କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି।
ଚଳିତ ବର୍ଷ ୮୦ ପ୍ରତିଶତ ମାର୍କର ପରୀକ୍ଷା ଦେବେ ମ୍ୟାଟ୍ରିକ ଛାତ୍ରଛାତ୍ରୀ। ତେବେ ଏଥି ମଧ୍ୟରୁ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ।
ତାସ ଖେଳକୁ କେନ୍ଦ୍ର କରି ବିଭତ୍ସ ହତ୍ୟା ଅଭିଯୋଗ। ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିହିଡି ଥାନା ଦୋଳସାହି ଗାଁରେ।
ଖୁବଶୀଘ୍ର ଭାରତ ଓ ବ୍ରିଟେନ ମଧ୍ୟରେ ଚଳାଚଳ କରିବ ବିମାନ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୬ ତାରିଖରୁ ଭାରତ-ବ୍ରିଟେନ ମଧ୍ୟରେ ଚଳାଚଳ କରିବ ବିମାନ। ତେବେ କରୋନାର ନୂଆ ଷ୍ଚ୍ରେନ ଆସୁଥିବା ପ୍ରଚାର ହେବା ପରେ କେନ୍ଦ୍ର ସରକାର ବ୍ରିଟେନରୁ ଭାରତକୁ ଚଳାଚଳ କରୁଥିବା...
ମାତ୍ର ୫୦୦ ଟଙ୍କାରେ ହେଲା ବାହାଘର । ୫୦୦ ଟଙ୍କାର ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । ମଧ୍ୟପ୍ରଦେଶର ଭୋପାଲ ନିବାସୀ ମାଜିଷ୍ଟ୍ରେଟ୍ ଶିବାଙ୍ଗୀ ଜୋଶୀ ସ୍ଥାନୀୟ ଅଞ୍ଚଳର ସେନା ମେଜର ଅନିକେତ ଚର୍ତୁବେଦୀଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି ।
ଥମିବାରେ ନା ନେଉ ନାହିଁ ଚାଷୀ ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଗାଜିପୁର ସୀମାରେ ପୁଣି ଜଣେ ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରିଛନ୍ତି। ତେବେ ଆନ୍ଦୋଳନରେ ବସିଥିବା ଚାଷୀ ସ୍ଥାନୀୟ ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।
ଭୁବନେଶ୍ୱର: ଆଜିଠୁ ୬ ଜିଲ୍ଲାରେ ବଢିବ ଘନକୁହୁଡି। ତେବେ କୁହୁଡିକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସଆରସି ସମ୍ପୃକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। କେବଳ ଏତିକି ନୁହେଁ ବରଂ କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ...
ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଲୋକ। ଦୀର୍ଘ ୯ ମାସ ପରେ ଆଜିଛୁ ଜଗା ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ। ଆଜିଠୁ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୁରୀ ବାସିନ୍ଦାଙ୍କ ପାଇଁ ହୋଇଥିବା ୬ ଦିନିଆ...
ନୂଆ ବର୍ଷ ଆସିଲା, ଦେଶରେ ନୂଆ ନିୟମ ବି ଲାଗୁ ହେଲା। ଅନେକ କ୍ଷେତ୍ରରେ ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି ନିୟମ ସମ୍ପର୍କରେ ଆପଣ ବି ଜାଣିବା ନିହାତି ଦରକାର। କାହିଁକି ନା ଟିକିଏ ଅସାବଧାନତା ହେତୁ ଆପଣଙ୍କୁ ଦେବାକୁ...
ଆଜିକାଲି ଦୁନିଆରେ ସମସ୍ତଙ୍କୁ ସୁନ୍ଦର ଚେହେରା ଦରକାର। ନିଜର ସୁନ୍ଦର ଚେହେରା ପାଇଁ କିଏ ବିୟୁଟି ପାର୍ଲର ଯାଉଛି ତ ଆଉ କିଏ ସିଧା କସମେଟିକ ସର୍ଜରୀର ସାହାଯ୍ୟ ନେଉଛି। ହଲିଉଡରୁ ବଲିଉଡ ପର୍ଯ୍ୟନ୍ତ ସମସ୍ତେ ଏବେ ଏହାର ସାହାଯ୍ୟ ନେଉଛନ୍ତି। ତେବେ ଆମେ ଆପଣଙ୍କୁ ଏମିତି ଏକ...
