ସବୁ ସୀମାକୁ ଟପିଗଲେ ଦୁର୍ବୃତ୍ତ। ଘଟାଇଲେ ନାରକୀୟ କାଣ୍ଡ। ମଣିଷ ଯେ, ରାକ୍ଷସ ସ୍ୱଭାବ ଦେଖାଇବା ତାହା କେହି କଳ୍ପନା ବି କରିନଥିଲେ। ଝାଡ଼ଖଣ୍ଡରେ ନିର୍ଭୟା କାଣ୍ଡର ହେଲା ପୁନରାବୃତ୍ତି। ଶୌଚ ହେବାକୁ ଯାଇଥିବା ଜଣେ ୫୦ବର୍ଷୀୟ ବିଧବା ମହିଳା ଗଣଦୁଷ୍କର୍ମର ହୋଇଛନ୍ତି ଶିକାର।
ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚବେଳେ ୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପ ଅଭିଯୋଗ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପେସର ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରା ଜାତିଗତ ଆକ୍ଷେପର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।
ଦିଦିଙ୍କ ଗଡରେ ବିଜେପିର ଶକ୍ତି ପ୍ରଦର୍ଶନ। ଆଉ ମାତ୍ର କେତେ ମାସ ପରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଥିବାବେଳେ ବର୍ଦ୍ଧମାନରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କରିଛନ୍ତି ରୋଡ୍ ସୋ। ବୀରହାଟ ୱାଚ୍ ଟାଓ୍ୱାରରୁ ସହରର କର୍ଜନ ଗେଟ୍ ପର୍ଯ୍ୟନ୍ତ ଏହି ବିଶାଳ ରୋଡ୍ ସୋର ଆୟୋଜନ...
ଚାଇନାର ଅନୁପ ଇଲେକ୍ଟ୍ରିକ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ପାନୀ । ଏହି କମ୍ପାନୀର ଅଜବ ନିୟମ ଲାଗି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ଚାଇନାର ଗୁଆଙ୍ଗଡୋଙ୍ଗ ରାଜ୍ୟରେ ଏହି କମ୍ପାନୀ ରହିଛି।
କ୍ରିକେଟ୍ ପରେ ଏବେ ଫାର୍ମିଂରେ ମନୋନିବେଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି। କ୍ରିକେଟରେ ଧାମାକା କରିବା ପରେ ଫାର୍ମିଂରେ କିଛି ଧମାକା କରିବାକୁ ଚିନ୍ତା କରୁଛନ୍ତି ମାହି। ନିଜ ବାଡିରେ ଥିବା ଫାର୍ମ ହାଉସରେ ଚାଷ ଆରମ୍ଭ କରିଛନ୍ତି।
ରାୟଗଡା: ଯୋଜନାର ନାଁ ପରିବର୍ତ୍ତନ ହୋଇସାରିଛି କିନ୍ତୁ ଘର ତିଆରି ହୋଇ ଅଧାରେ ପଡ଼ିଛି। ୧୦ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ହିତାଧିକାରୀଙ୍କ ଘର। ଅଧପନ୍ତରିଆ ଘରେ ଭାଗ୍ୟକୁ ଆଦରି ରହୁଛନ୍ତି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା। ଅଧା ଗଢ଼ା...
ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା...
ବାଲାକୋଟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ୩ ଶହ ଆତଙ୍କବାଦୀ। ତେବେ ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି। ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖୁଥିବା ଏହି କୁଟନୀତିଜ୍ଞ ଏବେ ଏକ ଟିଭି ଡିବେଟରେ ଭାଗ ନେଇ ୩ଶହ...
ଜଣେ ରୋଜଗାରିଆ ସ୍ୱାମୀଠୁ କମ୍ ମୂଲ୍ୟବାନ ନୁହେଁ ତାଙ୍କ ଗୃହିଣୀ ପତ୍ନୀଙ୍କ ଜୀବନ। ଅଫିସ୍ ଯାଉଥିବା ସ୍ୱାମୀ ଭଳି ଘର ଚଳାଉଥିବା ସ୍ତ୍ରୀଙ୍କର ଜୀବନ ବି ସମ ପରିମାଣରେ ମୂଲ୍ୟବାନ। ଏପ୍ରିଲ ୨୦୧୪ରେ ଦିଲ୍ଲୀରେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକ ଦମ୍ପତିଙ୍କ ପରିଜନଙ୍କୁ ବୀମାରାଶି ପ୍ରଦାନ...
