• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vlcsnap-error316
ଆସନ୍ତା ୨୧ରେ ଉଦ୍‌ଘାଟନ ହୋଇପାରେ ଝାରସୁଗୁଡ଼ା ବିମାନବନ୍ଦର

ଝାରସୁଗୁଡ଼ା: ଆସନ୍ତା ୨୧ତାରିଖରେ ଉଦ୍‌ଘାଟନ ହୋଇପାରେ ବହୁପ୍ରତୀକ୍ଷିତ ଝାରସୁଗୁଡ଼ା ବିମାନବନ୍ଦର। ଅଗଷ୍ଟ ୨୧ରେ ଏହାର ଉଦ୍‌ଘାଟନ ହେବାର ସମ୍ଭାବନା ଥିବା ଏୟାରପୋର୍ଟ ନିର୍ଦ୍ଦେଶକ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି। ତେବେ ଏନେଇ ସେ କୌଣସି ବିଧିବଦ୍ଧ ଚିଠି ପାଇନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଥିସହ ୨୧ରେ ଉଦ୍‌ଘାଟନ ହେଲେ...

vlcsnap-error783
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପଦଯାତ୍ରାରେ ବାହାରିଲେ ସମାଜସେବୀ ମୁକ୍ତିକାନ୍ତ

ରାଉରକେଲା: ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଝାରସୁଗୁଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ରାଉରକେଲାରୁ ଭୁବନେଶ୍ୱରକୁ ମୁକ୍ତିକାନ୍ତ ପାଦରେ...

body
ଯୁବକଙ୍କ ଏକତରଫା ପ୍ରେମରେ ଅତିଷ୍ଠ ଯୁବତୀଙ୍କ ଆତ୍ମହତ୍ୟା

ବଲାଙ୍ଗିର: ଯୁବକଙ୍କ ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ, ଯୁବତୀ ଜଣଙ୍କୁ ନିୟମିତ ଭାବେ ଯୁବକ ଜଣକ ହଇରାଣ କରୁଥିଲେ। ରାସ୍ତାଘାଟରେ କମେଣ୍ଟ ମାରିବା...

navernn
ନବୀନଙ୍କ ସହିତ କଥା ହେଲେ ନୀତିଶ କୁମାର

ମୁମ୍ବାଇ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଥା ହୋଇଛନ୍ତି। ଜେଡ଼ିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ନୀତୀଶ ଅନୁରୋଧ କରିଛନ୍ତି। ଏ ନେଇ ବିଜେଡ଼ି ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତାକାଲି ନିଷ୍ପତ୍ତି...

vlcsnap-error704
ମୋ ପାଇଁ ଦେଶ ବଡ଼, ଗାଁ ବଡ଼, ପୁଅ ଦୋଷ କରିଥିଲେ ଦଣ୍ଡ ପାଉ

କେନ୍ଦ୍ରାପଡ଼ା: ମୋ ପାଇଁ ଦେଶ ବଡ଼, ଗାଁ ବଡ଼, ପୁଅ ଦୋଷ କରିଥିଲେ ଦଣ୍ଡ ପାଉ। ଏହା କହିଛନ୍ତି, ଆତଙ୍କବାଦୀ ଲିଙ୍କ୍‌ରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ହବିବୁର ରେହମାନର ବାପା। ସେ କହିଛନ୍ତି ଯେ, ୨୦୦୬ରେ ଶେଷ ଥର ପାଇଁ ହବିବୁର୍ ଘରକୁ ଆସିଥିଲା। ତା’ ପରଠୁ...

fish
ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା

ମୁମ୍ବାଇ: ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମୁମ୍ବାଇ- ପଲ୍‌ଘର ସମୂଦ୍ରକୂଳ ଅଂଚଳରୁ ଏକ ମାଛ ଧରାଯାଇଛି। ପଲ୍‌ଘର ଅଂଚଳର ଦୁଇ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ୩୦କେଜି ଓଜନର ଏକ ମାଛ ଜାଲରେ ପଡିଥିଲା। ଏହା ପରେ...

vlcsnap-error544
ବର୍ଷା ପାଣିରେ ଭାସୁଛି ପୁରୀ ସହର

ପୁରୀ: ଲଗାଣ ବର୍ଷାରେ ପୁରୀର ଅବସ୍ଥା ବେହାଲ ହୋଇଛି। ଗତକାଲିଠୁ ପୁରୀରେ ୩୦୫ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ବର୍ଷା ପାଣିରେ ଭାସୁଛି ପୁରୀ ସହର। ସବୁଆଡ଼େ ଖାଲି ପାଣି ଆଉ ପାଣି। ବଡ଼ଦାଣ୍ଡରେ ଆଣ୍ଠୁଏ ଉପରେ ପାଣି ଚାଲୁଛି। କେବଳ ବଡଦାଣ୍ଡ ନୁହେଁ...

Indian-soldier
ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ମେଜର ଓ ତିନି ଯବାନ ସହିଦ

ଜାମ୍ମୁକାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ବଡ ଧରଣର ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଆଜି ସକାଳେ ଆତଙ୍କବାଦୀମାନେ ଗୁରେଜ ସେରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସେନା ବାହିନୀ ପକ୍ଷରୁ ଏହାର କଡ଼ା ଜବାବ ଦେଇଥିଲେ। ଗୁଳିବିନିମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ମେଜର...

rain
ଡେପୁଟି ରିଲିଫ କମିଶନରଙ୍କ ସୂଚନା: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିଛି, ହେଲେ ବନ୍ୟା ସ୍ଥିତି ନାହିଁ। ଲଗାଣ ବର୍ଷା ସ୍ଥିତି ନେଇ ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ସ୍ଥିତି ଖରାପ ନଥିଲେ ବି ପାଣି ଜମି ରହିଛି। ସେହିପରି ପୁରୀରେ ୩୦୫ ମିମି ବର୍ଷା...

vlcsnap-error852
ଛତା ଧରି ସ୍କୁଲ ଆଗରେ ଛାତ୍ରୀଙ୍କ ଧାରଣା

ରାୟଗଡ଼ା: ଛତା ଧରି ସ୍କୁଲ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଡଙ୍ଗାସିଲ୍ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫାଟକ ଆଗରେ ଛାତ୍ରୀ ମାନେ ଛତା ଧରି ଠିଆ ହୋଇ ରହିଛନ୍ତି। ପ୍ରଧାନ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ବାତିଲ ଦାବିରେ ଏହି ଧାରଣା ଦିଆଯାଇଛି। ...

Puri-Jagannath-temple-
ଜଗମୋହନରୁ ଗଳୁଛି ପାଣି

ପୁରୀ: ASI ଦ୍ୱାରା ଶେଷ ହୋଇଥିବା ଜଗମୋହନ ମରାମତି କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଶ୍ରୀମନ୍ଦିର ଜଗମୋହନରୁ ଗଳୁଛି ପାଣି। ଅଣସରପିଣ୍ଡିରେ ବର୍ଷାଜଳ ଗଳୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଜଗମୋହନରେ ପାଣି ଝରି ଚାନ୍ଦୁଆ ଭିଜିଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଜଗମୋହନ କାମ ଶେଷ...

BMC-650x430
BMCର ତତ୍ପରତା, ହେଲ୍‌ପ ଲାଇନ୍ ନମ୍ବର ଜାରି

ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀ ଜଳାର୍ଣ୍ଣବ ହେବା ପରେ BMC ହେଲ୍‌ପ ଲାଇନ୍ ନମ୍ବର ଜାରି କରିଛି I BMCର ଟୋଲ ଫ୍ରି ନମ୍ବର- 18003450061 ଜରୁରୀ କଣ୍ଟ୍ରୋଲ ରୁମ୍ ନମ୍ବର-: 0674-2432281 ଜଳପ୍ଲାଵିତ ଅଂଚଳର ଲୋକେ ସହାୟତା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି I

vlcsnap-error791
ଜଳକା ନଦୀରେ ବନ୍ୟା ଜଳ ବିପଦ ସଂକେତ ଟପିଲା

ରାଞ୍ଚି / ଜଳେଶ୍ୱର : ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର ମଥାନିରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ମଥାନିଠାରେ ବିପଦ ସଙ୍କେତ ୫.୫ ଥିବାବେଳେ ଜଳସ୍ତର ୬.୦୧ ମିଟର ରହିଛି। ଝାଡ଼ଖଣ୍ଡର ଗାଲୁଢି ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସନ ହୋଇଛି। ୫ଟି ଗେଟ୍ ଦେଇ ୧ ଲକ୍ଷ...

vlcsnap-error499
କୋରାପୁଟର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ନଜର

କୋରାପୁଟ: କୋଟିଆ ପରେ କୋରାପୁଟ ଜିଲ୍ଲାର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ଏବେ ନଜର। ନନ୍ଦପୁର ବ୍ଲକର ସୀମାନ୍ତବର୍ତ୍ତୀ ଗାଁ ଜୟନ୍ତଗିରି ଓ ତୋଟାଗୁଡ଼ାରେ ଓଡ଼ିଶା ସରକାରଙ୍କ ନିରବତାର ସୁଯୋଗ ନେଇଛି ଆନ୍ଧ୍ର। ଲୋକଙ୍କ ଦୁଃଖ ସୁଖରେ ଭାଗୀ ହେବାକୁ ଉଦ୍ୟମ କରିଛି ଆନ୍ଧ୍ର ସରକାର। ଏମିତିକି...

image
କାନ୍ଥ ପଡ଼ି ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର

କେନ୍ଦୁଝର: କାନ୍ଥ ପଡ଼ି ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପଂଚୁପଲି ପଂଚାୟତର ବେଉସାହିରେ। ମୃତକ ଜଣକ ହେଲେ ଭାସ୍କର ଦେହୁରୀ। ଗୁରୁତର ତିଳୋତ୍ତମାକୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି...