କରୋନା ମହାମାରୀ ବିରୋଧରେ ମାନବତାର ଲଢେଇରେ ଆଜିର ଦିନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସ ପାଇଁ ଏକ ଅଭୂତପୂୂର୍ବ କ୍ଷଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ କରୋନାକୁ ସମାପ୍ତ କରିବା ପାଇଁ ଆଜି ଦୁନିଆର ସବୁଠୁ ବଡ...
କଟକରେ ଏସସିବି ମେଡିକାଲ ସହ ୧୧ଟି ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି। ବଡ ମେଡିକାଲରେ ସଫେଇ କର୍ମଚାରୀ ବର୍ଷା ଦେଇ ପ୍ରଥମ ବ୍ୟକ୍ତି ଭାବେ କୋଭିଡ୍ ଟିକା ନେଇଥିଲେ। ଟିକା ନେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। କୋଭିଡ୍ ସମୟରେ ନିଜ ଜୀବନକୁ ବାଜି...
ଭିଡିଓ କନ୍ଫରେନସିଂ ଜରିଆରେ ବିଭିନ୍ନ ହସ୍ପିଟାଲରୁ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ। କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ବି ହେଲେ
ଦିଲ୍ଲୀ ଏମ୍ସରୁ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି। ଜଣେ ଚତୃର୍ଥ ଶେଣ୍ରୀ କର୍ମଚାରୀ ଟିକା ନେବା ପରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଟିକା ନେଇଛନ୍ତି। କରୋନା ଯୋଦ୍ଧା ଭାବେ ଟିକାକରଣ ପ୍ରକ୍ରିୟାରେ ଗୁଲେରିଆଙ୍କ ସମେତ ଅନ୍ୟ ଡାକ୍ତର ବି ଟିକା ନେଇଛନ୍ତି
ତେଲକୋଇରୁ ବିହାର ଯାଉଥିବା ବେଳେ ଜିଏସ୍ଟି ଜାଲରେ ପଡ଼ିଲା ୨ଟି ଟ୍ରକ୍। ଆଉ ସେଠୁ ଜଣାପଡ଼ିଲା କେମିତି ପଶ୍ଚିମବଙ୍ଗରୁ ଝାରସୁଗୁଡ଼ା ଆସୁଥିବା ତେଲ ବୋଝେଇ ଟ୍ରକ୍ ଲୁଟି, ଡ୍ରାଇଭର୍ ହେଲପରକୁ ମାଡ଼ ମାରି ଅନ୍ୟ ଦୁଇ ଟ୍ରକରେ ମାଲ୍ ଲଦି ବିହାର ପଳାଉଥିଲେ ଲୁଟେରା
ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଉ ଏକ ଖୁଲାସା କରାଯାଇଛି। ହାଇକୋର୍ଟର ସିଟିଂ ଜଜଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ପ୍ରସଙ୍ଗରେ ପଦାକୁ ଆସିଲା ନୂଆ ତଥ୍ୟ। SIT ତଦନ୍ତର ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ଲାଗି ହାଇକୋର୍ଟଙ୍କୁ ଚିଠି ଲେଖିଥିବା କହିଥିଲେ ରାଜ୍ୟ ସରକାର।
ସ୍କୁଲ ଖୋଲୁ ଖୋଲୁ କରୋନା ଭୟ ପୁଣି ଚିନ୍ତା ବଢାଇଲାଣି। ଝାରସୁଗୁଡା ଓ ଗଜପତିର ଦୁଇଟି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂକ୍ରମିତ ହେବା ପରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବଢିଛି ଶଙ୍କା। ସରକାରଙ୍କ ଗାଇଡ୍ଲାଇନ ଅନୁସାରେ କ୍ଲାସ ହେଉଥିଲେ ମଧ୍ୟ କେମିତି ବ୍ୟାପିଲା ସଂକ୍ରମଣ ତାକୁ ନେଇ...
