Advertisment

ଏମିତି କ’ଣ ହେଲା ଯେ ସମସ୍ତଙ୍କ ଆଗରେ ଭୁଲ୍ ମାଗିଲେ ଜୁକରବର୍ଗ ?

ଏଥିପାଇଁ ଅନେକ ନିରୀହ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏପରି କ୍ଷେତ୍ରରେ ଆପଣ ପୀତିତଙ୍କ ପରିବାରକୁ କେତେ ଟଙ୍କା କ୍ଷତିପୂରଣ ଦେଇଛନ୍ତି? ପ୍ରଶ୍ନ ବାଣରେ ଅଭିଯୋଗକାରୀଙ୍କ ଓକିଲ ଜୁକରବର୍ଗଙ୍କୁ ଘାଇଲା କଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Mark Zuckerberg Apology

Mark Zuckerberg Apology

ମେଟାର ସିଇଓ ମାର୍କ ଜୁକରବର୍ଗ ଆମେରିକା ସିନେଟର ଶୁଣାଣି ସମୟରେ ଖୁବ ଲଜ୍ଜିତ ଅନୁଭବ କଲେ। ଶୁଣାଣି ସମୟରେ ପରିସ୍ଥିତି ଏପରି ହେଲା ଯେ ଲାଜରେ ତାଙ୍କ ମୁଣ୍ଡ ତଳକୁ ହୋଇଗଲା। ଅଭିଯୋଗ ଆଣିଥିବା ଅଭିଭାବକଙ୍କର ପ୍ରଶ୍ନର କିଛି ଉତ୍ତର ନଦେଇ ପାରି ଶେଷରେ କ୍ଷମା ପ୍ରାର୍ଥନା କଲେ ଜୁକରବର୍ଗ।

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦିନକୁ ଦିନ ପିଲାଙ୍କ ପ୍ରତି ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥିପାଇଁ ମେଟା କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିଥିଲେ କିଛି ଅଭିଭାବକ। ଯାହାର ଶୁଣାଣି ଆମେରିକା ସିନେଟରେ କରାଯାଇଥିଲା। କ୍ୟାପିଟାଲ ହିଲର ହାଉସ ଫ୍ଲୋରରେ ଶୁଣାଣି ଚାଲିଥିବା ସମୟରେ ଜୁକରବର୍ଗଙ୍କୁ କୁହାଯାଇଥିଲା ଯେ, ଇନଷ୍ଟାରେ ୧୩ରୁ ୧୫ବର୍ଷର ୩୭ପ୍ରତିଶତ ନାବାଳିକା ଆପତ୍ତିଜନକ କଣ୍ଟେଣ୍ଟର ସାମନା କରିଛନ୍ତି।

ଏପରି କ୍ଷେତ୍ରରେ ସେ ଏହା ବିରୋଧରେ କ’ଣ ପଦକ୍ଷେପ ନେଇଛନ୍ତି ଓ କାହାକୁ ଚାକିରିରୁ ବହିଷ୍କାର କରିଛନ୍ତି? ଏଥିପାଇଁ ଅନେକ ନିରୀହ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏପରି କ୍ଷେତ୍ରରେ ଆପଣ ପୀତିତଙ୍କ ପରିବାରକୁ କେତେ ଟଙ୍କା କ୍ଷତିପୂରଣ ଦେଇଛନ୍ତି? ପ୍ରଶ୍ନ ବାଣରେ ଅଭିଯୋଗକାରୀଙ୍କ ଓକିଲ ଜୁକରବର୍ଗଙ୍କୁ ଘାଇଲା କଲେ।

Advertisment

ଏହାର ପ୍ରତି ଉତ୍ତରରେ ଜୁକରବର୍ଗ କହିଥିଲେ, ‘ଆମର କାମ ହେଉଛି ଟୁଲ୍ସ ପ୍ରସ୍ତୁତ କରିବା। ଯାହା ଲୋକଙ୍କୁ ସୁରକ୍ଷିତ ରଖିବ। ଆମେ ଆମର କାମକୁ ସଠିକ ଭାବରେ କରୁଛୁ। ସେମାନେ ଏହାକୁ ବ୍ୟବହାର କରି କ୍ଷତିକାରକ ଜିନିଷ ଖୋଜି ବାହାର କରୁଛନ୍ତି’। ଠିକ୍ ଏହି ସମୟରେ ଓକିଲ ପୁଣି ଥରେ ପ୍ରଶ୍ନ କରିବା ଆରମ୍ଭ କରିଦେଲେ। ଆପଣ କ’ଣ ଏହି ପୀଡିତଙ୍କ ପରିବାର ଲୋକଙ୍କୁ କ୍ଷମା ମାଗିବେ? ଜୁକରବର୍ଗ ନିରୁତ୍ତର ରହିବା ସହ କ୍ଷମା ପ୍ରାର୍ଥନା କରିଥିଲେ।

Mark Zuckerberg Apology Social Media
Advertisment
Advertisment