Advertisment

ବିଚ୍‌ ରାସ୍ତାରେ କଟକରେ ଦାଦାଗିରି, ଆକ୍ସନ୍ ମୋଡ୍‌ରେ ପୋଲିସ୍

କଟକରେ ଯୁବକଙ୍କ ହାତ ବାନ୍ଧି ରାସ୍ତା ଉପରେ ଦୌଡ଼ାଇବା ଘଟଣାରେ ଆକ୍ସନ୍ ମୋଡ୍‌ରେ ପୋଲିସ୍। ଆଜି ଦୁଇ ଜଣ ଯୁବକଙ୍କୁ ଲାଲବାଗ୍ ପୋଲିସ୍ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Crime In Cuttack

Youth Tied To Bike and Dragged In Cuttack City

କଟକ ରେ ଯୁବକଙ୍କ ହାତ ବାନ୍ଧି ରାସ୍ତା ଉପରେ ଦୌଡ଼ାଇବା ଘଟଣାରେ ଆକ୍ସନ୍ ମୋଡ୍‌ରେ ପୋଲିସ୍। ଆଜି ଦୁଇ ଜଣ ଯୁବକଙ୍କୁ ଲାଲବାଗ୍ ପୋଲିସ୍ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ଅପରାଧ ବେଳେ ଯେଉଁ ସ୍କୁଟର ଏମାନେ ବ୍ୟବହାର କରିଥିଲେ ତାକୁ ମଧ୍ୟ ଜବତ କରାଯାଇଛି। ପ୍ରାଥମିକ ତଦନ୍ତ ଅନୁସାରେ, ସମ୍ପୃକ୍ତ ଯୁବକ ଅଭିଯୁକ୍ତଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ନ ଫେରାଇବାରୁ ଯୁବକମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

Advertisment

ତେବେ ଏହି ଘଟଣାରେ ଆଉ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି। ଏହାସହ ଏହି ଘଟଣା ବେଳେ କେଉଁ ଟ୍ରାଫିକ୍ ପୋଷ୍ଟ ଦେଇ ଅଭିଯୁକ୍ତମାନେ ଯାଇଥିଲେ ତାକୁ ବି ତଦନ୍ତ ପରିସରକୁ ନିଆଯାଇଛି। ଯଦି, କୌଣସି ଟ୍ରାଫିକ୍ ପୋଲିସ୍ ଘଟଣାକୁ ଦେଖି ଅଣଦେଖା କରିଥାନ୍ତି ସେସବୁକୁ ବି ତଦନ୍ତ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

ସୂଚନାଥାଉ କି, କଟକରେ ବିଚ୍ ରାସ୍ତାରେ ଯୁବକଙ୍କ ହାତ ବାନ୍ଧି କିଛି ଯୁବକ ଗାଡ଼ିରେ ଟାଣି ଟାଣି ନେଇଥିବାକୁ ଦେଖିବାକୁ ମିଳିଥିଲା। ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ୨ଟି ଗାଡ଼ିରେ ୪ରୁ ୫ ଜଣ ଯୁବକ ଆସି ଆଗେ ଆଗେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି। ଏହାପରେ ଦୌଡ଼ାଇ ଦୌଡ଼ାଇ ପାଖାପାଖି ୨ କିଲୋମିଟର ଯାଏ ଯୁବକମାନେ ସମ୍ପୃକ୍ତ ଯୁବକଙ୍କୁ ନେଇଥିଲେ। ସେଲଟର୍‌ ଛକ, କନିକା ଛକ ଓ ଚଣ୍ଡୀ ଛକ ଯାଏ ପ୍ରାୟ ଅଧ ଘଣ୍ଟା ଯାଏ ଏପରି ଖୁଲମ୍‌ଖୁଲା ଦାଦାଗିରି ଚାଲିଥିଲା। 

Advertisment

ଯଦି, କେହି ଅଟକାଇବାକୁ ଆସିଲା ତାକୁ ବି ମାରଣାସ୍ତ୍ର ଦେଖାଇଥିବା ଅଭିଯୋଗ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ଏହି ଘଟଣା ଡିଜିପି ଅଫିସ୍‌ର ୧ କିଲୋମିଟର ଭିତରେ ଘଟିଥିଲା। ଯାହା ପୋଲିସ୍‌ର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି।

Crime
Advertisment
Advertisment