Advertisment

ଅକ୍ଟୋବରରେ ୨୧ ଦିନ ବ୍ୟାଙ୍କ ବନ୍ଦ ! ପ୍ରକାଶ ପାଇଲା ଛୁଟି ତାଲିକା...

RBIର ଛୁଟି ତାଲିକା ଅନୁସାରେ, ଅକ୍ଟୋବରରେ ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି।

author-image
Rajalaxmi Sahoo
Banks Closed For 21 Days In October

Banks Closed For 21 Days In October

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ଚଳିତ ମାସ ଅର୍ଥାତ୍ ଅକ୍ଟୋବର ପାଇଁ ଏହାର ବ୍ୟାଙ୍କ ଛୁଟିଦିନ ତାଲିକା ପ୍ରକାଶ କରିଛି। RBIର ଛୁଟି ତାଲିକା ଅନୁସାରେ, ଅକ୍ଟୋବରରେ ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ। ଚଳିତ ମାସ ଛୁଟି ତାଲିକାରେ ଦୁର୍ଗାପୂଜା, କର୍‌ୱା ଚୌଥ ଓ ଦୀପାବଳି ରହିଛି।

Advertisment

RBI ଛୁଟି ତାଲିକା ଅନୁସାରେ, ଆଞ୍ଚଳିକ ଛୁଟି ଯୋଗୁ ଅକ୍ଟୋବର ମାସରେ ୧୫ ଦିନ ପାଇଁ ବ୍ୟାଙ୍କ କାର୍ଯ୍ୟ ହେବନାହିଁ। ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।

ଅକ୍ଟୋବର ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...

  • ଅକ୍ଟୋବର ୨: ପ୍ରଥମ ରବିବାର
  • ଅକ୍ଟୋବର ୮: ଦ୍ୱିତୀୟ ଶନିବାର
  • ଅକ୍ଟୋବର ୯: ଦ୍ୱିତୀୟ ରବିବାର
  • ଅକ୍ଟୋବର ୧୬: ତୃତୀୟ ରବିବାର
  • ଅକ୍ଟୋବର ୨୨: ଚତୁର୍ଥ ଶନିବାର
  • ଅକ୍ଟୋବର ୨୩: ଚତୁର୍ଥ ରବିବାର
  • ଅକ୍ଟୋବର ୩୦: ପଞ୍ଚମ ରବିବାର
Advertisment

ଜାତୀୟ ଓ ଆଞ୍ଚଳିକ ଛୁଟି...

  • ଅକ୍ଟୋବର ୧: ବ୍ୟାଙ୍କ ଆକାଉଣ୍ଟଗୁଡିକର ଅଧା ବାର୍ଷିକ ବନ୍ଦ-ଗ୍ୟାଙ୍ଗ୍‌ଟକ୍‌
  • ଅକ୍ଟୋବର ୩: ଦୁର୍ଗା ପୂଜା (ମହା ଅଷ୍ଟମୀ)- ଅଗରତାଲା, ଭୁବନେଶ୍ୱର, ଗୌହାଟି, ଇମ୍ଫାଲ୍‌, କୋଲକାତା, ପାଟନା ଓ ରାଞ୍ଚି
  • ଅକ୍ଟୋବର ୪: ଦୁର୍ଗା ପୂଜା /ଦଶହରା (ମହାନବମୀ) / ଆୟୁଦ୍ଧ ପୂଜା / ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମୋତ୍ସବ- ଅଗରତାଲା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଗ୍ୟାଙ୍ଗ୍‌ଟକ୍‌, ଗୌହାଟି, କାନପୁର, କୋଚି, କୋଲକାତା, ପାଟନା, ରାଞ୍ଚିଳ ସିଲଂ ଓ ଥିରୁଅନନ୍ତପୁରମ୍‌
  • ଅକ୍ଟୋବର ୫: ଦୁର୍ଗା ପୂଜା / ଦଶହରା (ବିଜୟ ଦଶମୀ) / ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମୋତ୍ସବ
  • ଅକ୍ଟୋବର ୬: ଦୁର୍ଗା ପୂଜା (Dasain)- ଗ୍ୟାଙ୍ଗ୍‌ଟକ୍‌
  • ଅକ୍ଟୋବର ୭: ଦୁର୍ଗା ପୂଜା (Dasain)- ଗ୍ୟାଙ୍ଗ୍‌ଟକ୍‌
  • ଅକ୍ଟୋବର ୮: Milad-i-Sherif/Eid-i-Milad-ul-Nabi- ଭୋପାଳ, ଜମ୍ମୁ, କୋଚି, ଶ୍ରୀନଗର ଓ ଥିରୁଅନନ୍ତପୁରମ୍‌
  • ଅକ୍ଟୋବର ୧୩: କର୍‌ୱା ଚୌଥ- ଶିମ୍‌ଲା
  • ଅକ୍ଟୋବର ୧୪: Eid-i-Milad-ul-Nabi- ଜମ୍ମୁ ଓ ଶ୍ରୀନଗର
  • ଅକ୍ଟୋବର ୧୮: କଟି ବିହୁ- ଗୌହାଟି
  • ଅକ୍ଟୋବର ୨୪: କାଳୀ ପୂଜା / ଦୀପାବଳୀ / ଦିୱାଲୀ (ଲକ୍ଷ୍ମୀ ପୂଜା) ନରକ ଚତୁର୍ଦ୍ଦଶୀ
  • ଅକ୍ଟୋବର ୨୫: ଲକ୍ଷ୍ମୀ ପୂଜା / ଦୀପାବଳୀ / ଗୋବର୍ଦ୍ଧନ ପୂଜା- ଗ୍ୟାଙ୍ଗ୍‌ଟକ୍‌, ହାଇଦ୍ରାବାଦ, ଇମ୍ଫାଲ୍‌ ଓ ଜୟପୁର
  • ଅକ୍ଟୋବର ୨୬: ଗୋବର୍ଦ୍ଧନ ପୂଜା / ବିକ୍ରମ ସାମନ୍ତ ନୂତନ ବର୍ଷ ଦିବସ / ଭାଇ ବିଜ / ଭାଇ ଦୁଜ / ଦୀପାବଳି (ବାଲି ପ୍ରତିପଦ) / ଲକ୍ଷ୍ମୀ ପୂଜା / Accession Day- ଅହମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଡେରାଡୁନ୍, ଗ୍ୟାଙ୍ଗ୍‌ଟକ୍‌, ଜମ୍ମୁ, କାନୁପର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ଶିମ୍‌ଲା ଓ ଶ୍ରୀନଗର
  • ଅକ୍ଟୋବର ୨୭: ଭାଇ ଦୁଜ / ଚିତ୍ରଗୁପ୍ତ ଜୟନ୍ତୀ / ଲକ୍ଷ୍ମୀ ପୂଜା / ଦୀପାବଳି / Ningol Chakkouba- ଗ୍ୟାଙ୍ଗ୍‌ଟକ୍‌, ଇମ୍ଫାଲ୍‌, କାନୁପର ଓ ଲକ୍ଷ୍ନୌ
  • ଅକ୍ଟୋବର ୩୧: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ / ସୂର୍ଯ୍ୟ ପାଶ୍ଟି ଦଳ ଛଟ (ପ୍ରଭାତ ଆରାଧ୍ୟ) / ଛଟ ପୂଜା- ଅହମଦାବାଦ, ପାଟନା, ରାଞ୍ଚି
Bank Holidays Bank Closed
Advertisment
Advertisment