• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

mao
କନ୍ଧମାଳରେ ମାଓ ପୋଷ୍ଟର, ଭୋଟ୍ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ

ବାଲିଗୁଡ଼ା: କନ୍ଧମାଳରେ ମାଓ ପୋଷ୍ଟର। ବାଲିଗୁଡ଼ାର ପରମପାଙ୍ଗା ସୁକିଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲାଗିଛି। ଭୋଟ୍ ବର୍ଜନ ପାଇଁ ପୋଷ୍ଟର ଓ ବ୍ୟାନରରେ ଆହ୍ୱାନ ଦେଇଛନ୍ତି ମାଓବାଦୀ।

boeing
ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ

ନୂଆଦିଲ୍ଲୀ : ଆଉ ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବିମାନରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ସୁନିଶ୍ଚିତ କରିବା ଯାଏଁ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଡେଲର...

elephant deadbody
ଦୁଇ ମାଈ ହାତୀଙ୍କ ଗଳିତ ମୃତଦେହ ଉଦ୍ଧାର

ନିଳଗିରି( ବିଶ୍ୱମ୍ବର ଦାସ) : ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଅଭାବନୀୟ ଘଟଣା। ଅଭୟାରଣ୍ୟର ବାଲିଚୁଆ ପାହାଡ଼ ଉପରେ ଦୁଇ ମାଈ ହାତୀଙ୍କ ମୃତଦେହ ଠାବ କରିଛି ବନ ବିଭାଗ। ଏନେଇ ବନ କର୍ମଚାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖବର ଦେବା ପରେ RCCF ଓ ACF  ଘଟଣା ସ୍ଥଳରେ...

truck
ଦୁଇଟି ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର-ସୋନପୁର ୨୬ ନମ୍ବର ରାଜପଥର ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ ଟ୍ରକ୍‌ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ବିଳମ୍ବିତ ରାତି ପ୍ରାୟ ୩ଟାରେ ପଂଜାବରୁ ଝାରସୁଗୁଡାକୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍‌ର ଚକ ପଙ୍କଚର ହୋଇଯାଇଥିଲା। ଫଳରେ ଡ୍ରାଇଭର ସରତାଜ ସିଂ,...

gandhi
ଐତିହାସିକ ଦାଣ୍ଡି ଯାତ୍ରାର ଆଜି ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ : ଐତିହାସିକ ଦାଣ୍ଡି ଯାତ୍ରାର ଆଜି ବର୍ଷ ପୂର୍ତ୍ତି। ୧୯୩୦ ମସିହା ଆଜିର ଦିନରେ ବ୍ରିଟିସ୍‌ ସରକାର ବିରୋଧରେ ଲବଣ ସତ୍ୟାଗ୍ରହ ପାଇଁ ଦାଣ୍ଡି ଯାତ୍ରାରେ ବାହାରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ଆଜି ଏହି ଦାଣ୍ଡି ଯାତ୍ରାର ୯୦ତମ ବର୍ଷ ପୂର୍ତ୍ତି। ଅହମଦାବାଦ ସାବରମତୀ ଆଶ୍ରମରୁ...

excell
‘ସର୍ଫ ଏକ୍ସେଲ’ ପାଇଁ ‘ମାଇକ୍ରୋସଫ୍ଟ ଏକ୍ସେଲ’ ହଟହଟା

ନୂଆଦିଲ୍ଲୀ : ସଫ୍ଟୱେର ସମ୍ରାଟ ମାଇକ୍ରୋସଫ୍ଟର ଏକ୍ସେଲ ଆପ୍‌ ଏବେ ଗୁଗଲ ପ୍ଲେ ଷ୍ଟୋରରେ ହଟହଟା ହୋଇଛି। ଏପରି ସ୍ଥିତି ନିଜ ଭୁଲ ପାଇଁ ନୁହେଁ, ବରଂ ‘ସର୍ଫ ଏକ୍ସେଲ’ର ଭୁଲ ପାଇଁ ଉପୁଜିଛି। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌ର ଡିଟରଜେଣ୍ଟ ବ୍ରାଣ୍ଡ ‘ସର୍ଫ ଏକ୍ସେଲ’ର ହୋଲି ବିଜ୍ଞାପନ ପ୍ରତି...

oyo1
୧୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ‘ଓୟୋ’

ନୂଆଦିଲ୍ଲୀ : ଦେଶର ଲୋକପ୍ରିୟ ଅନ୍‌ଲାଇନ୍‌ ହୋଟେଲ୍‌ ଚେନ୍‌ ‘ଓୟୋ’ ୨୦୧୯ ସୁଦ୍ଧା ଭାରତ ସମେତ ଦକ୍ଷିଣ ଏସିଆର କେତୋଟି ଦେଶରେ ପ୍ରାୟ ୧୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ବିଶେଷ କରି ବୈଷୟିକ ଭିତ୍ତିଭୂମି ସମୃଦ୍ଧି ଓ କମ୍ପାନୀର ପରିଚାଳନାଗତ ଖର୍ଚ୍ଚ ଉଠାଇବା ପାଇଁ ଲିଡରଶିପ୍‌...

kk
ପରକୀୟାର ପରିଣତି : ପ୍ରେମିକ ଘର ପାଖରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର  : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଲାଙ୍ଗିରରେ ଚାଞ୍ଚଲ୍ୟ। ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ନାନାଦି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ମୃତ୍ୟୁ ପଛରେ ପରକୀୟା ପ୍ରୀତିକୁ ନେଇ ବି ଚାଲିଛି ଚର୍ଚ୍ଚା। ଆଜି ସକାଳେ ସମଲେଇନଗରର ଏକ ବେଲ ଗଛରେ ଜଣେ ମହିଳାଙ୍କ ମୃତଦେହ...

college
ମିଳିତ ଭାବେ କପି କରିବାକୁ ଦାବି କଲେ ୬୮ ପରୀକ୍ଷାର୍ଥୀ

ଦେବଗଡ଼ ( ସିଦ୍ଧାର୍ଥ ଗୁରୁ) : ଦେବଗଡ଼ କଲେଜରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାବେଳେ ଅଜବ ସ୍ଥିତି। କପି କରିବାକୁ ଦାବି କଲେ ପରୀକ୍ଷାର୍ଥୀ। କଲେଜର ଉପର ମହଲାରେ ସିସିଟିଭି ଲାଗିଥିବା ସତ୍ତ୍ୱେ ପରୀକ୍ଷାର୍ଥୀ କପି କରିବାକୁ ଜିଦ୍ ଧରିଥିଲେ। ହେଲେ ପରୀକ୍ଷକ ଅନୁମତି ନଦେବାରୁ ୪୪ ଛାତ୍ର...

dharmendra
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୟାଗଡ ( ସତ୍ୟ ନାରାୟଣ ସୁରଜଗଦେବ) : ନୟାଗଡ ଜିଲ୍ଲା ରଣପୁର ର୍ନିବାଚନ ମଣ୍ଡଳୀର ଡିମିଷରରେ ବିଜେପିର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟରେ ଅପାରଗ ସରକାର ଚାଲିଥିବାବେଳେ...

babu0
ପଦ୍ମ ଧରିଲେ ବିଜେଡି ଛାଡ଼ିଥିବା ଯୁବ ନେତା ବାବୁ ସିଂହ

ଭୁବନେଶ୍ୱର : ବିଜେପିରେ ମିଶିଲେ ଯୁବ ନେତା ବାବୁ ସିଂହ। ଆଜି  ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବାବୁସିଂ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ବସନ୍ତ...

strike3
ନିମ୍ନମାନର କେନାଲ କାମ ; ଚାଷ ଜମିକୁ ପାଣି ମାଡୁନଥିବା ଅଭିଯୋଗ

କାମାକ୍ଷାନଗର ( ରାକେଶ ଦେହୁରୀ) :  ନିମ୍ନମାନର କେନାଲ କାମ ହୋଇଥିବାରୁ ଚାଷ ଜମିକୁ ପାଣି ମାଡୁନଥିବା ଅଭିଯୋଗ। ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି ବାଲିକୁମା ପଞ୍ଚାୟତ ଉର୍ବେଙ୍ଗି ଗାଁର ଚାଷୀ। ଏହି ଗାଁର ଚାଷୀ ଅଭିଯୋଗ କରିଛନ୍ତି, ଡଣ୍ଡାଧାର ଡ୍ୟାମ-ରାମିଆଳ କେନାଲରେ...

wine protest
ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ

ଗୁଣପୁର (ଇନ୍ଦ୍ରଜିତ୍‌ ପଣ୍ଡା) : ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ। ରାୟଗଡ଼ା ଜିଲ୍ଲା ଗୁଣପୁରରେ ମଦ ବିରୋଧୀ ସ୍ଲୋଗାନ ଦେଇ ଶତାଧିକ ଲୋକଙ୍କ ଶୋଭାଯାତ୍ରା। ମାତୃଶକ୍ତି ମହାସଂଘ ପକ୍ଷରୁ ଗୁଣପୁର ସମତେ ରାମନାଗୁଡ଼ା, ଗୁଡ଼ାରୀ, ପଦ୍ମପୁର ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ...