/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664782884.jpg)
Snake In Ind Vs SA T20 Match
ଗତକାଲି ଗୌହାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକାର ପରାଜୟ ହୋଇଥିଲା। ଆଉ ଭାରତ ୧୬ ରନ୍ରେ ମ୍ୟାଚ୍କୁ କବ୍ଜା କରି ନେଇଥିଲା। ହେଲେ ଏହି ମ୍ୟାଚ୍ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ଟିମ୍ ଇଣ୍ଡିଆର ୮ ଓଭର ଚାଲିଥିଲା, ସେହି ସମୟରେ ପଡ଼ିଆ ଭିତରକୁ ଏକ ସାପ ପଶି ଆସିଥିଲା। ଏହାଦେଖି ଖେଳାଳିମାନେ ଛାନିଆ ହୋଇଯାଇଥିଲେ। ଫଳରେ କିଛି ସମୟ ପାଇଁ ଖେଳ ବନ୍ଦ ରଖା ଯାଇଥିଲା।
ସାଧାରଣତଃ ବୈଷୟିକ ତ୍ରୁଟି, ଫ୍ୟାନ୍ସ ହଠାତ୍ ପଡ଼ିଆ ମଝିକୁ ଚାଲି ଆସିଲେ କିମ୍ବା କୁକୁର ଚାଲି ଆସିଲେ ମ୍ୟାଚ୍ କିଛି ସମୟ ପାଇଁ ଅଟକା ଯାଇଥାଏ। ହେଲେ ପ୍ରଥମଥର ପାଇଁ ଶୁଣିବାକୁ ମିଳିଛି ଯେ, ପଡ଼ିଆ ଭିତରକୁ ସାପ ପଶି ଆସିବା ପରେ ମ୍ୟାଚ୍ ବନ୍ଦ ରଖିବାକୁ ପଡ଼ିଥିଲା। ଯେଉଁ ସମୟରେ ସାପଟି ପଡ଼ିଆ ଭିତରକୁ ପଶି ଆସିଥିଲା ସେହି ସମୟରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ଉପ-ଅଧିନାୟକ କେ.ଏଲ୍. ରାହୁଲ ବ୍ୟାଟିଂ କରୁଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
Snake 🐍 in the House #INDvsSApic.twitter.com/CllrcwSfcJ
— Ashwani JP Singh (@ashwanijpsingh) October 2, 2022
ହଠାତ୍ ପଡ଼ିଆ ଭିତରକୁ ସାପ ପଶି ଆସିବା ପରେ ସମସ୍ତେ ଛାନିଆ ହୋଇଯାଇଥିଲେ। ଏହାପରେ ଗ୍ରାଉଣ୍ଡ୍ ଷ୍ଟାଫ୍ ଦୌଡ଼ି ଆସି ସାପକୁ ଧରି ବାହାରକୁ ଆଣିଥିଲେ। ଏଥିପାଇଁ ପାଖାପାଖି ୧୦ ମିନିଟ୍ ପର୍ଯ୍ୟନ୍ତ ଖେଳ ବନ୍ଦ ରହିଥିଲା ଓ ପରେ ପୁଣିଥରେ ମ୍ୟାଚ୍ ଆରମ୍ଭ ହୋଇଥିଲା।
Now I've seen it all. Match stopped because a snake entered the ground. Groundsmen called in to remove the snake. Is this real life? @sportstarweb#INDvsSApic.twitter.com/ikAQ7xrzOk
— Ashwin Achal (@AshwinAchal) October 2, 2022
ଗୋଟିଏ ମ୍ୟାଚ୍ ବାକି ଥାଇ ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି। ଗୌହାଟୀ ଟି-ଟ୍ୱେଣ୍ଟିରେ ଦକ୍ଷିଣ ଆଫ୍ରିକାକୁ ୨୩୮ ରନ୍ର ବିଶାଳ ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ ୨୩୭ ରନ୍ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)