• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Actress Anupama Pathak
୪୦ ବର୍ଷ ବୟସରେ ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଗତକାଲି ଜଣେ ସିରିଅଲ୍‌ ଅଭିନେତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଭୋଜପୁରୀ ଅଭନେତ୍ରୀ ଅନୁପମା ପାଠକ୍(୪୦)‌ଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ରବିବାର ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରୁ ଅନୁପମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବିହାରରୁ ଆସି ମୁମ୍ବାଇରେ ଭଡ଼ାରେ ଏହି ଫ୍ଲାଟ୍‌ରେ ସେ ରହୁଥିଲେ।  ଅନେକ ଭୋଜପୁରୀ ଫିଲ୍ମ ଓ ଶିଭି ଶୋ’ରେ ସେ ନଜର ଆସିଥିଲେ। […]

  • Monday, 05 July 2021
sushant-rhea-1
ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ବିହାର ପୋଲିସ ହାତରେ ଲାଗିଛି ଏମିତି ସୁରାଗ

ନୂଆଦିଲ୍ଲୀ: ସୁଶାନ୍ତ ସଂହ ରାଜପୁତ୍‌ ମାମଲାରେ ଅଡୁଆରେ ଛନ୍ଦି ପଡ଼ିଛନ୍ତି ତାଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଏବେ ତଦନ୍ତ ଦାୟିତ୍ୱ ବିହାର ପୋଲିସ ହାତରୁ CBI ହାତକୁ ଯାଇଛି।  ଏ ନେଇ ବିହାର ପୋଲିସ ସୁପ୍ରିମକୋର୍ଟରେ ତା’ର ରିପୋର୍ଟ ଦାଖଲ କରିଛି। ଏଥିରେ ସୁଶାନ୍ତଙ୍କୁ ନେଇ ଅନେକ କଥା ପଦାକୁ ଆସିଛି। ବିହାର ପୋଲିସ ସୁପ୍ରିମ୍‌କୋର୍ଟରେ ଦାଏର କରିଥିବା ଆଫିଡେଭିଟ୍‌ରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟ ସୁଶାନ୍ତଙ୍କ ସହ ସମ୍ପର୍କ ରଖିବାର ଏକମାତ୍ର ଉଦ୍ଦେଶ୍ୟ […]

  • Monday, 05 July 2021
rhea chakraborty
ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କଲା CBI

ମୁମ୍ବାଇ: ସିବିଆଇ ପକ୍ଷରୁ ଅଭିନେତ୍ରୀ ରିୟା  ଚକ୍ରବର୍ତ୍ତୀ, ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମା’ ସନ୍ଧ୍ୟା ଚକ୍ରବର୍ତ୍ତୀ ଓ ଭାଇ ଶୌମିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୁଶାନ୍ତ ଫିଲ୍ମ ଛାଡି କେରଳରେ କାମ କରିବାକୁ ଚାହୁଁଥିଲେ । ଏଥିପାଇଁ କିନ୍ତୁ ରିୟାଙ୍କ କୌଣସି ସହଯୋଗ ମିଳି ନଥିଲା। ସୁଶାନ୍ତ ମୁମ୍ବାଇରେ ରହିବାକୁ ରାଜି ନହେବାରୁ ରିୟା ବିପୁଳ ପରିମାଣର ଟଙ୍କା, ଗହଣା, କ୍ରେଡିଟ୍ କାର୍ଡ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଲାପଟପ୍, ମେଡିକାଲ ତଥ୍ୟ ନେଇ […]

  • Monday, 05 July 2021
silpaaa
ଶାଶୁଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଶିଳ୍ପା ଶେଟ୍ଟୀ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ Shilpa Shetty ଫିଲ୍ମ ଜଗତରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି। ପ୍ରଶଂସକଙ୍କ ମନୋରଞ୍ଜନ କରିବା ପାଇଁ ଶିଳ୍ପା ପ୍ରାୟତଃ କିଛି ନା କିଛି ଆକର୍ଷଣୀୟ ଭିଡିଓକୁ ଶେୟାର କରିଥାନ୍ତି। ଶିଳ୍ପା ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପରିବାର ସହିତ ଅନେକ ଫଟୋ ଏବଂ ଭିଡିଓକୁ ମଧ୍ୟ ସେୟାର କରିଥାନ୍ତି। ଶିଳ୍ପାଙ୍କ ସ୍ୱାମୀ ଓ ପିଲାମାନଙ୍କୁ ପ୍ରଶଂସକମାନେ ତ ଦେଖିଛନ୍ତି, କିନ୍ତୁ ଏବେ ସେ ତାଙ୍କ ଶାଶୁଙ୍କ ସହିତ […]

