ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ଲୁକ୍, ସ୍ମାର୍ଟସିଟି ମନ୍ଦିରମାଳିନୀ ଏଇ ସହର ମୁକୁଟରେ ଏବେ ଲାଗିଛି ଆଉ ଏକ ପର ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ। ଅର୍ଥାତ ଲୋକଙ୍କ ପସନ୍ଦର ବାସପଯୋଗୀ ସହର ତାଲିକାରେ ଦେଶର ବଡ଼ ବଡ଼ ସହରକୁ ବହୁ ପଛରେ ପକାଇ ଦେଇଛି ଭୁବନେଶ୍ୱର। ୧୧୧...
ନୂଆଦିଲ୍ଲୀ: ଆଜି ହେଉଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିବାଦନ ଜଣାଇବା ସହ ଶୁଭେଚ୍ଛା, ଶୁଭକାମନା ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।...
ଭୁବନେଶ୍ୱର: ବର୍ଷାରେ ବି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। କାଲି ମହାତ୍ମାଗାନ୍ଧୀ ମାର୍ଗରୁ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପରେଡ୍ ସ୍ଥଳରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ସାଙ୍ଗକୁ ସିସିଟିଭି ସର୍ଭେଲାନ୍ସରେ ପୂରା ମହାତ୍ମାଗାନ୍ଧୀ ମାର୍ଗ।...
ଭୁବନେଶ୍ୱର: ଦିନକୁ ଦିନ କାୟା ବିସ୍ତାର କରୁଛି ଡେଙ୍ଗୁ। ବେଳକୁ ବେଳ ଅସମ୍ଭାଳ ହେଉଛି ସ୍ଥିତି। ୪ ଦିନ ତଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ମାତ୍ର ୬, ଏବେ ଏହା ପହଞ୍ଚିଛି ୫୭ରେ। କୋକସରା ବ୍ଲକ୍ର ଲଡୁଗାଁରୁ କ୍ରମେ ଏହି ଭୂତାଣୁ ଆଏଁଲି,...
ପୁରୀ: ହଜାର ହଜାର ବର୍ଷ ଧରି ଶ୍ରୀମନ୍ଦିରରେ ଚାଲିଛି ଠାକୁରଙ୍କ ପୂଜା ନୀତି ଓ ସେବା ପରମ୍ପରା। ବର୍ଷ ତମାମ ମହାପ୍ରଭୁଙ୍କ ୧୧୯ ପ୍ରକାର ସେବାରେ ବଂଶାନୁକ୍ରମିକ ଭାବେ ନିୟୋଜିତ ହୋଇଛନ୍ତି ବିଭିନ୍ନ ନିଯୋଗର ସେବାୟତ। ହେଲେ ଏବେ ସେ ବଂଶାନୁକ୍ରମିକ ସେବାକୁ ଉଚ୍ଛେଦ ସହ ସେବାୟତ ନେଉଥିବା...
ଭୁବନେଶ୍ୱର: ସୋଶାଲ୍ ମିଡିଆରେ ବୁଲୁଛି ମାଓବାଦୀଙ୍କ ଯୁଦ୍ଧ କୌଶଳ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲାଲ ବାହିନୀ ଟ୍ରେନିଂ କ୍ୟାମ୍ପର ଚିତ୍ର ଭାଇରାଲ ହେବାରେ ଲାଗିଛି। ପୁଲିସକୁ ଟକ୍କର ଦେବାକୁ ମାଓ କ୍ୟାମ୍ପରେ କେମିତି ଦିଆଯାଉଛି ଗରିଲା ଯୁଦ୍ଧର ତାଲିମ ଗୋଟି ଗୋଟି ଦୃଶ୍ୟ ରହିଛି ଏ ଭିଡିଓରେ। ଛତିଶଗଡ଼...
ଭୁବନେଶ୍ୱର: ଗତକାଲି ଡ୍ରେନ୍ରେ ଭାସିଯାଇ ଜଣଙ୍ଗର ମୃତ୍ୟୁହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା। ବର୍ଷା ବେଳେ ଡ୍ରେନ୍ ନିକଟକୁ ନଯାଇ, ନିଜେ ସଚେତନ ରହିବା ପାଇଁ ଦେଇଛନ୍ତି ପରାମର୍ଶ। ଏପଟେ ଜୀବନ ଯିବା ପରେ ଆରମ୍ଭ ହୋଇଛି ସରକାରୀ ତତ୍ପରତା। ପ୍ରଶାସନର ଅପାରଗତା...
