ଭୁବନେଶ୍ୱର: କରୋନା ଭାଇରସ୍କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ପ୍ରାଣଘାତୀ କରୋନାରେ ଜଣଙ୍କ ପରେ ଜଣଙ୍କ ଜୀବନ ଚାଲି ଯାଉଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ସତର୍କତା ଓ ସଚେତନତା କରାଯାଉଛି। ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି...
ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ରେଗୁଲେସନ୍ ଜାରି ହୋଇଛି। ଏହି ରେଗୁଲେସନ୍ ଅନୁଯାୟୀ ସବୁ ସରକାରୀ, ଘରୋଇ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ଏହାସହ ହସ୍ପିଟାଲ୍କୁ ଆସୁଥିବା ସମସ୍ତ କରୋନା ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ରଖିବେ ହସ୍ପିଟାଲ କର୍ତ୍ତୃପକ୍ଷ। ଯଦି...
ଭୁବନେଶ୍ୱର: ଆସନ୍ତା ୨୯ ଯାଏ ବିଧାନସଭା ମୁଲତବି ଘୋଷଣା ହୋଇଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସ୍ଥଗିତ ରଖିବା ଲାଗି ଆସିଥିବା ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଯାଇଛି। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୯ ଯାଏ ଚାଲିବାକୁ ଧାର୍ଯ୍ୟ ହୋଇଛି। କରୋନା ଭାଇରସ୍ ଯୋଗୁ ବିଧାନସଭା...
ଜୟପୁର: ବିଭିନ୍ନ ଦାବିରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଘେରାଉ କରିଛି କଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ସଂଗଠନ। ଗତକାଲିଠାରୁ ଲକ୍ଷ୍ମୀପୁର ଥାନା ଘେରାଉ କରିଥିବା କୋଡ଼ିଂଗାମାଲି ସୁରକ୍ଷା ମଞ୍ଚ ସଂଗଠନ ଆଜି ବି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଆନ୍ଦୋଳନକାରୀମାନେ ରାତିରେ ଥାନା ସମ୍ମୁଖରେ ବସି ରହିବା ସହ...
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀଙ୍କ ୪% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର କ୍ୟାବିନେଟ୍ ଆଜି ଏହାକୁ ଅନୁମୋଦନ କରିଛି। ୪ ପ୍ରତିଶତ ଭତ୍ତା ବୃଦ୍ଧି ହେଲେ କେନ୍ଦ୍ର...
ଭୁବନେଶ୍ୱର: ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଛନ୍ତି।...
ନୂଆଦିଲ୍ଲୀ: ଗତକାଲି ପରି ଆଜି ମଧ୍ୟ ବି ଷ୍ଟକ୍ ମାର୍କେଟ୍ରେ କାରବାର ହ୍ରାସ ପାଇଛି। ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୩ ହଜାରୁ ଅଧିକ ପଏଣ୍ଟ ଖସି ଆସିଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୯ହଜାର ତଳକୁ ଖସିଛି। ପରିସ୍ଥିତି ଏପରି ହୋଇଥିଲା...
ନୂଆଦିଲ୍ଲୀ: ଶେଷରେ ବିଶ୍ୱ ବୁଝିଲା ଭାରତୀୟ ସଂସ୍କୃତିର ମହତ୍ୱ। କରୋନାଠୁ ଦୂରେଇ ରହିବା ପାଇଁ ଏବେ ସମସ୍ତଙ୍କୁ ନମସ୍କାର। ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଯୋଗୁ ଚାରିଆଡ଼େ ଭୟର ବାତାବରଣ ଦେଖା ଦେଇଛି। ଏନେଇ ପରସ୍ପର ସହ ହାତ ନ ମିଳାଇବାକୁ ଆଡଭାଇଜରି ଜାରି କରାଯାଇଛି। ଏଭଳି...
କେନ୍ଦ୍ରାପଡ଼ା: ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପାଟକୁରା ଦେଇ ଯାଇଥିବା ଚିତ୍ରତ୍ପୋଳା ନଦୀକୁ ଗାଧୋଇବା ପାଇଁ ଆଜି ସକାଳେ ୨ ଜଣ ଯୁବକ ଯାଇଥିଲେ। ଏହି ସମୟରେ କୌଣସି କାରଣ ବଶତଃ ସେମାନେ ପାଣିରେ...
