• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

ICMR DG Bhargav
ଭାର୍ଗବଙ୍କ ବଡ଼ ବୟାନ, ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ

ଚତୁର୍ଥ ସେରୋ ସର୍ଭେ ନେଇ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା । ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ ଥିବା କହିଲେ ଭାର୍ଗବ ।ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତ ବର୍ଗର ଲୋକଙ୍କୁ ନେଇ ସର୍ଭେ ହୋଇଥିଲା । 

People crowd
ଲୋକଙ୍କ ଗହଳି ହିଁ ହେବ ତୃତୀୟ ଲହରର କାରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କଟକଣା କୋହଳ ଯୋଗୁଁ ଲୋକଙ୍କ ଗହଳି ହିଁ ତୃତୀୟ ଲହରର କାରଣ ହେବ। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି। ଫୋକସ, ସର୍ଭେଲାନ୍ସକୁ ଅଗଷ୍ଟ ପରେ ସରକାର ବଢ଼ାଇପାରନ୍ତି।

bollywood
ପ୍ରସିଦ୍ଧ ଟେଲି ଅଭିନେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଲିଉଡ ସମେତ ଅନେକ ଟିଭି କଳାକାରମାନେ ବି ଏହି ଭାଇରସ ଦ୍ୱାରା ଶିକାର ହେଉଛନ୍ତି। ଏବେ ଟିଭି ଅଭିନେତ୍ରୀ ଶ୍ରେନୁ ପାରିକ୍‌ ମଧ୍ୟ କରୋନାରେ ପଜିଟିଭ ଥିବା ଜଣାପଡିଛି। ଶ୍ରେନୁ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଶ୍ରେନୁ ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।   View this post on Instagram   Even after being so careful if it can […]

  • Tuesday, 20 July 2021
Covid testing
ପୁଣି ରାଜ୍ୟରେ ବଢିଲା କରୋନା ସଂକ୍ରମଣ, ମୃତ୍ୟୁରେ ଲାଗୁନି ବ୍ରେକ୍

ରାଜ୍ୟରେ ଆଉ ୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗତକାଲି କରୋନା କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସିଥିବା ବେଳେ ଆଜି ୨ ହଜାର ପାର କରିଛି।

police
କରୋନା ନେଲା ପୋଲିସ ଏଏସ୍ଆଇଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ପୁଣି ଦିଲ୍ଲୀରେ ଜଣେ ପୋଲିସ ଅଧିକାରୀ କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ଜୀଓନ ସିଂ। ଜିଓନ ଦିଲ୍ଲୀରେ ସ୍ପେଶାଲ ବ୍ରାଞ୍ଚରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଜିଓନଙ୍କୁ ଜୁନ୍‌ ୨୩ରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଗଙ୍ଗରାମ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। କରୋନା ଭାଇରସ ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ଦିଲ୍ଲୀରେ ୧୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। […]

  • Monday, 19 July 2021
police22
୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ମୁମ୍ୱାଇ: ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ମହାରାଷ୍ଟ୍ରର ୨୭୮ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ପୋଲିସ୍ ଫୋର୍ସରେ ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ୫୭୧୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୧ ଜଣ ପ୍ରାଣ ହରାଇଛନ୍ତି। ଏନେଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁମ୍ୱାଇରେ ସର୍ବାଧିକ ୪୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଅଧିକାରୀ ମଧ୍ୟ ଅଛନ୍ତି। […]

  • Monday, 19 July 2021
coronaa
ପୁଣି ଜଣେ ବିଧାୟକ କରୋନା ପଜିଟିଭ

ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। କରୋନାକୁ ଦୂର କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ବାରାଣାସୀର ଅଜଗରା ବିଧାନସଭାର ବିଧାୟକ କୈଳାଶ ସୋନକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୟୁପିର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଓମ୍‌ ପ୍ରକାଶ ରାଜଭରଙ୍କ ପାର୍ଟି ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଜଣେ ବିଧାୟକ ହେଉଛନ୍ତି କୈଳାଶ ସୋନକର। ଖବର ଅନୁଯାୟୀ, କୈଳାଶ ସୋନକର ପରୀକ୍ଷା ପାଇଁ ତାଙ୍କ […]

