ଭୁବନେଶ୍ୱର: ସରକାରୀ ଓ ବେସରକାରୀ ନିର୍ମାଣ ସ୍ଥାନରେ କୋଭିଡ୍-୧୯କୁ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ପାଳନ କରିବାକୁ ନିର୍ଦ୍ଦେଶ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ମାଣ କାର୍ଯ୍ୟରେ ଜଡ଼ିତ ଶ୍ରମିକ, ଟେକ୍ନିସିଆନ, ସୁପରଭାଇଜର ଏବଂ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା ନିର୍ଦ୍ଦେଶାବଳୀଗୁଡିକ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ। ସବୁ ବ୍ୟକ୍ତି ମାସ୍କ କିମ୍ବା ମୁହଁରେ ରୁମାଲ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରମିକମାନେ କାର୍ଯ୍ୟ କ୍ଷେତ୍ରରେ ଏକାଠି […]
ଭୁବନେଶ୍ୱର: ଜୁନ୍ ୧୭ରେ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା। ଆଜି ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ପଢ଼ା ଉପରେ ଧ୍ୟାନ ଦିଅନ୍ତୁ। ଜୁନ୍ ୧୭ରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ପରୀକ୍ଷା ହୋଇପାରେ। ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ପରୀକ୍ଷା ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସେହିପରି ପିଜି ଏକକ ପ୍ରବେଶିକା ପରୀକ୍ଷା […]
ଭୁବନେଶ୍ୱର: ଲକଡାଉନ ବେଳେ ଟ୍ୟାକ୍ସି ସେବା ଯୋଗାଇ ପାରିବେ ଓଲା, ଉବେର ସଂସ୍ଥା। ତେବେ ଏମାନେ କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। କଟକ, ଭୁବନେଶ୍ୱର ଓ ରାଉରକେଲାର କିଛି ଅନୁମତିପ୍ରାପ୍ତ ହସ୍ପିଟାଲକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। ଗାଡ଼ିର ଡ୍ରାଇଭର ଯାତ୍ରୀଙ୍କ ଫଟୋ ଓ ପରିଚୟପତ୍ର ମଧ୍ୟ ଅପଲୋଡ୍ କରିବେ। ଏହି ନିୟମର ଉଲ୍ଲଂଘନ ହେଉଛି କି ନାହିଁ, ତାହା ଭୁବନେଶ୍ୱର ଆରଟିଓ ଓ୍ୱାନ ଠାରେ ଥିବା […]
ନ୍ୟୁୟର୍କ: କରୋନା ଭାଇରସରେ ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୧ଲକ୍ଷ ୪୭ ହଜାରରୁ ଅଧିକ ଲୋକ। ୨୧୦ ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ଆଜି ସୁଦ୍ଧା ପ୍ରାୟ ୨୨ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି। ସର୍ବାଧିକ ପ୍ରଭାବିତ ଆମେରିକାରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଛି। ସେହିଭଳି ୬ ଲକ୍ଷ ୭୮ ହଜାରରୁ ଅଧିକ ଲୋକ କୋଭିଡ୍ ୧୯ରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି। ଇଟାଲୀରେ ଏଠାରେ ୨୨ ହଜାରରୁ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ନୂଆ ୧୦୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୪୫୨କୁ ବୃଦ୍ଧି ହୋଇଛି। ସେହିଭଳି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୮୩୫ରେ ପହଞ୍ଚିଛି। ସେଥିରୁ ୧୧ ହଜାର ୬୧୬ ଜଣଙ୍କ ଚିକିତ୍ସା ହେଉଥିବା ବେଳେ ୧୭୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ଦେଶ ପାଇଁ ଆସିଛି ଆଶ୍ୱାସନାର […]