ମହାମାରୀ ବିରୋଧୀ ମହାକବଚ ପାଇଁ କାଲିଠୁ ଦେଶବ୍ୟାପୀ ମହାଅଭିଯାନର ପ୍ରଥମ ଦଫାରେ ରାଜ୍ୟର ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ। ତେଣୁ ରାଜ୍ୟର ସମସ୍ତ ୧୬୧ଟି କେନ୍ଦ୍ରରେ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ନେଇ ସୂଚନା ରହିଛି।
ଆମେରିକାର ଅସଜଡା ଅର୍ଥନୀତିକୁ ସୁଧାରିବା ଲାଗି ୧.୯ ଟ୍ରିିଲିୟନ ଡଲାର ବା ୧୩୮ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବାଇଡ଼େନ। ତେବେ ସେ ଶପଥ ନେବା ପରେ ହିଁ ସଙ୍ଗେ ସଙ୍ଗେ ଏହାକୁ ଆମେରିକୀୟ ସଂସଦରେ ପାରିତ କରାଯିବ ବୋଲି ସୂଚନା ରହିଛି
କିଡନୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୁକ୍ତ ହିଂମାଶୁ ଭୂଷଣ ନନ୍ଦଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ହିଂମାଶୁଠାରୁ ଅଧିକ ତଥ୍ୟ ଓଗାଳିବା ପାଇଁ କମିଶନରରେଟ ପୋଲିସ ୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ସୂଚନା ଦେଇଛନ୍ତି ଡ଼ିସିପି ଉମାଶଙ୍କର ଦାଶ।
କଟକରେ ପୁଣି ଭେଜାଲ୍ ଜର୍ଦ୍ଦା କାରଖାନା ଠାବ। କଟକ ସଦର ଥାନା ପୋଲିସ ପୁଣି ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଥିବା ନେଇ ସୂଚନା ମିଳିଛି। ତେବେ କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଚଢାଉ କରି ପୋଲିସ ଏହି ନକଲି ଜର୍ଦ୍ଦା ଓ ପାନ...
ସେପଟେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ ଥିବା କହିଛନ୍ତି କୋର୍ଟ, ଆଉ ୨ ମାସ ସମୟ ଦେଇଛନ୍ତି। ସୂଚନା ଅଧିକାର ତଥ୍ୟ ପରେ ଚିଠି ମିଳିଥାଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ନିଶିକାନ୍ତ ମିଶ୍ର।
ତେବେ ରାମ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଆର୍ଥିକ ସହାୟତା ଲାଗି ଆଜି ଆସିଥିବା ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର ପ୍ରତିନିଧିମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭେଟିବା ସହ ନିଜ ବ୍ୟକ୍ତିଗତ ଆକାଉଣ୍ଟ୍ରୁ ୫ ଲକ୍ଷ ୧୦୦ ଟଙ୍କା ପ୍ରଦାନ କରିଛନ୍ତି।
କରୋନା ମହାମାରୀ ମଧ୍ୟରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛଇ। ମିଳିଥିବା ସୂଚନା ଅନୁସାରେ, ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି
ଓଡ଼ିଶା ମାଟି ବୀର ମାଟି। ସେ ଇଂରେଜ ବିରୋଧରେ ଲଢେଇ ହେଉ କି ଚୀନ ବିରୋଧରେ। ସବୁ ବେଳେ ଆଗକୁ ବାହାରି ବୀରତ୍ୱର ପରିଚୟ ଦେଇଥାନ୍ତି ଆମର ଓଡ଼ିଆ ପୁଅ। ଆମେ କହୁଛି ଏମିତି ଜଣେ ବୀର ଯବାନର କଥା, ଯାହାଙ୍କ ବୀରତ୍ୱ ଦେଖି ଆଜିବି ଭାରତ ମାଟିରେ...
ଆଉ ସେମାନଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ସହିଦ ପ୍ରସନ୍ନ ସାହୁ.... ପୁଲୱାମା ଆକ୍ରମଣକୁ ୨ ବର୍ଷ ପୂରିବାକୁ ଥିବା ବେଳେ ସେନା ଦିବସ ଅବସରରେ ସେହି ବୀରପୁଅକୁ ଝୁରୁଛି ନିଜ ଜନ୍ମମାଟି ଓ ସାରାଦେଶ।
ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣା, କୋକସରା ଏବଂ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ୩୯ଟି ପଞ୍ଚାୟତର ୨୫ ହଜାର ୨୭୫ ହେର ଜମି ଜଳସେଚିତ ହେବ ଫଳରେ ୩ ଲକ୍ଷରୁ ଅଧିକ ଚାଷୀ ସିଧାସଳକ ଉପକୃତ ହେବେ।
ଜୟପୁର ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ ଯେଉଁ ତଥ୍ୟ ଦାଖଲ କରାଯାଇଛି, ସେଥିରେ ପୀଡ଼ିତାଙ୍କ ପରିବାର ସନ୍ତୁଷ୍ଟ ନୁହନ୍ତି। ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି, ପୋଲିସର ରିପୋର୍ଟ ଅନୁସାରେ ଦୁଷ୍କର୍ମର କିଛି ପ୍ରମାଣ ମିଳିନଥିଲା ଏବଂ ମାମଲାରେ ତଥ୍ୟଗତ ତ୍ରୁଟି ଥିଲା।
ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ।