Advertisment

ମଙ୍ଗଳଯାନ ନରହିଲେ ଭାରତ ଉପରେ ପଡ଼ିବ କି ପ୍ରଭାବ, ଜାଣନ୍ତୁ...

ପାଖାପାଖି ୧୧ ମାସ ଯାତ୍ରା କରିବା ପରେ ମଙ୍ଗଳଯାନ, ମଙ୍ଗଳ ଗ୍ରହ ନିକଟତର ହୋଇଥିଲା। ଫଳରେ ISRO(Indian Space Research Organisation)କୁ ଏକ ବଡ଼ ସଫଳତା ମିଳିଥିଲା।

author-image
Rajalaxmi Sahoo
India's maiden Mars mission, Mangalyaan bids goodbye

India's maiden Mars mission, Mangalyaan bids goodbye

ବିଦାୟ ମଙ୍ଗଳଯାନ ! ଭାରତର ପ୍ରଥମ ତଥା ଐତିହାସିକ ମଙ୍ଗଳ ମିଶନ ସମାପ୍ତ ହୋଇଥିବା ଚର୍ଚ୍ଚା ହେଉଛି। ଦୀର୍ଘ ୮ ବର୍ଷ ଧରି ମଙ୍ଗଳ ଗ୍ରହ ଚାରିପଟେ ବୁଲିବା ପରେ ଇନ୍ଧନ ଓ ବ୍ୟାଟେରୀ ଶେଷ ହୋଇଯିବା କାରଣରୁ ମଙ୍ଗଳଯାନର କାର୍ଯ୍ୟକାଳ ସମାପ୍ତ ହୋଇଥିବା କୁହାଯାଉଛି। ଯଦିଓ ଏନେଇ ଇସ୍ରୋ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ହେଲେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ପାଖାପାଖି ୧୧ ମାସ ଯାତ୍ରା କରିବା ପରେ ମଙ୍ଗଳଯାନ, ମଙ୍ଗଳ ଗ୍ରହ ନିକଟତର ହୋଇଥିଲା। ଫଳରେ ISRO(Indian Space Research Organisation)କୁ ଏକ ବଡ଼ ସଫଳତା ମିଳିଥିଲା। 

Advertisment

ମଙ୍ଗଳଯାନକୁ ବିନା ସୂର୍ଯ୍ୟାଲୋକରେ ମାତ୍ର ୧ ଘଣ୍ଟା ୪୦ ମିନିଟ ପାଇଁ କାର୍ଯ୍ୟକ୍ଷମ ରହିବା ଭଳି ଡିଜାଇନ୍ କରାଯାଇଛି। ତେବେ ନିକଟ ଅତୀତରେ ମଙ୍ଗଳ ଗ୍ରହରେ ଲଗାତାର ସୂର୍ଯ୍ୟପରାଗ ହୋଇଥିଲା। ଗୋଟିଏ ସୂର୍ଯ୍ୟପରାଗ ସାଢ଼େ ୭ ଘଣ୍ଟା ଧରି ଚାଲିଥିଲା। ଏଥିଯୋଗୁ ମଙ୍ଗଳଯାନର ବ୍ୟାଟେରୀ ଉପରେ ପ୍ରଭାବ ପଡ଼ିଛି ଏବଂ ଏହା ଅଚଳ ହୋଇଯାଇଥିବା ସୂଚନା ମିଳିଛି।

ମାତ୍ର ୪୫୦ କୋଟି ଟଙ୍କାରେ ନିର୍ମିତ ମଙ୍ଗଳଯାନ ୨୦୧୩ ମସିହାରେ ଭୂପୃଷ୍ଠରୁ ଉତ୍‌କ୍ଷେପଣ ହୋଇଥିଲା। ୨୦୧୪ ମସିହା ସେପ୍ଟେମ୍ବର ୨୪ରେ ମଙ୍ଗଳ କକ୍ଷପଥରେ ପ୍ରବେଶ କରିଥିଲା।ପ୍ରଥମ ପ୍ରଚେଷ୍ଟାରେ ମଙ୍ଗଳକୁ ସଫଳତାର ସହ ଯାନ ପଠାଇ ଭାରତ ଇତିହାସ ରଚିଥିଲା। ମାତ୍ର ୬ ମାସ ପାଇଁ ଏହାକୁ ଡିଜାଇନ କରାଯାଇଥିଲେ ମଧ୍ୟ ଏହା ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ କରିଥିଲା।  ୮ ବର୍ଷ ଭିତରେ ମଙ୍ଗଳ ଗ୍ରହ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଫଟୋ ଓ ତଥ୍ୟ ମଙ୍ଗଳଯାନ ପଠାଇଛି। ଭବିଷ୍ୟତରେ ମଙ୍ଗଳଯାନ-୨ ମିଶନ ପାଇଁ ମଧ୍ୟ ଇସ୍ରୋ ଲକ୍ଷ୍ୟ ରଖିଛି।  

Advertisment

ଏବେବି ଏହି କାମ ହୋଇପାରେ...

ମଙ୍ଗଳଯାନରୁ ମିଳୁଥିବା ତଥ୍ୟ ଉପରେ ଖାଲି ଭାରତ ନୁହେଁ ସାରା ବିଶ୍ୱର ବୈଜ୍ଞାନିକମାନେ ରିସର୍ଚ୍ଚ କରିପାରିବେ। ଦେଶର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନରତ ଛାତ୍ର ଇସ୍ରୋରୁ ମଙ୍ଗଳ ଗ୍ରହ ସମ୍ପର୍କିତ ତଥ୍ୟ, ଡକ୍ୟୁମେଣ୍ଟ ଓ ରିପୋର୍ଟ ଉପରେ ଥିସିସ୍‌ କରିପାରିବେ। 

ଏବେ କ’ଣ ହୋଇପାରିବ ନାହିଁ...

  • ମଙ୍ଗଳଗ୍ରହ ସମ୍ବନ୍ଧିତ ତଥ୍ୟ ପାଇଁ ଆମେରିକା, ୟୁରୋପ ଓ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ
  • ଯେପର୍ଯ୍ୟନ୍ତ ନୂଆ ମଙ୍ଗଳଯାନ ଅର୍ଥାତ୍‌ ମଙ୍ଗଳଯାନ-୨ ମିଶନ ଆରମ୍ଭ ହୋଇନାହିଁ ସେପର୍ଯ୍ୟନ୍ତ ମଙ୍ଗଳଗ୍ରହରୁ କୌଣସି ଖବର ମିଳିପାରିବ ନାହିଁ
  • କୌଣସି ନୂଆ ନକ୍ସା ତିଆରି ହୋଇପାରିବ ନାହିଁ
  • ଏପରିକି କୌଣସି ନୂଆ ରିସର୍ଚ୍ଚ ମଧ୍ୟ ହୋଇପାରିବ ନାହିଁ
Mars Mission Mangalyaan
Advertisment
Advertisment