  • Monday, 05 July 2021
sushant
ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣିଥରେ ସମନ୍‌ ଜାରି କରିଛି। ଆସନ୍ତାକାଲି ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ରିୟାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ୧୮ ଘଣ୍ଟାର ମାରାଥନ୍ ଜେରା କରିଥିଲା ଇଡି। ତେବେ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିଛି। Times Nowର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତ ତାଙ୍କ […]

  • Monday, 05 July 2021
rhea
ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କୁ ପୁଣି ସମନ୍।  ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ୍ କରିଛି। ଆଜି ମୁମ୍ବାଇ ଇଡି ଅଫିସ୍‌ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ୧୮ ଘଣ୍ଟାର ମାରାଥନ୍ ଜେରା କରିଥିଲା ଇଡି। ଶୁକ୍ରବାର ଇଡି ରିୟାଙ୍କୁ ୮ ଘଣ୍ଟା ଜେରା କରିଥିଲା ତେବେ ଜେରା ବେଳେ ରିୟେ ଇଡିଙ୍କୁ ତାଙ୍କର ଆଉ ଏକ ଫୋନ ନମ୍ବର ଲୁଚାଇଥିଲେ। ତେବେ […]

  • Monday, 05 July 2021
123
‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ପ୍ରମାଣିତ କରିବା ପାଇଁ ଲାଗି ପଡ଼ିଛି ମୁମ୍ବାଇ ପୋଲିସ । ଏପରିକି ସୁଶାନ୍ତ ମୃତ୍ୟୁର ତଦନ୍ତ ନ ହେବା ପାଇଁ ସବୁ ପ୍ରକାର କଳ ବଳ ଆଉ କୌଶଳ ଖଟାଇ ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ ବି କରିନାହିଁ। ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୁମ୍ବାଇ ପୋଲିସକୁ ଶ୍ରେଷ୍ଠ ପୋଲିସ ଟିମ୍‌ ବୋଲି କହିଛନ୍ତି। […]

  • Monday, 05 July 2021
sushant singh
ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଓ ତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍‌ କରିଛନ୍ତି। ଏଥିରେ ଅନେକ କଥାର ଖୁଲାସା ହୋଇଛି। ଭଉଣୀ ପ୍ରିୟଙ୍କାଙ୍କ ବ୍ୟବହାରକୁ ନେଇ ସୁଶାନ୍ତ ଚିନ୍ତା ପ୍ରକଟ କରିଥିବା ରିୟା ଶେଆର୍‌ କରିଥିବା ଏହି ବାର୍ତ୍ତାଳାପ‌ରେ ଜଣାପଡ଼ିଛି। ରିୟା କହିଛନ୍ତି, ସୁଶାନ୍ତ ଭାବୁଥିଲେ ଯେ, ତାଙ୍କ ଭଉଣୀ ‘ସିଦ୍ ଭାଇ’ଙ୍କ ସହ ଚାଲ୍‌ବାଜି କରୁଛନ୍ତି। ହୁଏତ୍‌ ଏହି କଥା ସେ ତାଙ୍କ ଭଉଣୀଙ୍କ […]

  • Monday, 05 July 2021
sanju
ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭତ୍ତି ହୋଇଥିବା ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ ହୋଇ ଘରେ ପହଞ୍ଚିଛନ୍ତି। ନିଶ୍ୱାସ ନେବାରେ ସମସ୍ୟା ହେବାରୁ ସଞ୍ଜୟ ଦତ୍ତଙ୍କୁ ୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ତେବେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ଖୋଦ୍ ସଞ୍ଜୟ ଦତ୍ତ କହିଥିଲେ। ଏହା ପରେ ତାଙ୍କୁ ଅଣ-କୋଭିଡ୍‌ ୱାର୍ଡରେ ରଖାଯାଇଥିଲା। ତେବେ ଆଜି ତାଙ୍କୁ […]

  • Monday, 05 July 2021
nishikant-kamat
ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ହାଇଦ୍ରାବାଦ: ଫିଲ୍ମ ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଥିବା ନିଶାକାନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିଶିକାନ୍ତ ବହୁତ ଚର୍ଚ୍ଚିତ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ଦୃଶ୍ୟମ, ମଦାରୀ, ମୁମ୍ବାଇ ମେରି ଜାନ ଆଦି ଫିଲ୍ମ ପ୍ରମୁଖ। ନିର୍ଦ୍ଦେଶନା ସହିତ କିଛି ମରାଠୀ ଫିଲ୍ମରେ ମଧ୍ୟ ସେ […]

  • Monday, 05 July 2021
rhea-1
ଶେଷରେ ରିୟା ମାନିଲେ, ୟୁରୋପ ଟ୍ରିପ୍‌ ପରେ ସୁଶାନ୍ତଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ପରେ ତାଙ୍କର ଡିପ୍ରେସନକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ସହ କାମ କରିଥିବା ଅଧିକାଂଶ ବ୍ୟକ୍ତି ଗୋଟିଏ କଥା କହିଛନ୍ତି, ୟୁରୋପ ଟ୍ରିପ୍‌ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବେଶି ଖରାପ ହୋଇଥିଲା। ଏହା ପରଠାରୁ ସେ ଔଷଧ ନେବା ଆରମ୍ଭ କରିଥିଲେ। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ମାମଲା ହେବା ପରେ ଏହି ଖବର ଉପରେ ଅନେକ ଚର୍ଚ୍ଚା ହୋଇଛି। ଏବେ ଏହି କଥାକୁ ରିୟା […]

  • Monday, 05 July 2021
sushant
ସୁପ୍ରିମକୋର୍ଟରେ ଅଭିଯୋଗ ଆଣିଲେ ଓକିଲ-ସୁଶାନ୍ତଙ୍କୁ ହତ୍ୟା କରାଯାଇଛି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ସୁଶାନ୍ତଙ୍କ ବେକରେ ଥିବା ଚିହ୍ନ ଏ ଦିଗକୁ ଇସାରା କରିଛି। ସୁପ୍ରିମକୋର୍ଟରେ ଏନେଇ ଜଣାଇଛନ୍ତି ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ। ପ୍ରଥମ ଥର ପାଇଁ କୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ବଡ଼ ତଥ୍ୟ ରଖାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ମିତୁ ପହଞ୍ଚିଥିଲେ। ହେଲେ ସେତେବେଳକୁ ମୃତଦେହ ତଳେ ରଖାଯାଇଥିଲା। ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହକୁ କିଏ ଦେଖିଛି ତାକୁ ନେଇ ପ୍ରଶ୍ନ […]

  • Monday, 05 July 2021
sushant singh rajput
ସୁଶାନ୍ତଙ୍କ ବେକରେ ଥିବା ଦାଗକୁ ନେଇ ମିଳିଲା ନୂଆ ସୁରାକ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଏବେ ସାମ୍ନାକୁ ଆସିଛି। ଷ୍ଟନ୍‌ ଗନ୍‌ ସାହାଯ୍ୟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଜଣେ ଫଲୋର୍‌ ଏକ ଟ୍ୱିଟ୍‌ କରି ଲେଖିଛନ୍ତି, ଶରୀରରେ ଷ୍ଟନ୍‌ ଗନ୍‌ ବ୍ୟବହାର ପରେ ଯେଉଁ ଦାଗ ସୃଷ୍ଟି ହୋଇଥାଏ, ଏହା ସୁଶାନ୍ତଙ୍କ ବେକରେ ଥିବା ଦାଗ ସହ କିଛି ମାତ୍ରାରେ ସମାନ ଥିଲା। ତେଣୁ ସୁଶାନ୍ତଙ୍କୁ ଷ୍ଟନ୍‌ ଗନ୍‌ ସାହାଯ୍ୟରେ ହତ୍ୟା କରାଯାଇ […]

  • Monday, 05 July 2021
rhea-sus
ସୁଶାନ୍ତଙ୍କ ଆକାଉଣ୍ଟରେ ଥିବା ୧୫ କୋଟି କେମିତି ଖର୍ଚ୍ଚ ହୋଇଥିଲା ? ଇଡିକୁ ମିଳିଲା ତଥ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଛି ଏକ ବଡ ସୁରାକ୍‌। ଇଡିରୁ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଲୋକଙ୍କ ଖାତାକୁ ଏକ ବଡ ରକମରର ଟଙ୍କା ଟ୍ରାନ୍ସଫର ହୋଇନାହିଁ। ସୁଶାନ୍ତଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟ ଥିଲା। ହେଲେ ଅଧିକରୁ ଅଧିକ ଟଙ୍କା ଦେବା ନେବା ସେ ଗୋଟିଏ ବ୍ୟାଙ୍କର ଖାତାରୁ ହିଁ କରୁଥିଲେ। […]

  • Monday, 05 July 2021
sushant singh 22
ମୃତ୍ୟୁର ୯ ଦିନ ପୂର୍ବରୁ ରିୟାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ସୁଶାନ୍ତ, କଲ୍‌ ରେକର୍ଡସ୍‌ରୁ ହେଲା ଖୁଲାସା

