋଲି କହିଛନ୍ତି ବୈଜୟନ୍ତ।

  • Friday, 02 July 2021
ମଝି ଚିଲିକାରେ ଅଟକିଲା ଫେରି
ମଝି ଚିଲିକାରେ ଅଟକିଲା ଫେରି

ଚିଲିକା : ମଝି ଚିଲିକାରେ ଅଟକିଲା ଫେରି। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଚିଲିକା ମଝିରେ ଫଶି ରହିଲେ ଯାତ୍ରୀ । ଏପରି ଘଟଣା ଅାଜି ଘଟିଛି ଚିଲିକା ମଝିରେ । ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ଫେରିକୁ ମହିଂସା ଗାଁ ଲୋକେ ଅଟକାଇଥିଲେ। ଘାଟ ବିବାଦକୁ ନେଇ ଜହ୍ନିକୁଦା ଏବଂ ମହିଂସା ଗାଁ ମଧ୍ୟରେ ବିବାଦ ଲାଗି ରହିଛି । ଯାହାକୁ ନେଇ ଅାଜି ଫେରିକୁ ଅଟକାଇଥିଲେ ମହିଂସା ଗ୍ରାମବାସୀ । ମଝି ଚିଲିକାରେ ଡଙ୍ଗା […]

  • Friday, 02 July 2021
ସ୍କୁଲ ପିଲା ଖାଇପାରିଲେ ନାହିଁ ମଧ୍ୟାହ୍ନ ଭୋଜନ
ସ୍କୁଲ ପିଲା ଖାଇପାରିଲେ ନାହିଁ ମଧ୍ୟାହ୍ନ ଭୋଜନ

ବଲାଙ୍ଗିର : ସ୍କୁଲ ପିଲା ଖାଇପାରିଲେ ନାହିଁ ମଧ୍ୟାହ୍ନ ଭୋଜନ। ବଲାଙ୍ଗିରର ବିଭିନ୍ନ ସ୍କୁଲରେ ଏଯାଏଁ  ଅାଜିର ମଧ୍ୟାହ୍ନ ଭୋଜନ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ମ୍ୟୁନିସପାଲିଟି ଓ ପୁଇଁତଳା ବ୍ଲକ୍‌ର କୌଣସି ସ୍କୁଲରେ MDM ପହଞ୍ଚି ନ ଥିବା ଅଭିଯୋଗ ହୋଇଛି । ବିଲେଇସୁର୍ଡ଼ା ସେଣ୍ଟ୍ରାଲ୍ କିଚେନରୁ ବିଭିନ୍ନ ସ୍କୁଲକୁ MDM ଯିବା ନେଇ ନିଷ୍ପତ୍ତି ହୋଇଥିଲା। ଗତକାଲି ସେଣ୍ଟ୍ରାଲ୍ କିଚେନକୁ ସାଂସଦ କଳିକେଶ ଉଦ୍‌ଘାଟନ କରିଥିଲେ। ସେଣ୍ଟ୍ରାଲ୍ କିଚେନର ଦାୟିତ୍ୱ କ୍ରିଷ୍ଣା କ୍ରିପା […]

  • Friday, 02 July 2021
ନିଜର ରାଜନୈତିକ କାର୍ଯ୍ୟପନ୍ଥା ନେଇ ସୂଚନା ଦେଲେ ବୈଜୟନ୍ତ
ନିଜର ରାଜନୈତିକ କାର୍ଯ୍ୟପନ୍ଥା ନେଇ ସୂଚନା ଦେଲେ ବୈଜୟନ୍ତ

