ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଗତକାଲି ରାଜ୍ୟରୁ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ ୧୨ରେ ପହଞ୍ଚିଛି। ଆଜି ଆଖି ବୁଜିଥିବା ୧୨ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି। ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଆଗରେ ଥିବାବେଳେ ମୃତ୍ୟୁ ତାଲିକାରେ ମଧ୍ୟ […]
ଲଣ୍ଡନ: ଟିକା ନେବା ପରେ କରୋନା ହେଉଥିବା ଅନେକ ଖବର ଶୁଣିବାକୁ ମିଳୁଛି ଯାହା ସାଂପ୍ରତିକ ସ୍ଥିତିରେ ଗଭୀର ମାନସିକ ଚାପ ପକାଉଛି। ହେଲେ ଏବେ ଟିକାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର। ଗୋଟିଏ ଡୋଜ୍ କରୋନା ଟିକା ନେଲେ ସଂକ୍ରମଣ ୫୦ ପ୍ରତିଶତ ହ୍ରାସ ପାଉଛି। ଏ ନେଇ ବୁଧବାର ଏକ ଖବର ପ୍ରକାଶ ପାଇଛି। ଇଂରାଜୀରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର କିମ୍ବା ଆଷ୍ଟ୍ରାଜେନେକା ଟିକାର ଗୋଟିଏ ଡୋଜ୍ ନେଇଥିବା ବ୍ୟକ୍ତିଙ୍କଠାରୁ ପରିବାର […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର କ୍ଷତି ବିସ୍ଫୋରକ ରୂପ ନେଇ ଆସିଛି। କ୍ରମାଗତ ଭାବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସପ୍ତମ ଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳେ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩, ୬୦, ୯୬୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ […]
ଭୁବନେଶ୍ୱର: ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ତାଲିକା ଚିନ୍ତା ବଢାଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ଉପରେ ରହିଛି। ଗତକାଲି ରାଜ୍ୟରୁ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛନ୍ତି ୬ ହଜାର ୭୩ । ଆଜି ବି ଖୋର୍ଦ୍ଧା ଜିଲ୍ଲା ତାଲିକାର ଉପରେ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୯୨ ସଂକ୍ରମିତ ବାହାରିଛନ୍ତି। ଆଜି ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ କ୍ୱାରେଣ୍ଟିନରେ ଥିବାବେଳେ ୨୭୭୨ ଲୋକାଲ […]
ଲୋକ ଢିଲା ହେବା ଅନୁଚିତ୍। ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ କଟକଣା ରହିବା ଦରକାର। ଆମକୁ ସଚେତନ ରହିବା ଦରକାର, ନହେଲେ ବିପଦ ପୁଣି ବଢ଼ିବ ବୋଲି ଚେତାବନୀ ଦେଇଛନ୍ତି ଡିଏମ୍ଇଟି ।
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡୁଛି କରୋନା । ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗୋଟିଏ ଦିନରେ ୨୮୧୨ ଜୀବନ ନେଇଛି ଏହି ମହାମାରୀ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩କୁ ବୃଦ୍ଧି ପାଇଥିବା ବେଲେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ […]
ନୂଆଦିଲ୍ଲୀ: ଭାରତରେ ବଢି ଚାଲିଛି କରୋନା ପ୍ରକୋପ। ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି। ଏପରି ପରିସ୍ଥିତିରେ ଅକ୍ସିଜେନ୍ର ଅଭାବ ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ଅକ୍ସିଜେନ ଅଭାବରୁ ଭାରତରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଭାରତର ଏପରି ବିପତ୍ତି ସମୟରେ ଆମେରିକା ସହାୟତାର ହାତ ବଢାଇଥିବାବେଳେ ବ୍ରିଟେନ ବି ସାହାଯ୍ୟ କରିବାକୁ ଆଗେଇ ଆସିଛି। କରୋନା ମୁକାବିଲା ଲାଗି ଭାରତକୁ ସହାୟତା ବଢ଼ାଇଛି ବ୍ରିଟେନ। ଗତକାଲି ବ୍ରିଟେନ ଭେଣ୍ଟିଲେଟର, ଅକ୍ସିଜେନ୍ କନସେନଟ୍ରେଟର ସମେତ […]
ନୂଆଦିଲ୍ଲୀ: ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମେ’ ୧ ତାରିଖରୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ତେଣୁ ଦେଶରେ ପର୍ଯ୍ୟାନ୍ତ ପରିମାଣର ଟିକାର ଆବଶ୍ୟକ ରହିଛି। ଅନ୍ୟପକ୍ଷେ ପର୍ଯ୍ୟାପ୍ତ ଟିକା ନ ଥିବାରୁ ଅନେକ ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷେ ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି। ଏପରି ସ୍ଥିତିରେ ଭାରତକୁ ସହୟତାର ହାତ ବଢାଇଛି ଆମେରିକା। ବିପତ୍ତି ସମୟରେ ଭାରତକୁ ସାହାଯ୍ୟ କରି ଋଣ […]
