/odishatv-khabar/media/post_attachments/uploadimage/library/16_9/16_9_0/Budget_1706753856.jpg)
Budget
ଆଜି ସଂସଦରେ ଆଗତ ହେବ ବଜେଟ। ମୋଦି ସରକାରର ଦ୍ବିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ବାଚନ ଆସୁଥିବାରୁ ନିର୍ମଳାଙ୍କ ଏହି ବଜେଟରୁ ଅନେକ ଆଶା ରଖିଛନ୍ତି ସମସ୍ତେ।
Budget 2024 LIVE Updates: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ କାହା ପାଇଁ କେତେ ?
ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକର। ପେଟ୍ରୋଲ, ଡିଜେଲ ଦାମ କମାଇ ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି। ଚାଷୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ବି ହୋଇପାରେ । ୭ ପ୍ରତିଶତ ହାରରେ ଅଭିବୃଦ୍ଧି ଜାରି ରଖିବାକୁ ଭିତ୍ତିଭୂମିରେ ଅଧିକ ପୁଞ୍ଜିନିବେଶ ସହ MSME ଓ ଷ୍ଟାର୍ଟଅପ୍ ଜରିଆରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କିଛି ପଦକ୍ଷେପ ନିଆଯାଇପାରେ।
ରେଳ ଯାତାୟାତକୁ ଅଧିକ ସୁଗମ କରିବାକୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ପ୍ରଚଳନ ସହ ରେଳପଥର ସୁରକ୍ଷା ଓ ବିଭିନ୍ନ ସ୍ଥାନକୁ ନୂଆ ରେଳଲାଇନ ନେଇ ଘୋଷଣା ହୋଇପାରେ। ଏହା କାମଚଳା ବଜେଟ୍ ହୋଇଥିବାରୁ କୌଣସି ବଡ଼ ନୀତିଗତ ନିଷ୍ପତ୍ତି ମୋଦି ସରକାର ନେବେ ନାହିଁ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)