କଟକ  : କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ନେଇ ମତ ରଖିଛନ୍ତି। ଅାଜି କଟକ ଜିଲ୍ଲା ମାହାଙ୍ଗାର ବ୍ରାହ୍ମଣମଣିଯୋରୀ ଗାଁ ଗସ୍ତ ଅବସରରେ ସାମ୍ବାଦିକକଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଛନ୍ତି, ଭବିଷ୍ୟତ ପଦକ୍ଷେପ ନେଇ ସେ ମାନସ ମନ୍ଥନ କରୁଛନ୍ତି। ଲୋକଙ୍କ ମତ ନେଉଛନ୍ତି, ସବୁ ବିଷୟରେ ଭାବୁଛନ୍ତି। କିଛି ଲୋକ ନୂଅା ଦଳ ଅାରମ୍ଭ କରିବାକୁ ବି ପ୍ରୋତ୍ସାହନ ଦେଉଛନ୍ତି। ଯେଉଁଟା ଠିକ୍ ଉପାୟ ହେବ ସେଇଟା […]

  • Friday, 02 July 2021
ନୂଆଖାଇ ପାଇଁ ଆଜି ହେବ ଲଗ୍ନ ନିର୍ଘଣ୍ଟ

ସମ୍ବଲପୁର: କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଘଣ୍ଟ ହେବ। ଏଥିପାଇଁ ଆଜି ଅପରାହ୍ନ ୪ଟାରେ ସମ୍ବଲପୁର ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ସଭା ବସିବ। ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଖାଇର ଲଗ୍ନ ସ୍ଥିର କରିବେ। ସବୁ ବର୍ଷ ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଜନ୍ମାଷ୍ଟମୀ ପରେ ନନ୍ଦୋତ୍ସବ ଦିନ ନୂଆଖାଇ ପାଇଁ ଲଗ୍ନ ନିର୍ଘଣ୍ଟ ହୋଇଥାଏ। ଲଗ୍ନ ଅନୁସାରେ ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିର ନିର୍ଦ୍ଧାରିତ ସମୟରେ […]

  • Friday, 02 July 2021
ଗାଁରେ ପଶି ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ୍‌ ଅନ୍ତର୍ଗତ କେ.ବଳାଙ୍ଗ ଅଞ୍ଚଳରେ ୨୦ରୁ ୩୦ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ କରୁଛନ୍ତି। ଏହି ହାତୀପଲ ଡାଳିମ୍ବଡ଼ିହ ଓ ବାଖରତୋଳା ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଛନ୍ତି। ଏହା ସହ ବିଲରେ ପଶି ବ୍ୟାପକ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି। ଏହି ହାତୀପଲ ଖାଦ୍ୟ ଅନୁସରଣରେ ଗାଁ ଭିତରକୁ ପଶି ଆସିଛନ୍ତି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

  • Friday, 02 July 2021
ରାଜ୍ୟରେ ଦୀର୍ଘ ବର୍ଷ ହେବ ବଦଳିନି ସ୍କୁଲ ସିଲାବସ୍
ରାଜ୍ୟରେ ଦୀର୍ଘ ବର୍ଷ ହେବ ବଦଳିନି ସ୍କୁଲ ସିଲାବସ୍

ଭୁବନେଶ୍ୱର: ଦୀର୍ଘବର୍ଷ ଧରି ରାଜ୍ୟରେ ବଦଳିନି ସ୍କୁଲ ସିଲାବସ୍। ଶିକ୍ଷାବିତ୍‌ଙ୍କ ଅନୁସାରେ ୨୦୦୯ରେ ଶେଷ ଥର ଲାଗି ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ସେବେଠାରୁ ପିଲା ସମାନ ବିଷୟ ପଢୁଛନ୍ତି । ଫଳରେ ନୂଅା ନୂଅା ବିଷୟ ଜାଣିବାରୁ ସେମାନେ ବଞ୍ଚିତ ହେଉଥିବା ବେଳେ ପ୍ରଶ୍ନପତ୍ର ମଧ୍ୟ ଚିରାଚରିତ ଡାଞ୍ଚାରେ ଅାସୁଛି। ତେଣୁ ପରୀକ୍ଷାର ଗୁଣାତ୍ମକ ମାନ ମଧ୍ୟ କମିଥିବା ସେମାନଙ୍କ ଯୁକ୍ତି। ପ୍ରତି ୩ ବର୍ଷରେ ସିଲାବସ୍‌ରେ ପରିବର୍ତ୍ତନ କରାଗଲେ ପିଲା ଯୁଗୋପଯୋଗୀ ବିଷୟ ପଢିବା ସହ […]

