Advertisment

ପ୍ରୋତ୍ସାହନ ଓ ଅର୍ଥାଭାବରୁ ବଣରେ ଝଡ଼ି ପଡ଼ୁଛି ବଣ ମଲ୍ଲୀ

ବଣରେ ମଉଳି ଯାଉଛି ବଣ ମଲ୍ଲୀ। ଅର୍ଥାଭାବରୁ ପ୍ରତିଭାର ତେଜ ବି ଘନ ଅନ୍ଧାରରେ ହଜି ଯାଉଛି। ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢି ପାରୁନି। ପ୍ରତିଭା ଥିବା ସତ୍ତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।

author-image
Rajalaxmi Sahoo
 Languishing In Poverty

Languishing In Poverty

ଚିତ୍ରକୋଣ୍ଡା/ଆଠଗଡ଼: ବଣରେ ମଉଳି ଯାଉଛି ବଣ ମଲ୍ଲୀ। ଅର୍ଥାଭାବରୁ ପ୍ରତିଭାର ତେଜ ବି ଘନ ଅନ୍ଧାରରେ ହଜି ଯାଉଛି। ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢି ପାରୁନି। ପ୍ରତିଭା ଥିବା ସତ୍ତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ। ଏଭଳି କିଛି ଅର୍ଥାଭାବର ସମ୍ମୁଖୀନ ହୋଇଛନ୍ତି ମାଲକାନଗିରି ଏବଂ କଟକର ଦୁଇ ପ୍ରତିଭାଶାଳୀ ଯୁବକ।

Advertisment

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଦୋରାଗୁଡ଼ା ଗାଁର ଗୋଲ୍‌ଡେନ୍‌ ବୟ ଭକ୍ତରାମ ଦେସ୍ତି ଭାରୋତ୍ତଳନରେ ରାଜ୍ୟଠୁ ଦେଶ ଓ ବିଦେଶରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ୨୦୧୬ ଆନ୍ଧ୍ରରେ ହୋଇଥିବା ସ୍କୁଲ ନ୍ୟାସନାଲ ଗେମ୍ସ, ୨୦୧୮ ଦିଲ୍ଲୀରେ ଖେଲୋ ଇଣ୍ଡିଆ, ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ୟୁଥ୍‌ ନ୍ୟାସନାଲ ଚାମ୍ପିଅନଶିପ୍, ୨୦୧୯ ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। 

ସେହିପରି ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅଣ୍ଡର୍‌ ୧୭ କମନେଓ୍ୱଲ୍‌ଥ୍‌ ଗେମ୍ସରେ ୪୯ କିଲୋ ବର୍ଗରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣିଥିଲେ ଭକ୍ତରାମ। ସୁନା ପୁଅ ଭକ୍ତରାମ କିନ୍ତୁ ଏବେ ଅଲୋଡ଼ା। ଆଦିବାସୀ ମୁଲକରେ ଏବେ ପେଟ ପୋଷିବାକୁ କ୍ଷେତରେ ଖଟୁଛନ୍ତି। ଆଗକୁ ବଢ଼ିବାକୁ ସହାୟତା ଲାଗି ହାତ ବଢାଇବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

Advertisment

ସେହିପରି ଆଉ ଜଣେ ଏଭଳି ଅଭାବ ଅସୁବିଧାର ସାମ୍ନା କରୁଥିବା ଛାତ୍ର ହେଉଛନ୍ତି କଟକ ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ନୂଆପାଟଣା ଗାଁର ଚନ୍ଦନ ଦତ୍ତ। ଚନ୍ଦନ ପାଠରେ ୧ ନମ୍ବର। ଚଳିତ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷାରେ ସେ ୯୮.୪୨% ନମ୍ବର ରଖି ଉନ୍ନୀତ ହୋଇଛନ୍ତି। IITରେ ପାଠ ପଢି ସେ software ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏଥିପାଇଁ ଅର୍ଥ ବାଧକ ସାଜିଛି। ବାପା ଜଣେ ବୁଣାକାର ହୋଇ ଥିବାବେଳେ ଚନ୍ଦନ ତାଙ୍କ ବାପାଙ୍କୁ ସହାୟତା କରିଥାନ୍ତି। ଆଇଆଇଟିରେ ପାଠ ପଢିବାକୁ ଅଧିକ ଅର୍ଥ ଆବଶ୍ୟକ ହେଉଥିବାବେଳେ ସହଯୋଗ କରିବାକୁ ଚନ୍ଦନ ଏବଂ ତାଙ୍କ ବାପା ନିବେଦନ କରିଛନ୍ତି।

Poverty Malkangiri Athlete
Advertisment
Advertisment