ଭୁବନେଶ୍ୱର: ସାରା ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ୱର ୧୯୫ ଦେଶରୁ ଏବେ ସୁଦ୍ଧା ୧୮୬ ଦେଶକୁ ପଶିଗଲାଣି ମହାମାରୀ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ଦେଶରେ ୬୩ ଜଣ କୋଭିଡ୍-୧୯ ଭାଇରସ ଆକ୍ରାନ୍ତ ହେବା ପରେ ହାଇଆଲର୍ଟରେ ସବୁ ରାଜ୍ୟ ସରକାର। ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ଥିବାରୁ ଏହା ଯେଭଳି ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ଗୋଷ୍ଠୀ ସଂକ୍ରମଣ […]
ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ନାମ ଓ ସେମାନଙ୍କ ସମ୍ପର୍କୀୟଙ୍କ ନାମ ଯେପରି ଗଣମାଧ୍ୟମରେ ପ୍ରକାଶିତ ନହୁଏ, ଏନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। କୋଭିଡ-୧୯ ସଂକ୍ରମିତ କୌଣସି ରୋଗୀଙ୍କ ନାଁ ଓ ଠିକଣାକୁ କୌଣସି ପରିସ୍ଥିତିରେ ବି କୌଣସି ଗଣମାଧ୍ୟମରେ ପ୍ରକାଶିତ କରାଯାଇ ପାରିବ ନାହିଁ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ୍ ଓ ସୋସିଆଲ ମିଡିଆ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ।କୋଭିଡ୍-୧୯ରେ ସଂକ୍ରମିତ ବ୍ୟକ୍ତି, ତାଙ୍କର ପରିବାର ବର୍ଗ, ସମ୍ପର୍କୀୟ, ତାଙ୍କୁ ଚିକିତ୍ସା […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍ ଡାଉନ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଲକ୍ ଡାଉନରୁ ମୁକ୍ତ ରହିବ। ଏହି ଲକ୍ ଡାଉନ୍ ସମୟରେ ବସ୍, ଟ୍ରେନ୍, ବିମାନସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀର ହୋଲସେଲ୍ ବଜାର ବି ଖୋଲା ରହିବ। ସେହିପରି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍ ଖୋଲା ରହିବ। ମ୍ୟୁନିସିପାଲିଟି, ପୋଲିସ, ଅଗ୍ନିଶମ […]
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧିକୁ ବୃଦ୍ଧି ପାଇଛି ।
ଭାରତର ପ୍ରଥମ କରୋନା ରୋଗୀ ପୁଣିଥରେ ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ କେରଳର ସ୍ୱାସ୍ଥ୍ୟ ଅଧିକାରୀ ଗତକାଲି ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳା ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତାଙ୍କ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।
ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଅତି ହାଲ୍କା ଭାବେ ନେଉଛନ୍ତି ଲୋକେ। ଯେମିତିକି ପାଣିପାଗ ବିଭାଗର ପୂର୍ବାନୁମାନ ଭଳି ବର୍ଷା ଆସିବା ପୂର୍ବରୁ ଲୋକେ ଯେଭଳି ବାହାରେ ବୁଲାବୁଲି କରନ୍ତି, ଏବେ ସେଭଳି ସ୍ଥିତି ଉପୁଜୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି।
ଦୁଇଦିନ ପରେ ଶେଷ ହେବ ପଞ୍ଚମ ପର୍ଯ୍ୟାୟ ଆଂଶିକ ଲକଡାଉନ୍। ଜୁଲାଇ ୧୬ରୁ କେଉଁ କେଉଁ ନୂଆ ନିୟମ ଲାଗୁ ହେବ, କେଉଁ କ୍ଷେତ୍ରରେ କଟକଣା ଅଧିକ କୋହଳ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ସବୁ ଜିଲ୍ଲାରେ ଏଯାଏଁ ବସ୍ ସେବା ଆରମ୍ଭ ହୋଇନଥିବା ବେଳେ ଜିମ୍, ବିୟୁଟି ପାର୍ଲର, ମଲ୍ ଆଦି ବନ୍ଦ ରହିଛି।
ମେ ୫ରୁ ଜୁଲାଇ ୧୩ ଦୁଇମାସରୁ ଅଧିକ ସମୟ ଧରି ରାଜ୍ୟରେ ଲାଗି ରହିଛି କୋଭିଡ୍ କଟକଣା। ଆଉ ଦୁଇ ଦିନ ପରେ ଶେଷ ହେବ ପଂଚମ ପର୍ଯ୍ୟାୟ ଆଂଶିକ ଲକଡାଉନ। ତା ପରେ କି ନିଷ୍ପତ୍ତି ନେବେ ରାଜ୍ୟ ସରକାର? ସଂପୂର୍ଣ୍ଣ ଅନଲକ୍ ପ୍ରକ୍ରିୟାକୁ ଯିବେ ନା ନା ପୁଣିଥରେ କାଟାଗୋରି A, B ଫର୍ମୁଲା ଅନୁଯାୟୀ କଟକଣା ଲଗାଇବେ, ତାକୁ ନେଇ ଚାଲିଛି ତର୍ଜମା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ବି ୩ ପ୍ରତିଶତ ପାଖକୁ ଆସିଲାଣି
