Advertisment

ଭାରତ ଓ ପାକିସ୍ତାନ କ୍ରିକେଟର ଭେଟ ହେଲେ, ପରସ୍ପର ମଧ୍ୟରେ କ’ଣ କଥା ହୋଇଥାନ୍ତି ? ଜାଣନ୍ତୁ...

ଯେତେବେଳେ ବି ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍‌ ମୈଦାନକୁ ଓହ୍ଲାଇଥାନ୍ତି, ସେହି ସମୟରେ ଖାଲି ଖେଳାଳି ନୁହେଁ ମ୍ୟାଚ୍‌କୁ ନେଇ ଫ୍ୟାନ୍ସଙ୍କ ଭିତରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଥାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Know The Discussion Between Cricketers Ahead Of India Vs Pakistan Match

Know The Discussion Between Cricketers Ahead Of India Vs Pakistan Match

ଯେତେବେଳେ ବି ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍‌ ମୈଦାନକୁ ଓହ୍ଲାଇଥାନ୍ତି, ସେହି ସମୟରେ ଖାଲି ଖେଳାଳି ନୁହେଁ ମ୍ୟାଚ୍‌କୁ ନେଇ ଫ୍ୟାନ୍ସଙ୍କ ଭିତରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଥାଏ। କାରଣ ଏହି ମ୍ୟାଚ୍‌ ଅନ୍ୟ ମ୍ୟାଚ୍‌ ଠାରୁ ବେଶ୍‌ ରୋମାଞ୍ଚକର ହୋଇଥାଏ। ଆଉ ମ୍ୟାଚ୍‌କୁ ନେଇ ଖେଳାଳିଙ୍କ ଉପରେ ଚାପ ମଧ୍ୟ ଥାଏ। ହେଲେ ମ୍ୟାଚ୍‌ ପୂର୍ବରୁ ଓ ପରେ ଉଭୟ ଟିମ୍‌ର ଖେଳାଳିଙ୍କୁ ହସ ହସ ମୁହଁରେ ଆଲିଙ୍ଗନ ସହ କଥା ହେଉଥିବା ଫ୍ୟାନ୍ସ ଦେଖିବାକୁ ପାଇଥାନ୍ତି। 

Advertisment

ପ୍ରକୃତରେ ସେହି ସମୟରେ ଭାରତ ଓ ପାକିସ୍ତାନ ଖେଳାଳି ପରସ୍ପର ମଧ୍ୟରେ କ’ଣ କଥା ହୋଇଥାନ୍ତି, ଏହା ଜାଣିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଥାଏ। କ’ଣ ଉଭୟ ଟିମ୍‌ ମ୍ୟାଚ୍‌କୁ ନେଇ ସେମାନଙ୍କ ଉପରେ ଥିବା ଚାପ କିମ୍ବା ରଣନୀତି ଉପରେ ଆଲୋଚନା କରିଥାନ୍ତି ? ନା ଖେଳାଳିମାନେ ପରସ୍ପର ମଧ୍ୟରେ ମସ୍ତି ମଜାକ କରିଥାନ୍ତି ନା ମିଶିବା ପାଇଁ ଚେଷ୍ଟା କରିଥାନ୍ତି ? 

ବିଶ୍ୱକପ୍‌ ପୂର୍ବରୁ ଅଧିନାୟକଙ୍କ ପ୍ରେସ୍‌ କନ୍‌ଫରେନ୍ସ....

ଫ୍ୟାନ୍ସଙ୍କ ମଧ୍ୟରେ ଉଙ୍କି ମାରୁଥିବା ଏହିସବୁ ପ୍ରଶ୍ନ ମଧ୍ୟରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମ୍‌ ପ୍ରତିକ୍ରିୟା ରଖିଛନ୍ତି। ଆସନ୍ତାକାଲି (ଅକ୍ଟୋବର ୧୬) ଠାରୁ ଟି-୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି। ଏହାର ଦିନକ ପୂର୍ବରୁ ଅର୍ଥାତ୍ ଆଜି ସାମ୍ବାଦିକ ସମ୍ମିଳନୀରେ ଟୁର୍ଣ୍ଣାମେଣ୍ଟର ସମସ୍ତ ୧୬ଟି ଦଳର ଅଧିନାୟକ ଉପସ୍ଥିତ ଥିଲେ। ଏହି ସମୟରେ ରୋହିତ ଏବଂ ବାବର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।

