Advertisment

ଗଣମାଧ୍ୟମକୁ ଆଢ଼ୁଆଳରେ ରଖି ଗୋବିନ୍ଦକୁ ଜେଲ୍‌କୁ ନେଲା ପୋଲିସ

ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। ଗଣମାଧ୍ୟମ ଆଢ଼ୁଆଳରେ ପୋଲିସ୍‌ ଲୁଚାଣି‌ଆ ଭାବେ ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Govind Sahu

Govind Sahu

ବଲାଙ୍ଗିର: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା SDJM କୋର୍ଟରେ ହାଜର କରାଯାଇଥିଲା। ଗତକାଲି ଗୋବିନ୍ଦର ରିମାଣ୍ଡ ଅବଧି ସରିଥିଲା। ତେଣୁ ଆଜି ଭୋରରୁ ତାକୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାକୁ ଜେଲ୍‌କୁ ପଠାଇ ଦିଆଯାଇଛି। ଗଣମାଧ୍ୟମକୁ ଆଢ଼ୁଆଳରେ ରଖି ପୋଲିସ୍‌ ଲୁଚାଣି‌ଆ ଭାବେ ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିଲା। 

Advertisment

ସୂଚନା ଅନୁସାରେ, ଗୋବିନ୍ଦକୁ ଗତ ରାତିରେ ରିଜର୍ଭ ପୋଲିସରେ ରଖାଯାଇଥିଲା। ଆଜି ଭୋର୍ ୪ଟା ବେଳେ ତାକୁ କୋର୍ଟକୁ ନିଆଯାଇଥିଲା। ଗୋବିନ୍ଦକୁ କୋର୍ଟ ହାଜର କରିବା ପୂର୍ବରୁ ଗେଟ୍ ଆଗରେ ଗଣମାଧ୍ୟମ ପ୍ରତିନିଧି ଜଗି ରହିଥିଲେ। ହେଲେ ପୋଲିସ ସେଠାରେ ଗୋଟିଏ ଗାଡ଼ି ରଖି ଦେଇ ପଛ ଗେଟ୍ ଦେଇ ଗୋବିନ୍ଦକୁ କୋର୍ଟ ନେଇଯାଇଥିଲେ। କାହିଁକି ଗୋବିନ୍ଦକୁ ଗଣମାଧ୍ୟମ ପ୍ରତିନିଧିଙ୍କ ଆଢ଼ୁଆଳରେ ନିଆଗଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି। 

Advertisment

ଅନ୍ୟପକ୍ଷେ, ମଣିଷ ମରା ପରେ ଏବେ ଜମି କେଳେଙ୍କାରୀରେ ଗୋବିନ୍ଦଙ୍କ ନାଁ। ୪ କି ୫ ଡିସମିଲ ନୁହେଁ ଏକଥରେ ଏକର ଏକର ଜମି ମାଡ଼ି ବସିଛି ଗୋବିନ୍ଦ। ଜଣେ ବ୍ୟକ୍ତିଙ୍କୁ ଭୁଆଁ ବୁଲାଇ ପ୍ରାୟ ଦୁଇ ଏକ ଜମି ମାଡ଼ି ବସିଛି। ଗୋବିନ୍ଦର ପାୱାର ଦେଖି ଉକ୍ତ ବ୍ୟକ୍ତି କାହାକୁ ଅଭିଯୋଗ ମଧ୍ୟ କରିପାରିନଥିଲା।

ଗୋବିନ୍ଦ ପୋଲିସ୍‌ ବାରାକରୁ ଫେରାର ମାରିବା ପରେ ମୋବାଇଲ୍ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି। ତାକୁ କିଏ ମୋବାଇଲ ଦେଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରାକରୁ ଫେରାର ହେବା ପରେ ଗୋବିନ୍ଦ ଆଖୁ ବାଡ଼ିରେ ଲୁଚିଥିଲା। ଆଖୁ ବାଡ଼ିରେ ଥିବାବେଳେ ମୋବାଇଲ୍ ବ୍ୟବହାର କରୁଥିବାରୁ ପୋଲିସର ଟ୍ରାକିଂରେ ସେ ଧରାପଡ଼ିଥିଲା। 

Govind Sahu Mamita Meher Mamita Murder Case Mamita Meher Murder Case
Advertisment
Advertisment