ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ରାତିରେ ଉତ୍ତରପ୍ରଦେଶର ଭଦୋହୀରେ ଏକ ଦୁର୍ଗା ପୂଜା ପେଣ୍ଡାଲରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ଗୁରୁତର ହୋଇପଡ଼ିଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଗୁରୁତରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ପେଣ୍ଡାଲରେ ମା’ଙ୍କ ଆଳତି ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏନେଇ ଅରାଇ ପୋଲିସ୍ ଷ୍ଟେସନରେ FIR ରୁଜୁ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟା ମହିଳା ଓ ୧୦ ଏବଂ ୧୨ ବର୍ଷର ଶିଶୁ ଅଛନ୍ତି।
Also Read
ଅଗ୍ନିକାଣ୍ଡ ବେଳେ ପ୍ରାୟ ୧୫୦ ଜଣ ଲୋକ ପେଣ୍ଡାଲରେ ଉପସ୍ଥିତ ଥିଲେ। ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚଳାଇଛି। ଅନ୍ୟପକ୍ଷେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ସେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।