  • Monday, 19 July 2021
pakistan
ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଜାଫର ମିର୍ଜା ଗତକାଲି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ମିର୍ଜା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କରୋନାର ସାମାନ୍ୟ ଲକ୍ଷଣ ମୁଁ ଅନୁଭବ କରୁଛି। ଏନେଇ ମୁଁ ସମସ୍ତ ସତର୍କତା ଅବଲମ୍ୱନ କରୁଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହୁଛି। କରୋନା ସମ୍ୱନ୍ଧୀୟ ସମସ୍ତ ସତର୍କତା ଅବଲମ୍ୱନ କରୁଛି। ମିର୍ଜା କହିଛନ୍ତି ଯେ ମୋ ପାଇଁ ପ୍ରାର୍ଥନା କର। <327> I […]

  • Monday, 19 July 2021
Bhubaneswar corona update
ଭୁବନେଶ୍ୱରରୁ ୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ଲୋକାଲ୍‌ କେସ୍‌ ଥିବାବେଳେ ୮ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। Update on newly detected & cured #COVID19 cases in the last 24 hrs under the BMC area on 2nd July 2020(till 9am). Further contact tracing […]

police
କରୋନାରେ ଚାଲିଗଲା ପୋଲିସ ବାବୁଙ୍କ ଜୀବନ

ନୂଆଦିଲ୍ଲୀ: ଦେଶର କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ କାମ କରୁଥିବା ଇନ୍ସପେକ୍ଟର ସଞ୍ଜୀବ କୁମାର ଯାଦବ ଗତକାଲି ବିଳମ୍ୱିତ ରାତରେ ପ୍ରାଣ ହରାଇଛନ୍ତି। ସଞ୍ଜୀବ ଯାଦବ ଗତ ୧୪ ଦିନ ହେବ କରୋନା ସହ ଯୁଦ୍ଧ କରୁଥିଲେ। ସେ ସାକେଟ୍‌ର ମ୍ୟାକ୍ସ ହସ୍ପିଟାଲର ଭେଣ୍ଟିଲେଟରରେ ଥିଲେ। ସଞ୍ଜୀବଙ୍କୁ ଦୁଇଥର ପ୍ଲାଜମା ଦିଆଯାଇଥିଲା। କେବଳ ଏତିକି ନୁହେଁ ତାଙ୍କ ପାଇଁ ଆମେରିକାରୁ ଔଷଧ ଓ ଇଞ୍ଜେକ୍ସନ ମଧ୍ୟ ଅଣାଯାଇଥିଲା। ପରେ […]

  • Monday, 19 July 2021
covid19
କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ଓ ତାଙ୍କ ପତ୍ନୀ

ପାଟନା: ବିହାରର ପଛୁଆ ବର୍ଗ ମନ୍ତ୍ରୀ ବିନୋଦ କୁମାର ସିଂ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କଟିହାରର ଜିଲ୍ଲା କଲେକ୍ଟର ସୂଚନା ଦେଇ କହିଛନ୍ତି ଯେ ପତି-ପତ୍ନୀ ଦୁହେଁ ଏକ ଘରୋଇ ହୋଟଲରେ ଥିବା ଆଇସୋଲେସନ ୱାର୍ଡରେ ରହିଛନ୍ତି। ବିହାରର କଟିହାର ଜିଲ୍ଲାର ପ୍ରାଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ହେଉଛନ୍ତି ବିନୋଦ କୁମାର ସିଂ। ବିନୋଦଙ୍କ ସଂସ୍ପର୍ଶରେ ଅନ୍ୟ କେଉଁମାନେ ଆସିଛନ୍ତି ସେମାନଙ୍କର ଯାଞ୍ଚ କରାଯାଉଛି। ଯାହାଦ୍ୱାରା ସେମାନଙ୍କର ନମୁନା ମଧ୍ୟ […]

  • Monday, 19 July 2021
ritesh
ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପରିବାର ପାଇଁ ସରକାର କଲେ ଏମିତି ଘୋଷଣା

ମୁମ୍ୱାଇ: ମହାରାଷ୍ଟ୍ର ସରକାର କରୋନା ଭାଇରସ୍ ସମୟରେ ଡ୍ୟୁଟି କରିବାବେଳେ ପ୍ରାଣ ହରାଇଥିବା ପୋଲିସ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ପରିବାରକୁ ୬୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଅବସର ସମୟ ପର୍ଯ୍ୟନ୍ତ ସେମାନେ ସରକାରୀ କ୍ୱାର୍ଟର୍ରସରେ ରହିପାରବେ। ଏନେଇ ରାଜ୍ୟର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି। ସେ ଏକ ଭିଡିଓରେ କହିଛନ୍ତି ଯେ କରୋନା ଯୋଗୁ ପ୍ରାଣ ହରାଇଥିବା ପୋଲିସର ପରିବାରକୁ ସରକାର ସମ୍ପୂର୍ଣ୍ଣ ସାହାଯ୍ୟ କରିବେ। […]