ଭିଜିଲାନ୍ସ ଜାଲରେ ଆଉ ଜଣେ PEO। ବଲାଙ୍ଗିର ସହରରେ ପଞ୍ଚମ ଦିନରେ ଭିଜିଲାନ୍ସ ଟିମର ରେଡ୍। ପୁଇଁତଳା ପଞ୍ଚାୟତ PEO ବିହାରିଲାଲ ବାରିକଙ୍କ ଘରେ ରେଡ୍ ଜାରି ରହିଛି। ଶାନ୍ତିପଡ଼ା ଘର ଓ ପୁଇଁତଳା ଅଫିସ ରେଡ୍ କରୁଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ...
ଚର୍ଚ୍ଚାରେ ରାହୁଲ ଗାନ୍ଧୀ। ୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପୁଣି ଥରେ ଦଳକୁ ମଜବୁତ କରିବା ଲାଗି ଅଣ୍ଟା ଭିଡିଛନ୍ତି କଂଗ୍ରେସ ନେତା। ତେବେ ଦଳର ମଙ୍ଗ ଧରିବାକୁ ରାହୁଲ ଅନିଚ୍ଛା ପ୍ରକାଶ କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି।...
ଟେନସନ ଦେଉଛି କରୋନାର ନୂଆ ଷ୍ଟ୍ରେନ। ପୁଣି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ମିଳିଛି ସୂଚନା। ତେବେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।
ପଞ୍ଜାବ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସାବାଳକ ଦମ୍ପତ୍ତି ନିଜ ଇଚ୍ଛାଅନୁସାରେ ବଞ୍ଚିପାରିବେ ବୋଲି କୋର୍ଟ କହିଛନ୍ତି। ତେବେ ପୁରୁଷ ସାଥୀଙ୍କ ବିବାହ ବୟସ ହୋଇନାହିଁ ବୋଲି ବୋଲି, ଜଣେ ସାବାଳକ ଦମ୍ପତିଙ୍କ ଏକାଠି ରହିବାର ଅଧିକାରକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।
ବିନା ଏୟାରବ୍ୟାଗରେ ଚାଲିପାରିବ ନାହିଁ ଗାଡି। ଏଣିକି କାରରେ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବେ କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କାରରେ ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯିବ ବୋଲି ନିଷ୍ପତ୍ତି ନେଇଛି। ତେବେ ଗାଡିରେ ଥିବା ଆଗ ୨ଟି ସିଟରେ...
ରାଜ୍ୟରେ ଲଗାତାର ଭାବରେ ବଢିଚାଲିଛି ଭିଜିଲାନ୍ସ ଚଢାଉ। ତେବେ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ ଏଏସଆଇ ଭାବେ କାର୍ଯ୍ୟରତ ରବୀନ୍ଦ୍ରନାଥ ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।
ପୁଣି ବ୍ୟାପିବାରେ ଲାଗିଲାଣି କରୋନା ମହାମାରୀ। ଧୀରେ ଧୀରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଛନ୍ତି ଅଧିକରୁ ଅଧିକ ଲୋକ। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେଣି। ପ୍ରଥମେ ଦେଶର ବିଭିନ୍ନ ସ୍ଥାନରୁ ୬...
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ହିଂସାକାଣ୍ଡ। ମାଓବାଦୀଙ୍କ ସିରିଜ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାବେଳେ ୩୦ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳର ପ୍ରମୋଦିନୀ ନାଇକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟାକାଣ୍ଡର ଦୀର୍ଘ ୭ ମାସ ପରେ ଧରାପଡିଛି ହତ୍ୟାକାରୀ। ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛ॥ ଗିରଫ ଅଭିଯୁକ୍ତ ହେଉଛି ପ୍ରକାଶ ବେହେରା।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଉଡିବ ନାହିଁ ବିମାନ। କରୋନା କାୟା ବିସ୍ତାର କରୁଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଭାରତ ଓ ଇଂଲଣ୍ଡ ମଧ୍ୟରେ ସାମୟିକ ଭାବେ ବନ୍ଦ ଥିବା ବିମାନ ଚଳାଚଳ ଅବଧିକୁ କେନ୍ଦ୍ର ସରକାର ୨୦୨୧ ଜାନୁଆରି...