• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

debasish
ସହିଦ୍‌ଙ୍କ ପରିବାର ସଦସ୍ୟଙ୍କୁ ଅଶାଳୀନ ବ୍ୟବହାରର ପ୍ରତିବାଦ

କଟକ : ସହିଦ୍‌ଙ୍କ ପରିବାର ସଦସ୍ୟଙ୍କୁ ଅଶାଳୀନ ବ୍ୟବହାରର ପ୍ରତିବାଦ। ପୁଲୱାମାରେ ସହିଦ୍‌ ହୋଇଥିବା ମନୋଜ ବେହେରାଙ୍କ ପରିବାର ସଦସ୍ୟଙ୍କୁ କଟକ ବାରବାଟୀ ବିଧାୟକ ଅଶାଳୀନ ବ୍ୟବହାର କରିବା ଘଟଣା ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ବିଧାୟକଙ୍କ ଏଭଳି ବ୍ୟବହାରର ପ୍ରତିବାଦ କରିଛି ବିଜେପି। ଯବାନଙ୍କ ଶେଷକୃତ୍ୟ ଦିନ...

dama
ଯାଜପୁର ଡଙ୍କାରୀ ପାହାଡ଼ ପରିଦର୍ଶନ କଲେ ବିଧାୟକ ଦାମୋଦର ରାଉତ

ଯାଜପୁର  : ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡ଼ ପରିଦର୍ଶନ କରିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ। ବେଆଇନ ଭାବେ ଏହି ପାହାଡ଼ରୁ ଖଣିଜ ଦ୍ରବ୍ୟ ଲୁଟ୍ ନେଇ ଅଭିଯୋଗ ଆସୁଥିଲା। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଜାଣତରେ ଏହି ଲୁଟ୍‌ ଚାଲିଛି ବୋଲି ପାହାଡ଼ ପରିଦର୍ଶନ...

highcourt
ଆଜିଠାରୁ ଖୋଲିବ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍‌

ସମ୍ବଲପୁର : ଦୀର୍ଘ ୫ ମାସର ଅଚଳାବସ୍ଥା ପରେ ଆଜିଠାରୁ ଖୋଲିବ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍‌। ଓକିଲ ସଂଘ ବୈଠକରେ କେବଳ କୋର୍ଟ କଚେରୀ ବନ୍ଦ ରଖି ଅନ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗତ ସେପଟେମ୍ବର...

en
କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଲିସ୍‌ ଏନ୍‌କାଉଣ୍ଟର। ହାଲପୁର ଛକରେ ସ୍ପେଶାଲ ସ୍କ୍ୱାର୍ଡ ଏନ୍‌କାଉଣ୍ଟରରେ ଅପରାଧୀ ଗଣେଶ ମଲ୍ଲିକ ଗୁରୁତର ଆହତ ହୋଇଛି।  ଗଣେଶର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗଣେଶ ନାଁରେ କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ରାଉରକେଲା, ଯାଜପୁର, କଟକ, ଖୋର୍ଦ୍ଧାରେ ହତ୍ୟା, ଲୁଟ୍ ଭଳି ଏକାଧିକ ମାମଲା...

accident car
ବସ୍‌କୁ ଧକ୍କା ଦେଲା କାର୍ ; ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ, ୪ ଗୁରୁତର

କଟକ : କଟକ ଜିଲ୍ଲା ଟାଙ୍ଗୀ ରଜକଣା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ଅଛି। ସୂଚନା ମୁତାବକ, ଯାଜପୁରରୁ କଟକ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡର ଡେଇଁ ଆରପାଖରେ...

kirti
କଂଗ୍ରେସ୍‌ରେ ସାମିଲ ହେଲେ କୀର୍ତ୍ତି ଆଜାଦ୍

ନୂଆଦିଲ୍ଲୀ : କଂଗ୍ରେସ୍‌ରେ ସାମିଲ ହେଲେ କୀର୍ତ୍ତି ଆଜାଦ୍। କଂଗ୍ରେସ୍‌ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସ୍‌ରେ ସାମିଲ ହୋଇଛନ୍ତି କୀର୍ତ୍ତି। ୨୦୧୪ ମସିହା ସାଧାରଣ ନିର୍ବାଚନରେ ଦରଭଙ୍ଗା ଆସନରୁ ବିଜେପି ଟିକଟରେ ଲଢି ଜିତିଥିଲେ କୀର୍ତ୍ତି ଆଜାଦ୍। ଦଳ ଭିତରେ ଥାଇ ବି...

rbi9
କେନ୍ଦ୍ର ସରକାରଙ୍କୁ ଅଗ୍ରୀମ ଲାଭାଂଶ ପ୍ରଦାନ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍। ଅନ୍ତରୀଣ ଲାଭାଂଶ ଭାବେ କେନ୍ଦ୍ର ସରକାରଙ୍କୁ ଏହି  ଲାଭାଂଶ ପ୍ରଦାନ ଲାଗି ଆରବିଆଇ ବୋର୍ଡ ଅନୁମୋଦନ କରିଛି। ଏଥର ବଜେଟରେ କେନ୍ଦ୍ର ସରକାର ଆରବିଆଇ ଓ ଅନ୍ୟ ରାଷ୍ଟ୍ରାୟତ୍ତ...

matric
ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନିକ ନିଷ୍ପତ୍ତି

ଭୁବନେଶ୍ୱର : ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନିକ ସ୍ତରରେ ବଡ଼ ନିଷ୍ପତ୍ତି ହୋଇଛି। ପରୀକ୍ଷା ଦିନ ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବ। ପୁଲିସ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ତ୍ରିସ୍ତରୀୟ ‘କଭର’ରେ କେନ୍ଦ୍ରକୁ ଆସିବ। ପରୀକ୍ଷା ସୁପରିଚାଳନା ପାଇଁ ୧୭ଟି ପଏଣ୍ଟକୁ...

rice
ଅନ୍ନପୂର୍ଣ୍ଣା ଚାଉଳ ଓ ସହାୟତାରେ କେନ୍ଦ୍ର ଟାଳଟୁଳ ନୀତି ଧରିଥିବା ରାଜ୍ୟର ଅଭିଯୋଗ

ଭୁବନେଶ୍ୱର : ପୁଣି ତାଜା ହେଲା ଚାଉଳ କଳି। ଏଥର କିନ୍ତୁ ମାଗଣାରେ ମିଳୁଥିବା ଅନ୍ନପୂର୍ଣା ଚାଉଳକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଅଭିଯୋଗ ୨ ବର୍ଷ ହେଲା କେନ୍ଦ୍ର ଉଦ୍ଦେଶ୍ୟମୂଳକ ଭାବେ ଅନ୍ନପୂର୍ଣା ଯୋଜନାରେ ଓଡ଼ିଶାକୁ ଚାଉଳ ଦେଉନାହିଁ। କେନ୍ଦ୍ର...

sura baba
ଜେଲ୍ ଗଲା ପରେ ବି ସୁଧୁରିଲେନି ସୁର ବାବା

ଭୁବନେଶ୍ୱର : ପୁଣି ବାହାରିଲାଣି କି ବାବାଙ୍କ ସେହି ପୁରୁଣା ରୋଗ। ପୁଣି ମେଲିଲାଣି କି ତ୍ରାହିଅଚ୍ୟୁତ ଆଶ୍ରମରେ ବ୍ୟଭିଚାରର ସାମ୍ରାଜ୍ୟ। ଏତଲା କପିରେ ଦର୍ଶାଯାଇଛି ନିର୍ବନ୍ଧ ସରିଥିବା ଗଂଜାମ ଜିଲ୍ଲାର ଜଣେ ଯୁବତୀଙ୍କୁ ପୂଜା ବାହାନାରେ ରାତି ୩ଟାରେ ନିଜ କୋଠରୀକୁ ଡକାଇଥିଲେ ସୁରବାବା। ଆଉ ଡକରା...

puri-1
ପୁଲୱାମାରେ ସହିଦ୍‌ ୨ ଓଡ଼ିଆ ଯବାନଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ

ପୁରୀ : ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଓଡ଼ିଶାର ୨ ଜବାନ୍‌ଙ୍କ ଚିତାଭସ୍ମ ପୁରୀ ତୀର୍ଥରାଜ ମହୋଦଧିରେ ବିସର୍ଜନ କରାଯାଇଛି। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦୁଇ ସହିଦ୍‌ଙ୍କ ଗାଁରେ ପହଞ୍ଚି ପରିବାରର ସହମତିରେ ଚିତାଭସ୍ମ ଆଣିଥିଲେ। ଏନେଇ ଆୟୋଜିତ ଶୋଭାଯାତ୍ରାରେ ସେନାର କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନେ...

singer
ମରକ୍କୋରେ ମହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ ଗାନ

ମରକ୍କୋ : ମହାତ୍ମାଙ୍କ ବାର୍ତ୍ତା ଆଜି ସାରା ବିଶ୍ୱକୁ ଶାନ୍ତି, ମୈତ୍ରୀ ଓ ବିଶ୍ୱ ଭାତୃତ୍ୱର ପରିଚୟ ବାହକ ସାଜିଛି। ଆଜି ବି ଗାନ୍ଧିଙ୍କ ପ୍ରିୟ ବୈଷ୍ଣବ ଜନ ସଂଗୀତ ସମସ୍ତଙ୍କୁ ଶାନ୍ତିର ବାର୍ତ୍ତା ଦେଉଛି। ମରକ୍କୋ ଗସ୍ତରେ ଥିବା ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉପସ୍ଥିତିରେ...

tiger
ଭୁବନେଶ୍ୱରରେ କଲରାପତରିଆ ବାଘ

ଭୁବନେଶ୍ୱର : ରାଜଧାନୀରେ ବାଘ ଆତଙ୍କ। ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳକୁ ଏକ କଲରାପତରିଆ ବାଘ ପଶି ଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତକାଲି ରାତିରେ ବାଘଟି ପଳାସପଲ୍ଲୀର ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଘର ପାଚେରୀ ଡେଇଁ...

in ed
EDରେ ହାଜର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି

ଭୁବନେଶ୍ୱର : EDରେ ହାଜର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗାପ୍ରସାଦ ମିଶ୍ର। ଆଜି ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ସେ ହାଜର ହୋଇଥିବା ଜଣାପଡିଛି। ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଇଡି ପଚରାଉଚରା କରୁଥିବା ସୂଚନା ମିଳିଛି। ପୂର୍ବରୁ CBI ତାଙ୍କୁ ଚିଟ୍ ଫଣ୍ଡ...