ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଦେଶର ରାଜଧାନୀରେ ଥିବା ସରକାରୀ ହସ୍ପିଟାଲ ଓ କିଛି ଘରୋଇ ହସ୍ପିଟାଲରେ ୧୦ ହଜାର୍ ବେଡ୍ ସଂରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ବେଡ୍ ଅଭାବ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଏଭଳି...
ପୁରୀ: ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଅନବସରର ଆଜି ତୃତୀୟ ଦିନରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବେ ଦଇତାପତି...
ନୂଆପଡ଼ା: ଜନ୍ମଦିନରେ ଚାଲିଗଲା ଜୀବନ। ମାଆ ସହ ସ୍କୁଟିରେ ଘରକୁ ଫେରୁଥିବାବେଳେ ଟ୍ରକ୍ ଚଢିଯିବାରୁ ଗାଡି ପଛରେ ବସିଥିବା ୯ ବର୍ଷର ଝିଅର ଶୋଚନୀୟ ମୃତ୍ୟୁ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ନୂଆପଡ଼ା ଖଡିଆଳ ବୋଡେନ ଛକ ନିକଟରେ। ନିଜ ଜନ୍ମଦିନ ପାଳନ ନେଇ ମାଆ ରିତା...
ପୁରୀ: ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା। ଏହି ଧଳା ରଙ୍ଗର ଧ୍ୱଜା ବାତ୍ୟା ଓ ବର୍ଷାର ସୂଚକ ହୋଇଥାଏ ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି। ଭକ୍ତମାନେ ନାଲି, ହଳଦିଆ ଓ ଧଳା ରଙ୍ଗର ବାନା ମାନସିକ କରି ପ୍ରଦାନ କରିଥାନ୍ତି। ଲଟେରୀ ମାଧ୍ୟରେ ବାନା...
ନୂଆଦିଲ୍ଲୀ: ସାରା ଦେଶରେ ଅଗଷ୍ଟ ମାସ ପରେ ଖୋଲିପାରେ ସ୍କୁଲ୍, କଲେଜ। ଏନେଇ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶାଙ୍କ ପୋଖରିଆଲ ନିଶଙ୍କ। ମାର୍ଚ୍ଚ ୧୬ରୁ ବନ୍ଦ ହୋଇଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଅଗଷ୍ଟ ମାସ ପରେ ଖୋଲିବା ନେଇ...
ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ଆୟୋଜନ କରିବେ ଭର୍ଚୁଆଲ ରାଲି। ତେବେ ଏହା ପୂର୍ବରୁ ଏହି ରାଲିକୁ ନେଇ ଆରମ୍ଭ ହୋଇଛି ରାଜନୀତି। କରୋନା ମହାମାରୀ ବେଳେ ଏମିତି ଆୟୋଜନ ବେଆଇନ୍ ବୋଲି କଂଗ୍ରେସ ଅଭିଯୋଗ କରିଛି। ମୋଦି ସରକାର ଏଭଳି ଏକ ମହାବିପତ୍ତି ସମୟରେ ଭର୍ଚୁଆଲ ରାଲି...
ନ୍ୟୁୟର୍କ: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋଏ ବିଡେନ୍ ହେବେ ଡେମୋକ୍ରେଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ତାଙ୍କୁ ଦଳ ତରଫରୁ ମନୋନୟନ କରାଯାଇଛି। ଆସନ୍ତା ନଭେମ୍ବର ମାସରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଲଢିବେ। ତେବେ ଡେମୋକ୍ରାଟିକ ପାର୍ଟିରେ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ...
ମେକ୍ସିକୋ: ବିଶ୍ୱରେ ୪ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ଏବେସୁଦ୍ଧା ୪ ଲକ୍ଷ ୨ ହଜାର ୯୪ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ମେକ୍ସିକୋରେ ୩୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ହଜାର ୫୯୩ଟି ନୂଆ ମାମଲା ସାମନାକୁ ଆସିଛି। ସେହିପରି ବ୍ରାଜିଲରେ...
