/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665895192.jpg)
11 dead, 15 wounded in terrorist attack in Russia
ରୁଷ୍ ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ଆତଙ୍କବାଦୀ ହମ୍ଲା। ଦକ୍ଷିଣ-ପଶ୍ଚିମ ରୁଷିଆର ବେଲଗୋରଡର ଏକ ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆକ୍ରମଣ ହୋଇଥିବା ସ୍ଥାନ ୟୁକ୍ରେନର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ବର୍ବର ଆକ୍ରମଣରେ ୧୫ଜଣ ଆହତ ହୋଇଛନ୍ତି।
Advertisment
୨ ଜଣ ଅଜଣା ବ୍ୟକ୍ତି ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଅତର୍କିତ ଆକ୍ରମଣ କରିଥିବା ସୂଚନା ମିଳିଛି। ସ୍ୱେଚ୍ଛାକୃତ ଭାବେ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ପାଇଁ ସମ୍ମତି ପ୍ରକାଶ କରିଥିବା ଲୋକେ ବେଲଗୋରଡ ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଟ୍ରେନିଂ ନେଉଥିଲେ। ଏହି ସମୟରେ ୨ ଜଣ ଅଜଣା ବ୍ୟକ୍ତି ହଠାତ୍ ଗୁଳିଚାଳନା କରିଥିଲେ।
ଆକ୍ରମଣକାରୀଙ୍କୁ ପାଲଟା ଗୁଳିରେ ରୁଷିଆ ସେନା ହତ୍ୟା କରିଛନ୍ତି। ଘଟଣାକୁ ଆତଙ୍କବାଦୀ ହମ୍ଲା ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)