• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ସୋର ରେଳ ଷ୍ଟେସନରୁ ୨ ଜଣ ନାବାଳିକା ଉଦ୍ଧାର
ସୋର ରେଳ ଷ୍ଟେସନରୁ ୨ ଜଣ ନାବାଳିକା ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରୁ ୨ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ପରେ ସେମାନଙ୍କୁ କାରୁବାଇ କନ୍ୟାଶ୍ରମରେ ଛାଡ଼ିଛନ୍ତି । ଏହାପରେ ସେମାନଙ୍କୁ ଖଇରା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ଦୁଇ ନାବାଳିକା ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ସୋର ଷ୍ଟେସନରେ କାନ୍ଦୁଥିବା ବେଳେ କିଛି ଲୋକେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା।

  • Friday, 02 July 2021
ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ
ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ

ଦେଓଗଡ : ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ। ପୋଖରୀରେ ବୁଡି ଜଣେ ଛାତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଓଗଡ ବାରକୋଟ ଝରବାହାଳ ଅାଶ୍ରମ ସ୍କୁଲରେ।  ଗଣେଶ ପୂଜା ବିସର୍ଜନ ବେଳେ ସ୍କୁଲର ଛାତ୍ର ଏବଂ ଶିକ୍ଷକମାନେ ପୋଖରୀକୁ ଯାଇଥିଲେ। ସେହି ସମୟରେ ଘନଶ୍ୟମ ସାହୁଙ୍କ ପାଦ ଖସି ଯାଇଥିଲା। ସେ ପୋଖରୀରେ ବୁଡି ଯାଇଥିଲେ। ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

  • Friday, 02 July 2021
ଭାଲୁ ଅାତଙ୍କ
ଭାଲୁ ଅାତଙ୍କ

ବାଲେଶ୍ୱର  : ଭାଲୁ ଅାକ୍ରମଣରେ ଦୁଇ ଗୁରୁତର। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଭାଲୁ ଅାକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଜାମୁଡିହା ପଞ୍ଚାୟତ ରିଙ୍ଗପୁର ଗାଁର ଜୟରାମ ସିଂ ଅାଜି ଭୋର ସମୟରେ ଘରପାଖ ବାଡିକୁ ଶୌଚ ଯାଇଥିଲେ। ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଅାକ୍ରମଣ କରିଥିଲେ। ଫଳରେ ତାଙ୍କ ମୁହଁ, ପିଠି, ମୁଣ୍ଡ, ହାତରେ ଗଭୀର ଅାଘାତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି […]

  • Friday, 02 July 2021
ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର
ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ତେଲ ଦର ନିୟନ୍ତ୍ରଣ ପାଇଁ ଟିକସ କମାଇବାକୁ ରାଜ୍ୟ ସରକାରକୁ ପରାମର୍ଶ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଅନ୍ୟ କେତେକ ରାଜ୍ୟ ଟିକସ କମାଇ ସାରିଥିବାବେଳେ ଓଡିଶା ସରକାର ପଦକ୍ଷେପ ନେବା ଅାବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ୨୦୧୪ରେ ତେଲରୁ ୩ ହଜାର କୋଟିରୁ କମ୍ ଟିକସ ପାଉଥିବାବେଳେ ଏବେ ୭ ହଜାର ଟିକସ ପାଉଛି ରାଜ୍ୟ । ତେଣୁ ଟିକସ କମାଇବା ଦାୟିତ୍ୱ ରାଜ୍ୟର। ସେହିପରି ଦୁର୍ନୀତି ପ୍ରସଙ୍ଗରେ […]

  • Friday, 02 July 2021
‘ସୁନ୍ଦରୀ’ ଅନୁଧ୍ୟାନ ଅାରମ୍ଭ
‘ସୁନ୍ଦରୀ’ ଅନୁଧ୍ୟାନ ଅାରମ୍ଭ

ଭୁବନେଶ୍ୱର : ସାତକୋଶିଅାରେ ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ। ଡେରାଡୁନରୁ ଅାସିଥିବା ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଟିମ୍ ଦ୍ୱାରା ଅନୁଧ୍ୟାନ ଅାରମ୍ଭ ହୋଇଛି। ସୁନ୍ଦରୀ ବିଚରଣ କରୁଥିବା ଅାଠଗଡ଼ ବନଖଣ୍ଡରେ ଅନୁଧ୍ୟାନ କରୁଛନ୍ତି ଟିମ୍। ସୁନ୍ଦରୀର ଅାଚରଣ ଓ ବିଚରଣ ଅନୁଧ୍ୟାନ ଟିମ୍ ଅନୁଧ୍ୟାନ କରୁଛନ୍ତି। ଅନୁଧ୍ୟାନ ପରେ ସୁନ୍ଦରୀକୁ ସ୍ଥାନାନ୍ତର କରାଯିବ ନା ଅନ୍ୟ କିଛି ପନ୍ଥା ଅାପଣାଯିବ, ସେନେଇ ପଦକ୍ଷେପ ନିଅାଯିବ । ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ, ଅନୁଗୁଳ RCCF  […]