ନୂଆଦିଲ୍ଲୀ: କରୋନା ଜନିତ ଶିକ୍ଷାବର୍ଷ କ୍ଷତି ଭରଣା ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ଯୋଜନା। ଛାତ୍ରଛାତ୍ରୀଙ୍କ ପାଇଁ ସଂକ୍ଷିପ୍ତ ହେବ ସିଲାବସ୍। ଆସନ୍ତା ମାସେ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଲାଗି ଏକ ନୂଆ ତଥା ସ୍ୱତନ୍ତ୍ର ସିଲାବସ ପାଇଁ ବୋର୍ଡ ପ୍ରସ୍ତୁତ ଥିବା କହିଛନ୍ତି ସିବିଏସଇ ଅଧ୍ୟକ୍ଷ...
ରାଉଲକେଲା: ରାଉରକେଲା ସରକାରୀ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା। ସୁନ୍ଦରଗଡ଼ରୁ ଆଜି ବାହାରିଥିବା ୧୮ ପଜିଟିଭଙ୍କ ଭିତରୁ ୨ ଜଣ ଆରଜିଏଚ ଡାକ୍ତର ବୋଲି ଜଣାପଡ଼ିଛି। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ମେଡିକାଲ ପରିସରକୁ ସାନିଟାଇଜ୍ କରାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି। ତେବେ ୧୮ ପଜିଟିଭଙ୍କ ଭିତରୁ ୧୫...
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡ଼ିଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ୬,୯୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୭୮ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ୱର କରୋନା ସଂକ୍ରମିତ ସଂଖ୍ୟାରେ ଇଟାଲୀକୁ ଅତିକ୍ରମ କରି ଭାରତ ଷଷ୍ଠ ସ୍ଥାନରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ନୂଆଦିଲ୍ଲୀ: ପୂର୍ବ ଲଦାଖ ନିକଟ LAC ବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ସମାଧାନ ଲାଗି ଉଭୟ ଦେଶ କୁଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରଖିବେ। ଆଜି ଦୁଇ ଦେଶର ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା...
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ସିଲ୍। ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଜଣେ କୋଭିଡ୍ ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପ୍ରଶାସନ ନେଲା ପଦକ୍ଷେପ। ୩ ବିଭାଗକୁ ସିଲ୍ କରିବା ସହ ସମସ୍ତ କର୍ମଚାରୀଙ୍କୁ ଅଫିସ ନଆସିବାକୁ ବାରଣ କରାଯାଇଛି। ପ୍ରକାଶଥାଉକି ବାଣୀବିହାର କ୍ୟାମ୍ପସରେ ରହୁଥିବା ବିଶ୍ୱବିଦ୍ୟାଳୟର ଜଣେ...
ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍ରେ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବିର ନିବେଶକାରୀ ସଂସ୍ଥା ମୁବାଦଲା। ଗତ ଛଅ ସପ୍ତାହରେ ବିଶ୍ୱସ୍ତରୀୟ ନିବେଶକଙ୍କଠାରୁ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଜିଓ ପ୍ଲାଟଫର୍ମସ୍। ଭାରତକୁ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ରାଷ୍ଟ୍ରରେ ପରିଣତ କରିବା ଲାଗି ଜିଓର ରହିଥିବା...
ଭୁବନେଶ୍ୱର: ମହାମାରୀ କରୋନା ବେଳେ ବେଡ୍ର ବ୍ଲାକ୍ ମାର୍କେଟିଂ କରୁଥିବା ହସ୍ପିଟାଲଗୁଡ଼ିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ। ହସ୍ପିଟାଲରେ ବେଡ୍ ନଥିବା କହି ରୋଗୀଙ୍କୁ ଫେରାଇ ଦେଉଥିବା ଜଣାପଡ଼ିଲେ, ସଂପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଅରବିନ୍ଦ କେଜରିଓ୍ୱାଲ। ଦିଲ୍ଲୀ ଲୋକଙ୍କ ସେବା ପାଇଁ...