ଭଦ୍ରକ: ଭଦ୍ରକରେ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ବହି ଦୋକାନ। ଲକଡାଉନ ନିୟମକୁ କୋହଳ କରି ବହି ଓ ଷ୍ଟେସନାରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ। ପ୍ରତି ରବିବାର ସକାଳ ୬ରୁ ଦିନ ୧ଟା ଯାଏଁ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ ଅବଧି ଶେଷ ହେଉଥିବା ମେ ୩ ଯାଏଁ ଏସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ। ସେହିପରି ଅଟୋ ଚାଳକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି […]
ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟକୁ ଲକ୍ଡାଉନ୍ ନିୟମରୁ ବାଦ୍ ଦିଆଯାଇଛି। ଦୂରସଞ୍ଚାର, ପାନୀୟ ଜଳ ଏବଂ ବିଜୁଳି ପାଇଁ ହେଉଥିବା ନିର୍ମାଣ କାର୍ଯ୍ୟରେ କୌଣସି କଟକଣା ରହିବ ନାହିଁ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୂଣ୍ୟ ସଲିଲା ଶ୍ରୀବାସ୍ତବ। ସେହିଭଳି ଅନୁସୂଚିତ ଜନଜାତି ଓ ବନାଞ୍ଚଳରେ ରହୁଥିବା ଲୋକେ ଲଘୁ ବନ୍ୟ ଉତ୍ପାଦନ ଓ ଅନ୍ୟ କୃଷି କାର୍ଯ୍ୟ କରିପାରିବେ। ସେହିଭଳି କୋପରେଟିଭ୍ କ୍ରେଡିଟ୍ […]
ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱାସନାର ଖବର। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ଉଭୟ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। କେବଳ ଭୁବନେଶ୍ୱରେ ସୁସ୍ଥହେବା ସଂଖ୍ୟା ୧୪ରେ ପହଞ୍ଚିଛି। ସେହିପରି ଗତ ଦୁଇ ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି ଚିହ୍ନଟ ହୋଇ ନାହାନ୍ତି କରୋନା ପଜିଟିଭ୍। ଗତ ୧୫ ତାରିଖରେ […]
ଭୁବନେଶ୍ୱର: କରୋନାର ହଟସ୍ପଟ୍ ରାଜଧାନୀ ଭୁବନେଶ୍ୱର। ରାଜ୍ୟରେ ଏଯାଏଁ ସଂକ୍ରମିତ ହୋଇଥିବା ୬୦ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରର ସଂଖ୍ୟା ୪୬। ଏଠି ଜଣଙ୍କର ଜୀବନ ବି ନେଇଛି କରୋନା ଚିକିତ୍ସା ପରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ଆକ୍ଟିଭ୍ କେଶ୍ ରହିଛି ୩୩। ବଢୁଥିବା ସଂକ୍ରମଣକୁ ଚେକ୍ ଦେବାକୁ ଭୁବନେଶ୍ୱର ପାଇଁ ସରକାର କରିଛନ୍ତି ସ୍ପେଶାଲ୍ ଷ୍ଟ୍ରାଟେଜି। ଏହା ଅନୁଯାୟୀ ଆସନ୍ତା ସପ୍ତାହେ ଭିତରେ ଭୁବନେଶ୍ୱରେ ୫ ହଜାର ଯାଏଁ ନମୁନା […]
ନୂଆଦିଲ୍ଲୀ: ଦେଶରେ ୧୩,୩୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୦୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶବ୍ୟାପୀ ମୃତ୍ୟୁ ସଂଖ୍ୟା ୪୩୭ରେ ପହଞ୍ଚିଛି। ସେହିଭଳି ଏପର୍ଯ୍ୟନ୍ତ ୧୭୪୯ ସୁସ୍ଥ ହୋଇଛନ୍ତି। ଭାରତରେ ସୁସ୍ଥ ହାର ୧୩.୦୬ ପ୍ରତିଶତ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି। ଦେଶରେ ପଜିଟିଭ କେସ୍ ଦ୍ୱିଗୁଣିତ ହାର ହ୍ରାସ ପାଇଥିବା ସେ କହିଛନ୍ତି। […]
ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ଅଙ୍ଗନବାଡି ଦିଦି। ଘରକୁ ଘର ବୁଲି ଲୋକଙ୍କୁ କରୋନା ପ୍ରତିଷେଧକ କଥାକୁ ବୁଝାଉଛନ୍ତି। କିନ୍ତୁ ଏମିତି ଜଣେ ଦିଦି ଯିଏ ନିଜର ସ୍ୱାସ୍ଥ୍ୟ କଥା ଭୁଲି କରୋନାକୁ ମାତ୍ ଦେବା ପାଇଁ ଘରକୁ ଘରକୁ ବୁଲି ଲୋକଙ୍କୁ ବୁଝାଉଛନ୍ତି। ଏପରିକି ନିଜେ କ୍ୟାନସରରେ ଆକ୍ରାନ୍ତ ହୋଇ ବି ହାର ମାନିନାହାନ୍ତି। କରୋନା କିଭଳି ତାଙ୍କ ଅଞ୍ଚଳରେ ନ ବ୍ୟାପିବ, ସେଥିପାଇଁ ପରିଶ୍ରମ କରି ଆଜି ସାରା ରାଜ୍ୟରେ ପ୍ରଶଂସିତ ହୋଇପାରିଛନ୍ତି […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଅଭାବନୀୟ ଘଟଣା ଘଟିଛି। ଟ୍ରେଜେରୀ ଅଫିସରଙ୍କ ପତ୍ନୀଙ୍କ ମୃତଦେହକୁ ଗାଁ ମଶାଣିକୁ ଆଣିବା ପାଇଁ ବାରଣ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଏକତାଳି ଗାଁ ଲୋକେ। ମୃତକ ହେଲେ ଏକତାଳି ଗାଁର ମହେନ୍ଦ୍ର ହାଁସଦାଙ୍କ ପତ୍ନୀ ସୁନୀତା ବାସ୍କେ। ସେ ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଟ୍ରେଜେରୀ ଅଫିସର ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଗର୍ଭବତୀ ଥିବାରୁ ଜଳେଶ୍ୱର କୋର୍ଟରେ କିରାଣୀ ଭାବେ କାର୍ଯ୍ୟରତ ସ୍ୱାମୀ ମହେନ୍ଦ୍ର ହାଁସଦାଙ୍କ ପାଖକୁ ଯାଇଥିଲେ। […]
ବାଲେଶ୍ୱର: ଦେଶରେ ଏପରି ସଂକଟ ସମୟରେ କରୋନାକୁ ଭୟ ନକରି ଅନ୍ୟ ପ୍ରତି ସହୃଦୟ ହେବା ପାଇଁ ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ବିଶେଷ କରି ଘର ମାଲିକମାନେ ନିଜ ଭଡ଼ାଟିଆଙ୍କ ପ୍ରତି ଉଦାରତା ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେବି ଏକ ଦୁଃଖଦ ଘଟଣା ବାଲେଶ୍ୱରେ ଦେଖିବାକୁ ମିଳିଛି। ଜଣେ ଭଡ଼ାଟିଆ ଭୁବନେଶ୍ୱରରୁ ଆସିବାରୁ ଘର ଘରମାଲିକର ହତାଦରର ଶିକାର ହେବାକୁ ପଡ଼ିଛି। କ୍ୟାନସର ରୋଗୀଙ୍କୁ ଘର ମାଲିକ ଘରେ ପଶିବାକୁ ଅନୁମତି […]
ଭୁବନେଶ୍ୱର: ଜାରି ରହିଥିବା ଲକଡାଉନ୍ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ରାଜ୍ୟର ସମସ୍ତ ରେଞ୍ଜ ଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିପି ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ଲକଡାଉନର ବର୍ତ୍ତମାନ ସ୍ଥିତି ଏବଂ ଏପ୍ରିଲ ୨୦ ପରେ ସମ୍ଭାବ୍ୟ କଟକଣା କୋହଳ ନେଇ ପଦକ୍ଷେପ ସମ୍ପର୍କରେ ପୋଲିସର ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ଏଥିସହିତ ଲକଡାଉନ ଉଲ୍ଲଂଘନ ସମ୍ପର୍କିତ ମାମଲାଗୁଡିକର ତଦନ୍ତ ଏବଂ ଏହାର ଆଇନଗତ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଅତ୍ୟଧିକ ବିଗିଡ଼ି ନଥିବାବେଳେ ତଥାପି ଆଗାମୀ ୧୦ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଉନ୍ନୟନ କମିଶନର। ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଛି। ଏହାର ପ୍ରକୋପ ଓଡ଼ିଶାରେ ପଡ଼ିଛି। ଆଜି ସୁଦ୍ଧା ଓଡ଼ିଶାରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କ ଭିତରୁ ଗତକାଲି ସୁଦ୍ଧା ୧୯ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏଭଳି ସ୍ଥିତିରେ ଆମକୁ ଆହୁରି ସତର୍କ ରହିବାକୁ […]
