Advertisment

ଦଶହରାରେ ଦୁଃଖଦ ଘଟଣା: ଷ୍ଟେଜ୍‌ରେ ଗୀତ ଗାଉଥିବା ବେଳେ ଚାଲିଗଲା ଜୀବନ

ଦୁର୍ଗାପୂଜା ଅବସରରେ ଗତକାଲି ସପ୍ତମୀ ପାଇଁ ସହରର ରାଜନଗର ଠାରେ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସମୟରେ କଣ୍ଠଶିଳ୍ପୀ ମୂରଲି ମହାପାତ୍ର ଗୀତ ଗାଇବା ପାଇଁ ଷ୍ଟେଜ୍ ଆସିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Singer Murali Mohapatra

Singer succumbs while performing on stage in Jeypore

ଏମିତି ବି ଆସେ ମୃତ୍ୟୁ। କିଏ ଜାଣିଥିଲା ଷ୍ଟେଜ୍‌ରେ ଗୀତ ଗାଉଥିବା ମଣିଷଟେ କିଛି ସମୟ ପରେ ସମସ୍ତଙ୍କୁ ଛାଡ଼ି ଆରପାରି ଚାଲିଯିବ ? କିଏ ଜାଣିଥିଲା ଏଗୀତ ତାଙ୍କ ଜୀବନର ଶେଷ ଗୀତ ହେବ ? ଷ୍ଟେଜ୍‌ରେ ଗୀତ ଗାଇ ସାରି ଚେୟାରରେ ବସିଥିବା ବେଳେ ଚାଲିଗଲା ଜୀବନ। ଏଭଳି କିଛି ହୃଦୟବିଦାରକ ଘଟଣା କୋରାପୁଟ ଜିଲ୍ଲା ଜୟପୁରରେ ଘଟିଛି। ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। 

Advertisment

ସୂଚନା ଅନୁସାରେ, ଦୁର୍ଗାପୂଜା ଅବସରରେ ଗତକାଲି ସପ୍ତମୀ ପାଇଁ ସହରର ରାଜନଗର ଠାରେ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସମୟରେ କଣ୍ଠଶିଳ୍ପୀ ମୂରଲି ମହାପାତ୍ର ଗୀତ ଗାଇବା ପାଇଁ ଷ୍ଟେଜ୍ ଆସିଥିଲେ। ଗୀତ ଗାଇବା ପୂର୍ବରୁ ନିଜେ ଅସୁସ୍ଥ ଥିବା କହି ଗୀତ ଗାଇବାରେ ଭୁଲ୍ ଥିଲେ  କ୍ଷମା କରିବେ କହି ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଚର୍ଚ୍ଚିତ ଯାଯାବର ଗୀତ ଗାଇ ଥିଲେ। ତାଙ୍କର ସୁମଧୁର କଣ୍ଠରୁ ଏହି ଗୀତ ଶୁଣି ଦଶର୍କ ଝୁମିଥିଲେ। ଗୀତ ଗାଇ ସାରି ଚେୟାରରେ ବସିଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ।

Advertisment

ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରେ କଣ୍ଠଶିଳ୍ପୀ ମୂରଲିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। 

ପେଶାରେ ପଞ୍ଚାୟତ ବିଭାଗ କାର୍ଯ୍ୟାଳୟରେ କିରାଣୀ ଥିବା ମୁରଲୀଙ୍କ କିନ୍ତୁ ନିଶା ଥିଲା ଗୀତ ଗାଇବା। ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ସେ ଜୟପୁରରେ ବେଶ୍ ପ୍ରସିଦ୍ଧ ଲାଭ କରିଥିଲେ। ତାଙ୍କ ଅକାଳ ବିୟୋଗରେ ଜୟପୁର ସହର ସ୍ତବ୍ଧ ହୋଇଯାଇଛି।  

(ରିପୋର୍ଟ-ଟି.ଗୌରୀଶଙ୍କର, ଜୟପୁର)

Singer Death Durga Puja 2022
Advertisment
Advertisment