/odishatv-khabar/media/post_attachments/uploadimage/library/16_9/16_9_0/s_1664857555.jpg)
No PUC, no fuel in delhi
ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତ ପେଟ୍ରୋଲ ନାହିଁ। ଏଣିକି ପେଟ୍ରୋଲ ପମ୍ପରେ PUC(Pollution Under Control) ସାର୍ଟିଫିକେଟ୍ ନଦେଖାଇଲେ ପେଟ୍ରୋଲ ଓ ଡିଜେଲ ପକାଇ ପାରିବେ ନାହିଁ। ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ସୂଚନା ଦେଇଛନ୍ତି।
ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ପରିବେଶ, ପରିବହନ ଏବଂ ଟ୍ରାଫିକ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିର ପ୍ରମୁଖ କାରଣ ହେଉଛି ଯାନବାହାନରୁ ନିର୍ଗତ ଧୂଆଁ। ଏହାକୁ ହ୍ରାସ କରିବା ଜରୁରୀ। ତେଣୁ ନିଷ୍ପତ୍ତି ନିଆଯାଇଛି ଯେ, ଗାଡ଼ିର ପଲ୍ୟୁସନ୍ ସାର୍ଟିଫକିଟ୍ ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ୍ ପକାଇ ପାରିବେ ନାହିଁ। ଅକ୍ଟୋବର ୨୫ରୁ ଏହି ନିୟମ ଲାଗୁ କରାଯିବ।
ଅନ୍ୟପକ୍ଷେ, ଏଥର ବିନା ବାଣରେ ଦିଲ୍ଲୀରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବାଣ ବିକ୍ରି ତଥା ବ୍ୟବହାର ଉପରେ ଥିବା ପ୍ରତିବନ୍ଧକକୁ ବଳବତ୍ତର ରଖିଛନ୍ତି। ଜାନୁୟାରୀ ୧, ୨୦୨୩ ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରାଯାଇଛ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। କେବଳ ଏତିକି ନୁହେଁ ଏଥର ଅନଲାଇନ୍ ବାଣ ବିକ୍ରୟ ଏବଂ ବିତରଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।
ପ୍ରଦୂଷଣ ବିପଦ କାରଣରୁ ବାଣ ଫୁଟାଇବା ଉପରେ ବ୍ୟାନ୍ ନିଷ୍ପତ୍ତିକୁ ବଜାୟ ରଖାଯାଇଥିବା ମନ୍ତ୍ରୀ ଗୋପାଳ ରାୟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ଶୀତ ଆରମ୍ଭ ହେବା ସହ ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଯାଏ । ଦୀପାବଳି ପରେ ଲୋକେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଭୋଗନ୍ତି । ପ୍ରଦୂଷଣ ସ୍ତର ଏତେ ବଢ଼ିଯାଏ ଯେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼େ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)