ଭୁବନେଶ୍ୱର: ଘରୋଇ ହିଂସା ସମ୍ପର୍କିତ ମାମଲାର ଅଭିଯୋଗ ପାଇଁ ହ୍ୱାଟସ୍ଆପ୍ ନମ୍ବର ଜାରି କଲା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ହ୍ୱାଟସଆପ୍ ନମ୍ବରଟି ହେଉଛି ୭୨୦୫୦୦୬୦୩୯। କରୋନା ଲକଡାଉନ ସମୟରେ ଘରୋଇ ହିଂସା ବଢିବା ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ। ଏହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ହ୍ୱାଟସଆପ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଜରିଆରେ ଅଭିଯୋଗକାରୀ ନିଜ ଅଭିଯୋଗ ଜଣାଇପାରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ […]
ଭୁବନେଶ୍ୱର: ସାଧାରଣ କାଶ, ଥଣ୍ଡା ହେଲେ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ସେବନ କରୁଛନ୍ତି। କୋଭିଡ-୧୯ ଔଷଧ ବ୍ୟବହାର ନେଇ ଆଡଭାଇଜରି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହି ରୋଗ ପାଇଁ ବିନା ପ୍ରେସ୍କ୍ରିପ୍ସନରେ କୌଣସି ପ୍ରକାର ଔଷଧ ସେବନ ନକରିବାକୁ କୁହାଯାଇଛି। ତାସହ ହାଇଡ୍ରୋକ୍ସିକ୍ଲୋରେକ୍ୱିନ ଏକ ଡାକ୍ତରୀ ପରାମର୍ଶଜନିତ ଔଷଧ ଅଟେ ଯାହାକି କେବଳ ଲକ୍ଷଣବିହୀନ ସ୍ୱାସ୍ଥ୍ୟକର୍ମୀ ଓ ଲାବୋରେଟାରୀରେ ପରୀକ୍ଷଣ ଦ୍ୱାରା ଚିହ୍ନଟ ରୋଗୀଙ୍କୁ ବ୍ୟବହାର ପାଇଁ ଦିଆଯାଏ। କୌଣସି ଗୁରୁତର […]
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି। ଏହି କ୍ରମରେ କେନ୍ଦୁଝର ନିକଟ ରାଙ୍କି ଠାରେ କୋଭିଡ୍ ହସ୍ପିଟାଲକୁ ବୁଲି ଦେଖିଥିଲେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବଙ୍କ 5T ସଚିବ ଭି. କେ. ପାଣ୍ଡିଆନ ମଧ୍ୟ କୋଭିଡ୍ ହସ୍ପିଟାଲର ସ୍ଥିତି ପରଖିଛନ୍ତି। ଖୁବଶୀଘ୍ର ଏଠାରେ ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟର ଏବଂ ଆଇସିୟୁ ସୁବିଧା […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଛି ଜିଲ୍ଲା କୋଭିଡ ହସ୍ପିଟାଲ୍। ସରକାରୀ ଆଇଟିଆଇକୁ କୋଭିଡ ସେଣ୍ଟର ଭାବେ ପରିଣତ କରାଯାଇଛି। ଏଠି ୨ ଶହ ବେଡ୍ର ବ୍ୟବସ୍ଥା କରାଯାଇଥିବାବେଳେ ୪୬ ଜଣ କ୍ଷମତା ବିଶିଷ୍ଟ ଆଇସୋଲେସନ ରଖିବାର ବ୍ୟବସ୍ଥା ହୋଇଛି। ସେହିଭଳି ୫୦ଟି ଅକ୍ସିଜେନର ବ୍ୟବସ୍ଥା ବି ଏଠାରେ କରାଯାଇଛି। ସେହିପରି ୪ ଜଣ ଡାକ୍ତର, ୧୦୫ ନର୍ସ, ୩୪ ଜଣ ପାରା ମେଡିକାଲ୍ ଷ୍ଟାପ୍ ରହିଛନ୍ତି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ କାର୍ଯ୍ୟକ୍ଷମ […]
ଭୁବନେଶ୍ୱର: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ରହିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫ଶହ ପାର୍ କରିଥିବାବେଳେ ପ୍ରାୟ ୨୦ ଲକ୍ଷ ମୁହାଁ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଆମେରିକା, ଇଟାଲି ଓ ସ୍ପେନରେ ଜାରି ରହିଛି ମହାମାରୀର ଭୟାବହ ସ୍ଥିତି। କେବଳ ଏହି ୩ ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ପାଖାପାଖି ୭୦ ହଜାରରେ ପହଞ୍ଚିଛି। ଆମେରିକାରେ ସର୍ବାଧିକ ୨୩ ହଜାର ୫ଶହରୁ […]