  • Friday, 02 July 2021
ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ
ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ

ଭୁବନେଶ୍ୱର: ଭଜନ କୀର୍ତ୍ତନ ସାଙ୍ଗକୁ କୃଷ୍ଣ ଭକ୍ତି ରସରେ ଭିଜୁଛନ୍ତି ଶ୍ରଦ୍ଧାଳୁ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅାଜି ଦିନତମାମ ଏମିତି ଭକ୍ତି ଓ ଅାରାଧନାର ପରିବେଶ ଦେଖିବାକୁ ମିଳିଛି ରାଜଧାନୀର ଇସ୍କନ ମନ୍ଦିରରେ। ଏଥିସହିତ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ ରଖିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମନୀତି। ପରମ୍ପରା ଅନୁଯାୟୀ,ସଂଧ୍ୟାଧୂପ ପରେ […]

  • Friday, 02 July 2021
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ପାଖେଇ ଅାସୁଛି ନିର୍ବାଚନ। ଅାଟାକିଂ ମୁଡ୍‌ରେ ବିରୋଧୀ। ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଚାଷୀଙ୍କୁ ବୀମା ଅର୍ଥ ନମିଳିବା, ଲୋକାୟୁକ୍ତ ଅାଇନ କାର୍ଯ୍ୟକାରିତାରେ ଶିଥିଳତା, ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ୱେ ଏହା ଅାହୁରି ବଢ଼ିବା, ଅାମ ଗାଁ ଅାମ ବିକାଶ ଓ ବିଜୁ ଯୁବ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମରେ ଦୁର୍ନୀତି, ଶିକ୍ଷକ ଓ ଡାକ୍ତରଙ୍କ ସମସ୍ୟା ଅାଦିକୁ ମୁଖ୍ୟ ପ୍ରସଙ୍ଗ […]

  • Friday, 02 July 2021
ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ
ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ। ୧୦ ବର୍ଷ ବୟସ୍କ ମନୀଷ ଗତ ୬ ମାସ ହେଲା ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସିଟାଉକ୍ସଜୁନ୍ ଫେଲିସ୍ ନାମକ ଭାଇରସ୍‌ର ସଂକ୍ରମଣରେ ମନୀଷ ବ୍ଲଡ୍ ପ୍ରୋଟୋଜୋଅାନ୍ ରୋଗରେ ପୀଡିତ ଥିଲା । ଏହି ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ନାହିଁ। ଏହା ସତ୍ତ୍ୱେ ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନର ଡାକ୍ତରମାନେ ମନୀଷର ଚିକିତ୍ସା ଜାରି ରଖିଥିଲେ। ମନୀଷର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରିବା ପାଇଁ […]

  • Friday, 02 July 2021
୨ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ
୨ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ

ନବରଙ୍ଗପୁର  : ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ। ସେମାନଙ୍କ ଠାରୁ ପୁଲିସ ୭୬ କିଲୋ ଗଞ୍ଜେଇ ଜବତ କରିଛି। ୨ ଲୁଟେରାଙ୍କ ମଧ୍ୟରେ ଜଣେ ବିହାର ମୋତିହାରି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ରାଜସ୍ଥାନର ଜୟପୁର ଅଞ୍ଚଳର। ଦୀର୍ଘ ଦିନ ହେବ ଏହି ଚୋର ନବରଙ୍ଗପୁରରୁ ଗଞ୍ଜେଇ ନେଇ ବିହାର, ରାଜସ୍ଥାନ ଅାଦି ଅଞ୍ଚଳରେ ବ୍ୟବସାୟ କରୁଥିଲେ। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁଲିସ […]