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଆଶାତୀତ ଭାବେ ବୃଦ୍ଧି ପାଉଛି। ପ୍ରତ୍ୟେକ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ମାଡୁଛି। ଅବସ୍ଥା ଏତେ ଖରାପ ହଇଛି ଯେ, ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସ୍ଥାନ ନାହିଁ। ଡାକ୍ତରଖାନା ବାହାରେ ରୋଗୀ ଶେଷ ନିଃଶ୍ୱାସ ଛାଡ଼ୁଛନ୍ତ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାନୁସାରେ, ଆଜିର ନୂଆ ସଂକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ହୋଇଛି। ଗତ ୨୪ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ ଲୋକମାନେ ଆବଶ୍ୟକତା ଅନୁଯାୟୀ ସଚେତନ ହେଉନାହାନ୍ତି। ଟିକା ନେଲେ ବି କରୋନାରୁ ବର୍ତ୍ତିବା ପାଇଁ ସଚେତନତାର ଆବଶ୍ୟକ ରହିଛି ବାରମ୍ବାର କୁହାଯାଉଛି । ଏ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ ସୂଚନା ଦେଇଛନ୍ତି। ଡା.ମିଶ୍ର କହିଛନ୍ତି, ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ନିୟମ ମାନି ଲୋକ କାମ କରନ୍ତୁ । ସେ କହିଛନ୍ତି, ଟିକା ନେଲେ […]
ପୁରୀ: ପୁରୀରେ ଅଣାୟତ୍ତ ହେଉଛି କରୋନା। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ ମୋଟ ୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଏମାନଙ୍କ ମଧ୍ୟରୁ ୨୨ ଜଣ ସେବାୟତ ଓ ତାଙ୍କ ପରିବାର ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଉ ୧୯ ଜଣ ଜୋତା ଷ୍ଟାଣ୍ଡ କର୍ମଚାରୀ ଓ ୯ ଶ୍ରୀମନ୍ଦିର କର୍ମଚାରୀ ବୋଲି ସୂଚନା ମିଳିଛି। ତେବେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କାରଣ କୁମ୍ଭ […]
ନୂଆଦିଲ୍ଲୀ: ଦେଶରେ କରୋନା ଭୟଙ୍କର ରୂପ ନେଉଛି। ଦିନକୁ ଦିନ ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ପ୍ରତିଦିନ କରୋନା ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଜନିତ ମୃତ୍ୟୁ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ରିପୋର୍ଟରୁ ଜଣାଯାଇଛି, ଦିନକରେ ଦେଶରେ ୧୩୪୧ ଲୋକଙ୍କର ମୃତ୍ୟୁ ଘଟିଛି। ସେହପରି ୨୪ ଘଣ୍ଟାରେ ୨, ୩୪, ୬୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ୱର: ଆଜି ରାଜ୍ୟରୁ ପୁଣି ୩୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୨୩ କ୍ୱାରେଣ୍ଟିନରେ ଥିବାବେଳେ ୧୩୨୧ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ସୁନ୍ଦରଗଡ ଓ ଖୋର୍ଦ୍ଧା ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ସୁନ୍ଦରଗଡରେ ସର୍ବାଧିକ ୫୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଡାକ୍ତରମାନେ କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ପୂର୍ବନୁମାନ କରିଥିଲେ ତା‘ଠାରୁ କାହିଁ କେତେ ଅଧିକ ଭୟଙ୍କର ରୂପ ନେଇ ଆସିଛି ମହାମାରୀ। ଦେଶର ସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା […]
ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ। କରୋନା ସଂକ୍ରମଣ ଯେଉଁ ହାରରେ ଏଠାରେ ବଢୁଛି ତାହା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ଲଗାତାର ଦୈନିକ କରୋନା ସଂକ୍ରମଣ ତାଲିକାର ଉପରେ ଥିବା ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜି ଏଠାରୁ ୬୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗତକାଲି ୨୨୬୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛି ୨୯୮୯ ଜଣ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୧୭୩୩ କରୋନା ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ […]
ମୁମ୍ବାଇ: ମହାରାଷ୍ଟ୍ରରେ ଭୟାବହ ହେଉଛି କରୋନା। ରୋଗୀଙ୍କ ସଂଖ୍ୟା ଏତେମାତ୍ରାରେ ବଢୁଛି ଯେ, ଡାକ୍ତରଖାନାରେ ଚିକିତ୍ସା ସେବା ଯୋଗାଇବା ମୁସ୍କିଲ ହୋଇ ଯାଉଛି। ରାଜ୍ୟରେ ଗତକାଲି ପ୍ରାୟ ୬୩ ହଜାର ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ୩୪୯ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ମୁମ୍ବାଇରେ ଦିନକରେ ୯ ହଜାର ୨୦୦ ଲୋକ ସଂକ୍ରମିତ ହୋଇଛନ୍ତି । ମୁମ୍ବାଇରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚିକିତ୍ସାରେ ଅବ୍ୟବସ୍ଥା ଦେଖାଦେଇଛି। ଜୋଗେଶ୍ୱରୀ ଡାକ୍ତରଖାନାରେ ୨ ସପ୍ତାହରେ ୧୨ […]