  • Monday, 19 July 2021
healthminister
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିଗୁଡୁଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: କରୋନା ଭାଇରସ ସହ ସଂଘର୍ଷ କରୁଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ଆଜି ସକାଳୁ ତାଙ୍କର ଶ୍ୱାସକ୍ରିୟା ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ ଜ୍ୱର ସ୍ଥିର ଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ନିମୋନିଆ ବଢିଛି। ଯାହାଫଳରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିପାରେ। ସୂଚନାଥାଉକି, ଗତ ସୋମବାର ରାତିରେ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍‌ ଖରାପ ହୋଇଥିଲା। ପରେ ତାଙ୍କୁ ଉତ୍ତର ପୂର୍ବ ଦିଲ୍ଲୀର ରାଜୀବ ଗାନ୍ଧୀ […]

  • Monday, 19 July 2021
cm
ସିଏମ୍‌ ହେଲ୍ପଲାଇନ୍‌ର ୮୨ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ‌ ହେଲ୍ପଲାଇନ୍‌ ନମ୍ୱର ୧୦୭୬ ଯାହାକି ଲକ୍‌ଡାଉନ୍‌ ସମୟରେ ଲୋକମାନଙ୍କୁ କରୋନା ଭାଇରସ ବିଷୟରେ ସୂଚନା ଦେବା ପାଇଁ କ୍ରମାଗତ ଭାବରେ ବାର୍ତ୍ତା ପଠାଉଥିଲା। ଲକ୍‌ଡାଉନ୍‌ ସମୟରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା, ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନକାରୀ, କରୋନା ସଂକ୍ରମଣ ରୋଗୀଙ୍କ ସୂଚନା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବିଷୟରେ ଯୋଗାଯୋଗ କରିବା ପାଇଁ ୧୦୭୬କୁ କଲ୍‌ କରାଯାଉଥିଲା । Cmଙ୍କ ଏହି ହେଲ୍ପଲାଇନ୍‌ ୧୦୭୬ରେ କାର୍ଯ୍ୟ କରୁଥିବା BPO କମ୍ପାନୀର ୮୨ରୁ ଅଧିକ […]

  • Monday, 19 July 2021
scholl
ଛାତ୍ରଛାତ୍ରୀଙ୍କ ୩ ମାସର ଫି’ ଛାଡ କଲା ଏହି ସ୍କୁଲ୍‌

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏକ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୩ମାସର ସ୍କୁଲ ଫି’ ଛାଡ କରିଛନ୍ତି। ସେହି ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଏବେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରୁଛନ୍ତି। ସ୍କୁଲର ନାଁ ହେଉଛି ‘ନ୍ୟୁ ସ୍କୋଲାର୍ ସ୍କୁଲ’। ଏନେଇ ସେହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମତା ମିଶ୍ରା ସୂଚନା ଦେଇଛନ୍ତି। ମମତା କହିଛନ୍ତି ଯେ ସମାଜର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢ଼ିଥାନ୍ତି। ଲକ୍‌ଡାଉନ୍‌ କାରଣରୁ କାମ ବନ୍ଦ ରହିଛି। ଏନେଇ ଛାତ୍ରଛାତ୍ରୀଙ୍କର ମାତାପିତା  ସ୍କୁଲ […]

raja
କରୋନା ଯୋଗୁ ଗଞ୍ଜାମରେ ପାଳନ ହେବନି ରଜ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଳିତ ହେବନି ରଜ ପର୍ବ। ଗଞ୍ଜାମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜୁନ୍‌ ୧୬ ପର୍ଯ୍ୟନ୍ତ କଡ଼ା କଟକଣା ଜାରି କରିଛନ୍ତି।  ରଜରେ ଦୋଳି ଖେଳିବା, ମେଳା ମହୋତ୍ସବ ଓ ଭୋଜି ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ସେହିଭଳି ଏହି ସମୟରେ ହେଉଥିବା ପାରମ୍ପରିକ ଖେଳକୁ ମଧ୍ୟ ବନ୍ଦ କରାଯାଇଛି। ଖବର ଅନୁଯାୟୀ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ଥିବାବେଳେ ଗଞ୍ଜାମ ଜିଲ୍ଲାରୁ କେବଳ ୬୫୮ ଜଣ ଆକ୍ରାନ୍ତ […]

coronaaaa
କରୋନାରେ ଆକ୍ରାନ୍ତ ହେଲେ ପୋଲିସ ହାବିଲଦାର

ମାଲକାନାଗିରି: ରାଜ୍ୟରେ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ଆଜି ମାଲକାନାଗିରିରେ ଜଣେ ପୋଲିସ ହାବିଲଦାର କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ମାଲକାନାଗିରି ଏସ୍‌ପି ଏନେଇ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ହାବିଲଦାର ଜଣଙ୍କ ମୋଟୁ ବର୍ଡର ଚେକ୍‌ ପୋଷ୍ଟରେ କାର୍ଯ୍ୟ କରୁଥିଲେ। ସେ କରୋନାରେ ପଜିଟିଭ ଥିବା ଜଣାପଡିବା ପରେ ମୋଟୁ ଥାନାର ଆଇଆଇସିଙ୍କ ସମେତ ସମସ୍ତ ଷ୍ଟାପଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ମୋଟୁ ଥାନା ପରିସରକୁ […]

  • Monday, 19 July 2021
police
କରୋନା ନେଲା ପୋଲିସ ବାବୁଙ୍କ ଜୀବନ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ସିଲମପୁର ଅଞ୍ଚଳରେ ଜଣେ ସବ୍‌ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କରମବୀର। ସେ ଏସ୍‌ପିଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। କରୋନା ଯୋଗୁ ଦିଲ୍ଲୀ ପୋଲିସରେ ଏହା ହେଉଛି ପଞ୍ଚମ ମୃତ୍ୟୁ । ଏହାପୂର୍ବରୁ ଏହି ମହାମାରୀରେ ଆକ୍ରାନ୍ତ ହୋଇ ଦୁଇ ଯବାନଙ୍କ ସମେତ ଦୁଇ ଜଣ ଏଏସଆଇଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ସୂଚନାନୁସାରେ, କରାମବୀର ପରିବାର ସହିତ ଗୋକୁଲପୁରୀର ବ୍ରିଜପୁରୀ ଅଞ୍ଚଳରେ ରହୁଥିଲେ। ତାଙ୍କର ନିଜ ଘର ୟୁପିର […]

  • Monday, 19 July 2021
bmc
କରୋନାରେ ଆଖି ବୁଜିଲେ ବିଏମ୍‌ସିର ବରିଷ୍ଠ ଅଧିକାରୀ

ମୁମ୍ୱାଇ: ମୁମ୍ୱାଇରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ଗତ କାଲି  ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(BMC)ର ଜଣେ ବରିଷ୍ଠ ଅଧିକାରୀଙ୍କର କରୋନାରେ ମୃତ୍ୟୁ ଘଟିଛି। ବିଏମ୍‌ସିର ଡେପୁଟି କମିଶନର ଶିରିଶ ଦୀକ୍ଷିତ ଜଳ ଯୋଗାଣ ବିଭାଗର ଦାୟିତ୍ୱରେ ଥିଲେ। ୫୫ ବର୍ଷୀୟ ଶିରିଶ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ଥିଲେ। ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ୍‌ ଥିଲା।  କିନ୍ତୁ ଗତକାଲି ହଠାତ୍‌ ଶିରିଶଙ୍କର ସ୍ୱାସ୍ଥ୍ୟାବସ୍ଥା […]

  • Monday, 19 July 2021
bjpp
ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ  ଦିଲ୍ଲୀର ସାକେଟ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଉଭୟ ମା’ ପୁଅ ଅସୁସ୍ଥ ହୋଇଥିଲେ। ସମାନଙ୍କ ନମୂନା ପରୀକ୍ଷା ପାଇଁ ଯାଇଥିଲା। ତାଙ୍କର ପଜିଟିଭ ଆସିବା ପରେ ତାଙ୍କ ମା’ଙ୍କ ମଧ୍ୟ ନମୂନା ପରୀକ୍ଷା କରାଯାଇଥିଲା ଓ ତାଙ୍କର ପଜେଟିଭ ଆସିଥିଲା। ୪ ଦିନ ହେଲାଣି ଉଭୟଙ୍କୁ […]

