Advertisment

‘କରୋନାର ତୃତୀୟ ଲହର ପାଣିପାଗ ପୂର୍ବାନୁମାନ ଭଳି ନୁହେଁ ’

ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଅତି ହାଲ୍‌କା ଭାବେ ନେଉଛନ୍ତି ଲୋକେ। ଯେମିତିକି ପାଣିପାଗ ବିଭାଗର ପୂର୍ବାନୁମାନ ଭଳି ବର୍ଷା ଆସିବା ପୂର୍ବରୁ ଲୋକେ ଯେଭଳି ବାହାରେ ବୁଲାବୁଲି କରନ୍ତି, ଏବେ ସେଭଳି ସ୍ଥିତି ଉପୁଜୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
‘କରୋନାର ତୃତୀୟ ଲହର ପାଣିପାଗ ପୂର୍ବାନୁମାନ ଭଳି ନୁହେଁ ’

Lav Agarwal

ନୂଆଦିଲ୍ଲୀ: ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଅତି ହାଲ୍‌କା ଭାବେ ନେଉଛନ୍ତି ଲୋକେ। ଯେମିତିକି ପାଣିପାଗ ବିଭାଗର ପୂର୍ବାନୁମାନ ଭଳି ବର୍ଷା ଆସିବା ପୂର୍ବରୁ ଲୋକେ ଯେଭଳି ବାହାରେ ବୁଲାବୁଲି କରନ୍ତି, ଏବେ ସେଭଳି ସ୍ଥିତି ଉପୁଜୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଲୋକେ ଘରେ ରହିବାକୁ ଜେଲ୍‌ରେ ବନ୍ଦୀ ହେବା ଭଳି ମନେ କରୁଛନ୍ତି। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ସେମାନେ ବୁଲାବୁଲି ସହ ମନ ଫୁର୍ତ୍ତି କରିବା ଲକ୍ଷ୍ୟରେ ଅଛନ୍ତି। ଯାହାର ପ୍ରମାଣ ହିମାଚଳ ପ୍ରଦେଶର ବିଭିନ୍ନ ହିଲ୍ ଷ୍ଟେସନରେ ଦେଖିବାକୁ ମିଳିଛି। ତେବେ ଏହା ଆଗକୁ ଅତ୍ୟନ୍ତ ସାଂଘାତିକ ସାବ୍ୟସ୍ତ ହୋଇପାରେ ବୋଲି ଲଭ୍‌ ଅଗ୍ରୱାଲ ଚେତାଇ ଦେଇଛନ୍ତି। ତେଣୁ ଏଭଳି ସ୍ଥିତିରେ ସବୁ କିଛି ପ୍ରକୃତି ଉପରେ ନ ଛାଡ଼ି ପ୍ରବୃତି ବଦଳାଇବାକୁ ବି ସେ ପରାମର୍ଶ ଦେଇଛନ୍ତି।

Advertisment

ସେହିପରି ଦେଶର ୫ ସର୍ବାଧିକ ସଂକ୍ରମିତ ରାଜ୍ୟ ଭିତରେ ଓଡ଼ିଶା ରହିଛି। କେବଳ ଜୁନ୍ ଓ ଜୁଲାଇରେ ଦେଶର ମୋଟ ସଂକ୍ରମଣରେ ଓଡ଼ିଶାର ସ୍ଥାନ ୫ମ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି।  ଜୁଲାଇରେ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୩୦.୩%, ମହାରାଷ୍ଟ୍ରରେ ୨୦.୮%, ତାମିଲନାଡୁରେ ୮.୫,% ଆନ୍ଧ୍ର ପ୍ରଦେଶରେ ୭.୩% ସଂକ୍ରମିତ ଥିବା ବେଳେ ଓଡ଼ିଶାରେ ୬.୫% ପ୍ରତିଶତ ରୋଗୀ ଅଛନ୍ତି। ସେପଟେ ବିଶ୍ୱର କିଛି ଦେଶରେ ତୃତୀୟ ଲହର ଆସିଗଲାଣି ବୋଲି ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ୍ ସୂଚନା ଦେଇଛନ୍ତି।

Advertisment

ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ କେସ୍ ବଢୁଛି। ତେବେ ଭାରତକୁ ୩ୟ ଲହର କେବେ ଆସିବ ତାକୁ ନେଇ ଏବେ ବେଶୀ ଚର୍ଚ୍ଚା ହେଉଛି। କିନ୍ତୁ କିଭଳି ତୃତୀୟ ଲହର ଆସିନପାରିବ ତାକୁ ନେଇ ଚର୍ଚ୍ଚା ହେବା ଉଚିତ ବୋଲି ଡାକ୍ତର ପଲ୍‌ କହିଛନ୍ତି। ସେପଟେ କୋଭିଡ୍ ସ୍ଥିତିକୁ ନେଇ ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ତାରିଖରେ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବେ। 

Coronavirus COVID19 Covid19 In India
Advertisment
Advertisment