  • Friday, 02 July 2021
ରୋଗୀ ମୃତ୍ୟୁକୁ ନେଇ ବାଣପୁର ହସ୍ପିଟାଲରେ ଉତ୍ତେଜନା
ରୋଗୀ ମୃତ୍ୟୁକୁ ନେଇ ବାଣପୁର ହସ୍ପିଟାଲରେ ଉତ୍ତେଜନା

ଖୋର୍ଦ୍ଧା  : ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ଖୋର୍ଦ୍ଧା ବାଣପୁର ହସ୍ପିଟାଲରେ ଉତ୍ତେଜନା। ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ଅାଘାତ କାରଣରୁ ଖୁଣ୍ଟପଲ୍ଲୀ ଗାଁର ଯୁବକ ସୁଶାନ୍ତ ସାହୁଙ୍କ ଚିକିତ୍ସା ନିମନ୍ତେ ବାଣପୁର ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୋଗୀଙ୍କ ମୃତ୍ୟୁ ହୋଇନି ବରଂ ସେ ବଞ୍ଚିଥିବା କହି ଅନ୍ୟ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର ପାଇଁ ଡାକ୍ତରଙ୍କୁ କହିଥିଲେ ପରିବାର ଲୋକେ। ହେଲେ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ଅନ୍ୟତ୍ର […]

  • Friday, 02 July 2021
ARSS ସିନିୟର ଇଂଜିନିୟରଙ୍କ ସନ୍ଦେହ ଜନକ ମୃତ୍ୟୁ
ARSS ସିନିୟର ଇଂଜିନିୟରଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନେଶ୍ୱର : ARSS ସିନିୟର ଇଂଜିନିୟର ପ୍ରକାଶ ବେହେରାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହରିଦାସପୁର-କେନ୍ଦ୍ରାପଡ଼ା ରେଲୱେ ଲାଇନ ପ୍ରୋଜେକ୍ଟର ଲଳିତଗିରି ବାଜିପଟା ନିକଟରେ ସାଇଟରେ କାମ କରୁଥିବା ବେଳେ ଗୁରୁତର ଅାହତ ହୋଇ ପ୍ରଥମେ କେନ୍ଦ୍ରାପଡା, ପରେ ଏକ ଘରୋଇ ହସ୍ପିଟାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଛି। ସାଇଟରେ କାମ କରୁଥିବାବେଳେ କାର-ଜେସିବି ସହ ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସାଇଟ ମ୍ୟାନେଜର କହିଛନ୍ତି। ସେପଟେ ପରିବାର ଲୋକେ ଏହାକୁ ବିଶ୍ୱାସ […]

  • Friday, 02 July 2021
QAT ପୁନର୍ଗଠିତ
QAT ପୁନର୍ଗଠିତ

ଭୁବନେଶ୍ୱର : କମିଶନରେଟ ପୁଲିସର କୁଇକ୍ ଅାକସନ ଟିମ୍ ପୁନର୍ଗଠିତ। କୁଇକ୍ ଅାକ୍ସନ ଟିମ୍ ଇନଚାର୍ଜ ହୋଇଛନ୍ତି ଶୁଭେନ୍ଦୁ ସାହୁ। କ୍ୟାପିଟାଲ ଥାନାର ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ ଶୁଭେନ୍ଦୁ। ତାଙ୍କୁ ସେଠାରୁ ତୁରନ୍ତ ବଦଳି କରାଯାଇଥିବା ଜଣାପଡିଛି। ବହୁ ପର୍ଯ୍ୟାଲୋଚନା ଓ ତର୍ଜମା ପରେ କୁଇକ ଅାକସନ ଟିମ୍‌ ଇନଚାର୍ଜ ଭାବେ ସେ ଦାୟିତ୍ୱ ତୁଲାଇବେ। ତାଙ୍କସହ ସେହି କ୍ୟୁଏଟି ଟିମ୍‌ରେ ମଙ୍ଗଳାବାଗ ଥାନା ASI ରମାକାନ୍ତ ପ୍ରଧାନ ମଧ୍ୟ ନିଯୁକ୍ତ ହୋଇଥିବା ଜଣାପଡିଛି। ଖୁବ୍‌ଶୀଘ୍ର […]

  • Friday, 02 July 2021
ଖଣ୍ଡଗିରି ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଲା ସିସିଟିଭି ଫୁଟେଜ
ଖଣ୍ଡଗିରି ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଲା ସିସିଟିଭି ଫୁଟେଜ

ଭୁବନେଶ୍ୱର : ସିସିଟିଭି ଫୁଟେଜରେ ଖଣ୍ଡଗିରି ଗୁଳିକାଣ୍ଡ ଘଟଣାର ଦୁଇ ମାଷ୍ଟର ମାଇଣ୍ଡ। ଗୁଳିକାଣ୍ଡ ପୂର୍ବରୁ ମିଳିଥିବା ଫୁଟେଜ୍‌କୁ ଅାଧାର କରି ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ। ଏହି ସିସିଟିଭି ଭିଡିଓରେ ଗୁଳିକାଣ୍ଡ ଘଟଣାର କିଛି ସମୟ ପୂର୍ବର ଦୃଶ୍ୟ ରହିଛି। ଘଟଣା ସ୍ଥଳରୁ ମାତ୍ର ୨୦ ମିଟର ଦୂରରେ ଦୁଇ ଅଭିଯୁକ୍ତଙ୍କୁ ସିସିଟିଭିରୁ ପୁଲିସ ଚିହ୍ନଟ କରିଛି। ସେପ୍ଟେମ୍ବର ୧୩ ତାରିଖ । ସମୟ ରାତି ୮ ଟା ୨୨।  ଦୁଇ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ […]

  • Friday, 02 July 2021
ଏସଅାଇଙ୍କ ଧମକପୂର୍ଣ୍ଣ କଲ ଯୋଗୁଁ ଅାତ୍ମହତ୍ୟା ଅଭିଯୋଗ
ଏସଅାଇଙ୍କ ଧମକପୂର୍ଣ୍ଣ କଲ ଯୋଗୁଁ ଅାତ୍ମହତ୍ୟା ଅଭିଯୋଗ

କନ୍ଧମାଳ  : ପୁଲିସ ଏସଅାଇଙ୍କ ଧମକପୂର୍ଣ୍ଣ କଲ ପାଇବାପରେ ଭୟରେ ଜଣେ ବ୍ୟକ୍ତି ବିଷପିଇ ଅାତ୍ମହତ୍ୟା କରିଥିବା ଅଭିଯୋଗ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଅା ଥାନା ଅନ୍ତର୍ଗତ ସଖୀପଡ଼ା ଗ୍ରାମରୁ ଅାସିଛି ଏଭଳି ଅଭିଯୋଗ। ମୃତ ଉତ୍ସବ ନାୟକଙ୍କ ପୁଅ କହିବା ଅନୁସାରେ ତାଙ୍କ ବାପା ଓ ମାଅାଙ୍କ ମଧ୍ୟରେ କଳି ଲାଗିଥିଲା। ଏହାର ସମାଧାନ କରିବାକୁ ସେମାନେ କିଛି ଲୋକଙ୍କ ସହ ଫିରିଙ୍ଗିଅା ଥାନାକୁ ଯାଇଥିଲେ। ହେଲେ ସେଠାରେ କିଛି ସମାଧାନ ହୋଇନଥିଲା। ସେଠାରୁ ତାଙ୍କ ମାଅା […]

  • Friday, 02 July 2021
ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ
ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ

ଭୁବନେଶ୍ୱର : ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ। ୱାଇଲଡ୍ ଲାଇଫ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଅା WII, ୱାଇଲଡ୍ ଲାଇଫ୍ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ଓ NTCAର ଅଧିକାରୀମାନେ ସାତକୋଶିଅା ଅାସୁଛନ୍ତି। ଗୋଟିଏ ଘଟଣା ପାଇଁ ପ୍ରକଳ୍ପ ବନ୍ଦ ହେବ ନାହିଁ । ବାଘ ସଂରକ୍ଷଣ ଓ ସ୍ଥାନାନ୍ତରଣ ପ୍ରକଳ୍ପ ଜାରି ରହିବ। ସୁନ୍ଦରୀର ଗତିବିଧି, ଅାଚରଣ ଅନୁଧ୍ୟାନ କରି ପଦକ୍ଷେପ ନିଅାଯିବ। ସୁନ୍ଦରୀ ମନିଟରିଂ ୨ଟି ଟିମ୍‌ ଗଠନ କରାଯାଇଛି। ବର୍ତ୍ତମାନ ସୁନ୍ଦରୀ […]

  • Friday, 02 July 2021
ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି
ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ପୋଷ୍ଟର ଜରିଅାରେ ହମଲା କଲେ ବିଜେପି ଉପସଭାପତି ସମୀର ମହାନ୍ତି। ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବିଜେଡି ନେତାଙ୍କ ପୋଷ୍ଟର ଦେଖାଇ ଏଭଳି ହମଲା କରିଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାରୀଙ୍କୁ ନବୀନ ଘଣ୍ଟ ଘୋଡ଼ାଉଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ବିଦା କରି ପରେ ସାମିଲ ନବୀନଙ୍କ ଯୋଜନାବଦ୍ଧ ରଣନୀତି ବୋଲି ଲୋକେ ଏହା ଜାଣି ଗଲେଣି ,କହିଛନ୍ତି […]

  • Friday, 02 July 2021