ଭୁବନେଶ୍ୱର: ସାଧାରଣ ନିର୍ବାଚନ ସହ ଏକା ସମୟରେ ହେବ କି କିଛି ରାଜ୍ୟର ବିଧାନସଭା ନିର୍ବାଚନ? ଏହା ସପକ୍ଷରେ ଗତକାଲି ଲ’ କମିଶନ୍ଙ୍କୁ ବିଜେପି ପ୍ରସ୍ତାବ ଦେବା ପରେ ଜୋର୍ ଧରିଛି ଚର୍ଚ୍ଚା। ସୂଚନା ଅନୁସାରେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୪ଟି ବିଧାନସଭା ଓ...
କେନ୍ଦୁଝର: ବିପଦପୂର୍ଣ୍ଣ ଅବସ୍ଥାରେ ନଈ ପାର ହେଉଛନ୍ତ ସ୍କୁଲ୍ ପିଲା। ଟିକିଏ ଏପଟ ସେପଟ ହେଲେ ରହୁଛି ଜୀବନ ଯିବାର ଭୟ। ପ୍ରତ୍ୟେକ ଦିନ ହୁଲି ଡଙ୍ଗାକୁ ବାହି ନଦୀ ପାର୍ ହେଉଛନ୍ତି ପିଲା। ପାଠ ପଢି ଯିବାକୁ ଏମାନଙ୍କ ପାଖରେ ଏଇ ଡଙ୍ଗା ହିଁ ଏକମାତ୍ର ଚାରା।...
କନ୍ଧମାଳ: ଆସନ୍ତାକାଲି ସାରା ଦେଶ ପାଳିବ ସ୍ୱାଧୀନତା ଦିବସ। ୭୨ ତମ ସ୍ୱାଧିନତା ଦିବସ ଅବସରରେ ସୁରକ୍ଷାକୁ ଗୁରୁତ୍ୱ ଦେଇ କନ୍ଧମାଳରେ ଜୋରଦାର ହୋଇଛି କମ୍ବିଂ ଅପରେସନ। ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ବର୍ଷାକୁ ଖାତିର ନକରି କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ। ପ୍ରବଳ ବର୍ଷାରୁ...
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ସ୍ୱାଧୀନତା ଦିବସ ପରେଡ଼ ଉତ୍ସବରେ ଭାଗ ନେବେନି କୌଣସି ସ୍କୁଲ ପିଲା। ଲଘୁଚାପ ଜନିତ ବଡ଼ ବର୍ଷା ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ବିଭାଗ। ଏନେଇ ସବୁ ଆରଡିସି ଓ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଗୃହ...
ରାୟପୁର: ଛତିଶଗଡ଼ର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ବଳରାମଜୀ ଦାସ ଟଣ୍ଡନ୍ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ହସ୍ପିଟାଲ୍ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କୁ ନିକଟସ୍ଥ ଭୀମ୍ରାଓ ଆମ୍ବେଦକର ସ୍ମାରକୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ଲାଇଫ୍...
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ପୁଲିସ ମେଡାଲ ଘୋଷଣା ହୋଇଛି। ଏଥର ବିଭିନ୍ନ ବର୍ଗରେ ରାଜ୍ୟର ୨୯ ଜଣଙ୍କୁ ପୁଲିସ ପଦକ ମିଳିବ। ୧୧ ଜଣଙ୍କୁ ପୁଲିସ ସାହସିକତା ପଦକ ମିଳିବାର ଥିବା ବେଳେ ୪ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ଓ ୧୪ ପୁଲିସ...
ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ପକ୍କା ହୋଇଛି। ଖୁବ୍ ଶୀଘ୍ର ରିଲ୍ ଲାଇଫ୍ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍ରେ ବାନ୍ଧି ହେବାକୁ ଯାଉଛନ୍ତି । ଆଉ ବେଶୀ ବିଳମ୍ବ ନୁହେଁ ନଭେମ୍ବର ୨୦ରେ ଦୁଇ ଜଣ ବାହା ହେବେ...