  • Friday, 02 July 2021
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପାଇକପଡ଼ା ଗାଁର ରମେଶ ସିଂ।  କିଛି ଦିନ ପୂର୍ବରୁ ମହିଳା ଜଣକ ଚାଷ କାମ ପାଇଁ ବିଲକୁ ଯାଉଥିବାବେଳେ ଅଭିଯୁକ୍ତ ରମେଶ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଲୋକଲଜ୍ଜା ଦୃଷ୍ଟିରୁ ମହିଳା ଜଣକ ଏହା କାହାକୁ କହିନଥିଲେ। ତେବେ ଶନିବାର ବିଳମ୍ବିତ ରାତିରେ ପୁଣିଥରେ ମହିଳାଙ୍କ ଘରକୁ […]

  • Friday, 02 July 2021
୫୦ ବର୍ଷର ଅପେକ୍ଷା ପରେ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା
୫୦ ବର୍ଷର ଅପେକ୍ଷା ପରେ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା

ଅନୁଗୁଳ : ଦୀର୍ଘ ବର୍ଷର ପ୍ରୟାସ ପରେ ମିଳିଛି ସଫଳତା। ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବା ପରେ ଲୋକଙ୍କ ଖୁସି କହିଲେ ନ ସରେ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ର ବଡମୂଳ ଗ୍ରାମ। ଏଠାରେ ଡେରାଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଦୀର୍ଘ ୫୦ ବର୍ଷ ହେବ ବିସ୍ଥାପିତ ହୋଇ ଏମାନେ ବଡମୂଳରେ ରହି ଅାସୁଛନ୍ତି। ହେଲେ ଏଯାଏ ଗାଁକୁ ମିଳିନଥିଲା ରାଜସ୍ୱ ଗ୍ରାମର ମାନ୍ୟତା। ଏମାନଙ୍କ ପାଇଁ ସରକାରଙ୍କ ସବୁ ଯୋଜନା ଅପହଞ୍ଚ […]

  • Friday, 02 July 2021
ବିଦ୍ୟୁତ୍‌ ଅାଘାତରେ ୫ ଅାହତ
ବିଦ୍ୟୁତ୍‌ ଅାଘାତରେ ୫ ଅାହତ

କେନ୍ଦୁଝର  : କେନ୍ଦୁଝର ଝୁମ୍ପୁରାରେ ବିଦ୍ୟୁତ ଅାଘାତରେ ୫ ଜଣ ଅାହତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅାହତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବାବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି।  ଖେଣ୍ଡରା ପଞ୍ଚାୟତ ତିଳଉପଦା ଗାଁରେ ବିଦ୍ୟୁତ ଖୁଣ୍ଟରେ ତାର ଟଣା ଯାଉଥିବାବେଳେ ହଠାତ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା।  ବିଦ୍ୟୁତ ତାର ଟଣା କାମରେ ୧୦ ଜଣ କାମ […]

  • Friday, 02 July 2021
ସୁରଟରେ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ସୁରଟରେ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ସୁରଟ : ଓଡ଼ିଶା ପରବରେ ଯୋଗ ଦେବା ପୂର୍ବରୁ ଅାଜି ସୁରଟରେ ଅାୟୋଜିତ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁଞ୍ଜିନିବେଶକାରୀଙ୍କୁ ଭେଟି ସେମାନଙ୍କ ସହ ଅାଲୋଚନା କରିଛନ୍ତି। ଓଡ଼ିଶାରେ ପ୍ଲାଷ୍ଟିକ୍ ଓ ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ଗୁଜରାଟର ଇନ୍‌ଭେଷ୍ଟର୍ସ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଶେଷ କରି ଓଡ଼ିଶାରେ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ନିବେଶ କରିବାକୁ ଅାହ୍ୱାନ କରିଛନ୍ତି। ଗୁଜରାଟର ଶିଳ୍ପପତିମାନେ ମଧ୍ୟ ଓଡ଼ିଶାରେ ନିବେଶ କରିବାକୁ ଅାଗ୍ରହୀ ଥିବା କହିଛନ୍ତି ଧର୍ମେନ୍ଦ୍ର।