ମୁମ୍ବାଇ: ମୃତ୍ୟୁର ୯ ଦିନ ପୂର୍ବରୁ ଶେଷଥର ପାଇଁ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଫୋନ୍‌ରେ‌ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ସହ କଥା ହୋଇଥିଲେ। ଅଳ୍ପ ସମୟ ପାଇଁ ସେ ରିୟାଙ୍କ ସହ କଥା ହୋଇଥିଲେ। କଲ୍‌ ଡିଟେଲ ରେକର୍ଡସ୍‌(CDR)ରୁ ଏହା ଜଣାପଡ଼ିଛି। CDRରୁ ମିଳିଥିବା ତଥ୍ୟ ଅନୁସାରେ, ଜୁନ୍‌ ୫ରେ ସୁଶାନ୍ତ ଓ ରିୟା୨ ଥର ଫୋନ୍‌ରେ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ୨ ମିନିଟ୍‌ରୁ ମଧ୍ୟ କମ୍‌ ଥିଲା। ଜୁନ୍‌ ୫ ସକାଳ ୮ଟା […]

  • Monday, 05 July 2021
karina
ପୁଣି ମା’ ହେବେ କରୀନା

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି। ଗତକାଲି ସୈଫ୍ ଅଲ୍ଲୀ ଖାନ୍‌ ଓ କରୀନା ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କରୀନା ମା’ ହେବା କଥା ଶୁଣି ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏନେଇ ତାଙ୍କ ଭଉଣୀ ଓ ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ମଧ୍ୟ  ସୋସିଆଲ ମିଡିଆରେ କରୀନାକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର ମଧ୍ୟ ଅଭିନନ୍ଦନ […]

  • Monday, 05 July 2021
thriller
‘ଥ୍ରୀଲର୍‌’ର ଟ୍ରେଲରକୁ ନେଇ ଥାନାରେ ଏତଲା

ନବରଙ୍ଗପୁର: ରାମ ଗୋପାଳ ବର୍ମାଙ୍କ ନିିର୍ଦ୍ଦେଶିତ ଫିଲ୍ମ ‘ଥ୍ରୀଲର୍’ର ଟ୍ରେଲରକୁ ନେଇ ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ପକ୍ଷରୁ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି। ୨ ମିନିଟ ୩୬ ସେକେଣ୍ଡର ଏହି ଟ୍ରେଲରରେ ଅଶ୍ଲୀଳ ଭିଡିଓ ସମୟରେ ହିନ୍ଦୁୁ ଦେବାଦେବୀଙ୍କ ନାମକୁ ବ୍ୟବହାର କରାଯାଇଥିବାରୁ ଏଭଳି ଏତଲା ଦିଆଯାଇଥିବା ନେଇ ହିନ୍ଦୁ ଏକତା ବାହିନୀ କର୍ମକର୍ତ୍ତା କହିଛନ୍ତି। ଫିଲ୍ମର ଟ୍ରେଲରରେ ହିନ୍ଦୁ ଭଗବାନ ରାମଚନ୍ଦ୍ର, ଶିବ ଓ କୃଷ୍ଣଙ୍କ ନାମକୁ […]

  • Monday, 05 July 2021
sushant singh
ସୁଶାନ୍ତଙ୍କ ମୃତ୍ୟୁ ଦିନ ଏକ ଖାସ୍‌ ନମ୍ବରରେ ୧ ଘଣ୍ଟାରୁ ଅଧିକ ସମୟ‌ କଥା ହୋଇଥିଲେ ରିୟା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏସବୁ ଭିତରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଫୋନ୍‌ କଲ୍‌ ରେକର୍ଡସ୍‌କୁ ନେଇ ED ହାତରେ ଅନେକ ତଥ୍ୟ ଲାଗିଥିବା ସୂଚନା ମିଳିଛି। ED ସୂତ୍ରରୁ ଉଦ୍ଧୃତ କରାଯାଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରେ ଦାବି କରାଯାଇଛି ଯେ, ଯେଉଁ ଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ଅର୍ଥାତ୍‌ ଜୁନ୍‌ ୧୪ରେ, ସେହିଦିନ ରିୟା ଏକ ଖାସ୍‌ ନମ୍ବରରେ ଘଣ୍ଟାଏରୁ […]