  • Monday, 19 July 2021
office
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁହେଲା ନୂଆ ନିୟମ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଭାଇରସର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ କେବଳ ସେହି କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିପାରିବେ ଯେଉଁମାନଙ୍କର କୌଣସି ପ୍ରକାରର କରୋନା ଲକ୍ଷଣ ନଥିବ। ଯଦି କୌଣସି କର୍ମଚାରୀଙ୍କର ଥଣ୍ଡା, କାଶ କିମ୍ୱା ଜ୍ୱର ହୁଏ ତେବେ ସେମାନେ ଘରେ ରହିବେ। ଏହା ବ୍ୟତୀତ […]

  • Monday, 19 July 2021
police
କରୋନା ନେଲାଣି ୩୩ ପୋଲିସ କର୍ମଚାରୀଙ୍କ ମୁଣ୍ଡ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ପୋଲିସ ଅଧିକାରୀଙ୍କ ସମେତ ଅତି କମ୍‌ରେ ୩୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ୨୫୬୨ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀ କହିଛନ୍ତି, ମୃତ ୩୩ ପୋଲିସ କର୍ମଚାରଙ୍କ ମଧ୍ୟରୁ ୧୮ ଜଣ ମୁମ୍ୱାଇ ପୋଲିସ କର୍ମଚାରୀ। ରାଜ୍ୟ ପୋଲିସ ଫୋର୍ସର ୧୪୯୭ କର୍ମଚାରୀଙ୍କ  ମଧ୍ୟରୁ ୧୯୬ ଜଣ ହେଉଛନ୍ତି ପୋଲିସ […]

  • Monday, 19 July 2021
air india222
କରୋନା ମୃତକଙ୍କ ପରିବାରର ଜଣକୁ ଚାକିରି ଦେବ ଏହି ସଂସ୍ଥା

ମୁମ୍ୱାଇ: ଏୟାର ଇଣ୍ଡିଆ ବିମାନବନ୍ଦର ସେବା ଲିମିଟେଡ୍‌(AIASL) ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟେ ତେବେ କମ୍ପାନୀ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବେ। କମ୍ପାନୀର ଜେନେରାଲ ମ୍ୟାନେଜର ଜୁନ୍‌ ୬ରେ ଏହି ନିର୍ଦ୍ଦେଶ ଜାରି କରିଥିଲେ। ପୂର୍ବତନ ଏୟାର ଇଣ୍ଡିଆ ଇଡି ଅଶ୍ୱିନୀ ଶର୍ମାଙ୍କ ନେତୃତ୍ୱରେ AIASL ଏହା ମଧ୍ୟ କହିଛି ଯେ କମ୍ପାନୀ ବିମାନବନ୍ଦରରେ ହିଁ ଚାକିରି […]

  • Monday, 19 July 2021
corona
ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଲା କରୋନା, କ୍ୱାରେଣ୍ଟିନ୍‌ରେ କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିସାରିଛି। ଏହି ଭାଇରସ ଏବେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଛି। ସେଠାର ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଥିବା ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ଏନେଇ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ୧୧ ଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ ଥିବା ଜଣାପଡିଛି। ଏନେଇ ମନ୍ତ୍ରଣାଳୟକୁ ସାନିଟାଇଜ୍‌ […]

  • Monday, 19 July 2021
sara sarma
ଗୀତରେ ଗୀତରେ କରୋନା ସଚେତନତା

ଗଜପତି: କରୋନା ନେଇ ଜନସାଧାରଣଙ୍କୁ ସଚେତନ କରାଇବାକୁ ଗଜପତି ପୋଲିସର ଅଭିନବ ପ୍ରୟାସ। ସଚେତନତା ପାଇଁ ଗଜପତି ପୋଲିସ ପକ୍ଷରୁ ଏକ ଗୀତ ପ୍ରସ୍ତୁତ କରାଯାଇଛି। ଗଜପତି ଏସ୍ପି ସାରା ଶର୍ମା ଏହି ଗୀତକୁ ଉନ୍ମୋଚନ କରିଛନ୍ତି। ଗୀତଟିକୁ ବୋଲିଛନ୍ତି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ। କରୋନା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବାରେ ଗୀତଟି ସହାୟକ ହେବ ବୋଲି କୁହାଯାଇଛି। ଥାନା ଅଧିକାରୀଙ୍କ ଉଦ୍ୟମକୁ ଏସ୍‌ପି ସାରା ପ୍ରଶଂସା କରିଛନ୍ତି।  

  • Monday, 19 July 2021