  • Friday, 02 July 2021
ବିପଦ ସଙ୍କେତ ଉପରେ ବୈତରଣୀ
ବିପଦ ସଙ୍କେତ ଉପରେ ବୈତରଣୀ

ଭଦ୍ରକ : ବିପଦ ସଂକେତ ଉପରେ ବୈତରଣୀ। ଭଦ୍ରକ ଅାଖୁଅାପଦାରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଛି। ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ରହିଛି ୧୮.୧୦ ମିଟର। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ଓ ଧାମନଗର ବ୍ଲକ୍‌ରେ ୪ଟି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଛି। ଧାମନଗରରେ ଗୌରାଙ୍ଗପୁର ଓ ମଲିକାପୁର ଏସକେପ୍ ଦେଇ ଜଳ ନିଷ୍କାସନ କରାଯାଉଛି।

  • Friday, 02 July 2021
ରାଫେଲ୍ ଡିଲ୍ ପ୍ରସଙ୍ଗ : ମୋଦିଙ୍କୁ ପିସିସି ସଭାପତିଙ୍କ କଟାକ୍ଷ
ରାଫେଲ୍ ଡିଲ୍ ପ୍ରସଙ୍ଗ : ମୋଦିଙ୍କୁ ପିସିସି ସଭାପତିଙ୍କ କଟାକ୍ଷ

ଭୁବନେଶ୍ୱର : ରାଫେଲ ଡିଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ କଟାକ୍ଷ।  ଚୌକିଦାର ବନିଗଲେ ପାର୍ଟନର ବୋଲି କହିଛନ୍ତି ନିରଂଜନ। ପିସିସି ସଭାପତି ଅଭିଯୋଗ କରିଛନ୍ତି, ରାଫେଲ ଦୁର୍ନୀତିରେ ଅନିଲ ଅମ୍ବାନିଙ୍କ ସହିତ ମୋଦି ମଧ୍ୟ ସଂପୃକ୍ତ ଅଛନ୍ତି । ହାଲ୍‌କୁ ନିର୍ମାଣ ଦାୟିତ୍ୱ ଦିଅାଯାଇଥିଲେ ଓଡ଼ିଶା ଉପକୃତ ହୋଇଥାନ୍ତା। ରାଫେଲ ଦୁର୍ନୀତି ଯୋଗୁଁ ରାଜ୍ୟ କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛି। ସୁନାବେଡ଼ା ହାଲ୍‌ରେ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି ଓଡିଶାର ଯୁବକ […]

  • Friday, 02 July 2021
ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ
ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ

ରାୟଗଡ଼ା : ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗି ପାଇକସାହିରେ ଘଟିଛି ଏହି ଅଘଟଣ। ଦୁର୍ଗିସାହିରେ ଏକ ନିର୍ମାଣାଧିନ ପାଇଖାନା ଟାଙ୍କିରେ ଜଣେ ମହିଳା ଶ୍ରମିକ ଖସି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଟାଙ୍କି ଭିତରକୁ ଜଣକ ପରେ ଜଣେ ଏପରି ଅାଉ ୫ ଜଣ ଯାଇଥିଲେ। ତେବେ ଟାଙ୍କି ଭିତରେ ସମସ୍ତେ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ୬ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ […]

  • Friday, 02 July 2021
ଜିଲ୍ଲା ପ୍ରଶାସନ ନିକଟରେ ହାଜର ହେଲେ ୮ ଖଣି ମାଲିକ
ଜିଲ୍ଲା ପ୍ରଶାସନ ନିକଟରେ ହାଜର ହେଲେ ୮ ଖଣି ମାଲିକ

