• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଅବଧି ସରୁଥିବା ବେଳେ ଆଜି ରାଜ୍ୟ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଘୋଷଣା କରିଛନ୍ତି ମୁଖ୍ୟ ସଚିବ। ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଏନେଇ ମୁଖ୍ୟ ସଚିବ ଘୋଷଣା କରିଛନ୍ତି। କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ।

କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।

ସେହିପରି କ୍ୟାଟେଗୋରୀ B ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ।

  • କାଟେଗୋରୀ Aରେ ୨୦ ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ରହିବ
  • ଏବେ କାଟେଗୋରୀ Aରେ ରାତି ୮ଟା ଯାଏ ଖୋଲିବ ଦୋକାନ ବଜାର। ପୂର୍ବରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲୁଥିଲା।
  • କାଟେଗୋରୀ Aରେ ସପ୍ତାହକ ୭ ଦିନ ଖୋଲିବ ଦୋକାନ ବଜାର
  • କାଟେଗୋରୀ Bରେ ସନ୍ଧ୍ୟା ୫ଟା ଯାଏ ଖୋଲିବ ଦୋକାନ ବଜାର। ପୂର୍ବରୁ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲୁଥିଲା।
  • କାଟେଗୋରୀ Bରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ
  • କାଟେଗୋରୀ Bରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ
  • ଏଣିକି ସମଗ୍ର ରାଜ୍ୟରେ ବସ୍ ସେବା ଚାଲୁ ରହିବ। କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ।
  • ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ
  • ଦୋକାନ ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଚାଲିବ ଟ୍ୟାକ୍ସି, ଅଟୋ
  • ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍, ସେଲୁନ କାଲିଠାରୁ ଖୋଲିବ
  • ବିନା ଦର୍ଶକରେ ଆଉଟଡୋର୍ ସ୍ପୋର୍ଟସକୁ ସରକାରଙ୍କ ଅନୁମତି
  • ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି
  • ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ
  • ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ
  • ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ
  • ବାର୍ ବନ୍ଦ ରହିବ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ
  • କାଟେଗୋରୀ B ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