Advertisment

ବାବର ଆଜମ୍‌ ଖୁଲାସା କରି କହିଥିଲେ ଯେ, ଯେତେବେଳେ ବି ଆମେ ଭାରତୀୟ ଖେଳାଳି କିମ୍ବା ରୋହିତ ଶର୍ମାଙ୍କୁ ଭେଟୁ, ସେତେବେଳେ ଆମେ କିଛି ଶିଖିବାକୁ ଚେଷ୍ଟା କରୁ। ଏନେଇ ରୋହିତ କହିଛନ୍ତି ଯେ, ଆମେ ମ୍ୟାଚ୍ ସମ୍ପର୍କରେ କୌଣସି ଆଲୋଚନା କରିନଥାଉ। ଜଣେ ଅନ୍ୟ ଜଣଙ୍କ ବିଷୟରେ ଜାଣିଥାଉ ଓ ଥଟ୍ଟା ମଜା କରିଥାଉ। 

କ’ଣ କହିଲେ ରୋହିତ ଓ ବାବର ? 

ପ୍ରଥମେ ବାବର ଏହି ପ୍ରସଙ୍ଗରେ ଉତ୍ତର ରଖି କହିଥିଲେ, 'ରୋହିତ ଶର୍ମା ମୋ ଠାରୁ ବଡ଼। ତେଣୁ  ମୁଁ ଯଥାସମ୍ଭବ ଚେଷ୍ଟା କରିଥାଏ ତାଙ୍କଠାରୁ ଅଧିକ କିଛି ଶିଖିବା ପାଇଁ। ଆମେ ଯେତେ ଶିଖିବା, ତାହା ଆମ ପାଇଁ ଭଲ। ଏହାପରେ ରୋହିତ କହିଥିଲେ ଯେ, ' ଯେତେବେଳେ ଆମେ ଭେଟ ହେଉ, ମ୍ୟାଚ୍‌କୁ ନେଇ ଚାପ ରହିଛି, ଏଭଳି କିଛି ପ୍ରସଙ୍ଗରେ ଆଲୋଚନା ହୋଇନଥାଏ। ଆମେ ଏସିଆ କପ୍‌ ମ୍ୟାଚ୍‌ରେ ଭେଟ ହେଉ କି ଏବେ ଭେଟ ହେଉ, ଯେତେବେଳେ ବି ଭେଟ ହେଉ, ଘରେ କେମିତି ସମସ୍ତେ ଅଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥାଉ। କେବଳ ଏସମ୍ପର୍କରେ ହିଁ କଥାବାର୍ତ୍ତା ହୋଇଥାଉ। ଆମ ପୂର୍ବ ପିଢ଼ିର ଖେଳାଳିମାନେ ଆମକୁ ଏହା ଶିଖାଇଛନ୍ତି। ଲାଇଫ୍‌ରେ କ’ଣ ସବୁ ଚାଲିଛି, କ’ଣ ନୂଆ ଗାଡ଼ି କିଣିଛ, କ’ଣ ନୂଆ କିଣିବା ପାଇଁ ଯୋଜନା କରିଛ, ଏସବୁ ବିଷୟରେ ଆଲୋଚନା ହୋଇଥାଏ।’

ସୂଚନାଥାଉ କି, ଏସିଆ କପ୍‌ ୨୦୨୩ ମ୍ୟାଚ୍‌ ପାକିସ୍ତାନ୍‌ରେ ଆୟୋଜନ ହେବ। ଦୀର୍ଘ ବର୍ଷ ପରେ ପାକିସ୍ତାନ୍‌ ଗସ୍ତରେ ଖେଳିବାକୁ ଯିବ ଟିମ୍‌ ଇଣ୍ତିଆ। ଏନେଇ BCCI ପକ୍ଷରୁ ଗ୍ରୀନ୍‌ ସିଗନାଲ ମିଳିଛି। ପୂର୍ବରୁ ଟିମ୍‌ ଇଣ୍ତିଆର ପାକିସ୍ତାନ ଗସ୍ତ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ବର୍ତ୍ତମାନ ବିସିସିଆଇ ଗ୍ରୀନ୍ ସିଗନାଲ ଦେଇସାରିଛି। ତେବେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିବାରୁ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ଯିବ କି ନାହିଁ, ତା’ର ଚୂଡ଼ାନ୍ତି ନିଷ୍ପତ୍ତି ଭାରତ ସରକାର ନେବେ। ଭାରତ ସରକାର ଅନୁମତି ଦେବା ପରେ ହିଁ ବିସିସିଆଇ ଏସିଆ କପ୍‌ ପାଇଁ ଭାରତୀୟ ଖେଳାଳିଙ୍କୁ ପାକିସ୍ତାନ ପଠାଇବ। 

Rohit Sharma Babar Azam India Vs Pakistan Match
Advertisment
Advertisment