ଭୁବନେଶ୍ୱର: ବେଅାଇନ ଖଣି ଉତ୍ତୋଳନ ମାମଲାରେ ହାଜର ହେଲେ ଖଣି ମାଲିକ। ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ମାମଲାରେ ଜିଲ୍ଲା ପ୍ରଶାସନ ନିକଟରେ ୮ ଖଣି ମାଲିକ ହାଜର ହୋଇଛନ୍ତି। ଏସଡି ଶର୍ମା, ସାରଦା ମାଇନ୍ସ, ମାଲା ରାୟ ଅାଣ୍ଡ ଅଦର୍ସ  BPME, ଗନ୍ଧମାର୍ଦ୍ଦନ ସ୍ପଞ୍ଜ, ଏଚ୍‌ଜି ପାଣ୍ଡିଅା, OMDC ଓ MR ଖଣି ମାଲିକ ପ୍ରଶାସନ ନିକଟରେ ହାଜର ହୋଇଛନ୍ତି। OPDR ଆକ୍ଟ ଅନୁଯାୟୀ ହୋଇଥିବା ନୋଟିସ୍ ଅାଧାରରେ ସମସ୍ତ ମାଲିକ ହାଜର ହୋଇଛନ୍ତି। ଓକିଲଙ୍କ […]

  • Friday, 02 July 2021
ଜଳ ଦେଉଛି ଯନ୍ତ୍ରଣା, ଭେଳାରେ ସ୍କୁଲ ଯାଉଛନ୍ତି ପିଲା
ଜଳ ଦେଉଛି ଯନ୍ତ୍ରଣା, ଭେଳାରେ ସ୍କୁଲ ଯାଉଛନ୍ତି ପିଲା

ଭୁବନେଶ୍ୱର: ମନ ଭିତରେ ସ୍କୁଲ୍ ଯାଇ ପାଠପଢ଼ିବାର ଝୁଙ୍କ୍। ହେଲେ ପ୍ରତିବନ୍ଧକ ସାଜୁଛି ପାଣି। ପାଣି ତ ନୁହେଁ, କୃତ୍ରିମ ବନ୍ୟା ପାଣି। ତେଣୁ ଟ୍ୟୁବ୍‌ରେ ଭେଳା କରି ପିଲାମାନଙ୍କୁ ପାର କରାଉଛନ୍ତି ସମ୍ପର୍କୀୟ। ଘଟଣା ସାମ୍ନାକୁ ଆସିଛି ପର୍ଯ୍ୟଟନ ସହର ତଥା ଅାଇକନ୍ ସିଟି ପୁରୀରେ। ମାସେ ହେଲାଣି ଏଭଳି ଅବସ୍ଥା ଭୋଗୁଛନ୍ତି ମାଟିତୋଟା ଅଞ୍ଚଳବାସୀ। ରଥଯାତ୍ରା ସମୟରେ ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇଥିଲା ଏହି ଇଲାକା। ସେହିଦିନଠାରୁ ଜଳନିଷ୍କାସନ ହୋଇନପାରିବାରୁ ଜଳବନ୍ଦୀ ଜୀବନ ଜୀଉଁଛନ୍ତି […]

  • Friday, 02 July 2021
କାହା କଥାରେ ଚାଲିଛି ଶାସନ ?
କାହା କଥାରେ ଚାଲିଛି ଶାସନ ?

ଭୁବନେଶ୍ୱର: ଅଚଳ ହୋଇଯାଇଛି ରାଜ୍ୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ। ଦିନେ କି ଦୁଇ ଦିନ ନୁହେଁ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଅାନ୍ଦୋଳନ ଯୋଗୁଁ ଗଲା ୧୭ ଦିନ ଧରି ସ୍ଥିତି ଅସମ୍ଭାଳ। ଯାହାଫଳରେ ବିଭିନ୍ନ କାର୍ଯ୍ୟରେ ରାଜ୍ୟର କୋଣ ଅନୁକୋଣରୁ ଅାସୁଥିବା ସାଧାରଣ ଲୋକ ଦହଗଞ୍ଜ ହେଉଛନ୍ତି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟାଳୟ ନତାଲା ସମେତ ସମ୍ବଲପୁର, ବ୍ରହ୍ମପୁର ଓ କଟକ ଆଦି ଜାଗାରେ ସମାନ ସ୍ଥିତି। କଲମ ଛାଡ଼ ଅାନ୍ଦୋଳନରେ ଠପ୍ ହୋଇଯାଇଛି ହେଡ୍‌ […]

  • Friday, 02 July 2021