ଭୁବନେଶ୍ୱର : ଦିନ ଦ୍ୱିପହରେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ। ଲୁଟେରାଙ୍କୁ ଧରିବା ପାଇଁ ମହିଳା ହେଲେ କ୍ଷତବିକ୍ଷତ। ଲୁଟେରା ଓ ମହିଳାଙ୍କ ମଧ୍ୟରେ ୧୦ ମିନିଟ୍ର ଧସ୍ତାଧସ୍ତି ପରେ ଧରା ପଡିଲା ଲୁଟେରା। ମିଳିଥିବା ସୂଚନା ମୁତାବକ,ଆଜି ମଧ୍ୟାହ୍ନ ୧୨ଟାରେ ଜିଜିପି କଲୋନୀର ମଳୟ ବିହାରରେ ଘଟିଛି...
ଭୁବନେଶ୍ୱର : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡ଼ାର ୫ଜଣ ଶିକ୍ଷକଙ୍କୁ ଅଟକ ରଖିଛି ବୋଡେନ ଥାନା ପୁଲିସ୍। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଇଓ ୫ଜଣ ଶିକ୍ଷକଙ୍କ ବିରୋଧରେ ବୋଡେନ ଥାନାରେ ଏତଲା ଦେଇଥିଲା। ଏତଲାକୁ ଭିତ୍ତି କରି ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପଟେ ବୋର୍ଡ ସଭାପତିଙ୍କ...
ଭୁବନେଶ୍ୱର : ଖଣ୍ଡଗିରିରେ ଚାଲିଛି ମାଘ ମେଳା। ପ୍ରତିଦିନ ମେଳାରେ ଜମୁଛି ଲୋକଙ୍କ ଭିଡ଼। ହେଲେ ଖଣ୍ଡଗିରି ମେଳାରେ ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ହେଉଥିବା ଯାତ୍ରା। ରାଜ୍ୟର ପ୍ରମୁଖ ଯାତ୍ରା ସଂସ୍ଥାଙ୍କ ପକ୍ଷରୁ ଅପେରା ପରିବେଷଣ ହେଉଛି। ହେଲେ ଚଳିତ ଥର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ...
ନୂଆଦିଲ୍ଲୀ : ICICI ବ୍ୟାଙ୍କ୍ର ପୂର୍ବତନ ଏମ୍ଡି ତଥା ସିଇଓ ଚନ୍ଦା କୋଚରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ। ଚନ୍ଦା କୋଚରଙ୍କ ସହ ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ ଗ୍ରୁପ୍ ପ୍ରମୋଟର ବେଣୁଗୋପାଳ ଧୁତଙ୍କ ନାଁରେ ମଧ୍ୟ ନୋଟିସ୍ ଜାରି ହୋଇଛି।...
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍କ୍ୟୁରି ରଣଜିତ କୁମାର। ଆସନ୍ତାକାଲି ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ଆଲୋଚନା କରିବେ। ଆସନ୍ତା ୨୭ ତାରିଖରେ ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଅଛି। ତା ପୂର୍ବରୁ ଆମିକସ୍କ୍ୟୁୟରିଙ୍କ ପୁରୀ...
ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗର ‘ଖୁସି’ ଯୋଜନାକୁ ମିଳିଲା କ୍ୟାବିନେଟ ମଂଜୁରୀ। ‘ଖୁସି’ ଯୋଜନାରେ ମାଗଣାରେ ସ୍କୁଲ ଝିଅଙ୍କୁ ମିଳିବ ସାନିଟାରି ନାପକିନ୍। ଏହା ଦ୍ୱାରା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ। ସରକାରୀ ସ୍କୁଲ୍ ସହିତ କେନ୍ଦ୍ରୀୟ...
ଭୁବନେଶ୍ୱର : ସତର୍କତା, ସଚେତନତା ଓ ସଜାଗ ସତ୍ତ୍ୱେ ଫେଲ୍ ମାରିଲା ସରକାର ଆଉ ବୋର୍ଡ କର୍ତ୍ତୃପକ୍ଷଙ୍କ ସବୁ ଉଦ୍ୟମ। ଗତବର୍ଷ ଭଳି ଏଥର ବି ପ୍ରଥମ ଦିନରୁ ଭାଇରାଲ୍ ହୋଇଛି ମାଟ୍ରିକ୍ ପରୀକ୍ଷାର ପ୍ରଶ୍ନପତ୍ର। କେତେବେଳେ ନୂଆପଡ଼ା ତ କେତେବେଳେ କାମାକ୍ଷାନଗର। ଏ ମୋବାଇଲ୍ରୁ ସେ ମୋବାଇଲ୍...
ଭୁବନେଶ୍ୱର : ମାର୍ଚ୍ଚ ୨୦ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି। ରାଜଧାନୀର ଏକ ତାରକା ହୋଟଲରେ ସଂଧ୍ୟା ୬ଟାରୁ ୧୧ ମଧ୍ୟରେ ହୋଲି ପାଳନ କରାଯିବ। ହଳଦୀ, ଟମାଟୋ, ବିଟ୍ ଏବଂ ବିଭିନ୍ନ ଫୁଲରେ ତିଆରି ରଙ୍ଗରେ ହୋଲି ଖେଳାଯିବ। ଚଳିତ ବର୍ଷ...
ତାମିଲନାଡୁ : କ୍ଲାସ୍ ରୁମ୍ରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା। ତାମିଲନାଡୁରେ କୁଡ୍ଡାଲୋର ଜିଲ୍ଲାରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ,ଶିକ୍ଷୟିତ୍ରୀ ଜଣଙ୍କ କ୍ଲାସ୍ ରୁମ୍ରେ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହିତ ଯୁକ୍ତିତର୍କ କରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିଲା।...
ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ଲଢ଼େଇର ପ୍ରଭାବ ସୀମାରେ ଦେଖିବାକୁ ମିଳିଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨ଶହ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଲଗାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ଟ୍ରେଡର୍ସମାନେ ସ୍ୱାଗତ...
ଗଜପତି : ବିଦ୍ୟୁତ୍ ତାର ଚୋରି ଅଭିଯୋଗରେ ୩ଜଣଙ୍କୁ ଗିରଫ କରିବା ସହ ଏକ ଅଟୋ ଜବତ କରିଛି ଗଜପତି ଜିଲ୍ଲା ମୋହନା ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ ଗୋବିନ୍ଦପୁର ଗ୍ରାମର ନାରାୟଣ କାର୍ଯ୍ୟୀ, ନିରଞ୍ଜନ ମଲ୍ଲିକ ଓ ଚାନ୍ଦିପୁଟଗାଁର ସୁରେନ୍ଦ୍ର ଗୌଡ଼ ୨୦୧୮ ଅଗଷ୍ଟ ମାସରେ ବିଯୁକ୍ତ...
ଚିତ୍ରକୋଣ୍ଡା : ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ। ୨ କିଲୋମିଟର ଖଟିଆରେ ବୋହି ନେଇ ଗୁରୁତର ରୋଗୀଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ପହଞ୍ଚାଇଲେ ଗାଁ ଲୋକେ। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ବଡ଼ିପଦର ପଞ୍ଚାୟତର ମେଟାଗୁଡ଼ା ଗାଁରେ। ପାରିବାରିକ କଳହରୁ ସ୍ତ୍ରୀ...
କଲ୍ୟାଣସିଂହପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି। ଲାଞ୍ଚ ନଦେବାରୁ ଘର ଅନ୍ୟ କାହାକୁ ଦିଆଯାଇଥିବା ଅଭିଯୋଗ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଖରଜୋଡ଼ା ଗାଁର ଅଙ୍ଗଦ ମହାନନ୍ଦିଆ ଏନେଇ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ତାଲିକାରେ ତାଙ୍କ ନାଁ ରହିଥିଲା। ମାତ୍ର...
ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ସୁପରିଚାଳିତ ପାଇଁ ଭୁବନେଶ୍ୱର ଡିଜିଙ୍କ କ୍ୟାମ୍ପ ଅଫିସ୍ରେ ଆନ୍ତଃରାଜ୍ୟ ପୁଲିସ୍ ଅଧିକାରୀଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ ସମୟରେ ନକ୍ସଲ, ଅପରାଧିକ ତତ୍ତ୍ୱ, ଟଙ୍କା ଚାଲାଣ, ଫେକ୍ ନୋଟ୍ ଓ ବେଆଇନ ସାମଗ୍ରୀ ପ୍ରବେଶ ଉପରେ କିଭଳି ରୋକ୍ ଲଗାଇହେବ ସେନେଇ...
ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ବ୍ୟାଙ୍କ୍କରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ୍ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ। ବ୍ୟକ୍ତି ଜଣଙ୍କ ନିଜ ପୋଷାକ ବୋତାମରେ ସୁନା ଆଣୁଥିଲେ।...
ନୂଆଦିଲ୍ଲୀ : ବିରୋଧୀ ବିଜେପି ମେଣ୍ଟକୁ ମୁକାବିଲା କରିବାକୁ ତାମିଲନାଡୁରେ ଡିଏମ୍କେର ହାତ ଧରିଲା କଂଗ୍ରେସ। ୨୦୧୯ ମସିହା ସାଧାରଣ ନିର୍ବାଚନ ପାଇଁ ଆଜି କଂଗ୍ରେସ ଓ ଡିଏମ୍କେ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି। ମେଣ୍ଟ ବୁଝାମଣା ଅନୁସାରେ ରାଜ୍ୟରେ ୩୯ ଲୋକସଭା ଆସନରୁ କଂଗ୍ରେସ ୯ଟି ଲଢ଼ିବ।...
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବରରେ ଭାରତକୁ ପ୍ରଥମ ରାଫେଲ୍ ବିମାନ ଆସିବ। ରାଫେଲ ଯୁଦ୍ଧ ବିମାନକୁ ନେଇ ଫ୍ରାନ୍ସର ଯୁଦ୍ଧ ବିମାନ କମ୍ପାନୀ ଦାସୋ ସିଇଓ ଏହି ବକ୍ତବ୍ୟ ରଖିଛନ୍ତି। ଭାରତକୁ ୩୬ଟି ରାଫେଲ୍ ବିମାନ ପ୍ରଦାନ କରାଯିବ ବୋଲି କହିଛି ଦାସୋ। ଯଦି ସରକାର ଅଧିକ ବିମାନ...
କାମାକ୍ଷାନଗର : ନବବଧୂଙ୍କୁ ଜାଳିଦେଲେ ଶ୍ୱଶୂର ଘର ଲୋକେ! ଆଜି ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରୁ ଆସିଛି। ଯୌତୁକ ପାଇଁ ନବବଧୂ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜିକୁ ୪ ବର୍ଷ ତଳେ ସଦର ଥାନା ବଣସିଂ...
ପୁରୀ : ରେଳବିଭାଗର ଉତ୍କୃଷ୍ଟ ଯୋଜନାରେ ସାମିଲ ହୋଇଛି ପୁରୀ-ଦୁର୍ଗ ଏକ୍ସପ୍ରେସ୍। ପ୍ରଥମଥର ଲାଗି ପୁରୀ ଷ୍ଟେସନର ୮ନମ୍ବର ପ୍ଲାଟ୍ଫର୍ମରୁ ଦୁର୍ଗ ଅଭିମୁଖେ ପରୀକ୍ଷା ମୂଳକ ଯାତ୍ରା କରିଛି ଏହି ଅତ୍ୟାଧୁନିକ ଟ୍ରେନ୍। ପୁରୀ-ଦୁର୍ଗ ଏକ୍ସପ୍ରେସ୍ର ୧୮ଟି କୋଚ୍ ହଳଦିଆ ଓ ଗାଢ଼ ବାଦାମୀ ରଙ୍ଗର ହୋଇଥିବାବେଳେ ବିମାନ...
ଭୁବନେଶ୍ୱର : ଫିଲ୍ମ ପ୍ରଯୋଜନା ସଂସ୍ଥା ଏଲେନୋରା ଇମେଜେସ୍ ପକ୍ଷରୁ ବିଜୁ ପଟ୍ଟନାୟକ ଉପରେ ଏକ କର୍ମସିଆଲ୍ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ‘ବିଜୁ ବାବୁ’ ଏହାର ନାଁ ରହିଥିବା ବେଳେ ଏଥିରେ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏନେଇ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ...