Advertisment

NEET ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ OBC ଓ EWS ପାଇଁ ସଂରକ୍ଷଣ ବୈଧତାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ସଂରକ୍ଷଣ ବୈଧତା ନେଇ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା ପାଇଁ ସୁପ୍ରିମକୋର୍ଟ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Counselling for NEET-PG on hold

Counselling for NEET-PG on hold

ନୂଆଦିଲ୍ଲୀ: NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବଭାରତୀୟ କୋଟାରେ OBC ଓ EWSଙ୍କ ପାଇଁ ସଂରକ୍ଷଣ ବୈଧତା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ କାଉନସେଲିଂ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ।

Advertisment

ମେଡିକାଲ୍‌ କୋର୍ସ ପାଇଁ ନିଟ୍‌ ଆଡମିଶନ ଲାଗି Other Backward Class (OBC) କ୍ୟାଟେଗୋରୀ ପାଇଁ ୨୭% ଓ Economically Weaker Section (EWS) କ୍ୟାଟେଗୋରୀ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ର ସରକାର ଓ ମେଡିକାଲ୍‌ କାଉନସେଲିଂ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସର୍ବଭାରତୀୟ ସଂରକ୍ଷଣ ଯୋଜନା ଅଧୀନରେ ଓବିସି ଓ ଆର୍ଥିକ ପଛୁଆ ବର୍ଗର ପିଲାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ଅଣ୍ଡରଗ୍ରାଜ୍ୟୁଏଟ ଓ ପୋଷ୍ଟ ଗ୍ରାଜ୍ୟୁଏଟ ପାଠ୍ୟକ୍ରମ ପାଇଁ ଏହି ନିୟମ ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହି ସଂରକ୍ଷଣ ବ୍ୟବସ୍ଥା ଏମବିବିଏସ୍, ଏମଡି, ଏମଏସ୍, ବିଡିଏସ୍‌, ଏମଡିଏସ୍‌ ଓ ଡିପ୍ଲୋମା ମେଡିକାଲ ପାଠ୍ୟକ୍ରମ ପାଇଁ ଚଳିତ ଶିକ୍ଷାବର୍ଷ ଠାରୁ ଲାଗୁ ହେବାର ଅଛି।

Advertisment
NEET NEET PG Counselling 2021 NEET PG Counselling
Advertisment
Advertisment