• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

scb
SCBରେ ଭର୍ତ୍ତି ହେଲେ ଇଟାଲି ଫେରନ୍ତା ଛାତ୍ର

କଟକ: ଇଟାଲିରୁ ଫେରିଥିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ କରୋନା ସନ୍ଦେହରେ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଫଳରେ ଏବେ ଏସ୍‌ସିବିରେ ୨ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଛି। ପୂର୍ବରୁ ଜଣେ ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗତକାଲି ଇଟାଲି ଫେରନ୍ତା ଛାତ୍ର ଜଣକ ଏସ୍‌ସିବିରେ ଭର୍ତ୍ତି...

india
ସ୍ଥଳପଥରେ ପଡ଼ୋଶୀ ଦେଶକୁ ଯାତାୟାତ ବନ୍ଦ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସ୍ଥଳପଥରେ ପଡ଼ୋଶୀ ଦେଶକୁ ଯାତାୟାତ ବନ୍ଦ କଲା ଭାରତ। ଭାରତରୁ ବାଂଲାଦେଶ, ନେପାଳ, ଭୂଟାନ, ମିଆଁମାର ସୀମାକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରିଛି ଭାରତ। ଏନେଇ ବିଧିବଦ୍ଧ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ଆଜିଠୁ ଅନିର୍ଦ୍ଧିଷ୍ଟକାଳ...

chana
ଗାଈଙ୍କୁ ଚଣା ଓ ଗୁଡ଼ ଖାଇବାକୁ ଦିଅନ୍ତୁ

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୫ ତାରିଖ, ରବିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

students
ଆଜିଠୁ ସମସ୍ତ କୋଚିିଂ ଓ ଟ୍ୟୁସନ୍‌ ସେଣ୍ଟର ବନ୍ଦ

ଭୁବନେଶ୍ୱର: ପ୍ରାଣଘାତୀ କରୋନା ଭାଇରସ୍‌କୁ ରାଜ୍ୟ ବିପର୍ଯ୍ୟୟ ଭାବେ ରାଜ୍ୟ ସରକାର ଘୋଷଣା କରିବାପରେ ଏହାକୁ ନେଇ ସତର୍କତା ଓ ସଚେତନତା ଆରମ୍ଭ ହୋଇଯାଇଛି। ସମସ୍ତ କୋଚିିଂ ଓ ଟ୍ୟୁସନ୍‌ ସେଣ୍ଟର ଆଜିଠୁ ବନ୍ଦ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାସହ ପିଲାମାନଙ୍କୁ କୋଚିଂ ସେଣ୍ଟରକୁ...

odia-film-fare-awards
ଅନିର୍ଦ୍ଦିଷ୍ଟକାଳ ଯାଏ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ୍‌ ସ୍ଥଗିତ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟକାଳ ଯାଏ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ୍‌ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା। ତେବେ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଦୃଷ୍ଟିରେ ରହି ଏହାକୁ ସ୍ଥଗିତ ରଖାଯାଇଛି। ଏନେଇ ଆୟୋଜକ...

temple
କରୋନାକୁ ନେଇ ପୁଣି ଗୁଜବ; ରାତି ଅଧରେ ମନ୍ଦିରରେ ଭିଡ଼

ନବରଙ୍ଗପୁର: କରୋନାକୁ ନେଇ ଆଉ ଏକ ଗୁଜବ ସାମ୍ନାକୁ ଆସିଛି। କରୋନାକୁ ନେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଆଉଁଳି ଗାଁ ଲୋକେ ରାତି ଅଧରେ ଠାକୁରଙ୍କ ପାଖରେ ଅଧିଆ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଗାଁରେ ପ୍ରଚାରିତ ଗୁଜବ ଅନୁଯାୟୀ, ଯେଉଁ ପରିବାରରେ...

NANDANKANAN
ଆଜିଠୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆଜିଠୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ଷ୍ଟେଟ୍‌ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ସେଣ୍ଟ୍ରାଲ୍‌ ଜୁ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ବୃଦ୍ଧି ଲାଗି ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।...

cloudy
୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି ରହିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୮ଟା ୩୦ ଯାଏ...

nit
କରୋନା ପାଇଁ ରାଉରକେଲା NIT ଛୁଟି ଘୋଷଣା

ରାଉରକେଲା: କରୋନା ମୁକାବିଲା ପାଇଁ ରାଉରକେଲା NITକୁ ଛୁଟି ଘୋଷଣା କରାଯାଇଛି। ଏହାସହ ଏଠାରେ ରହି ପଢ଼ୁଥିବା ଦେଶ ବିଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କ୍ୟାମ୍ପସ୍‌ରେ ରହିବାକୁ ଚାହିଁବେ, ତା’ହେଲେ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମାର୍ଚ୍ଚ ୩୧ ଯାଏ...

corona-2
ଆଇସୋଲେସନ୍‌ ଓ୍ୱାର୍ଡରେ କରୋନା ସନ୍ଦିଗ୍ଧ ୨ ଦମ୍ପତି

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୟ। ଓଡ଼ିଶାରେ ଏବେ ସୁଦ୍ଧା କେହିବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ରାଜ୍ୟ ତଥା ଦେଶ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଥିବା ବ୍ୟକ୍ତିଙ୍କୁ ନିଜ ସମ୍ପର୍କରେ ଅବଗତ କରାଇବାକୁ କୁହାଯିବା...

