କୋରାପୁଟ: ଜଳପ୍ରପାତରେ ଫଟୋ ଉଠାଇବା ହେଲା କାଳ। ଫଟୋ ଉଠାଇବା ବେଳେ ଜଳପ୍ରପାତରୁ ୫୦ ଫୁଟ ତଳକୁ ଖସି ପଡ଼ିଲେ ଯୁବକ। ଯୁବକ ଜଣକ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗାଲି ଗବଡ଼ରେ ଥିବା ରତିବାଲି ଜଳପ୍ରପାତରେ ଏହି ଅଘଟଣ ଘଟିଛି। ଆହତ ହୋଇଥିବା...
ବାଲିଗୁଡ଼ା: ଅଭିଯୋଗକାରୀ ହିଁ ନିଜେ ଲୁଟେରା। କଟକ ପରେ ଏଭଳି ଘଟଣା ପୁଣି ନଜରକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ସୂଚନା ଅନୁସାରେ, ଗତ ଏପ୍ରିଲ ୩ ତାରିଖରେ ଦାରିଙ୍ଗିବାଡି ନିକଟ ପଟାଙ୍ଗିରେ ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ଏକ ଘରୋଇ ସ୍କୁଲର ମ୍ୟାନେଜର ଏମ୍.ଡ଼ି ନୁରାଲି...
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୮ ଜିଲ୍ଲା- ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ,...
ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାତି କମିଛି। ଏହା ଦ୍ୱାରା ଲୋକେ ଆଶ୍ୱସ୍ତ ହୋଇଛନ୍ତି। କେବଳ ଭବାନୀପାଟଣାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବାକି ସବୁ ସ୍ଥାନର ତାପମାତ୍ରା ୨-୩ ଡିଗ୍ରୀ ଲେଖାଏଁ କମିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି। ...
ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ହମଲାରେ ଦୁଇ ଯବାନ ସହିଦ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଆମାମୋଲା ଗାଁ ନିକଟରେ ମାଓବାଦୀମାନେ ଏହି ଶକ୍ତିଶାଳୀ ବିସ୍ପୋରଣ କରିଛନ୍ତି। ଏଥିରେ ଛତିଶଗଡ଼ ପୋଲିସର ଦୁଇ ଯବାନ ପ୍ରାଣ ହରାଇଛନ୍ତି। ଛତିଶଗଡ଼ ଗିରିଆବନ୍ଧ ଏସ୍ପିଙ୍କ ସୂଚନା ଅନୁସାରେ, ନୂଆପଡ଼ା ସୀମାନ୍ତ ଆମାମୋଲା...
ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଖୁବଶୀଘ୍ର ଆରମ୍ଭ ହେବ ବାଇସାଇକେଲ ସେୟାରିଂ ସେବା। ମୋବାଇଲ ଆପ୍ସ ମାଧ୍ୟମରେ ମିଳିବ ସାଇକେଲ ସେବା। ବୁଧବାର ଏହି ସୂଚନା ଦେଇଛନ୍ତି ବିଡିଏ ଭିସି କ୍ରୀଷନ କୁମାର। ସୂଚନା ଅନୁସାରେ ନିଜ ମୋବାଇଲରେ ବୁକିଂ କରି ଗ୍ରାହକ ସାଇକେଲ ଚଳାଇ ପାରିବେ। ପ୍ରଥମ ପର୍ଯ୍ୟାୟରେ...
ନୂଆପଡ଼ା: କୋମନା ଥାନା ମଝା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ପୁତୁରାଙ୍କ କଳି ମେଣ୍ଟାଇବାକୁ ଯାଇ ଜୀବନ ହାରିଛନ୍ତି ବଡ଼ ବାପା। ସୂଚନା ଅନୁସାରେ ମଝା ଗାଁର ଦୁଲ ସିଂ ନାମକ ଜଣେ ବ୍ୟକ୍ତି ଦୁଇ ପୁତୁରା କଳି ଲାଗୁଥିବା ଦେଖି ତାଙ୍କୁ ଅଟକାଇବାକୁ ଚେଷ୍ଟା...
ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ସହରଗୁଡ଼ିକର ତାଲିକା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ। କିନ୍ତୁ ଚିନ୍ତାର ବିଷୟ ହେଉଛି କି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର କାନପୁର ସହର ଶାର୍ଷ ସ୍ଥାନରେ ରହିଛି। ସେହିଭଳି ମେଟ୍ରୋ ସିଟିଗୁଡ଼ିକ ମଧ୍ୟରୁ ଦିଲ୍ଲୀ ପ୍ରଦୂଷିତ ସହର ମଧ୍ୟରେ ୧...
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୋପିଆଁଠାରେ ଏକ ସ୍କୁଲ ବସ୍ ଉପରେ ପଥର ମାଡ଼ କରିଛନ୍ତି ବିକ୍ଷୋଭକାରୀ। ଏଥିରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଛି। ଜାମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ମଧ୍ୟ ଘଟଣାରେ କ୍ରୋଧ...
ଭୁବନେଶ୍ୱର: ରାଜ୍ୟରେ ସ୍ଥିତି ଦୃଢ଼ କରିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ। ମିଶନ ୧୯ ପାଇଁ ଦଳ ଜିଲ୍ଲା ସ୍ତରରେ ନିଜର ଘର ସଜାଡ଼ିବାରେ ଲାଗିପଡ଼ିଛି। ଏପରି କ୍ଷେତ୍ରରେ ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି ଯେ, ଏଥର ପିସିସି ଜୁମ୍ବୋ ଟିମ୍ ନୁହେଁ, ଛୋଟ ଟିମ୍ ହେବ।...
ଭୁବନେଶ୍ୱର: ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ବିଜେଡି ଉପ ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନାକୁ ଖଣ୍ଡନ କରିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ। ଆସନ୍ତା ୭ ତାରିଖରୁ ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭ ହେବା ନେଇ ସୂଚନା...
ସୋଲନ: ବେଆଇନ ନିର୍ମାଣକୁ ଉଚ୍ଛେଦ ବେଳେ ମହିଳା ଅଧିକାରୀଙ୍କୁ ଗୁଳି କରି ହତ୍ୟା। ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ କସୌଲିଠାରେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋଲନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଗତକାଲି ଏହାର ତଦାରଖ କରିବାକୁ...
ନବରଙ୍ଗପୁର: ଭିଡିଓ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ। ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଗାଁର ଜଣେ ଯୁବକ ନାବାଳିକାଙ୍କ ସହ ଦୁଷ୍କର୍ମ କରି ମୋବାଇଲରେ ଭିଡିଓ ସୁଟିଂ କରିଥିଲା। ପରେ ଏହି ଅଶ୍ଳୀଳ ଭିଡିଓଟିକୁ ଅଭିଯୁକ୍ତ ଭାଇରାଲ...
ଭୁବନେଶ୍ୱର: କାଳବୈଶାଖୀ ନେଇ ସତର୍କ କଲା ପାଣିପାଗ ବିଭାଗ। ଆଜି ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୬ଟି ଜିଲ୍ଲାକୁ ସତର୍କ କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାବାସୀ...
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଓଏମ୍ସିର ମହିଳା ଫାର୍ମାସିଷ୍ଟ। କେନ୍ଦୁଝର ଜିଲ୍ଲା ଶୁଆକାଟିର ଓଏମ୍ସି ଗନ୍ଧମାର୍ଦ୍ଦନର ଫାର୍ମାସିଷ୍ଟ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଫାର୍ମାସିଷ୍ଟ ଲୀନା ପ୍ରିୟଦର୍ଶିନୀ ଏକ ବିଲ୍ କରାଇଦେବା ପାଇଁ ରାଜେଶ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ...
ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳର ଅଧିନାୟିକା ହେଲେ ଓଡ଼ିଆ ଖେଳାଳି ସୁନୀତା ଲାକ୍ରା। ଆସନ୍ତା ୧୩ ତାରିଖରୁ କୋରିଆର ଡୋଙ୍ଗ୍ହେ ସିଟିରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ସେ ଭାରତର ନେତୃତ୍ୱ ନେବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।...
ଗଞ୍ଜାମ : ଗଞ୍ଜାମ ଶେରଗଡ଼ରେ ଅଘଟଣ। ଛାତ ଭୁଶୁଡ଼ି ଗୋଟିଏ ୫ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି। ଶେରଗଡ଼ ବ୍ଲକ ଗୋଠଗାଁ ପଞ୍ଚାୟତର ପୁନାନ୍ଦ ଗାଁରେ ଏହି ଅଘଟଣ ଘଟିଛି। ରାତିରେ ଘରେ ଶୋଇଥିଲେ ବାପା, ମା ଓ ୨ ଜଣ ଛୋଟ ପୁଅ।...
ନୂଆଦିଲ୍ଲୀ : ମୋବାଇଲ ସିମ୍ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସବୁ ଟେଲିକମ୍ କମ୍ପାନୀକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଧାର ବଦଳରେ ବିକଳ୍ପ ପରିଚୟ ପ୍ରମାଣ ଭାବେ ଡ୍ରାଇଭିଂ ଲାଇସେନସ, ପାସପୋର୍ଟ ଓ...