ଭୁବନେଶ୍ୱର: ଲକଡାଉନ ବେଳେ ଓଡ଼ିଶାରେ ବି ଘରୋଇ ହିଂସା ମାମଲା ଘଟିବା ଆଶଙ୍କା ଥିବାରୁ ଏଭଳି ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ନୂଆ ନିମୟମାବଳି ଜାରି କରାଯାଇଛି। ପୋଲିସ ଡିଜି ଓଡ଼ିଶାରେ ଏଭଳି ଅପରାଧ ବଢୁଥିବାର ନଜିର ନଥିଲେ ବି ଏଥିପାଇଁ ପୋଲିସ ବାହିନୀ ସତର୍କ ରହିବ। ଉକ୍ତ ମାମଲାକୁ ଅଧିକ ଗୁରୁତ୍ୱର ସହ ନେବ। ପୋଲିସ ଷ୍ଟେସନ ହେଲପଲାଇନ୍ ଓ ଜିଲ୍ଲା କଣ୍ଟ୍ରୋଲ ରୁମକୁ ମିଶାଇ ୬୦୦ ହେଲପ […]
ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଛି। ଏହି ପରିସ୍ଥିତିରେ ଓଡ଼ିଶାରେ ଥିବା ଯବାନମାନେ ରକ୍ତଦାନ କରିବା ପରି ମହତ୍ ଉଦ୍ୟମ କରିଛନ୍ତି। ଭୁବନେଶ୍ୱର ୧୨୦ ବାଟାଲିୟନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧିକାରୀ ଓ ଯବାନଙ୍କୁ ମିଶାଇ ୫୦ଜଣ ରକ୍ତଦାନ କରିଥିଲେ। ସାରା ଦେଶରେ ଭାରତୀୟ ସେନା ପକ୍ଷରୁ ଚାଲିଥିବା ଅପରେସନ ନମସ୍ତେ କରୋନା ଚିକିତ୍ସା ପାଇଁ ଦେଶରେ […]
ନୂଆଦିଲ୍ଲୀ: ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିଛି। କରୋନା ମୁକାବିଲା ପାଇଁ ଭାରତ ‘କଠୋର ଏବଂ ସମୟୋଜିତ’ ପଦକ୍ଷେପ ନେଇଛି ବୋଲି ଏହି ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକ୍ଡାଉନ୍ର ଅବଧି ମେ’ ୩ ଯାଏ ଘୁଞ୍ଚାଇବା ପରେ WHO ଏପରି ପ୍ରଶଂସା କରିଛି। WHO ର ଦକ୍ଷିଣ ପୂର୍ବ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଳ ସିଂହ ଏପରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଏବେ ସଂଖ୍ୟା ବାବଦରେ […]
ଭୁବନେଶ୍ୱର: ଝାରପଡ଼ାର ୬୦ ନମ୍ବର ସମେତ ୫୭, ୫୮, ୫୯ନଂ ‘କରୋନା’ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୬୦ ନମ୍ବର ଆକ୍ରାନ୍ତ ଜଣକ ୨୨ ମାର୍ଚ୍ଚରୁ ୧୩ ତାରିଖ ପର୍ଯ୍ୟନ୍ତ ଝାରପଡ଼ା ନୀଳାଦ୍ରିନଗର ସ୍ଥିତ ଘରେ ରହିଥିଲେ। ପରିବା ଓ ଗ୍ରୋସରୀ ପାଇଁ ସେ ପଳାଶୁଣି, ରସୁଲଗଡ଼ ଓ କେସୁରା ହାଟ ଯାଇଥିଲେ। ଆଜି ସାମ୍ପଲ ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି। ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କ […]
ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ଘୁଞ୍ଚିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE)। ଆସନ୍ତା ମେ ପ୍ରଥମ ସପ୍ତାହରେ ଚଳିତ ବର୍ଷର ଓଜେଇଇ ହେବାର ଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇବା ପରେ ଓଜେଇଇକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ପରୀକ୍ଷା ନେଇ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। […]