  • Monday, 05 July 2021
ankita
ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ଇଡି ହାତରେ ଲାଗିଲା ନୂଆ ତଥ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଟଙ୍କା ହଡ଼ପ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଛି ନୂଆ ତଥ୍ୟ । ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ରହୁଥିବା ସାଢ଼େ ୪ କୋଟି ଟଙ୍କାର ଫ୍ଲାଟ୍ ସୁଶାନ୍ତଙ୍କ ନାଁରେ ରହିଛି। ମୁମ୍ବାଇ ମଲାଡ୍‌ରେ ଥିବା ଏହି ଫ୍ଲାଟ୍‌ର ଇଏମ୍‌ଆଇ ଏବେ ବି ସୁଶାନ୍ତଙ୍କ ଆକାଉଣ୍ଟରୁ କଟୁଛି। ଇଡି ପକ୍ଷରୁ ଏହି ତଥ୍ୟକୁ ନେଇ ଖୁଲାସା ଏବେ ଯାଏ ହୋଇନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର […]

  • Monday, 05 July 2021
sushant singh rajput
ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇନଥିବା ଅଭିଯୋଗ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି- ସୁଶାନ୍ତଙ୍କ ମୃତ୍ୟୁ ସମୟ ଅର୍ଥାତ୍‌ କେଉଁ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା, ତାହା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ନାହିଁ। ଏହି କଥା ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଶନିବାର କହିଛନ୍ତି। ଏହି ଘଟଣା ଏବେ ସାମ୍ନାକୁ ଆସିବା […]

  • Monday, 05 July 2021
sushant 11
ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଫ୍ଲାଟ୍‌ ଭିତରକୁ ଯାଇଥିବା ଏହି ସନ୍ଦିଗ୍ଧ ଯୁବତୀ କିଏ ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ଘଟଣାର ଖୁଲାସା ହେବାରେ ଲାଗିଛି। ଏବେ ଏମିତି କିଛି ଖୁଲାସା ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଜୁନ୍‌ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା। ସେଇ ଦିନର କିଛି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଜଣେ ସନ୍ଦିଗ୍ଧ ଯୁବତୀ ସୁଶାନ୍ତ ରହୁଥିବା ବିଲ୍ଡିଂ ପରିସର ଭିତରକୁ ପ୍ରବେଶ କରୁଥିବା […]

  • Monday, 05 July 2021
Film Editor Deben Mishra
ଓଡ଼ିଆ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।   ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ୮୦ରୁ ଅଧିକ ଓଡ଼ିଆ ଫିଲ୍ମର ଏଡିଟିଂ କରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ‘ପୁଅ ମୋର କଳା ଠାକୁର’ ତାଙ୍କର ପ୍ରଥମ ଏଡିଟିଂ ଫିଲ୍ମ ଥିଲା। […]

  • Monday, 05 July 2021
nishikant
ପରଲୋକରେ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ୍

ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ। ୫୦ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ନିଶିକାନ୍ତଙ୍କ ପରଲୋକ ନେଇ ରିତେଶ ଦେଶମୁଖ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିଶିକାନ୍ତଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। କିଛି ଦିନ ହେବ ନିଶିକାନ୍ତଙ୍କ ଦେହାନ୍ତ ନେଇ ଗୁବତ ପ୍ରକାଶ ପାଇଥିଲା। ଯାହା ପରେ ରିତେଶ ଏହାକୁ […]

  • Sunday, 04 July 2021
sush
ସୁଶାନ୍ତ‌ଙ୍କ ବିଷୟରେ ରୋଚକ ତଥ୍ୟ ଦେଲେ କୋ-ଆକ୍ଟର ନରେଶ ଦିବାକର

ନୂଆଦିଲ୍ଲୀ: ସୁଶାନ୍ତ ସିଂ ମୃତ୍ୟୁ ଦୁଇମାସରୁ ଅଧିକ ହୋଇଗଲାଣି। ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇପାରି ନାହିଁ। ମାତ୍ର ୩୪ ବର୍ଷ ବୟସରେ ସିନା ଚାଲିଗଲେ ସୁଶାନ୍ତ ହେଲେ ତାଙ୍କର ଅଭିନୟ, ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି। ନିକଟରେ ତାଙ୍କର ଜଣେ ସହ ଅଭିନେତା ନରେଶ ଦିବାକର ସୁଶାନ୍ତଙ୍କ ବିଷୟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ନରେଶ ଇନ୍‌ଷ୍ଟାରେ ଏକ ଭିଡିଓ ସେୟାର କରି […]

  • Sunday, 04 July 2021
sushant 11
୩ ବର୍ଷରେ ସୁଶାନ୍ତଙ୍କ ଆୟ ଥିଲା କେତେ?

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ହେରଫେର ହୋଇଥିବା ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଇଡି ଅନୁଯାୟୀ, ସୁଶାନ୍ତ ସିଂହ ଗତ ୨ରୁ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରୋଜେକ୍ଟରୁ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ। ତେବେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା […]

  • Sunday, 04 July 2021