Advertisment

ରାଜଧାନୀରେ ଦୁଇ ସ୍କୁଲ ଛାତ୍ରୀ ନିଖୋଜ

ଗତକାଲିଠାରୁ ଦୁହେଁ ଘରକୁ ଫେରିନାହାନ୍ତି। ଏନେଇ ଜଣେ ଛାତ୍ରୀଙ୍କ ମା’ ଭରତପୁରଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

author-image
Sonali Ojha
ଅଦ୍ୟତନ ହୋଇଛି
Missing Girls

Missing Girls

ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଦୁଇ ସ୍କୁଲ ଛାତ୍ରୀ ନିଖୋଜ ହୋଇଥିବା ଅଭିଯୋଗ। ଘାଟିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳର ଦୁଇ ଛାତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି। ଗତକାଲି ସ୍କୁଲ ଯାଇ ଦୁହେଁ ଆଉ ଘରକୁ ପେରି ନଥିଲେ । ସ୍କୁଲ ଛୁଟି ପରେ ଘରକୁ ଫେରିବା ବାଟରୁ ସେମାନେ ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଉଛି।

Advertisment

ସୂଚନା ଅନୁଯାୟୀ, ଖଣ୍ଡଗିରି ବାରି ଅଂଚଳର ଦୁଇ ଛାତ୍ରୀ ମିଶି ପ୍ରତିଦିନ ସ୍କୁଲ ଯାଆନ୍ତି ଓ ଠିକ ସମୟରେ ଘରକୁ ଫେରି ଆସନ୍ତି। ଗତକାଲି ମଧ୍ୟ ସେମାନେ ସ୍କୁଲ ଯାଇଥିଲେ। ହେଲେ ଅପରାହ୍ନ ଯାଇ ରାତି ହୋଇଯାଇଥିଲା ହେଲେ ଦୁହେଁ ଘରକୁ ଫେରିନଥିଲେ। ଏନେଇ ଜଣେ ଛାତ୍ରୀଙ୍କ ମା’ ଭରତପୁରଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

Student Missing Girl
Advertisment
Advertisment