Advertisment

ଝାଡ଼ଖଣ୍ଡରେ ୨୩ବର୍ଷରେ ୧୨ମୁଖ୍ୟମନ୍ତ୍ରୀ: ଜଣଙ୍କୁ ଛାଡି କେହି ବି ପୂରଣ କରିନାହାନ୍ତି ୫ବର୍ଷ କାର୍ଯ୍ୟକାଳ

୨୦୦୦ମସିହା ନଭେମ୍ୱର ୧୫ରେ ବିହାରରୁ ଅଲଗା ହୋଇଥିଲା ଝାଡଖଣ୍ଡ। ସେତେବେଳେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାବୁଲାଲ ମାରାଣ୍ଡି।

author-image
Sonali Ojha
ଅଦ୍ୟତନ ହୋଇଛି
Jharkhand 12 chief ministers in 23 years

12 chief ministers in 23 years

ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଜମି ଦୁର୍ନୀତି ମାମଲାରେ ଝାଳବୁହା ଜେରା ପରେ ଶେଷରେ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବର୍ତ୍ତମାନ ଚମ୍ପେଇ ସୋରେନ ଝାଡ଼ଖଣ୍ତର ନୂଆ ମୁଖ୍ୟମନ୍ତ୍ରୀ ହେବେ। ତେବେ ରାଜ୍ୟ ଗଠନ ହେବା ଠାରୁ ଆଜି ଯାଏ ମୋଟ ୧୧ଜଣ ମୁଖ୍ୟମନ୍ତ୍ରୀ ବଦଳି ସାରିଲେଣି। ୨୩ବର୍ଷରେ ଏବେ ୧୨ତମ ମୁଖ୍ୟମନ୍ତ୍ରୀ ହେବେ ଚମ୍ପେଇ ସୋରେନ।

Advertisment

୨୦୦୦ମସିହା ନଭେମ୍ୱର ୧୫ରେ ବିହାରରୁ ଅଲଗା ହୋଇଥିଲା ଝାଡଖଣ୍ଡ। ସେତେବେଳେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାବୁଲାଲ ମାରାଣ୍ଡି। ସେ ୨ବର୍ଷ ୩ମାସ ଶାସନ ଗାଦିରେ ବସିଥିଲେ। ପରେ ହେମନ୍ତଙ୍କ ବାପା ଶିବୁ ସୋରେନ ୧୦ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ। ଜେଏମଏମ ଅଧ୍ୟକ୍ଷ ଶିବୁ ସୋରେନ ୩ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ବିଜେପିର ରଘୁବର ଦାସ ସର୍ବାଧିକ ୫ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ହେମନ୍ତ ସୋରେନ ଦୁଇଥର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ପଦରୁ ଇସ୍ତଫା ଦେଇଛନ୍ତି।

ସେହିପରି ବିଜେପିର ଅର୍ଜୁନ ମୁଣ୍ଡା ୩ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ମାତ୍ର ସେ ୫ବର୍ଷ କାର୍ଯ୍ୟକାଳ ପୂରଣ କରିପାରିନଥିଲେ। ୨୦୦୬ରେ ନିର୍ଦ୍ଦଳୀୟ ବିଧାୟକ ମଧୁ କୋଡା ପଞ୍ଚମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେମନ୍ତଙ୍କ ପରେ ୨୦୧୪ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ରଘୁବର ଦାସ ପ୍ରଥମ ଥର ପାଇଁ ୫ବର୍ଷ ପୂରଣ କରିଥିଲେ। ୨୦୧୯ରେ ବିଜେପି ପରାଜିତ ହୋଇଥିଲା।

Advertisment

୨୦୧୯ ଡିସେମ୍ୱରରେ ପୁଣି ଥରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ପୁଣି ଥରେ ସେ ଇସ୍ତଫା ଦେଇଛନ୍ତି। ୨୦୦୦ରୁ ୨୦୧୪ ମଧ୍ୟରେ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା, ଶିବୁ ସୋରେନ, ମଧୁ କୋଣ୍ଡା ଓ ହେମନ୍ତ ସୋରେନ ୧୫ମାସରୁ କମ ସମୟ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ED Hemant Soren
Advertisment
Advertisment