ପୌର ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିକୁ ଘାରିଛି ଶ୍ରେୟ ରାଜନୀତି ଭୂତ। ଭୁବନେଶ୍ୱର ବିନ୍ଦୁ ସାଗର ପୁନରୁଦ୍ଧାରକୁ ଆଳ କରି ରାଜନୀତି ଏବେ ଜୋର ଧରିଛି। ଆଜି ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ଶୁଭାରମ୍ଭ ଉତ୍ସବ ପାଲଟିଥିଲା ରାଜନୈତିକ କାର୍ଯ୍ୟକ୍ରମ। ସଭାସ୍ଥଳରେ ହିଁ କର୍ମୀ ହାତାହାତି ହୋଇଥିବା...
ଜାକର୍ତ୍ତା : ଇଣ୍ଡୋନେସିଆ ପୁଣି ନିଖୋଜ ହୋଇଗଲା ବିମାନ। ମିଳିଥିବା ସୂଚନା ଅନୁସାରେ ଇଣ୍ଡୋନେସିଆରେ ଏକ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଇଣ୍ଡୋନେସିଆରେ ବିମାନ ନିଖୋଜ, କାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ୍ ପରେ ଯୋଗାଯୋଗ ବିଚ୍ଛିନ୍ନ#Indonesia #SriwijayaAirflight pic.twitter.com/LtV53Iua31 — ଓଟିଭି (@otvkhabar) January 9,...
"ଭାରତୀୟ ଜନତା ପାର୍ଟି ଅନ୍ୟ ରାଜନୈତିକ ଦଳ ଠାରୁ ଭିନ୍ନ ହୁକୁୁମ ଚଳାଇବା ପାଇଁ ନୁହେଁ, ବରଂ ଲୋକଙ୍କ ସେବା କରିବା ପାଇଁ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି"। ତେବେ ନିଜର ବ୍ରହ୍ମପୁରର ଗସ୍ତରେ ଆବସରରେ ଦଳୀୟ କର୍ମୀଙ୍କୁ କିଛି ଏପରି ସମ୍ବୋଧନ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ...
ନୂଆଦିଲ୍ଲୀ: ମାତ୍ର ୧୨୯୯ ଟଙ୍କାରେ ଆପଣ କରିପାରିବେ ବିମାନ ଯାତ୍ରା। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ଏୟାରଲାଇନ୍ସ ଏମିତି ଅଫର ଦେଇଛି। ନିଜର ଷଷ୍ଠ ତମ ବାର୍ଷିକି ଉତ୍ସବରେ ଯାତ୍ରୀଙ୍କ ଲାଗି ଏମିତି ଦମଦାର ଅଫର...
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି।
କଟକ: ଆଠଗଡରେ ପୋଲିସ ଉପରକୁ ବୋମାମାଡରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଏପରି ଉତ୍ତେଜନା ପ୍ରକାଶ ପାଇଥିବା ନେଇ ସୂଚନା ରହିଛି। ତେବେ ଖୁଣ୍ଟୁଣି ଥାନା ଡ଼ାଳଭାବ ଗାଁରେ ପୋଲିସ ଉପରକୁ ବୋମାମାଡ ହୋଇଛି। ପ୍ରକାଶଯୋଗ୍ୟ, ଯେଉଁମାନଙ୍କ...
ବିବେକାନନ୍ଦ। ଏହି ନାଁ ସହ ଆମେ ପ୍ରାୟ ସମସ୍ତେ ପରିଚିତ। କହିବାକୁ ଗଲେ, ଦେଶରେ ବୋଧୁଏ ଏମିତି କେହି ନଥିବେ ଯିଏ କି ସ୍ୱାମୀ ବିବେକାନନ୍ଦକୁ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା ସେହି ମହାପୁରୁଷଙ୍କ ସମ୍ପର୍କରେ କିଛି ତଥ୍ୟ....ଯେମିତି କି କେବେ ଏହି ଧରାପୃଷ୍ଠରେ ଜନ୍ମ ହୋଇଥିଲେ ବିବେକାନନ୍ଦ...
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପାୱାରଫୁଲ ପାସପୋର୍ଟ ହେଉଛି ଜାପାନର। ଗ୍ଲୋବାଲ ରାକିଂର ସୂଚନା ଅନୁସାରେ ୨୦୨୧ ମସିହାର ଏହି ଦେଶର ପାସପୋର୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଜାପାନରେ ରହୁଥିବା ଲୋକ ଏହି ପାସପୋର୍ଟକୁ ଆଧାର କରି ୧୯୧ ବିନା କୌଣସି ଭିସାରେ ଯାତ୍ରା କରିପାରିବେ ବୋଲି ସୂଚନା ରହିଛି।...
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ ହିଂସାକାଣ୍ଡ ବଢି ଚାଲିଛି। ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି- ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟୟ ସ୍ଥିତିକୁ ଦେଖି ଉଦ୍ବେଗ ପ୍ରକାଶ କରିବା ସହ ବିଜେପି କର୍ମୀ...