ରାଜ୍ୟକୁ ଆସିଲା ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।
ଆସନ୍ତା ଶୁକ୍ରବାର ପ୍ରଧାନମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ । କେବଳ ଓଡ଼ିଶା ନୁହେଁ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କୋଭିଡ ସ୍ଥିତି ନେଇ ଆଲୋଚନା କରିବେ
ୱାଶିଂଟନ: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ସପ୍ତାହେ ହେବ ଦେଶରେ ପ୍ରତ୍ୟେକ ଦିନ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା Dr Anthony S Fauci ଭାରତରେ କରୋନା […]
ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ବେକାବୁ। ଦିନକୁ ଦିନ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। କିଛିଦିନ ହେବ ଦେଶରେ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆସନ୍ତା ସପ୍ତାହରେ ଦେଶରେ କରୋନା ସଂକ୍ରମଣ ପିକରେ ପହଞ୍ଚିପାରେ। ମ୍ୟାଥମେଟିକାଲ ମଡେଲ(Mathematical Model) ଅନୁସାରେ, ଦେଶରେ ମେ ୩ ଓ ୫ ଭିତରେ କରୋନା ପିକରେ ପହଞ୍ଚିପାରେ। ଏନେଇ ବୈଜ୍ଞାନିକଙ୍କ ଏକ ଟିମ ସରକାରଙ୍କୁ ସୂଚନା ଦେଇଛନ୍ତି।ସରକାରଙ୍କ ଦ୍ୱାରା ନିଯୁକ୍ତ […]
କୋଲକାତା: ପଶ୍ଚିମବଙ୍ଗରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି। ନିର୍ବାଚନ ଶେଷ ହେବା କ୍ଷଣି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏହି ଆଂଶିକ ଲକଡାଉନ ଘୋଷଣା କରିଛନ୍ତି। ଆଂଶିକ ଲକଡାଉନ ବେଳେ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୩ଟାରୁ ୫ ଟା ପର୍ଯ୍ୟନ୍ତ ବଜାର / ହାଟ ଖୋଲା ରହିବ। ବାକି ସମୟରେ ଏହା ବନ୍ଦ ରହିବ। ହେଲେ ଶପିଂ କମ୍ପ୍ଲେକ୍ସ, ବିୟୁଟି ପାର୍ଲର, ସିନେମା ହଲ […]
ନୂଆଦିଲ୍ଲୀ: ଶୁଟର ଦାଦି ଭାବେ ପରିଚିତ ଚନ୍ଦ୍ରୋ ତୋମାରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉତ୍ତର ପ୍ରଦେଶର ମିରଟରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବାଘପଟରେ ରହୁଥିବା ଶାର୍ପଶୁଟର ଚନ୍ଦ୍ରୋ ତୋମାର ଅନେକ […]
ଜୁଲାଇ-ଅଗଷ୍ଟରେ ମହାରାଷ୍ଟ୍ରରେ ଦେଖିବାକୁ ମିଳିପାରେ କରୋନାର ତୃତୀୟ ଲହର ମହାରାଷ୍ଟ୍ରରେ ଗୁରୁବାର ଦିନ ୬୬,୧୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୭୧ ଜଣଙ୍କ ମୃତ୍ୟୁ ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ଏବେ ବେକାବୁ ଥିବାବେଳେ ସ୍ଥିତି ମଧ୍ୟ ସାଙ୍ଘାତିକ। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହର ଅଧିକ ଭୟଙ୍କର ହୋଇପଡ଼ିଛି। ଦ୍ଵିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ […]
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ Y କ୍ୟାଟେଗୋରୀ ସୁରକ୍ଷା ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ନେଇଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସାରା ଦେଶରେ ଅଦର ପୁନାଓ୍ୱାଲାଙ୍କୁ ଏହି ସୁରକ୍ଷା […]
ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କୋଭିଡ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ କରୋନା ରୋଗୀଙ୍କ ଆତ୍ମହତ୍ୟା ଦେଶରେ ଦିନକରେ ସର୍ବାଧିକ ଆଜି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ ମୋରଦାବାଦ: ଅକ୍ସିଜେନ ଅଭାବରୁ ଗତ କିଛିଦିନ ହେବ ଦେଶରେ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏସବୁ ଭିତରେ ଉତ୍ତରପ୍ରଦେଶରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ […]
ଓଡ଼ିଶାରେ ଫ୍ଲାଟିନିଙ୍ଗ କର୍ଭ ବା ସମାନ୍ତରାଳ ଭାବେ ରହୁଛି କରୋନା ସଂକ୍ରମଣର ସ୍ଥିତି ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ଅମାନିଆ ହେଲେ ଲାଗୁ ହୋଇପାରେ ସଟଡାଉନ୍ ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି ଆଜି ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି,“ରାଜ୍ୟରେ ଫ୍ଲାଟିନିଙ୍ଗ […]
ନୋଏଡା: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢୁ ଥିବାବେଳେ ଏଭଳି ସମୟରେ ହସ୍ପିଟାଲରେ କେଉଁଠି ବେଡ ମିଳୁନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖା ଦେଇଛି। ଆଉ କେଉଁଠି ଆମ୍ବୁଲାନ୍ସ ମିଳୁନାହିଁ। ଠିକ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବା ଯୋଗୁ ରୋଗୀଙ୍କ ଜୀବନ ଚାଲି ଯାଉଥିବା ଅଭିଯୋଗ ହେଉଛି। ଏପରିକି ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଲୋକଙ୍କୁଠୁ ମନଇଚ୍ଛା ଟଙ୍କା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। କେଉଁଠି ୩ କି.ମି. ପାଇଁ ୧୦ […]
ବେଙ୍ଗାଲୁରୁ: ସାରା ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାହା ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣକୁ ରୋକିବା ପାଇଁ କିଛି ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଆଉ କେଉଁଠି କର୍ଫ୍ୟୁ ଜାରି ହୋଇଛି। କର୍ଣ୍ଣାଟକରେ ମଧ୍ୟ ଲକଡାଉନ ଜାରି ହୋଇଛି। ହେଲେ ଏବେ କର୍ଣ୍ଣାଟକ ସରକାରଙ୍କ ପାଇଁ ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପାଖାପାଖି ୩ ହଜାର କରୋନା […]
ହାଇଦ୍ରାବାଦ: ସାରାଦେଶରେ ଏବେ କରୋନାର ଦ୍ଵିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ଓ ସେଲିବ୍ରିଟିମାନେ ମଧ୍ୟ କରୋନା କୋପରୁ ବର୍ତ୍ତି ପାରୁ ନାହାନ୍ତି। ଏବେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ନିଜେ ଅଲ୍ଲୁ ଅର୍ଜୁନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେଆର କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। View this post on Instagram […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବାବେଳେ ଏଥିଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସେସନ୍ ସାଇଟ୍ ପ୍ରସ୍ତୁତ ଥିବାବେଳେ ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ତେବେ ମେ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ, ସେବେ ଟିକାକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ଆଜି ଆଉ ୯୦ ହଜାର କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ଅନ୍ୟପକ୍ଷେ, ଆଜି ଯାଜପୁର […]
ବଲାଙ୍ଗିର: କରୋନା ପାଇଁ ଧୀରେ ଧୀରେ ହଜିଯାଉଛି ମାନବିକତା। କେଉଁଠି ନିଜ ଲୋକ ପର କରିଦେଉଛନ୍ତି ତ ଆଉ କେଉଁଠି ମୃତଦେହକୁ ଚାରି କାନ୍ଧ ଦେବାକୁ କେହି ନାହାନ୍ତି। ସତେ ଯେମିତି ସଂକ୍ରମଣର ଭୟ ଲୋକଙ୍କ ମଧ୍ୟରେ ବାଡ଼ ସୃଷ୍ଟି କରିଛି। ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛିଦିନ ଧରି ଲଗାତାର ଭାବେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୮ ହଜାରରୁ ଅଧିକ […]
ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏସବୁ ପରେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନାହିଁ। ବରଂ ପ୍ରତ୍ୟେକ ଦିନ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଉଛି। ହେଲେ କିଛି ଲୋକ ଏହି ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଥିବା […]