ଭୁବନେଶ୍ୱର: ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ କୁନୁ ଦେହୁରୀ। ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ସମ୍ବଲପୁର ଯୁଯୁମରାର କୁନୁ ୨୦୦୨ରୁ ମାଓ ସଂଗଠନରେ ସାମିଲ୍ ଥିଲା। କୁନୁ ନାଁରେ ୫୧ଟି ମାମଲା ରହିଛି। ସେ ୫ଟି ଜିଲ୍ଲାରେ ସକ୍ରିୟ ଥିବା ଡିଜି...
ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି। ୨୦୧୬ରେ ପୁଟାସିଂ ଥାନା କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ଗୁଣପୁର ଆଡ଼ିସ୍ନାଲ୍ ସେସନ୍ସ ଜଜ୍ କୋର୍ଟ ଏହି ରାୟ ଦେଇଛନ୍ତି। ଗୁଣି ଗାରେଡି ସନ୍ଦେହରେ ପରିବାରର ବାପା, ମା...
ଭୁବନେଶ୍ୱର: ଦାବି ହାସଲ ପାଇଁ ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କ ଲାଗି ଆଲୋଚନାର ବାଟ ଖୋଲା ଅଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ତା’ସହ ମନ୍ତ୍ରୀ କହିଛନ୍ତି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ, ତେବେ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି କୌଣସି...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ସୁବାସ ଖୁଣ୍ଟିଆକୁ ଆଳତୁମା କଇଁବିଲ ନିକଟରୁ ଗିରଫ କରିଛି। ସୁବାସ ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ବୋଲି ଜଣାପଡିଛି। ସେ ମୁଖ୍ୟ...
ରାୟଗଡ଼ା: ଅନ୍ଧବିଶ୍ୱାସର ନଗ୍ନ ନମୂନା। ମୃତ ପତ୍ନୀର ଜୀବନ ଫେରାଇ ଆଣିବାକୁ ସ୍ୱାମୀର ୨୨ ଘଣ୍ଟା ଧରି ଝଡ଼ାଫୁଙ୍କା। ରାୟଗଡ଼ାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ଶିବପଦର ପଞ୍ଚାୟତ ସମିତିସଭ୍ୟା କୁନି ନୁଣ୍ଡ୍ରୁକା କିଛି ଦିନ ହେବ ଅସୁସ୍ଥ ଥିଲେ। ମେଡିକାଲ ନନେଇ ଅସୁସ୍ଥ ସ୍ତ୍ରୀକୁ...
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଆଜିର ଦିନରେ ଗଠିତ ରାଜଧାନୀ ଭୁବନେଶ୍ୱରକୁ ଆଜି ୭୦ ବର୍ଷ ପୂରିଛି। ଚଳିତ ବର୍ଷ ଏହି ପ୍ରତିଷ୍ଠା ଦିବସ ୩ ଦିନ ବ୍ୟାପି ପାଳନ କରାଯିବ। ଏହି ଅବସରରେ ସଚିବାଳୟ ନିକଟ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ...
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ୪ ଜଣ ଛାତ୍ରଙ୍କ ନିଲମ୍ବନ ଉଠାଇବା ଦାବିରେ ଛାତ୍ରମାନେ ଦୀର୍ଘ ସମୟ ଧରି କ୍ୟାମ୍ପସର ମୁଖ୍ୟ ଗେଟକୁ ବନ୍ଦ କରିଥିଲେ। ଘଟଣାସ୍ଥଳରେ ଏସିପି ତ୍ରିନାଥ ମିଶ୍ର ପହଞ୍ଚି କୁଳପତିଙ୍କ ସହ ଆଲୋଚନା କରି ସମାଧାନ କରାଯିବାର ପ୍ରତିଶ୍ରୁତି ଦେବା ପରେ...
ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ କମ୍ ରହିଛି ଦିନର ତାତି। ଏମିତିକି ଗତକାଲି ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିନଥିଲା। ଆଜି ମଧ୍ୟ ଉପକୂଳ ଓଡ଼ିଶାର କେତେକ ସ୍ଥାନ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀର ଅନୁମାନ କରୁଛି ପାଣିପାଗ ବିଭାଗ। ଏହି...
ପୁରୀ: ଆସନ୍ତା ୧୬ ତାରିଖ ସୁଦ୍ଧା ଭକ୍ତମାନେ ଜଗମୋହନକୁ ଯାଇ ଭିତରକାଠ ପାଖରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରି ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଛି। ହାଇକୋର୍ଟଙ୍କ...