rakhi
ରାକ୍ଷୀ ଦେଲେ କରୋନା ଟିପ୍ସ

ମୁମ୍ବାଇ: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଏଭଳି ସ୍ଥିତିରେ ସଂକ୍ରମଣରୁ ନିଜକୁ କେମିତି ରକ୍ଷା କରିବେ ? କ’ଣ କ’ଣ ସତର୍କତା ଓ ପଦକ୍ଷେପ ଗ୍ରହଣ କରିବେ ? ସେନେଇ ଲୋକଙ୍କୁ ସଚେତନତା କରାଯାଉଛି। ଅନେକ ସେଲେବ୍ରିଟି ମଧ୍ୟ କରୋନାଠୁ ନିଜକୁ କେମିତି ରକ୍ଷା...

NANDANKANAN
କାଲିଠୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ଷ୍ଟେଟ୍‌ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ଏ ନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେହିପରି ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ...

odisha-11
ଘରକୁ ଫେରିଲେ ଓଡ଼ିଆ ଇଞ୍ଜିନିୟର, ବଖାଣିଲେ ଲୋମଟାଙ୍କୁରା ’କରୋନା’ ଅନୁଭୂତି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): “ଆଖି ଆଗରେ ଦିନୁ ଦିନ ଲୋକଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସୁଥିଲା। ଏହା ଦେଖି ଆମେ ପୂରାପୂରି ଭୟଭୀତ ହୋଇଯାଇଥିଲୁ। ତେଣୁ ଯଥାଶୀଘ୍ର ଉଦ୍ଧାର କରିବାକୁ ଆମେ ଭାରତ ସରକାରଙ୍କୁ ନିବେଦନ କରିଥିଲୁ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କ୍ୱାରେଣ୍ଟାଇନ୍‌ ପିରିଅଡ୍‌ରେ ଆମେ ଫଳ, ନୁଡଲ୍ସ...

train
ଟ୍ରେନ୍‌ ଧକ୍କାରେ ୨ ମୃତ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍‌ରେ ଟ୍ରେନ୍‌ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବୃଦ୍ଧ ଟ୍ରେନ୍‌ରୁ ଖସି ପଡ଼ିଥିଲେ ଓ ତାଙ୍କ ଉପରେ ଟ୍ରେନ୍‌ ଚଢ଼ି ଯାଇଥିଲା। ସେହିପରି...

electricity
ହୋଲ୍‌ଡିଂ ଟ୍ୟାକ୍ସ ଦେଇନଥିଲେ କଟିବ ପାଣି, ବିଜୁଳି

ଭୁବନେଶ୍ୱର: ହୋଲ୍‌ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଆଜିଠୁ ଆଉ ମିଳିବ ନାହିଁ ପାଣି ଓ ବିଜୁଳି। ଖିଲାପକାରୀଙ୍କ ବିରୋଧରେ ବିଏମ୍‌ସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ବିଏମ୍‌ସିର ନର୍ଥ ଜୋନାଲ ଡେପୁଟି କମିଶନର ଉଭୟ ସେସୁ ଏବଂ ଓ୍ୱାଟକୋକୁ ଚିଠି ଲେଖିଛନ୍ତି। ବିଏମସିର ନର୍ଥ ଜୋନରେ ଥିବା ମୋଟ...

petrol pump
ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର। କାହିଁକି ନା ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଲିଟର ପିଛା ୩ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଇଥିବା...

firing
କନଷ୍ଟେବଲ୍‌ଙ୍କୁ ଫାୟାରିଂ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଗୁଳିମାଡ଼ରେ ଜଣେ କନଷ୍ଟେବଲ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାମଚନ୍ଦ୍ର ସାହୁ। ସେ ଆଇଆର୍‌ବିରେ କନଷ୍ଟେବଲ୍ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମେଲଣ କାର୍ଯ୍ୟକ୍ରମକୁ...

hand-wash
କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ କେମିତି ଧୋଇବେ ହାତ? ଜାଣନ୍ତୁ...

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ କେମିତି ଧୋଇବେ ହାତ ? ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏକ ଭିଡିଓ ଜାରି କରିଛି। ସାବୁନ କିମ୍ବା ହ୍ୟାଣ୍ଡ୍‌ୱାଶ୍‌ରେ କିଭଳି ଭାବରେ ହାତ ଧୋଇବେ, ସେନେଇ ୧୧ଟି ସୋପାନ ଏହି ଭିଡିଓରେ ଦର୍ଶାଯାଇଛି। ଏହି ୧୧ଟି ସୋପାନରେ ହାତ...

lightning
ବର୍ଷା ସହ ବଜ୍ରପାତ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି...

odisha
କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ

ରାୟଗଡ଼ା(ମନୋଜ ପାତ୍ର): ସୋଶାଲ୍ ମିଡିଆରେ କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ରାୟଗଡ଼ା ପୁଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସତ୍ୟନାରାୟଣ ସାମଲ। ରାୟଗଡ଼ାରେ ଜଣେ କରୋନା ଆକ୍ରାନ୍ତ ପହଞ୍ଚିଥିବା ଏବଂ ସେ ଜଣେ କେରଳ ଫେରନ୍ତା ଦାଦନ...