Advertisment

ଆନ୍ଧ୍ରରୁ ଗିରଫ ହେଲେ ବିଲ୍‌ଡର୍‌ ମନୋଜ ପଣ୍ଡା

ଗିରଫ ହେଲେ ବିଲ୍‌ଡର୍‌ ମନୋଜ ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି।

author-image
Rajalaxmi Sahoo
Builder Manoj Kumar Panda Arrested From Andhra Pradesh

Builder Manoj Kumar Panda Arrested From Andhra Pradesh

ଗିରଫ ହେଲେ ବିଲ୍‌ଡର୍‌ ମନୋଜ ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି। ଆନ୍ଧ୍ରପ୍ରଦେଶ କାକିନଡ଼ା ଜିଲ୍ଲା ଆନ୍ନାଭରମ ଥାନା ଅଞ୍ଚଳରୁ EOW ତାଙ୍କୁ ଗିରଫ କରିଛି। ଓଡ଼ିଶା ହୋମ୍ସ ଆଣ୍ଡ୍‌ କମର୍ସିଆଲ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ ଧରିବା ଲାଗି EOW ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା।

Advertisment

ଗୁଇନ୍ଦା ସୂଚନା ମିଳିବା ପରେ EOW ତାଙ୍କୁ ଆନ୍ନାଭରମରୁ ଗିରଫ କରିବା ପରେ ପୂର୍ବ ଗୋଦାବରୀ ଜିଲ୍ଲାର ପର୍ଥିପାଡୁ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିବା ସହ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ନିକଟ ଶାମପୁରରେ ଘର ଯୋଗାଇଦେବା ନାଁରେ ଟିସିଏସ୍‌ର ଜଣେ କର୍ମଚାରୀ ରଞ୍ଜନ କୁମାର ମହାପାତ୍ର ଓ ଅନ୍ୟମାନଙ୍କୁ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ୍‌ ପ୍ରାଇଭେଟ୍ ଲିମିଟେଡ୍ ପ୍ରାୟ ୨୦ କୋଟି ଟଙ୍କା ଠକିଥିଲା।

ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ EOWରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସଂସ୍ଥାର ନିର୍ଦ୍ଦେଶକଙ୍କ ବିରୋଧରେ ଓଡ଼ିଶା ଜମାକାରୀ ସ୍ୱାର୍ଥ ରକ୍ଷା ଆଇନରେ ଗତ ଅଗଷ୍ଟରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାନ୍ତରାଙ୍କୁ EOW ଗିରଫ କରିଥିଲା। ତେବେ ସେବେଠାରୁ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ମନୋଜ ପଣ୍ଡାଙ୍କୁ ଧରିବା ଲାଗି ଲୁକ୍ ଆଉଟ ସର୍କୁଲାର ଜାରି ହୋଇଥିଲା। 

Advertisment
Cheating Case EOW Builder Manoj Panda
Advertisment
Advertisment