Advertisment

7 Months Have Passed; ନିର୍ଦ୍ଦେଶକୁ ୭ ମାସ ପୂରିଲାଣି; ସରକାରୀ ଜମିରୁ ଉଚ୍ଛେଦ ହୋଇପାରିଲାନି

୨୦୨୪ ମସିହା ଜୁଲାଇ ୬ ତାରିଖରେ ରାଜସ୍ୱ ବିଭାଗ ତରଫରୁ ଜାରି ହୋଇଥିଲା ଏକ ଚିଠି। ଯେଉଁଥିରେ ଉଲ୍ଲେଖ ରହିଥିଲା, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ହେବାକୁ ଏହା ଭିତରେ ବିତିଗଲାଣି ୭ ମାସରୁ ଅଧିକ।

author-image
Manoranjan Sial
Koraput

Koraput

ନିର୍ଦ୍ଦେଶକୁ ୭ ମାସ ପୂରିଲାଣି। ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜବରଦଖଲକାରୀଙ୍କ ଦେହରେ ହାତ ମାରୁନି ପ୍ରଶାସନ। ନବରଙ୍ଗପୁରରୁ କୋରାପୁଟ ପର୍ଯ୍ୟନ୍ତ ମାଳମାଳ ସରକାରୀ ଜାଗା ଜବରଦଖଲକାରୀଙ୍କ କବଜାରେ ଥିଲେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ହୋଇପାରୁନି। ଏନେଇ ଜନଅସନ୍ତୋଷ ବଢୁଥିବା ବେଳେ ପ୍ରଶାସନ କହୁଛି, ଖୁବଶୀଘ୍ର ପଦକ୍ଷେପ ନିଆଯିବ।

Advertisment

୨୦୨୪ ମସିହା ଜୁଲାଇ ୬ ତାରିଖରେ ରାଜସ୍ୱ ବିଭାଗ ତରଫରୁ ଜାରି ହୋଇଥିଲା ଏକ ଚିଠି। ଯେଉଁଥିରେ ଉଲ୍ଲେଖ ରହିଥିଲା, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ହେବାକୁ ଏହା ଭିତରେ ବିତିଗଲାଣି ୭ ମାସରୁ ଅଧିକ। ହେଲେ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଉଚ୍ଛେଦର ନାଁ ଗନ୍ଧ ନାହିଁ। ଯାହାର ଚିତ୍ର ଦେଖିବାକୁ ମିଳିଛି ଜୟପୁର ଟାଉନ୍‌ର ୨୨ ନମ୍ବର୍ ୱାର୍ଡର ପାୱାର ହାଉସ କଲୋନୀରେ। ଏଠାରେ ସତୀ ନଦୀର ପାଣି ବୋହୁଛି। ଏହାରି କଡ଼ରେ ସରକାରୀ ଜମିରେ ଗୋଟିଏ ଗୋଟିଏ ଘର ବଢି ଚାଲିଛି। ସବୁ ଜାଣିଥିଲେ ମଧ୍ୟ ପ୍ରଶାସନ ଚୁପ୍ ହୋଇ ବସିଛି। ପିଏଚଡି କାର୍ଯ୍ୟାଳୟ ଓ ଡଙ୍ଗାଗୁଡ଼ାରେ ଏକର ଏକର ସରକାରୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି। ସେହିଭଳି ପ୍ରାଣୀ ଚିକିତ୍ସାଳୟ ଅଚଳ ହୋଇପଡ଼ିଥିବା ବେଳେ ଏହାର ଜାଗା ଉପରେ ମାଫିଆଙ୍କ ଆଖି ପଡ଼ିଛି। ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ: କ୍ୟାନସର୍ ପରେ ବରଗଡ଼କୁ କିଡନୀ ଚିନ୍ତା

ସମାନ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ପଡାଲଗୁଡା ମୌଜାରେ ରହିଛି ବାପୁଜୀ ପବ୍ଲିକ ସ୍କୁଲ। ଖାତା ନମ୍ବର - 790 ଏବଂ ପ୍ଲଟ ନମ୍ବର - 1471 ଓ 1472 ରେ ସରକାରୀ ଜମିକୁ ମାଡି ବସି ବିଦ୍ୟାଳୟ କୋଠା ଓ ପାଚେରୀ ତିଆରି କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ହିର୍ଲି ଡ଼ଙ୍ଗରି ପାଦଦେଶରେ ବେଆଇନ ଭାବେ ଗଢି ଉଠିଛି ମାଳମାଳ କୋଠା। ନିର୍ଦ୍ଦିଷ୍ଟ ବ୍ୟକ୍ତି ସରକାରୀ ଜାଗାକୁ ମାଡି ବସିଥିବା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନଷ୍ଠାନ ହୋଇନି। ସେପଟେ ନବରଙ୍ଗପୁର ଉପଜିଲ୍ଲାପାଳ କହିଛନ୍ତି, ଜବରଦଖଲ ଉଚ୍ଛେଦ ପାଇଁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆସରିଛି।

Advertisment

ଅଧିକ ପଢ଼ନ୍ତୁ: ହସି ହସି ନିଜ ଯକୃତ ଦାନ କରିଦେଲେ ବଡ଼ ଜାଆ

ଖାଲି କୋରାପୁଟ କି ନବରଙ୍ଗପୁର ନୁହେଁ। ମାଲକାନଗିରି ମୋଟୁ ଅଞ୍ଚଳକୁ ମଧ୍ୟ ଛାଡ଼ି ନାହାନ୍ତି ଜବରଦଖଲକାରୀ। ଏକରେ କି ଦୁଇ ଏକର ନୁହେଁ, ପାଖାପାଖି ୭୦ ଏକର ସରକାରୀ ଜମିକୁ ମାଡ଼ିବସି ଫାର୍ମ ହାଉସ୍ କରିଛନ୍ତି ନିର୍ଦ୍ଦିଷ୍ଟ ବ୍ୟକ୍ତି। କିଛିଦିନ ତଳେ ଘଟଣାର ତଦନ୍ତ କରି ପ୍ରଶାସନ ଜାଗାକୁ ଅକ୍ତିଆରକୁ ନେଇଛି। ତେବେ ଏବେ ମଧ୍ୟ ଅଧିକାଂଶ ଅଞ୍ଚଳରେ ଲୋକ ସରକାରୀ ଜାଗାରେ ଘର କରିଥିବା ଅଭିଯୋଗ ହୋଇଛି। ତେବେ ଖୁବଶୀଘ୍ର ଜବରଦଖଲ ଉଚ୍ଛେଦ କରାଯିବ ବୋଲି କହିଛି ପ୍ରଶାସନ।

Koraput Nabarangpur Govt Land
Advertisment
Advertisment