ଆତଙ୍କୀ ଆଡ୍ଡା ଉପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଯଦି କେହି ଆମେରିକୀୟଙ୍କୁ କ୍ଷତି ପହଞ୍ଚାଇବ ଆମେ ଚୁପ୍ ବସିବୁ ନାହିଁ ବୋଲି ବାଇଡେନ୍ କହିଛନ୍ତି।
ସନ୍ଥ ସମାଜର ଏକ ବୈଠକ ଡକାଯାଇଛି। ବାରାଣାସୀର ଖୋଜୱା-ଭେଲୁପୁରର ଡକ୍ଟର ରାମକମଲ ବେଦାନ୍ତ ମହାରାଜଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି।
ଝାଙ୍ଗ ପୋଲିସକୁ କହିଥିଲେ ଯେ ସେ ଶୋଇଥିବା ବେଳେ ପିଲାମାନେ ଅସାବଧାନତା ବଶତଃ ପଡିଯାଇଥିଲେ। ତଳେ ଲୋକଙ୍କ ପାଟିତୁଣ୍ଡ ଶୁଣି ତାଙ୍କ ନିଦ ଭାଙ୍ଗିଥିଲା।
୧୧ ଦିନ ମଧ୍ୟରେ ଦାନ ବାକ୍ସରେ ପାଖାପାଖି ୮ କୋଟି ଟଙ୍କା ଜମା ହୋଇଥିବା ବେଳେ ଚେକ୍ ଓ ଅନଲାଇନ୍ ଜରିଆରେ ମିଳିଥିବା ରାଶି ପ୍ରାୟ ୩.୫୦ କୋଟି ଟଙ୍କା ରହିଛି।
କେଜ୍ରିୱାଲ ହଜାର ହେବେ କି ନାହିଁ ସେନେଇ AAP ନିରବତା ବଜାୟ ରଖିଛି । କିନ୍ତୁ ଦଳ ପକ୍ଷରୁ ବାରମ୍ୱାର ଇଡିର ଏହି ସମନକୁ ବେଆଇନ ବୋଲି କୁହାଯାଉଛି।
ଚଳିତ ବର୍ଷ ଏହାକୁ ମିଶାଇ ଆମେରିକାରେ ୪ ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହେଲାଣି । ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ମାମଲା।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁସଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି।
ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ଜଣାଇଥିଲେ।
ଏଥିପାଇଁ ଅନେକ ନିରୀହ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏପରି କ୍ଷେତ୍ରରେ ଆପଣ ପୀତିତଙ୍କ ପରିବାରକୁ କେତେ ଟଙ୍କା କ୍ଷତିପୂରଣ ଦେଇଛନ୍ତି? ପ୍ରଶ୍ନ ବାଣରେ ଅଭିଯୋଗକାରୀଙ୍କ ଓକିଲ ଜୁକରବର୍ଗଙ୍କୁ ଘାଇଲା କଲେ।
ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବା ସହ ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ।
୨୦୦୦ମସିହା ନଭେମ୍ୱର ୧୫ରେ ବିହାରରୁ ଅଲଗା ହୋଇଥିଲା ଝାଡଖଣ୍ଡ। ସେତେବେଳେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାବୁଲାଲ ମାରାଣ୍ଡି।
ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସରକାରୀ ଆପ୍ । ସଂସଦର ସଦସ୍ୟ ତଥା ସାଧାରଣ ଜନତାଙ୍କ ପାଇଁ ଏହି ଆପ୍ ବିକଶିତ କରାଯାଇଛି।
ଗତକାଲିଠାରୁ ଦୁହେଁ ଘରକୁ ଫେରିନାହାନ୍ତି। ଏନେଇ ଜଣେ ଛାତ୍ରୀଙ୍କ ମା’ ଭରତପୁରଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ।
ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକର। ପେଟ୍ରୋଲ, ଡିଜେଲ ଦାମ କମାଇ ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି।
୧୮୦ଟି ଦେଶର ସାଧାରଣ ଜନତା, ବିଶେଷଜ୍ଞ ଓ ବ୍ୟବସାୟୀଙ୍କୁ ନେଇ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ସୂଚକାଙ୍କ ଅନୁଯାୟୀ ଶୂନ୍ୟ ଅତ୍ୟଧିକ ଦୁର୍ନୀତିଗ୍ରସ୍ତ, ୧୦୦ଅତ୍ୟନ୍ତ ସ୍ୱଚ୍ଛ। ୨୦୨୩ ମସିହାରେ, ଭାରତର ମୋଟ ସ୍କୋର ୩୯ ଥିବାବେଳେ ୨୦୨୨ରେ ଏହା ୪୦ରେ ପହଞ୍ଚିଥିଲା।
ମୋରାଜୀ ଦେଶାଇ ସର୍ବାଧିକ ସଂଖ୍ୟକ ବଜେଟ୍ ଉପସ୍ଥାପନ କରିବାର ରେକର୍ଡ କରିଛନ୍ତି। ୧୯୬୨-୬୯ମଧ୍ୟରେ ମୋଟ ୧୦ଟି ବଜେଟ ଉପସ୍ଥାପନ କରିଥିଲେ। ସେଥିମଧ୍ୟରୁ ୮ଟି ପୂର୍ଣ୍ଣ ବଜେଟ୍ ଏବଂ ଦୁଇଟି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଥିଲା।
ସାଲଭାଡୋରର ଜେଲକୁ ଦୁନିଆର ସବୁଠାରୁ ବିପଜ୍ଜନକ ଜେଲ ବୋଲି ବିବେଚନା କରାଯାଏ। ଏଠାରେ ଲୋକଙ୍କୁ ଜୀବନ୍ତ ପୋଡି ଦିଆଯିବା ଏବଂ ମୁଣ୍ଡ କାଟିବା ପରେ ଫୁଟବଲ ଖେଳିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ଉଭୟ ଏକ କାର ଯୋଗେ ଘରୁ ଯାଇଥିଲେ। ଗତ ୫ମାସ ପୂର୍ବରୁ ବିନୋଦ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। କିଛି ବର୍ଷ ପୂର୍ବେ ଏକ ପ୍ରାଇଭଟ କମ୍ପାନୀ ଚାକିରି ଛାଡିଦେଇଥିଲେ।
ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ତେଣୁ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ।
ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ବିନା କେୱାଇସି ଥିବା ସମସ୍ତ ଫାସଟ୍ୟାଗ ୩୧ଜାନୁଆରୀ ପରଠାରୁ ବନ୍ଦ କରାଯିବ। ୭କୋଟି ଫାସଟ୍ୟାଗ ଜାରି କରାଯାଇଥିବା ବେଳେ କେବଳ ୪କୋଟି ଆକ୍ଟିଭ ରହିଛି।