ପୁରୀ: ପୁରୀରେ ବ୍ୟାପକ ହୋଇଛି କରୋନା ସଂକ୍ରମଣ। ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ସବୁଠି ବ୍ୟାପିଲାଣି କରୋନା ସଂକ୍ରମଣ। ଦୀର୍ଘମାସ ବନ୍ଦ ରହିବା ପରେ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲା। କଟକଣା ଭିତରେ ଜଗା ଦର୍ଶନ ପାଉଥିଲେ ଭକ୍ତ। ହେଲେ ଏବେ ପରିସ୍ଥିତି ସାଂଘାତିକ ହେଲାଣି। ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ଜଣ କରୋନା ପଜିଟିଭ ଆସିଥିବା ଜଣାଯାଇଛି। ଆଜି ମିଳିଥିବା ସୂଚନାରୁ ଜଣାଯାଇଛି, ପୁରୀରେ ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟଙ୍କ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ପ୍ରଥମ ଲହରଠୁ ଆହୁରି ଭୟାନକ ରୂପ ଧାରଣ କରି ବ୍ୟାପିବାରେ ଲାଗିଛି ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଏକ ଲକ୍ଷ ୬୦ ହଜାର ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୮୮୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୧,୭୫୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୩, ୬୦୪ ଜଣ, ଛତିଶଗଡରେ ୧୩,୫୭୬ ଏବଂ ଦିଲ୍ଲୀରେ […]
ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦିନକୁ ଦିନ ସଂକ୍ରମଣ ବଢି ବଢି ଚାଲିଛି। ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୮୪ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୧୦୩୪ କ୍ୱାରେଣ୍ଟିନରୁ ବାହାରି ଥିବାବେଳେ ୭୪୯ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ସେହିପରି ରାଜ୍ୟରେ କରୋନାରେ ଆଜି ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର। ଏହାକୁ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ଇତିମଧ୍ୟରେ ସୁପ୍ରିମ୍ କୋଟରୁ ଏକ ବଡ ଖବର ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁଯାୟୀ, ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଶୁଣାଣି ଭିଡିଓ କନ୍ଫରେନ୍ସି ଜରିଆରେ କରାଯିବ ବୋଲି କୁହାଯାଇଛି। ଏବେ ସମସ୍ତ ବିଚାରପତି ଘରେ କାମ କରୁଛନ୍ତି। ଏତେ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ […]
ନୂଆଦିଲ୍ଲୀ: ଡରେଇଲାଣି କରୋନା । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା ପ୍ରଥମ। ଏହା ପୂର୍ବରୁ ଏପ୍ରିଲ ୧ ତାରିଖ ୧ ଲକ୍ଷ ୫୨ ହଜାର ୫୬୫ ମାମଲା ସାମ୍ନାକୁ ଆସିଥିଲା। ସେହିପରି ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ରୋଗୀ ଆଖି ବୁଜିଛନ୍ତି। ଗତ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେଲଗାମ ହେଲାଣି। ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ବି ଧୀରେ ଧୀରେ ବଢୁଛି। ଆଜି କରୋନାରେ ପୁଣି ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୦ ତାରିଖ ରାଜ୍ୟରେ କରୋନାରେ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ଆଜି ପୁଣି ଦୁଇଜଣ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ଧରି ୧ ଲକ୍ଷ ଉପରେ ରହିଛି। ଶନିବାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୭୦୦ରୁ ଅଧିକ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧, ୪୫, ୩୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ […]
ଭୁବନେଶ୍ୱର:ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫରେ କିଛି ବି ପରିବର୍ତ୍ତନ ଆସିନି। କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଶୁକ୍ରବାର ରାଜ୍ୟରୁ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୩୭୪ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୮୧୨ ଏବଂ ଲୋକାଲ କେସ ୫୬୨। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ ରେକର୍ଡ କରିଛି। ଏକ ସୁନ୍ଦରଗଡ […]