ପାଟଣାଗଡ ଖପ୍ରାଖୋଲ ବ୍ଲକର ରେଙ୍ଗାଲି ଗାଁରେ କଲରାପତରିଆ ବାଘ ଆତଙ୍କ। ଗାଁ ମୁଣ୍ଡରେ ଥିବା ଏକ କୁୁକୁଡା ଦୋକାନରେ କଲରାପତରିଆ ବାଘ ପଶି ଶହେରୁ ଅଧିକ କୁକୁଡା ମାରି ଖାଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ରେଙ୍ଗାଲି ତଥା ଆଖପାଖ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସ୍କୁଲ ତ ନୁହେଁ ସତେ ଯେପରି ପାର୍କ। ପିଲାଙ୍କୁ ପ୍ରାକୃତିକ ପରିବେଶ ଦେବାକୁ ପ୍ରୟାସ କରିଛନ୍ତି ଶିକ୍ଷକ। ସ୍କୁଲ ଅଗଣାରେ ଉଦ୍ୟାନ ଓ ତା ସାଙ୍ଗକୁ ଫାଉଣ୍ଟେନ୍। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ସମେଲଇଚୁଆଁ ହାଇସ୍କୁଲରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ସ୍କୁଲରେ ଗଢ଼ି ଉଠିଛି ଉଦ୍ୟାନ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମକଥାକୁ ନେଇ ବିବାଦ ମୁହାଁମୁହିଁ। ପୁଅ ଅଭିଜିତ୍ ଓ ଝିଅ ଶର୍ମିଷ୍ଠା ରୁପା ଦ୍ୱାରା ପ୍ରକାଶ ପାଇବାକୁ ଯାଉଥିବା ଆତ୍ମକଥାରେ ପ୍ରଣବ ୨୦୧୪ ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦାୟୀ କରିଛନ୍ତି।
ଆସାମ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆସାମ୍ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ସେ ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତରେ ଯାଇଛନ୍ତି। ଆଜି ଗୌହାଟି ବିମାନବନ୍ଦରରେ ପହଞ୍ଚିବା ପରେ ଆସାମ ବିଜେପି ସଭାପତି ରଣଜିତ ଦାସଙ୍କ ସହ ଅନ୍ୟ ବିଜେପି କର୍ମୀମାନେ...
ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା, ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର ସୂଚନା ।
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ସମସ୍ତଙ୍କୁ ସୁରକ୍ଷିତ ବାସଗୃହ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଏହି ଚିଠି ଲେଖିଛନ୍ତି। PMAY ଯୋଜନାରେ ଫନି ପ୍ରଭାବିତ ୧୪ ଜିଲ୍ଲାକୁ ୭ କୋଟି ୮୭ ଲକ୍ଷ ଘର ଦାବି କରିଛନ୍ତି ନବୀନ।
ପରୀକୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୨୦ ତାରିଖରୁ ପରୀ ପଦଯାତ୍ରା ଆରମ୍ଭ କରିବ ବିଜେପି। ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ଏକ ପ୍ରେସମିଟରେ ସେ କହିଛନ୍ତି ବିଜେପିର ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ପରୀର ଗାଁ...
ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେଲେ ଏଡିଜି ।କ୍ରାଇମବ୍ରାଞ୍ଚ ଭିଡିଓ କନ୍ଫରେନ୍ସିଂରେ ସେ ହାଜର ହୋଇ ପକ୍ଷ ରଖିଛନ୍ତ। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାଇଛନ୍ତି ଏଡିଜି ଏବଂ ତଦନ୍ତ ଚାଲୁ ରହିଥିବା ଜଣାଇଛନ୍ତି।
ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଗତ ୨୧ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏକ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପକ୍ଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି...
ନୂଆଦିଲ୍ଲୀ : କେନ୍ଦ୍ରର କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୦ ଦିନରେ ପହଁଚିଥିବା ବେଳେ ଆଜି ପୁଣି ଆଇନ ସପକ୍ଷରେ ଯୁକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଆଇନ୍ ନେଇ ବିରୋଧୀ ଦଳ, ଚାଷୀଙ୍କୁ ଭ୍ରମିତ କରୁଛନ୍ତି । ତେବେ ନୂଆ କୃଷି...
ଫୋନରେ ଆପଣଙ୍କୁ କେହି ବ୍ୟାଙ୍କ ସମ୍ପର୍କିତ ତଥ୍ୟ ମାଗୁଛନ୍ତି କି? ଆପଣ ଅନଲାଇନ୍ କାରବାର କରୁଛନ୍ତି କି? ତେବେ ସାବଧାନ। ଯେକୌଣସି ସମୟରେ ଆପଣ ହୋଇପାରନ୍ତି ଲୁଟର ଶୀକାର। କାରଣ, ରାଜ୍ୟରେ ସକ୍ରିୟ ହୋଇଛନ୍ତି ଝାଡଖଣ୍ଡର ସାଇବର ଠକ ଜାମତାରା ଗ୍ୟାଙ୍ଗ। ଏକ ଭିଡିଓ ଜାରି କରି ଲୋକଙ୍କୁ...
ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସହିତ ଏକକାଳୀନ ସମ୍ବଲପୁର, ଦେବଗଡ଼, ଭୁବନେଶ୍ୱର, ଅନୁଗୁଳରେ ରେଡ୍ ହୋଇଛି। ଏହି ସବୁ ସହରରେ ୨୫ଟି ଜମି କାଗଜପତ୍ର ଜବତ କରିଛି ଭିଜିଲାନ୍ସ।
କେମିତି ଦିଆଯିବ କରୋନା ଟୀକା? ଆସନ୍ତା ଜାନଆରୀରେ ଦେଶରେ କରୋନା ଟୀକା ମିଳିବା ସମ୍ଭାବନା ଥିବାରୁ ଟୀକାକରଣ ପ୍ରକ୍ରିୟାକୁ ନେଇ ତତ୍ପର ହୋଇପଡିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। କେଉଁମାନଙ୍କୁ ପ୍ରଥମେ ଟୀକା ଦିଆଯିବ ଓ କିଭଳି ଦିଆଯିବ ସେନେଇ କେନ୍ଦ୍ର ସରକାର ବିସ୍ତୃତ ଗାଇଡଲାଇନ ଜାରି...
ପୋଖରୀରୁ ମିଳିଲା ନୟାଗଡ଼ ବଧିପାଟଣାର ୩ ବର୍ଷର ଝିଅ ସ୍ୱାତୀର ମୃତଦେହ। ସାଇଣ୍ଟିଫିକ୍ ଟିମର ସହାୟତାରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍ତେ। ତେବେ ଝିଅ ହତ୍ୟାରେ ଗାଁ ଲୋକଙ୍କ ହାତ ଥିବା ସ୍ୱାତୀର ବାପା ସାଂଘାତିକ ଅଭିଯୋଗ ଆଣିବା ପରେ ତାଙ୍କୁ ଉତ୍ତ୍ୟକ୍ତ ଗାଁ ଲୋକେ ମାଡ଼...
ଶ୍ରୀମନ୍ଦିର ପରେ ଭକ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଲା ଲିଙ୍ଗରାଜ ମନ୍ଦିର। ଆସନ୍ତା ୨୭ ତାରିଖରୁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର। ତେବେ କରୋନା ସ୍ଥିତିରେ ଉନ୍ନତି ଓ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ପରେ ରାଜ୍ୟର ହଜାର ହଜାର ମନ୍ଦିର ଏବେ ବି ବନ୍ଦ ପଡ଼ିଥିବାରୁ ସେସବୁ ଦେବଦେବୀ...
ପୁଣି ରାଜଧାନୀ ରାଜରାସ୍ତାରେ ଆତ୍ମାହୁତି ଉଦ୍ୟମ। ସ୍ଥାୟୀ ନିଯୁକ୍ତି ଦାବି କରି ଆଜି ଭୁବନେଶ୍ୱରରେ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଦୁଇ କରୋନା ଯୋଦ୍ଧା। ଶୀତ କାକରରେ ପଡ଼ି ଏଏନ୍ଏମମାନେ ଆନ୍ଦୋଳନ ଚଳାଇଥିଲେ ବି ସେମାନଙ୍କ ଦାବି ସରକାର ନଶୁଣିବା ପରେ ଆଜି ଏଭଳି ଚରମ ପଦକ୍ଷେପ ନେଇଥିଲେ...
ଏକ୍ସଟ୍ରା ହେଲମେଟ୍ ନଥିନଲେ ବାଇକ୍ ଚାଳକ କାହାକୁ ଲିଫ୍ଟ ଦିଅନ୍ତୁ ନାହିଁ । ଧରାପଡ଼ିଲେ DL ବାତିଲ୍ ହେବ । ଏହି ଚେତାବନୀ ଶୁଣାଇଛନ୍ତି ନିଜେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ଡବଲ୍ ହେଲମେଟ୍ ଚେକିଂ ଆରମ୍ଭ ହୋଇଥିବାରୁ ମନ୍ତ୍ରୀ ଏଭଳି ଆଗୁଆ...