ଭୁବନେଶ୍ୱର: ପିଲା ଓ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ୬ ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା...
ଫୁଲବାଣୀ: ମଦ ପିଇବା ପାଇଁ ଭଉଣୀ ଟଙ୍କା ନ ଦେବାରୁ, ଦୁଇ ଭାଇ ମିଶି ଭଉଣୀର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପେଞ୍ଜିସାହିରୁ ଏଭଳି ଅଭିଯୋଗ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା...
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI)। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି ସ୍ୱାକ୍ଷର ହୋଇଛି। ସିଏସ୍ଆର୍ କାର୍ଯ୍ୟକ୍ରମ ଅଂଶ ସ୍ୱରୂପ AAI ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଯୋଗାଇଦେବ। ଚୁକ୍ତି...
କାମାକ୍ଷାନଗର: “ପ୍ରାଇଭେଟ କାମ ପାଇଁ ଶହେ ଟଙ୍କା । କିନ୍ତୁ ସରକାରୀ କାମ ହେଲେ ଟଙ୍କାଟେ ବି ଦେବାକୁ ପଡ଼ିବନି।” ଏପରି ଭାବେ କହୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି, ସେ ଜଣେ ଡାକ୍ତର। ତାଙ୍କ ନାଁ ସ୍ଥିତପ୍ରଜ୍ଞ ମହାନ୍ତି। ସେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ...
ଆଠଗଡ଼: ବାହା ହେବାକୁ ଯାଉଥିଲେ, ହେଲେ ଅଧା ବାଟରେ ବରଯାତ୍ରୀ ଗାଡ଼ି ଅଟକାଇ ବରକୁ ଉଠାଇ ନେଇଗଲେ। ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ। ସୂଚନା ଅନୁସାରେ, ଆଠଗଡ ସମସରପୁର ଗାଁର ଜଣେ ଯୁବତୀଙ୍କ ସହ ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର...
ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ୩ ଦିନ ଯାଏ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ନେଇ...
ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା। ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା ଅଭିଯୋଗରେ ଏକ ଦେଶୀ ମଦ ଭାଟିକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କର୍ପୋରେସନ ରୋଡ୍ରେ ଥିବା ଏକ ଦେଶୀମଦ ଭାଟିକୁ ଏହି ଜରିମାନା କରିଛନ୍ତି ଜିଲ୍ଲାପାଳ। ଏହାସହ ଅନ୍ୟ...
ନୂଆଦିଲ୍ଲୀ: ଗୋଟିଏ ମିନିଟ୍ରେ ଉଡ଼ିଗଲା ନିବେଶକଙ୍କ ୬ ଲକ୍ଷ କୋଟି ଟଙ୍କା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭାଇରସ୍କୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ଷ୍ଟକ୍ ମାର୍କେଟ ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ଷ୍ଟକ୍ ମାର୍କେଟ୍ରେ କାରବାର ଆରମ୍ଭ ହେବା ପରେ ଷ୍ଟକ୍ ମାର୍କେଟ୍...
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରୁ ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର STF ଚଢ଼ଉ କରି ଏହି ବ୍ରାଉନ୍ସୁଗର ଜବତ କରିଛି। ଜଟଣୀ ଅଞ୍ଚଳରେ ବ୍ରାଉନସୁଗର କାରବାରର ଏକ ବଡ଼...
ବଲାଙ୍ଗିର: ବ୍ରିଜ ନିର୍ମାଣକୁ ୫ ବର୍ଷ ପୂରି ନାହିଁ, କିନ୍ତୁ ଦବିଗଲା ବ୍ରିଜ୍। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ୍ ଦବି ଯାଇଥିବା ଜଣାପଡ଼ିଛି। ୨୦୧୫ ମସିହାରେ ସୁକତେଲ ନଦୀ ଉପରେ ତମିଆଁ-ମୁଦଳସର ବ୍ରିଜ୍ ନିର୍ମାଣ କରାଯାଇଥିଲା। ହେଲେ ଏବେ ଏହା...
ନିଆଳି: କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬୦ରୁ ଅଧିକ ଚାଳି ଜଳି ଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...