• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମହାକୁମ୍ଭରେ ମହାଜାମ୍ । ଟ୍ରେନ୍‌, ଷ୍ଟେସନ୍‌, ବସ୍, ରାସ୍ତାଘାଟ । ସବୁଠି ପ୍ରବଳ ଭିଡ଼ । ମହାକୁମ୍ଭରେ ସ୍ନାନ ପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରୟାଗରାଜ ପହଂଚୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଗତ ୩ ଦିନରେ ପ୍ରୟାଗରାଜରେ ୧୫ ଲକ୍ଷ ଗାଡି ପହଞ୍ଚିଛି । ପ୍ରତି ଘଣ୍ଟାରେ ୮ ହଜାର ଗାଡି ଆସୁଛି ।

ସେହିପରି ୟୁପି, ବିହାର, ମଧ୍ୟପ୍ରଦେଶ, ଦିଲ୍ଲୀର ବିଭିନ୍ନ ରେଳ ଷ୍ଟେସନରେ ଖଚାଖଚ ଭିଡ଼ । ଯିଏ କାର କିମ୍ବା ବସରେ ଯାଉଛନ୍ତି ସେମାନେ ୮ରୁ ୧୦ ଘଣ୍ଟା ବିଳମ୍ବରେ ପହଞ୍ଚୁଛନ୍ତି ପ୍ରୟାଗରାଜରେ । ଅନେକ ସ୍ଥାନରେ ପ୍ରୟାଗରାଜ ସହରକୁ ୪ ଚକିଆ ଯାନ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଗାଡି ନେଇ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତରପ୍ରଦେଶ ପ୍ରବେଶ ନ କରିବାକୁ ବାଟରେ ପୋଲିସ ପରାମର୍ଶ ଦେଉଛି । ମାଘ ସ୍ନାନ ପାଇଁ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ । ସହରକୁ ପ୍ରବେଶ ପାଇଁ ୭ଟି ରାସ୍ତା ଥିବା ବେଳେ ସବୁ ରାସ୍ତାରେ ପ୍ରବଳ ଭିଡ଼ ।

ଅଧିକ ପଢ଼ନ୍ତୁ: ଭଉଣୀ ବାହାଘରରେ ମୃତ୍ୟୁ; କାହିଁକି କମ୍ ବୟସ୍କଙ୍କୁ ହେଉଛି ହାର୍ଟ ଆଟାକ୍ ? ଜାଣନ୍ତୁ...

ଗତ ୨୪ ଘଣ୍ଟା ହେଲା ପ୍ରୟାଗରାଜରୁ ୨୦ କିମି ଦୂର ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ଅଚାନକ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଥିବାରୁ ପୋଲିସ ସହର ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରୁଛି । ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ କରାଯାଉଛି । ମୌନୀ ଅମାବାସ୍ୟାରେ ହୋଇଥିବା ଦଳଚକଟା ପରେ ପ୍ରଶାସନ ଅଧିକ ସତର୍କ ହୋଇଛି ।

ସେପଟେ ଅତ୍ୟଧିକ ଭିଡ଼ ଯୋଗୁଁ ପ୍ରୟାଗରାଜ ଷ୍ଟେସନ ବନ୍ଦ କରାଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି ଉତ୍ତର କେନ୍ଦ୍ର ରେଲୱେ ସିପିଆରଓ । ପ୍ରୟାଗରାଜ ଷ୍ଟେସନରୁ ରେଳ ସେବା ସ୍ବାଭାବିକ ଭାବେ ଚାଲିଥିବା କୁହାଯାଇଛି ।

ସେହିପରି ମହାକୁମ୍ଭରେ ଆଜି ବୁଡ଼ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରୟାଗରାଜରେ ବୁଡ଼ ପକାଇବା ପରେ ରାଷ୍ଟ୍ରପତି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ। ସଙ୍ଗମସ୍ଥଳରେ ଗଙ୍ଗା ଆରତି ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା ବି କରିଥିଲେ। ରାଷ୍ଟ୍ରପତିଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ଥିଲେ । ମହାକୁମ୍ଭରେ ବୁଡ ପକାଇବା ପରେ ରାଷ୍ଟ୍ରପତି ଅକ୍ଷୟବଟ ଓ ହନୁମାନ ମନ୍ଦିର ଯାଇ ଦର୍ଶନ କରିଥିଲେ । ପରେ ଡିଜିଟାଲ୍ କୁମ୍ଭ ଅନୁଭବ ସେଣ୍ଟର ବୁଲି ଦେଖିଥିଲେ ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଆଜି ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଦ୍ରୌପଦୀ ମୁର୍ମୁ । ଆସନ୍ତା ଫେବ୍ରୁଆରୀ ୨୬ ମହାଶିବରାତ୍ରୀରେ ମହାକୁମ୍ଭ ମେଳାର ଉଦଯାପନୀ ରହିଛି ।

ଅଧିକ ପଢ଼ନ୍ତୁ: ପିଏମ୍ ମୋଦି ଦେଲେ ପରୀକ୍ଷା ଟିପ୍ସ; ଛାତ୍ରଛାତ୍ରୀଙ୍କୁ ଦେଲେ ଏହି ପରାମର୍ଶ

OTV is now on Whatsapp

Join and get latest news update delivered to you via whatsapp

Join Now