ପୁରୀ: ପାରିବାରିକ କଳହର କରୁଣ ପରିଣତି। ଶାଶୁ ହତ୍ୟା ଅଭିଯୋଗରେ ଜେଲ ଗଲେ ଦୁଇ ବୋହୂ। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ସୋମେଶ୍ୱରପୁର ଗାଁରୁ। କିଛି ଦିନ ତଳେ ଗାଁର ମିନତୀ ମହାରଣା ନିଖୋଜ ହୋଇଯାଇଥିଲେ। ନିଖୋଜ ଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ...
ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବର୍ଷା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଜି ସଚିବାଳୟରେ ବିଭାଗୀୟ ଅଧିକାରୀଙ୍କ ସହ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରାଜସ୍ୱ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ...
ଢେଙ୍କାନାଳ: ଢେଙ୍କାନାଳରେ ବଜ୍ରାଘାତ ହୋଇ ଜଣେ ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ହୋଇଛନ୍ତି। ଖାଇବାକୁ ଯିବା ବେଳେ କଲେଜ ନିକଟରେ ବଜ୍ରାଘାତର ଶିକାର ହୋଇଥିଲେ ଏହି ଛାତ୍ରୀ। ସୂଚନା ଅନୁଯାୟୀ ମଧ୍ୟାହ୍ନ ବିରତିରେ ୬ ଜଣ ଛାତ୍ରୀ ଖାଇବାକୁ କଲେଜରୁ ବାହାରକୁ ଆସୁଥିଲେ।...
ପ୍ରଦୀପ ଭାରତୀ ଜାତୀୟ ପତାକାକୁ ସମସ୍ତେ ସମ୍ମାନ ଦେବାକୁ ବାଧ୍ୟ। ଏହା ସହିତ ତ୍ରିରଙ୍ଗାର ଏକ ଖାସ୍ ପରିଚୟ ମଧ୍ୟ ରହିଛି। ଯେଉଁମାନେ ତ୍ରିରଙ୍ଗାକୁ ଅଧିକ ଭଲପାଆନ୍ତି, ସେମାନେ କେବେ ୨୬ ଜାନୁଆରୀ ୨୦୦୨କୁ ଭୁଲିବେ ନାହିଁ। କାରଣ ଏହି ଦିନ ଭାରତର ସାଧାରଣ ନାଗରିକଙ୍କୁ ସେମାନଙ୍କ ଇଚ୍ଛା...
ତରଭୂଜ ଖାଇବା ସମୟରେ ଲୋକମାନେ ତାହାର ମଞ୍ଜିକୁ କାଢ଼ି ଫିଙ୍ଗି ଦେଇଥାନ୍ତି। କାରଣ ଏହାର ଉପକାରିତା ବିଷୟରେ ଲୋକମାନଙ୍କୁ ହୁଏତ ଜଣା ନ ଥାଏ। ସେଥିପାଇଁ ଏହାକୁ ଫିଙ୍ଗି ଦେଇଥାନ୍ତି। ତରଭୂଜ ମଞ୍ଜିର ଅନେକ ଉପକାରୀ ଗୁଣ ରହିଛି। ପୁଷ୍ଟିସାରରେ ଭରା ଏହି ମଞ୍ଜିକୁ ଖାଇବା ଦ୍ୱାରା ଆମକୁ...
ଶ୍ରୀନଗର: ପାକିସ୍ତାନୀ ସେନାଙ୍କୁ ଭାରତୀୟ ସେନାର କଡ଼ା ଜବାବ। ଜାମ୍ମୁ ଓ କାଶ୍ମୀର କୁପୱାରରେ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ପୋଷ୍ଟ ଉପରକୁ ଲକ୍ଷ୍ୟ କରି ଗୁଳିମାଡ଼ କରାଯିବା ପରେ ଏହାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା। ଗୁଳି ବିନିମୟରେ ଟଙ୍ଗଧର ସେକ୍ଟରରେ ୨ଜଣ ପାକିସ୍ତାନୀ ସେନାଙ୍କ...